Type Here to Get Search Results !

Plus two first year byakarana question answer | Sahitya Jyoti | Meher Sir

Odia Byakarana Bisesya Bisesana Sarbanama questions, Plus two 1st year Odia grammar notes and PDF, CHSE +2 1st year Odia grammar sample question paper, +2 1st year MIL Odia Sahitya Jyoti grammar solutions, CHSE Odisha Class 11 Odia Byakarana solutions. 

Plus two first year byakarana question answer | Sahitya Jyoti | Meher Sir


ବ୍ୟାକରଣ

ଭାଷାରେ କେତେଗୁଡ଼ିଏ ଧ୍ଵନି ସଂକେତ ଶୃଙ୍ଖଳିତ ଭାବେ ବ୍ୟବହୃତ ହୋଇ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ କଲେ ତାହାକୁ ଶବ୍ଦ କୁହାଯାଏ । ଶବ୍ଦ ଉପଯୁକ୍ତ ରୂପରେ ଅର୍ଥାତ୍ ବିଭକ୍ତି ଯୁକ୍ତ ହୋଇ ବାକ୍ୟରେ ବ୍ୟବହୃତ ହେଲେ ତାହାକୁ ଆମେ ପଦ କହୁ ।


 ଆଲୋଚନା ପାଇଁ ଏଠାରେ ଦୁଇଟି ବାକ୍ୟକୁ ବିଚାର କରାଯାଉ ।

(କ) ଓଡ଼ିଆ, ଆନ୍ଧ୍ର ଓ ବିହାର ପରସ୍ପରର ପଡ଼ୋଶୀ ରାଜ୍ୟ ।

(ଖ) ଛାତ୍ରମାନେ ଯାଜପୁରରୁ ବସ୍‌ରେ କୋରାପୁଟ ଗଲେ |


ପ୍ରଥମ ବାକ୍ୟରେ ଓଡ଼ିଆ, ଆନ୍ଧ୍ର ଓ ବିହାର ଆଦି ଗୋଟିଏ ଗୋଟିଏ ଶବ୍ଦ ସେମାନେ ପରସ୍ପରର ସହିତ ସମ୍ବନ୍ଧିତ ହେବାକୁ ‘ର’ ସାହାଯ୍ୟ ନେଇ ବାକ୍ୟରେ ପଦ ରୂପରେ ବ୍ୟବହୃତ ହୋଇଛନ୍ତି ।

ଦ୍ଵିତୀୟ ବାକ୍ୟରେ ଛାତ୍ର, ଯାଜପୁର, ବସ୍ କୋରାପୁଟ, ଗଲେ, ଗୋଟିଏ ଗୋଟିଏ ଶବ୍ଦ, ସେମାନେ, ମାନେ, ରୁ ରେ ସହିତ ସମ୍ବନ୍ଧିତ ହୋଇ ବାକ୍ୟରେ ପଦ ରୂପ ବ୍ୟବହୃତ ହୋଇଛନ୍ତି । ଏଥୁରୁ ଜଣାପଡ଼ିଲା ଯେ ଶବ୍ଦ ବାକ୍ୟରେ ବ୍ୟବହୃତ ହେଲେ ତାହାକୁ ପଦ କୁହାଯାଏ । ବାକ୍ୟରେ ପ୍ରୟୋଗ ହୋଇଥିବା ପଦଗୁଡ଼ିକୁ ପାଞ୍ଚଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ । ଯଥା – ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ ଓ କ୍ରିୟା |

(ବ୍ୟାକରଣ ବିଭାଗରୁ ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ ଓ କ୍ରିୟା, ପ୍ରତ୍ୟେକରୁ ଚାରିଗୋଟି ପ୍ରଶ୍ନ ପଡ଼ିବ, ସେଥୁରୁ ଦୁଇଟି ପ୍ରଶ୍ନର ଉତ୍ତର ଦେବାକୁ ହେବ । ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୧ ନମ୍ବର)

(୧) ବିଶେଷ୍ୟ ପଦ

ବାକ୍ୟ ମଧ୍ୟରେ ଥ‌ିବା ପ୍ରଦ କୌଣସି ନାମକୁ ବୁଝାଉ ଥିଲେ ତାହାକୁ ବିଶେଷ୍ୟ ପଦ କୁହାଯାଏ । ବିଶେଷ୍ୟ ପଦଗୁଡ଼ିକ ପ୍ରଥମା ବିଭକ୍ତିରୁ ସପ୍ତମୀ ବିଭକ୍ତି ଯାଏ ପ୍ରତ୍ୟୟ ବା ଚିହ୍ନକୁ ଗ୍ରହଣ କରିବାର କ୍ଷମତା ରଖନ୍ତି ଯଥା : ଲୋକଟି, ବିଦ୍ୟାଳୟକୁ ଦେଶରେ, ଗ୍ରାମରେ ଇତ୍ୟାଦି । କେତେକ ସ୍ଥଳରେ ବିଭକ୍ତି ପ୍ରତ୍ୟୟ ଉହ୍ୟ ଥାଇ ମଧ୍ୟ ଶବ୍ଦ ବିଶେଷ୍ୟ ପଦରେ ପରିଣତ ହୋଇପାରେ । ଯଥା— କୋଣାର୍କ ସୂର୍ଯ୍ୟ(ଙ୍କ) ଉପାସନା ପାଇଁ ପ୍ରସିଦ୍ଧ ।

ବିଶେଷ୍ୟ ପଦଗୁଡ଼ିକ ଏହାର ଭାବ ଦୃଷ୍ଟିରୁ ୫(ପାଞ୍ଚ) ଭାଗରେ ବିଭକ୍ତ କରାଯାଏ । ଯଥା – ନାମବାଚକ, ଜାତିବାଚକ, ବସ୍ତୁବାଚକ, ଗୁଣବାଚକ ଓ କ୍ରିୟାବାଚକ ।

୧. ନାମବାଚକ ବିଶେଷ୍ୟ :- 

ଯେଉଁ ବିଶେଷ୍ୟ ପଦ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି, ନଦୀ, ପର୍ବତ, ଦେଶ, ଗ୍ରାମ, ସହର, ଗ୍ରହ-ନକ୍ଷତ୍ର ପ୍ରଭୃତିର ନାମକୁ ପ୍ରକାଶ କରେ, ସେଗୁଡ଼ିକୁ ନାମବାଚକ ବା ସଂଜ୍ଞାବାଚକ ବିଶେଷ୍ୟ କୁହାଯାଏ ।

ଯଥା—

(କ) ଗୋପବନ୍ଧୁ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ –( ବ୍ୟକ୍ତିର ନାମ)

 (ଖ) ଝେଲମ୍ ନଦୀ କୂଳରେ ଶ୍ରୀନଗର ଅବସ୍ଥିତ – (ନଦୀ ଏବଂ ସହରର ନାମ)

(ଗ) ଆଦିକବି ସାରଳାଦାସ ଓଡିଆ ମହାଭାରତ ରଚନା କରିଥିଲେ – (ବ୍ୟକ୍ତି ଏବଂ ଗ୍ରନ୍ଥର ନାମ)

ଏଗୁଡ଼ିକୁ ସଂଜ୍ଞାବାଚକ ନାମବାଚକ ବିଶେଷ୍ୟ ବୋଲି ଆମେ କହିପାରିବା ।


୨. ଜାତିବାଚକ ବିଶେଷ୍ୟ:-


କୌଣସି ପଦ ଏକ ଗୋଷ୍ଠୀ, ସମୂହ ବା ଜାତିକୁ ବୁଝାଇଲେ ତାହାକୁ ଜାତି ବାଚକ ବିଶେଷ୍ୟ କୁହାଯାଏ । 

ଅନ୍ୟ ଅର୍ଥରେ କହିଲେ ଯେଉଁ ନାମ ଏକାଧ୍ଵକ ବ୍ୟକ୍ତି ବା ସଂଜ୍ଞା ବାଚକ ବିଶେଷ୍ୟର ସାଧାରଣ ନାମ, ତାହାକୁ ଜାତିବାଚକ ବିଶେଷ୍ୟ କହନ୍ତି । ବ୍ୟକ୍ତି ବା ନାମବାଚକ ବିଶେଷ୍ୟର ସମାହାର ହେଉଛି ଜାତି ।

ଉଦାହରଣ—

(କ) ଛାତ୍ରମାନେ ଶିକ୍ଷକଙ୍କୁ ଭକ୍ତି କରିବା ଉଚିତ୍ ।

(ଖ) ମଣିଷ ମରଣଶୀଳ ।

(ଗ) କୁକୁର ଭଳି ବିଶ୍ଵାସୀ କେହି ନାହିଁ ।


ଅତଏବ ଛାତ୍ରମାନେ, ଶିକ୍ଷକ, ମଣିଷ, କୁକୁର ଆଦି ଜାତିବାଚକ ବିଶେଷ୍ୟ ।

ଜାତିବାଚକ ଓ ନାମବାଚକ ବିଶେଷ୍ୟ ମଧ୍ୟରେ ଥିବା ପାର୍ଥକ୍ୟ ବୁଝିବା ପାଇଁ ଆମେ ନିମ୍ନଲିଖତ ବାକ୍ୟମାନଙ୍କୁ ବିଶ୍ଳେଷଣ କରିବା ।


୧.ଓଡ଼ିଶା ଗୋଟିଏ ଗ୍ରାମବ ରାଜ୍ୟ । (ଏଠାରେ ଗ୍ରାମ ଜାତିବାଚକ ବିଶେଷ୍ୟ)

9.ଭୁବନ ଓଡ଼ିଶାରେ ଗୋଟିଏ ପ୍ରସିଦ୍ଧ ଗ୍ରାମ । (ଭୁବନ ନାମ ବାଚକ ବିଶେଷ୍ୟ)

୩.କାଳିଦାସ କବି ମାନଙ୍କ ମଧ୍ୟରେ ଶ୍ରେଷ୍ଠ । (କାଳିଦାସ ନାମବାଚକ କିନ୍ତୁ କବି ଜାତିବାଚକ ବିଶେଷ୍ୟ)

ଅତଏବ ଏଥିରୁ ସ୍ପଷ୍ଟ ହେଲା ଯେ, ଜାତିବାଚକ ବିଶେଷ୍ୟ ସମୂହ, ଶ୍ରେଣୀ, ଗୋଷ୍ଠୀ ବା ଜାତିକୁ ବୁଝାଉଥବା ବେଳେ ସଂଜ୍ଞାବାଚକ ବିଶେଷ୍ୟ ସେହି ସମୂହ, ଶ୍ରେଣୀ ଗୋଷ୍ଠୀ ବା ଜାତିର ନାମକୁ ବୁଝାଉଛି ।

ଏଠାରେ ସ୍ମରଣୀୟ ଯେ, କେତେକ ସ୍ଥାନରେ ନାମ ବା ସଂଜ୍ଞାବାଚକ ବିଶେଷ୍ୟ ଜାତିବାଚକ ବିଶେଷ୍ୟ ରୂପେ ବ୍ୟବହୃତ ହୁଏ, ଯେତେବେଳେ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିର ଗୁଣ ବା କାର୍ଯ୍ୟ ଅନୁରୂପ ଭାବରେ ଅନ୍ୟ ବ୍ୟକ୍ତିଠାରେ ପରିଲକ୍ଷିତ ହୁଏ ବା ଯେତେବେଳେ ଉଭୟଙ୍କ କାର୍ଯ୍ୟର ତୁଳନା କରାଯାଏ, ସେତେବେଳେ ଯାହା ସହିତ ତୁଳନା କରାଯାଏ ସେହି ପଦ ନାମବାଚକ ସଂଜ୍ଞାବାଚକ ବିଶେଷ୍ୟ ହୋଇଥିଲେ ମଧ୍ୟ ଜାତିବାଚକ ବିଶେଷ୍ୟ ରୂପେ ବ୍ୟବହୃତ ହୁଏ ।

ଉଦାହରଣ:-

(କ) ସାରଳା ଦାସ ଓଡ଼ିଶାର ବ୍ୟାସଦେବ ଥିଲେ ।

ଏଠାରେ ବ୍ୟାସଦେବ, ସେକ୍‌ସପିଅର ପ୍ରଭୃତି ନାମବାଚକ ବା ସଂଜ୍ଞାବାଚକ ବିଶେଷ୍ୟ ହୋଇଥିଲେ ମଧ୍ୟ ସେମାନଙ୍କୁ ଜାତିବାଚକ ବିଶେଷ୍ୟ ଭାବରେ ବିଚାର କରାଯାଏ । ଲକ୍ଷ୍ୟ କରିବାର କଥା, ଯାହା ସହିତ ତୁଳନା କରାଯାଏ, ସେଗୁଡ଼ିକ ଜାତିବାଚକ ବିଶେଷ୍ୟ ହେଉଥିବାବେଳେ ଯେଉଁସବୁ ବିଶେଷ୍ୟ ତୁଳିତ ହୁଅନ୍ତି ସେମାନେ ନାମବାଚକ ସଂଜ୍ଞାବାଚକ ବିଶେଷ୍ୟ ରୂପେ ଚିହ୍ନିତ ହୁଅନ୍ତି ।


୩. ବସ୍ତୁବାଚକ ବିଶେଷ୍ୟ :-


ଯେଉଁ ବିଶେଷ୍ୟ ପଦ କୌଣସି ବସ୍ତୁର ନାମକୁ ବୁଝାଏ ତାହାକୁ ବସ୍ତୁବାଚକ ବିଶେଷ୍ୟ କହନ୍ତି |

ଉଦାହରଣ:-

(କ) ଜଙ୍ଗଲ ଧ୍ୱଂସ ହେବାରୁ କାଠର ମୂଲ୍ୟ ବଢ଼ିବାରେ ଲାଗିଛି ।

(ଖ) ପାଣିକୁ ପିଇବା ପୂର୍ବରୁ ଫୁଟେଇ ପିଇବା ଉଚିତ୍ ।

ଏଠାରେ, କାଠ, ପାଣି ଆଦି ବସ୍ତୁବାଚକ ବିଶେଷ୍ୟ, ତେବେ କୌଣସି ପଦ ବସ୍ତୁବାଚକ କିମ୍ବା ଜାତିବାଚକ ବିଶେଷ୍ୟ, ଜାଣିବାକୁ ହେଲେ ମନେରଖୁବା ଉଚିତ, ଯେ କୌଣସି ବସ୍ତୁକୁ ଟିକିଟିକି କରିଦେଲେ, ବା ଖଣ୍ଡ ଖଣ୍ଡ କରିଦେଲେ ଯଦି ତାହାର ସେହି ନାମ ରହେ, ତେବେ ତାହା ବସ୍ତୁବାଚକ ବିଶେଷ୍ୟ । ଯଦି ଖଣ୍ଡ ଖଣ୍ଡ ପରେ ସେହି ନାମ ରହେ ନାହିଁ, ତେବେ ତାହା ଜାତି ବାଚକ ବିଶେଷ୍ୟ ।

ଉଦାହରଣ :

ମାଟିକୁ ଟିକିଟିକି କରିଦେଲେ ତାହାର ନାମ ମାଟି ହୋଇ ରହିବ, ମାତ୍ର ମାଟି ହାଣ୍ଡିକୁ ଭାଙ୍ଗିଦେଲେ ଆଉ ତାହା ହାଣ୍ଡି ହୋଇ ରହିବ ନାହିଁ । ସେହି ନ୍ୟାୟରେ ବିଚାର କଲେ ଆମେ ଦେଖ‌ିବା ଯେ, କାଠ, ମାଟି, କାଗଜ ପ୍ରଭୃତି ବସ୍ତୁବାଚକ ବିଶେଷ୍ୟ ହେଲାବେଳେ ଖଟ, ମୁଦି, ହାଣ୍ଡି, ବହି ପ୍ରଭୃତି ଯଥାକ୍ରମେ ଜାତିବାଚକ ବିଶେଷ୍ୟ |


୪. ଗୁଣବାଚକ ବିଶେଷ୍ୟ -


ଯେଉଁ ପଦଗୁଡ଼ିକ କୌଣସି ଗୁଣର, ନାମକୁ ବୁଝାନ୍ତି, ସେଗୁଡ଼ିକୁ ଗୁଣବାଚକ ବିଶେଷ୍ୟ କୁହାଯାଏ ।

 

ଯଥା:-

(କ) ସାଧୁତା ଏକ ଉତ୍ତମ ଗୁଣ ।

(ଖ) ମହାତ୍ମା ଗାନ୍ଧିଙ୍କ ନେତୃତ୍ବରେ ଭାରତ ସ୍ଵାଧୀନ ହେଲା ।


ଉପର ବାକ୍ୟଗୁଡ଼ିକରେ ଥ‌ିବା ପଦ – ସାଧୁତା, ନେତୃତ୍ବ, ଗୁଣବାଚକ ବିଶେଷ୍ୟ । ଏଠାରେ ସାଧୁତା, ନେତୃତ୍ଵ ଗୋଟିଏ ଗୋଟିଏ ଗୁଣର ନାମ ।


୫. କ୍ରିୟାବାଚକ ବିଶେଷ୍ୟ:-

ଯେଉଁ ପଦଗୁଡ଼ିକ କୌଣସି ନିର୍ଦ୍ଦିଷ୍ଟ କ୍ରିୟା ବା କାର୍ଯ୍ୟର ନାମକୁ ବୁଝାଏ ତାହାକୁ କ୍ରିୟା ବାଚକ ବିଶେଷ୍ୟ କହନ୍ତି ।

 ଏଠାରେ ବିଚାର କରିବା କଥା ଯେ, କ୍ରିୟା ସଂପାଦନାକୁ କ୍ରିୟା କୁହାଯାଏ, ତାହା ବିଶେଷ୍ୟ ନୁହେଁ, କିନ୍ତୁ କ୍ରିୟା ବା କାର୍ଯ୍ୟର ନାମ ବୁଝାଇଲେ ତାହାକୁ କ୍ରିୟା ବାଚକ ବିଶେଷ୍ୟ କହନ୍ତି |

ଉଦାହରଣ:-

(କ) ପହଁରିବା ଏକ ଉତ୍ତମ ବ୍ୟାୟାମ( ଏଠାରେ ପହଁରିବା କ୍ରିୟା ବିଶେଷ୍ୟ)

(ଖ) ମାଧବୀ ପହଁରୁଛି (ପହଁରୁଛି ଏଠାରେ କ୍ରିୟାପଦ )

(ଗ) ସଭାସମିତିରେ କହିବା ସହଜ କଥା ନୁହେଁ । (କହିବା ଏଠାରେ କ୍ରିୟା ବିଶେଷ୍ୟ)

(ଘ) ଗୋବିନ୍ଦ ନାଉରୀଆକୁ ଡଙ୍ଗା ଆଣିବାକୁ କହୁଛି । (କହୁଛି ଏଠାରେ କ୍ରିୟାପଦ)

ଅନ୍ୟ ଅର୍ଥରେ କହିଲେ ଯେଉଁ କ୍ରିୟାରୁ କାଳ, ପୁରୁଷବଚନ ପ୍ରଭୃତିର ଧାରଣା ଜନ୍ମେ ତାହା କ୍ରିୟାପଦ ହେଉଥିବା ବେଳେ ଯେଉଁ କ୍ରିୟାରୁ ଏ ସବୁ ଜଣାପଡ଼େ ନାହିଁ ତାହା କ୍ରିୟାବାଚକ ବିଶେଷ୍ୟ ହୁଏ । ଅତଏବ କହିବା, ଖେଳିବା, ନାଚିବା, ପହଁରିବା, ଦୌଡିବା – କ୍ରିୟା ବିଶେଷ୍ୟ ହୋଇଥିବାବେଳେ ପହଁରୁଛି, ଦୈଡ଼େ, ନାଚେ, ଖେଳେ, ଖେଳୁଛି ଆଦି କ୍ରିୟାପଦ ।

ଏଠାରେ ସ୍ମରଣୀୟ ଯେ: ପଦ ନିର୍ଦ୍ଧାରିତ କରିବା ପାଇଁ ଏହାର ପ୍ରୟୋଗ ବିଚାର କରିବା ଆବଶ୍ୟକ କାରଣ ବାକ୍ୟ ମଧ୍ଯରେ ଶବ୍ଦର ସ୍ଥାନ ଓ ଉଦ୍ଦେଶ୍ୟକୁ ଆଧାର କରି ପଦ ନିଶ୍ଚିତ ହୋଇଥାଏ । ଟିକିଏ ସୂକ୍ଷ୍ମ ଭାବରେ ବିଚାର କଲେ ଆମେ ଦେଖିପାରିବା ଯେ, କେତେକ ପଦ ସାଧାରଣତଃ ବିଶେଷ୍ୟ ପଦ ହୋଇଥିଲେ ହେଁ ସେମାନଙ୍କର ବାକ୍ୟରେ ପ୍ରୟୋଗ ଓ ସ୍ଥାନ ତଥା ଉଦ୍ଦେଶ୍ୟ ଦୃଷ୍ଟିରୁ ସେମାନେ ବିଶେଷଣ ପଦ ରୂପେ ଚିହ୍ନିତ ହୁଅନ୍ତି ।

(କ) ରାମ ପିତୃସତ୍ୟ ପାଳନ କରି ଚଉଦ ବର୍ଷ ବଣକୁ ଯାଇଥିଲେ, (‘ରାମ’– ଏଠାରେ ବିଶେଷ୍ୟ), ଗାନ୍ଧିଜୀ ରାମ ରାଜ୍ୟର ପରିକଳ୍ପନା କରିଥିଲେ । (‘ରାମ’ ଏଠାରେ ବିଶେଷଣ)

(ଖ) ସୁନା ଏକ ମୂଲ୍ୟବାନ ଧାତୁ । (‘ସୁନା’ ଏଠାରେ ବିଶେଷ୍ୟ) ସୁନାପିଲାକୁ ସମସ୍ତେ ଆଦର କରନ୍ତି । (‘ ସୁନା’ ଏଠାରେ ବିଶେଷଣ) ।

ଉଦାହରଣ—

ଏଠାରେ କାଠ, ସୁନା, ରାମ, ପୁରୀ ପ୍ରଭୃତି ବିଶେଷ୍ୟ ହୋଇଥିଲେ ହେଁ ବିଶେଷଣ ରୂପେ ବ୍ୟବହୃତ ହୋଇଛନ୍ତି । ପଦ୍ୟଗୁଡ଼ିକର ବାକ୍ୟରେ ସ୍ଥିତି, ପ୍ରୟୋଗ ଦୃଷ୍ଟିରୁ ସେମାନଙ୍କର ପଦ ଭୂଖଣ୍ଡ ଭାବରେ ନିର୍ଦ୍ଧାରିତ ହୁଏ ।


ଅନୁଶୀଳନୀ – ୧

e. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

କ. ଶବ୍ଦ କେତେବେଳେ ପଦରୂପରେ ଚିହ୍ନିତ ହୁଏ ?

ଉ. ଶବ୍ଦ ବିଭକ୍ତିଯୁକ୍ତ ହୋଇ ବ୍ୟବହୃତ ହେଲେ ପଦ ରୂପେ ଚିହ୍ନିତ ହୁଏ ।


ଖ. ବିଶେଷ୍ୟ ପଦ କାହାକୁ କହନ୍ତି ?

ଉ. ବାକ୍ୟରେ ଥ‌ିବା ନାମ, ଜାତି, ବ୍ୟକ୍ତି, ବସ୍ତୁ, ଗୁଣ, ଅବସ୍ଥା ଓ କ୍ରିୟା ଇତ୍ୟାଦିକୁ ଚିହ୍ନିତ କରୁଥିବା ପଦ ବିଶେଷ୍ୟ ପଦ ।


ଗ.ବିଶେଷ୍ୟ ପଦ କେତେ ପ୍ରକାର ?

ଊ. ବିଶେଷ୍ୟ ପଦ ପାଞ୍ଚ ପ୍ରକାରର ।


ଘ. କ୍ରିୟା ବାଚକ ବିଶେଷ୍ୟ କାହାକୁ କୁହାଯାଏ ?

ଉ. ଯେଉଁ ବିଶେଷ୍ୟ ପଦ କ୍ରିୟା ବା କାର୍ଯ୍ୟର ନାମକୁ ବୁଝାଏ, ତାହାକୁ କ୍ରିୟାବାଚକ ବିଶେଷ୍ୟ କୁହାଯାଏ ।


ଡ. ଜାତିବାଚକ ବିଶେଷ୍ୟ କାହାକୁ କହନ୍ତି ?

. ଯେଉଁ ପଦ କୌଣସି ନିର୍ଦ୍ଦିଷ୍ଟ ଜାତିକୁ ବୁଝାଏ, ତାହାକୁ ଜାତି ବାଚକ ବିଶେଷ୍ୟ କୁହାଯାଏ । 


ଚ.ଗୁଣ ବାଚକ ବିଶେଷ୍ୟ କ’ଣ ?

ଉ. ଯେଉଁ ପଦ କୌଣସି ଗୁଣ ବା ଅବସ୍ଥାକୁ ବୁଝାଏ, ତାହାକୁ ଗୁଣ ଅବସ୍ଥା ବାଚକ । 


9.ନିମ୍ନଲିଖୂତ ଶବ୍ଦ ପୁଞ୍ଜ ମଧ୍ୟରୁ ବିଶେଷ୍ୟ ପଦଗୁଡ଼ିକ ଚିହ୍ନାଅ ।

କ.ରାମ, ହିମାଳୟ, ସେମାନେ, ଭଲ । 

ଊ. ରାମ, ହିମାଳୟ (ବିଶେଷ୍ୟ) ।


ଖ.ମଧୁର, ସୌନ୍ଦର୍ଯ୍ୟ, କୃଷ୍ଣ, ପରା, କିନ୍ତୁ । 

ଉ. ମଧୁର, କୃଷ୍ଣ ସୌନ୍ଦର୍ଯ୍ୟ (ବିଶେଷ୍ୟ)


ଗ.କୁକୁର, ସୁନା, କଲମ, ତାଙ୍କୁ, ଦୁଷ୍ଟ । 

ଉ. କୁକୁର, ସୁନା, କଲମ (ବିଶେଷ୍ୟ) ।


ଘ.ଓଡ଼ିଶା, ଇଟା, କେଉଁଠି, କାହିଁକି, ଯାହା ।

 ଉ. ଓଡ଼ିଶା, ଇଟା ( ବିଶେଷ୍ୟ)


ଡ.ନାଚୁଛି, ଦୌଡୁଛି, ଆପଣ, ଶୁଣିଲେ, ଚାଉଳ । 

ଉ. ନାଚୁଛି, ଦୌଡୁଛି, ଚାଉଳ (ବିଶେଷ୍ୟ)


ଚ.ଶକ୍ତିମାନ, ପାଉଁଶିଆ ମେଘାସନ, ସୂର୍ଯ୍ୟ, ଆସ୍ଥା ।

ଉ. ମେଘାସନ, ସୂର୍ଯ୍ୟ (ବିଶେଷ୍ୟ) ।


୩.ରେଖାଙ୍କିତ ପଦଗୁଡ଼ିକୁ କି ପ୍ରକାର ବିଶେଷ୍ୟ ଚିହ୍ନାଅ । 

କ.ସାରଳା ଦାସ ଓଡ଼ିଆ ଭାଷାରେ ମହାଭାରତ କରିଥିଲେ ।

ଉ. ସାରଳା – (ନାମ ବାଚକ ବିଶେଷ୍ୟ)

ମହାଭାରତ – (ନାମ ବାଚକ ବିଶେଷ୍ୟ)


ଖ.ସାହସ ର ସହିତ ଅନ୍ୟାୟର ବିରୋଧ କର ।

 ଉ. ସାହସ (ଗୁଣ ବା ଅବସ୍ଥା ବାଚକ ବିଶେଷ୍ୟ) 


ଗ.ଉତ୍କଳମଣି ଗୋପବନ୍ଧୁ ଓଡ଼ିଶାର ଗାନ୍ଧି ଥିଲେ । 

ଉ. ଉତ୍କଳମଣି ଗୋପବନ୍ଧୁ (ନାମ ବାଚକ ବିଶେଷ୍ୟ) 

ଓଡିଶାର – ( ନାମ ବାଚକ ବିଶେଷ୍ୟ)


ଘ. ଟେବୁଲ ଉପରେ କଲମ ଅଛି ।

ଉ. ଟେବୁଲ (ବସ୍ତୁ ବାଚକ ବିଶେଷ୍ୟ )

କଲମ – (ବସ୍ତୁ ବାଚକ ବିଶେଷ୍ୟ)


ଡ.ଲୋଭ ମନୁଷ୍ୟ ର ପରମ ଶତ୍ରୁ ।

 ଉ. ଲୋଭ – (ଗୁଣ ବାଚକ ବିଶେଷ୍ୟ)

ମନୁଷ୍ୟ – (ଜାତି ବାଚକ ବିଶେଷ୍ୟ) 


ଚ.ବାଲ୍ୟକାଳ ଧର୍ମଧନ ସଞ୍ଚିବା ଉଚିତ୍ । 

ଉ, ବାଲ୍ୟକାଳୁ (ଅବସ୍ଥା ବାଚକ ବିଶେଷ୍ୟ) 


ଛ. ପହଁରିବା ଗୋଟିଏ ଭଲ ବ୍ୟାୟାମ I 

ଊ. ପହଁରିବା - (କ୍ରିୟା ବାଚକ ବିଶେଷ୍ୟ)


ଜ.ହିମାଳୟ ବିଶ୍ଵର ଉଚ୍ଚତମ ପର୍ବତ

ଉ. ହିମାଳୟ– ( ନାମ ବାଚକ ବିଶେଷ୍ୟ)

ପର୍ବତ – ( ଜାତି ବାଚକ ବିଶେଷ୍ୟ)


ଝ. ପକ୍ଷୀ ଆକାଶରେ ଉଡ଼ନ୍ତି ।

ଉ. ପକ୍ଷୀ – (ଜାତି ବାଚକ ବିଶେଷ୍ୟ)


ଞ.ଦେବାଠାରୁ ପୁଣ୍ୟ ନାହିଁ ।

ଉ. ଦେବା (କ୍ରିୟା ବାଚକ ବିଶେଷ୍ୟ) ।


ପ୍ରତ୍ୟେକ ଧାଡ଼ିରେ କେତେଗୁଡ଼ିଏ ବିଶେଷ୍ୟ ପଦ ଦିଆଯାଇଛି ସେଗୁଡ଼ିକ ମଧ୍ୟରେ ଯେ, ସମଜାତୀୟ ନୁହେଁ ଚିହ୍ନାଇ ଦିଅ ।

କ.ବାଘ, ନଦୀ, ମାଛ, ଗ୍ରାମ, ପାହାଡ଼, କବି, ଫକୀରମୋହନ, ଗଙ୍ଗା ।

ଊ. ଫକୀରମୋହନ, ଗଙ୍ଗା ।


ଖ.କୋଣାର୍କ, ଭାରତ, ବିଷ୍ଣୁ, ବନ୍ଦ୍ୟ, ପଥର, ସୁନା, ସୋନପୁର ।

ଉ. ପଥର, ସୁନା ।


ଗ.ମହୁ, ଚାଉଳ, ଚିନି, ଝୁଣା, କାଠ, ଟେବୁଲ ।

ଉ. ଟେବୁଲ ।


ଘ.ଆହାର, ବିଚାର, ହରିଣ, ନାଚିକା,ଉଡ଼ିବା, ବନ୍ଧନ, ଲକ୍ଷ୍ମଣ । 

ଉ. ହରିଣ, ଲକ୍ଷ୍ମଣ ।


.ସାଧୁତା, ନମ୍ରତା, ବାଲ୍ୟ, କ୍ରନ୍ଦନ, ଶାନ୍ତି, କୌଶଳ ବୁଦ୍ଧି ।

ଉ. କୌଶଳ, ବୃଦ୍ଧି ।


୫. ନିମ୍ନୋକ୍ତ ଶବ୍ଦଗୁଡ଼ିକ କେଉଁ ଶ୍ରେଣୀର ବିଶେଷ୍ୟ ଉଲ୍ଲେଖ କର ।

ଉ. ପଥର → ବସ୍ତୁବାଚକ

ବିଶେଷ୍ୟ, ଗୋବିନ୍ଦ, ମହାନଦୀ, ହିମାଳୟ, କଟକ → ନାମବାଚକ ବିଶେଷ୍ୟ

ନମ୍ରତା, ଦୁଃଖ, ସୁଖ, ସାଧୁତା, ବାର୍ଦ୍ଧକ୍ୟ, ଦାରିଦ୍ର୍ୟ, ଦୟା, କ୍ଷମା → ଗୁଣ ବା ଅବସ୍ଥା ବାଚକ ବିଶେଷ୍ୟ

ଗମନ, ଭୋଜନ → କ୍ରିୟାବାଚକ ବିଶେଷ୍ୟ

ସହର, ଦେଶ, ତେଲ → ଜାତିବାଚକ ବିଶେଷ୍ୟ ।


୬. ନିମ୍ନ ପ୍ରଦତ୍ତ ବାକ୍ୟମାନଙ୍କରେ ବିଶେଷ୍ୟ ପଦମାନଙ୍କୁ ଚିହ୍ନାଇ ଦିଅ ।


କ. ରୁପା ଗୋଟିଏ ମୂଲ୍ୟବାନ ଧାତୁ ।

ଉ. ରୁପା ଗୋଟିଏ ବସ୍ତୁବାଚକ ବିଶେଷ୍ୟ ।


ଖ. ଆଜିକାଲି ସୁନାହାର ପିନ୍ଧି ରାସ୍ତାରେ ଯିବା ନିରାପଦ ନୁହେଁ ।

ଉ. ସୁନା – ବସ୍ତୁବାଚକ ବିଶେଷ୍ୟ

ହାର – ଜତିବାଚକ ବିଶେଷ୍ୟ


ଗ. ପାଣି ପିଇବ ଛାଣି, ପଇସା ନେବ ଗଣି ।

ଉ. ପାଣି – ବସ୍ତୁବାଚକ ବିଶେଷ ।


କାଳିଦାସ କବିମାନଙ୍କ ମଧ୍ୟରେ ଶ୍ରେଷ୍ଠ ।

ଉ. କବି - ଜାତିବାଚକ ବିଶେଷ୍ୟ ।


ଙ . ମହାନଦୀ ନଦୀମାନଙ୍କ ମଧ୍ୟରେ ବଡ଼ ନଦୀ ।

ଉ. ମହାନଦୀ – ନାମ ବାଚକ ବିଶେଷ୍ୟ ।

ନଦୀ – ଜାତିବାଚକ ବିଶେଷ୍ୟ ।


ଚ.ମୂର୍ଖ ସମାଜରେ ଆଦର ପାଏ ନାହିଁ । 

ଉ. ମୂର୍ଖ – ଗୁଣ ବାଚକ ବିଶେଷ୍ୟ । 

ସମାଜ– ଜାତି ବାଚକ ବିଶେଷ । 


ଛ.ସୁନା ପିଲାକୁ ସମସ୍ତେ ଆଦର କରନ୍ତି |

ଉ. ପିଲା – ଜାତି ବାଚକ ବିଶେଷ୍ୟ ।



7. ସମ୍ଭାବ୍ୟ ଉତ୍ତର ପୂରଣ କର ।

କ.ବାକ୍ୟ ମଧ୍ଯରେ କେତେଗୁଡ଼ିଏ_____ରହିଥାଏ ।

(ପଦ, ଧ୍ଵନି, ରୂପିମ, ପ୍ରବାଦ)

ଉ. ପଦ


ଖ.ଓଡ଼ିଆରେ ବ୍ୟବହୃତ ବାକ୍ୟରେ କେତେ ପ୍ରକାରର ପଦ ଦେଖିବାକୁ ମିଳେ ।

(ପାଞ୍ଚ, ଛଅ, ସାତ, ଆଠ)

ଉ. ପାଞ୍ଚ ପ୍ରକାରର


ଗ.ନାମବାଚକ ବିଶେଷ୍ୟ ଆଉ କେଉଁ ବିଶେଷ୍ୟ ରୂପେ ପରିଚିତ ।

(ସଂଜ୍ଞାବାଚକ, ପଦପ୍ରକରଣ, ଧ୍ଵନିପ୍ରକରଣ, ରୂପବାଚକ)

ଉ. ସଂଜ୍ଞାବାଚକ ।


ଘ.ବିଶେଷ୍ୟକୁ କେତେ ଭାଗରେ ବିଭକ୍ତ କରାଯାଏ ?

(ତିନି, ଚାରି, ପାଞ୍ଚ, ଛଅ)

ଉ. ପାଞ୍ଚ


ଙ. ଫାଲଗୁନ୍ ମାସରେ ଦୋଳ ଯାତ ହୁଏ । ଏଠାରେ ଫାଲଗୁନ କି ପ୍ରକାର ବିଶେଷ୍ୟ ।

 (ନାମବାଚକ, ଜାତିବାଚକ, ବସ୍ତୁବାଚକ, ଗୁଣବାଚକ)

ଉ. ନାମବାଚକ


ଚ.କୁକୁର ଲାଙ୍ଗୁଡ଼ ସବୁକାଳେ ବଙ୍କା । ରେଖାଙ୍କିତ ପଦ କେଉଁ ବିଶେଷ୍ୟ ?

 (ନାମବାଚକ, ଜାତିବାଚକ, କ୍ରିୟାବାଚଳ, ବସ୍ତୁବାଚକ)

ଉ. ଜାତିବାଚକ ବିଶେଷ୍ୟ |


ଛ. ଯେଉଁ ପଦ କୌଣସି ବସ୍ତୁର ନାମକୁ ବୁଝାଇଲେ ତାହାକୁ କେଉଁ ବିଶେଷ୍ୟ କୁହାଯାଏ ?

( ଅବସ୍ଥାବାଚକ, ବସ୍ତୁବାଚକ, ଜାତିବାଚକ, )

ଉ. ବସ୍ତୁବାଚକ ବିଶେଷ୍ୟ |


ଜ.ସେ ଜଣେ ଦୟାଳୁ ବ୍ୟକ୍ତି । ଗୋଟିଏ ବ୍ୟକ୍ତିର ଗୁଣକୁ ବୁଝାଇ ଯାଉଥିବାରୁ ସେହି ପଦଟି କି ପଦ ? 

(ବିଶେଷ୍ୟ, ବିଶେଷଣ, ସର୍ବନାମ, କ୍ରିୟା)

ଉ. ବିଶେଷ୍ୟ ପଦ (ଗୁଣ ଅବସ୍ଥା)


ଝ. ବସିବା ଠାରୁ ଉଠି ଆସ ।

ରେଖାଙ୍କିତ ପଦ କି ପ୍ରକରର ବିଶେଷ୍ୟ |

(ଜାତିବାଚକ, ନାମବାଚକ, କ୍ରିୟାବାଚକ, ବସ୍ତୁବାଚକ)

ଉ. କ୍ରିୟାବାଚକ ବିଶେଷ୍ୟ ।


ଞ୍ଜ.ଯେଉଁ ପଦ କ୍ରିୟା ବା କାର୍ଯ୍ୟର ନାମକୁ ବୁଝାଉଥିଲେ ତାହାକୁ କ’ଣ କୁହାଯାଏ ?

(ଅବସ୍ଥାବାଚକ, ବସ୍ତୁବାଚକ, ଜାତିବାଚକ, କ୍ରିୟାବାଚକ)

ଉ. କ୍ରିୟାବାଚକ ବିଶେଷ୍ୟ କୁହାଯାଏ ।




୨. ବିଶେଷଣ


ଯେଉଁ ପଦ ଅନ୍ୟ ପଦର ଗୁଣ, ଅବସ୍ଥା, ସଂଖ୍ୟା, ପରିମାଣ ବା ନିର୍ଦ୍ଦିଷ୍ଟତାକୁ ପ୍ରକାଶ କରେ ତାହାକୁ ବିଶେଷଣ କୁହାଯାଏ ।


ଉ. ଉଦାହରଣ :-

୧. ଜ୍ଞାନୀ ଲୋକ ସବୁଆଡ଼େ ଆଦର ପାଏ ।

୨. ସୁନ୍ଦର ଫୁଲ ସମସ୍ତଙ୍କ ମନକୁ ମୋହି ନିଏ ।

୩. ବାଲ୍ମିକୀ ମହର୍ଷି ସାତଖଣ୍ଡ ରାମାୟଣରେ ଲେଖକ ଥିଲେ ।

୪. ଅଳ୍ପ ଜିନିଷରେ ଚଳିବାକୁ ମହାତ୍ମାଗାନ୍ଧି ଲୋକଙ୍କୁ ପରାମର୍ଶ ଦେଇଥିଲେ।

୫. ଗୋବିନ୍ଦ, ତାଙ୍କ ଘରୁ ଦଶଟଙ୍କା ଆଣିଛି ।

୬. ପୁସ୍ତକଟିର ଦଶମ ଗଳ୍ପଟି ମୋତେ ଭଲ ଲାଗିଲା 


ଉପର ବାକ୍ୟଗୁଡ଼ିକରେ ଜ୍ଞାନୀ, ସୁନ୍ଦର, ସାତଖଣ୍ଡ ଅଳ୍ପ, ଦଶଟଙ୍କା ଦଶମ ଆଦି ବିଶେଷଣ । ବିଶେଷଣକୁ ନିମ୍ନରୂପେ ବିଭକ୍ତ କରାଯାଇପାରେ ।

(କ) ଗୁଣବାଚକ ବିଶେଷଣ:-

ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦରୁ ଗୁଣକୁ ପ୍ରକଶ କରେ ତାହାକୁ ଗୁଣ ବାଚକ ବିଶେଷଣ କୁହନ୍ତି |

ଉଦାହରଣ:-

ସୁଶୀଳ ଛାତ୍ର, ଜଟିଳ ଅଙ୍କ, ଗହୀର ହୃଦ, ଉନ୍ନତ ଦେଶ, ପ୍ରଚଣ୍ଡ ଶକ୍ତି, ଜ୍ଞାନୀ ବ୍ୟକ୍ତି, ନିର୍ମଳ ବାୟୁ । 


(ଖ) ଅବସ୍ଥାବାଚକ ବିଶେଷଣ:-

ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ଅବସ୍ଥାକୁ ବୁଝାଏ ତହାକୁ ଅବସ୍ଥାବାଚକ ବିଶେଷଣ କହନ୍ତି ।


ଉଦାହରଣ :-

ଛିଣ୍ଡା ସପ, ବୁଦ୍ଧ ବ୍ୟକ୍ତି, ଦଦରାନାବ, ଦରିଦ୍ର ଲୋକ, ଦୁର୍ବଳଶରୀର


(ଗ) ସଂଖ୍ୟାବାଚକ ବିଶେଷଣ:-

ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ସଂଖ୍ୟାର ସୂଚନା ଦିଏ ତାହାକୁ ସଂଖ୍ୟାବାଚକ ବିଶେଷଣ କହନ୍ତି ।

 ଉଦାହରଣ :- ପଚିଶ ଟଙ୍କା, ପାଞ୍ଚ କିଲୋ, ସାତ ସମୁଦ୍ର, ତିନିଶହ ଗଛ, ହଜାରେ ଲୋକ, ତିନି ଲିଟର ।


 (ଘ) ପରିମାଣବାଚକ ବିଶେଷଣ :-

ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ପରିମାଣକୁ ବୁଝାଏ, ତାହାକୁ ପରିମାଣବାଚକ ବିଶେଷଣ କୁହାଯାଏ ।

ଉଦାହରଣ:-

ବସ୍ତାଏ ଚିନି, ଭରଣେ ଧାନ, ଏକ କିଲୋ ଚାଉଳ, ଏକ ଲିଟର କ୍ଷୀର, ଟକିଏ ଲୁଣ, ପ୍ରଚୁର ଧନ, ବହୁତ ଲାଭ, ସାମାନ୍ୟ କଥା ।


(ଙ) ନିର୍ଦ୍ଦିଷ୍ଟତାବାଚକ ବିଶେଷଣ:-

ଯେଉଁ ବିଶେଷଣ ବିଶେଷ୍ୟ ପଦର ନିର୍ଦ୍ଦିଷ୍ଟତାକୁ ପ୍ରକାଶ କରେ ତାହାକୁ ନିର୍ଦ୍ଦିଷ୍ଟତା ବାଚକ ବିଶେଷଣ କହନ୍ତି । ଏହାକୁ ଦୁଇଭାଗରେ ବିଭକ୍ତ କରାଯାଇଥାଏ ।

(କ) ପୂରଣବାଚକ ବିଶେଷଣ

(ଖ) ସଂଖ୍ୟାବାଚକ ବିଶେଷଣ

ପୂରଣବାଚକ ବିଶେଷଣ ସଂଖ୍ୟାରୁ ହୋଇ ବିଶେଷ୍ୟର ନିର୍ଦ୍ଦିଷ୍ଟତାକୁ ପ୍ରକାଶ କରେ– ଯେପରି ତୃତୀୟ ପୁତ୍ର, ପଞ୍ଚମଧାଡ଼ି ।

ତେବେ ସଂଖ୍ୟାବାଚକ ବିଶେଷଣ ଓ ପୂରଣ ବାଚକ ବିଶେଷଣ ନିର୍ଦ୍ଦିଷ୍ଟତା ଦୃଷ୍ଟିରୁ ସାମନ ଅର୍ଥ ପ୍ରକାଶ କରୁଥିଲେହେଁ ରୂପ ଦୃଷ୍ଟିରୁ ଭିନ୍ନ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Top Post Ad