Type Here to Get Search Results !

+2 1st Year MIL Odia Mitrata Question Answer | Sahitya Jyoti Solutions

Get complete CHSE Odisha +2 1st Year MIL Odia Sahitya Jyoti 'Mitrata' (ମିତ୍ରତା) chapter question answers, short notes, long questions, and MCQ solutions for board exam preparation. +2 1st year mil odia mitrata question answer, sahitya jyoti mitrata solutions, chse odisha class 11 odia mitrata notes, mitrata question answer plus two first year, odia sahitya jyoti part 1 mitrata long short questions.

+2 1st Year MIL Odia Mitrata Question Answer | Sahitya Jyoti Solutions


Plus Two First Year MIL Odia Mitrata MCQ Question Answer

୧.ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ପ୍ରଶ୍ନର ମୂଲ୍ୟ ୧ ନମ୍ବର । ସମ୍ଭାବ୍ୟ ଉତ୍ତରମାନଙ୍କ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ‘ବିଭାବସୁ ବଂଶେ ଜାତ ଆମ୍ଭର' – ବିଭାବସୁ ଶବ୍ଦର ଅର୍ଥ କ’ଣ ?

( ସୂର୍ଯ୍ୟ, ଚନ୍ଦ୍ର, ସୋମ, ନାଗ)

ଉ : ସୂର୍ଯ୍ୟ


(ଖ) ସୁଗ୍ରୀବ କେଉଁ ଦେଶର ରାଜା ଥିଲେ ? 

(ଅଯୋଧ୍ୟା, କିଷ୍କିନ୍ଧ୍ୟା, ହସ୍ତିନା, ଲଙ୍କା)

ଉ : କିସ୍କିନ୍ଧ୍ଯା


(ଗ) ରାମ ଓ ସୁଗ୍ରୀବ କ’ଣ ଖାଇ ବଞ୍ଚୁଥୁଲେ ?

(ଫଳମୂଳ, ଭାତଡାଲି, ରୁଟି-ତରକାରି, ପାଣିପାଣି)

ଉ : ଫଳମୂଳ


(ଘ) ‘ବାଧା ମାତା ଭ୍ରାତାରେ ଉପୁଜିଛି– ଭ୍ରାତା କହିଲେ କାହାକୁ ବୁଝାଏ ? 

( ଲକ୍ଷ୍ମଣ, ବାଳି, ହନୁମାନ, ଭରତ)

ଉ : ବାଳୀ


(ଙ) ରାମ ଓ ସୁଗ୍ରୀବଙ୍କର କାହାକୁ ସାଧ୍ଵବା ପାଇଁ ଇଚ୍ଛା ?

(ପାପ, ବୈରୀ, ପୁଣ୍ୟ, ଧର୍ମ)

ଉ : ବୈରୀ


(ଚ) ସୁଗ୍ରୀବ ବାଳି ଡରରେ କେଉଁଠି ଲୁଚିଥିଲେ ?

(ବନ, ଗୃହ, ଗିରି, ପ୍ରାସାଦ)

ଉ : ବନ


(ଛ) ସିଂହ ହାତୀକୁ ମାରିଲେ ମଧ୍ୟ କାହାକୁ ଡରେ ?

(ବ୍ୟାଘ୍ର, କୁକୁର, ଶରଭ, ଶୁକର)

ଉ : ଶରଭ


(ଜ) କିଏ ଜନ୍ମ ହେବାମାତ୍ରେ ବାଳସୂର୍ଯ୍ୟଙ୍କୁ ଡେଇଁ ଧରିଥିଲା ? 

(ହନୁମାନ, ବାଳି, ଅଙ୍ଗଦ, ସୁଗ୍ରୀବ)

ଉ : ହନୁମାନ


(ଝ) ରାମ ଓ ସୁଗ୍ରୀବ କାହାକୁ ସାକ୍ଷୀ ରଖୁ ମିତ୍ର ହେଲେ ?

(ଲକ୍ଷ୍ମଣ, ହନୁମାନ, ବହ୍ନି, ପର୍ବତ)

ଉ : ବହ୍ନି


(ଞ) ଦୁନ୍ଦୁଭି ଅସ୍ଥିକୁ ରାମଚନ୍ଦ୍ର କିପରି ଫିଙ୍ଗିଦେଲେ ?

(ହାତରେ, ବାମପାଦର ବୃଦ୍ଧା ଆଙ୍ଗୁଳିରେ, ଶରରେ, ଧନୁହୁଳରେ)

 ଉ : ବାମପାଦର ବୃଦ୍ଧି ଆଙ୍ଗୁଳିରେ


(ଟ) ବ୍ରଜଠାରୁ କାହାର ଆଣ୍ଟ ଅଧ‌ିକ ।

(ସପ୍ତଶାଳା, ଲକ୍ଷ୍ମଣର ଶର, ରାମଙ୍କ ବାଣ, ବାଳିର ଶକ୍ତି)

ଉ : ସପ୍ତଶାଳା


(୦) ବିରାଧାରୀ କିଏ ? 

(ରାମ, ଲକ୍ଷ୍ମଣ, ସୁଗ୍ରୀବ, ବାଳି)

ଉ : ରାମ


(‍) କବିତାଟି_____କାବ୍ୟର ଅଂଶବିଶେଷ ?

(କୋଟିବ୍ରହ୍ମାଣ୍ଡସୁନ୍ଦରୀ, ଲାବଣ୍ୟବତୀ, ବୈଦେହୀଶ ବିଳାସ, ପ୍ରେମ ସୁଧାନିଧ୍)

ଉ : ବୈଦେହୀଶ ବିଳାସ


(ଢ) ମିତ୍ରତା କବିତାଟି ବୈଦେହୀଶ ବିଳାସର____ଛାନ୍ଦରୁ ଉଦ୍ଧୃତ ।

(ଅଷ୍ଟତ୍ରିଂଶ, ଅଷ୍ଟତ୍ରୟୋଦଶ, ଅଷ୍ଟବିଂଶ, ଅଷ୍ଟାଦଶ)

ଉ : ଅଷ୍ଟବିଂଶ


(ଣ) କାବ୍ଯରେ_______ର ମିତ୍ରତା ବର୍ଣନା କରାଯାଇଛି ?

(ରାମଲକ୍ଷ୍ମୀ, ରାମହନୁମାନ, ରାମସୁଗ୍ରୀବ, ରାମବାଳି)

ଉ : ରାମସୁଗ୍ରୀବ


(ତ) ରାମଙ୍କ ଜନ୍ମ_____ବଂଶରେ ?

(ଭରଦ୍ଵାଜ, ନାଗସ୍ୟ, ସୂର୍ଯ୍ୟ, ଆଦିସ୍ୟ)

ଉ : ସୂର୍ଯ୍ୟ


(ଥ ) ସୁଗ୍ରୀବ_____ଙ୍କ ପୁତ୍ର ?

(ପବନ, ଇନ୍ଦ୍ର, ବରୁଣ, ସୂର୍ଯ୍ୟ)

ଉ : ସୂର୍ଯ୍ୟ


(ଦ)_____ଅଯୋଧ୍ୟା ଓ କିଷ୍କିନ୍ଧ୍ୟାର ରାଜା ହେବା କଥା ?

(ରାମ ଓ ଲକ୍ଷ୍ମଣ, ରାମ ଓ ବାଳି, ରାମ ଓ ଭରତ, ରାମ ଓ ସୁଗ୍ରୀବ)

ଉ : ରାମ ଓ ସୁଗ୍ରୀବ


(ଧ) ରାମ କେବଳ_____ଙ୍କ ପାଇଁ ଓ ସୁଗ୍ରୀବ ଙ୍କ ଆଶ୍ଵାସନାରେ ନିଜ ନିଜ ଦୁଃଖ ଲାଘବ କରୁଛନ୍ତି ?

(ହନୁମାନ ଓ ଜାମ୍ବବାନ, ବାଳୀ ଓ ସୁଗ୍ରୀବ, ଲକ୍ଷ୍ମୀ ଓ ମନ୍ତ୍ରୀ, ରାକ୍ଷସ ଓ ସିଂହ)

ଉ : ଲକ୍ଷ୍ମଣ ଓ ମନ୍ତ୍ରୀ


(ନ) ରାମ____ଙ୍କ ପାଇଁ ବନବାସ କରୁଛନ୍ତି ?

(ମାତା, ବିମାତା, ପିତା, ଭାଇ)

ଉ : ବିମାତା


(ପ) ସୁଗ୍ରୀବ— ଙ୍କ ଯୋଗୁଁ ବନବାସ କରୁଛନ୍ତି ?

( ସାନଭାଇ, ବଡ଼ଭାଇ, ମଝିଆଭାଇ, ସାଙ୍ଗ)

ଉ : ବଡ଼ଭାଇ


(ଫ) ରାମ ନିର୍ଭୟରେ_____ଭ୍ରମଣ କରିପାରୁଥିଲେ ?

(ଆକାଶ, ପାତାଳ, ହିମାଳୟ, ପୃଥ‌ିବୀ)

ଉ : ପୃଥ‌ିବୀ


(ବ) ସୁଗ୍ରୀବ____ଡରରେ ବନରେ ଲୁଚିକରି ରହିଛି ?

(ହନୁମାନ, ଲକ୍ଷ୍ମୀ, ଜାମ୍ବବାନ, ବାଳି)

ଉ : ବାଳୀ


() କବି ଏଠାରେ ସୁଗ୍ରୀବଙ୍କୁ ବଳିୟାନ____ସହ ତୁଳନା କରିଛନ୍ତି ।

 (ଜାତୀ, ବାଘ, ସିଂହ, ମୃଗ)

ଉ : ସିଂହ


(ମ) ସିଂହ ଠାରୁ ଅଧିକ ଶକ୍ତିଶାଳୀ______

(ଶୁକ୍‌ର, ବ୍ଯାଘ, କୁକୁର, ଶରଭ)

ଉ : ଶରଭ


() କବି ଏଠାରେ_____କୁ ବଳିୟାନ ସିଂହ ସହ ତୁଳନା କରିଛନ୍ତି ।

(ବାଳୀ, ସୁଗ୍ରୀବ, ହନୁମାନ, ଲକ୍ଷ୍ମୀ) 

ଉ : ସୁଗ୍ରୀବ


() ବାଳିକୁ ଅଧକ ଶକ୍ତିଶାଳୀ ____ସହ କବି ତୁଳନା କରିଛନ୍ତି ?

(ଶୁକର, ଶରଭ, କୁକୁର, ମାଙ୍କଡ଼) 

ଉ : ଶରଭ


(ଳ) ରାମ ଅନାୟସରେ____ଶର ମାରି ବାଳିବଧ କରିଦେବେ ?

(ଦୁଇଟି, ତିନୋଟି, ଗୋଟିଏ, ପାଞ୍ଚୋଟି)

ଉ : ଗୋଟିଏ


() ସୁଗ୍ରୀବ____ଲୋକରେ ଥିଲେ ମଧ୍ୟ ସୀତାଙ୍କୁ ଖୋଜି ଆଣିବାର ପ୍ରତିଶ୍ରୁତି ଦେଲେ ?

(ପାତାଳ, ସ୍ଵର୍ଗ, ମର୍ତ୍ତ୍ୟ, ବ୍ରହ୍ମ)

ଉ : ବ୍ରହ୍ମ


(ଶ) ଜନ୍ମ ସମୟରେ_____ଙ୍କୁ ଖାଇବା ପାଇଁ ଡେଇଁ ପଡ଼ିଥିଲେ ।

(ଆମ୍ବ, ପଣସ, ଫଳ, ସୂର୍ଯ୍ୟ)

ଉ : ସୂର୍ଯ୍ୟ


(ଷ) ସୁଗ୍ରୀବଙ୍କ ଅନୁରୋଧ ରକ୍ଷାକରି ରାମ .____ ଥର ପରୀକ୍ଷା ଦେଲେ ?

(ପାଞ୍ଚଥର, ଦୁଇଥର, ତିନିଥର, ଚାରିଥର)

ଉ : ଦୁଇଥର


(ସ) ବାଳୀ ଦୁର୍ଦାନ୍ତ_____ଅସୁରକୁ ମାରିଥିଲା ?

(ଶକଟାସୁର, ବକାସୁର, ପ୍ରଳମ୍ବାସୁର, ଦୁନ୍ଦୁଭି)

ଉ : ଦୁନ୍ଦୁଭି


(ହ) ରାମ ବାମପାଦ ବୁଢ଼ା ଆଙ୍ଗୁଠିରେ ଅସ୍ଥିକୁ — ପିଙ୍ଗିଦେଲେ ?

(ପାହାଡ଼କୁ, ସମୁଦ୍ରକୁ, ଦୂରକୁ, ଆକାଶକୁ)

ଉ : ଆକାଶକୁ


(କ୍ଷ) ବଜ୍ରାଘାତରେ____ପର୍ବତ ଉଡ଼ି ଦୂରରେ ପଡ଼ିଲା ।

(ଗନ୍ଧମାର୍ଦ୍ଦନ, ହିମାଳୟ, କପିଳାସ, ମୈନାକ)

ଉ : ମୈନାକ


() ________ର ଉଭୟ ପାର୍ଶ୍ବରେ ସମାନଭାର ରହିଥାଏ ।

(ନିକିତି, ତୁଳାଦଣ୍ଡ, ତରାଜୁ, ଦଣ୍ଡୀ)

ଉ : ତୁଳାଦଣ୍ଡ


() ସାତୋଟି ବାଙ୍କ ଉପରେ _____ଟି ଶାଳଗଛ ଅଛି ।

(ପାଞ୍ଚୋଟି, ଛଅଟି, ସାତୋଟି, ଆଠୋଟି)

ଉ : ସାତୋଟି


(କ୧) ସାତୋଟି ଶାଳଗଛ______ହୋଇ ଏକ ଦିଗରେ ରହିଥିଲା ?

( ବଙ୍କାହୋଇ, ସିଧାହୋଇ, ଅଧାଭାଙ୍ଗି, ତଳେଶୋଇ)

ଉ : ସିଧାହୋଇ


+2 1st Year MIL Odia Mitrata 1 Mark Question Answer

9.ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର |


 (କ) ମିତ୍ରତା କବିତାର କିବି କିଏ ?

ଉ : କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ହେଉଛନ୍ତି ମିତ୍ରତା କବିତାର କବି ।


(ଖ) ଉପେନ୍ଦ୍ରଭଞ୍ଜଙ୍କ ଜନ୍ମସ୍ଥାନ କେଉଁଠି ?

ଉ : ଉପେନ୍ଦ୍ରଭଞ୍ଜ ଆନୁମାନିକ ୧୬୭୦ ଖ୍ରୀଷ୍ଟାବ୍ଦରେ ଗଞ୍ଜାମଜିଲ୍ଲାର ଘୁମୁସର ଠାରେ ଜନ୍ମଗ୍ରହଣ କରିଥିଲେ ।


 (ଗ) ଉପେନ୍ଦ୍ରଭଞ୍ଜଙ୍କ ଚାରିଗୋଟି କାବ୍ୟର ନାମ ଲେଖ ।

ଉ : କୋଟିବ୍ରହ୍ମାଣ୍ଡ ସୁନ୍ଦରୀ, ସୁଭଦ୍ରା ପରିଣୟ, କଳା କଉତୁକ, ଅବନାରସ ତରଙ୍ଗ ଇତ୍ୟାଦି ।


(ଘ) ‘ରାମ ସୁଗ୍ରୀବଙ୍କ ମିତ୍ରତା’ କେଉଁ କାବ୍ୟରୁ ଉଦ୍ଧୃତ ?

ଉ. ବୈଦେହୀଶ ବିଳାସ ।


(ଙ) ରାମସୁଗ୍ରୀବଙ୍କ ମିତ୍ରତାଟି ବୈଦେହୀଶ ବିଳାସ କାବ୍ୟର କେଉଁ ଛାନ୍ଦରୁ ଉଦ୍ଧୃତ ?

ଉ : ରାମ ସୁଗ୍ରୀବଙ୍କ ମିତ୍ରତାଟି ‘ବୈଦେହୀଶ ବିଳାସ’ କାବ୍ୟର ଅଷ୍ଟାବିଂଶ ଛାନ୍ଦରୁ ଉଦ୍ଧୃତ ।


(ଚ) କେଉଁ ବେନିଜନଙ୍କର ଏକ ଦଶା ପଡ଼ିଥିଲା ?

ଉ : ରାମ, ସୁଗ୍ରୀବ ଏହି ବେନିଜନଙ୍କର ଦଶା ପଡ଼ିଥିଲା |


(ଛ) ସୂର୍ଯ୍ୟଙ୍କର ପୁତ୍ର କିଏ ?

ଉ : ସୁଗ୍ରୀବ ସୂର୍ଯ୍ୟଙ୍କର ପୁତ୍ର ।


(ଜ) ‘ପର ଧରଷଣେ’ ଶବ୍ଦର ଅର୍ଥ କ’ଣ ?

ଉ : ‘ପର ଧରଷଣେ’ ଅର୍ଥ ଶତ୍ରୁଦ୍ଵାରା କଷ୍ଟଦେବା ।


(ଝ) କାହାର ପ୍ରବୋଧନାରେ ବୋଧ ହୋଇ ରାମ ଓ ସୁଗ୍ରୀବ ଜୀବନ ଧରିଥିଲେ ?

ଉ : ଅନୁଜ ଲକ୍ଷ୍ମଣ ଓ ମନ୍ତ୍ରୀଙ୍କ ପ୍ରବୋଧନାରେ ବୋଧ ହୋଇ ରାମ ଓ ସୁଗ୍ରୀବ ଜୀବନ ଧରିଥିଲେ ।


(ଞ) କାହାପାଇଁ ରାମଚନ୍ଦ୍ରଙ୍କର ବନବାସ ବାଧା ଉପୁଜିଛି ?

ଉ : ବିମାତା କୈକେୟୀଙ୍କ ପାଇଁ ରାମଚନ୍ଦ୍ରଙ୍କର ବାଧା ଉପୁଜିଛି ।


(ଟ) କାହାପାଇଁ ସୁଗ୍ରୀବଙ୍କ ଜୀବନରେ ବାଧା ଉପୁଜିଥିଲା ।

ଉ : ବଡ଼ଭାଇ ବାଳିଙ୍କ ଯୋଗୁ ସୁଗ୍ରୀବଙ୍କ ଜୀବନରେ ବାଧା ଉପୁଜିଥିଲା ।


 (୦) ରାମଚନ୍ଦ୍ର ଓ ସୁଗ୍ରୀବଙ୍କର କାହାକୁ ବିନାଶ କରିବାକୁ ଇଚ୍ଛା ଅଛି ?

ଉ : ରାବଣକୁ ରାମଚନ୍ଦ୍ର ଓ ବାଳିକୁ ସୁଗ୍ରୀବ ବିନାଶ କରିବାକୁ ଇଚ୍ଛା ଅଛି ।


 (‍) ରାମ ଓ ସୁଗ୍ରୀବ କାହିଁକି ମିତ୍ର ହେଲେ ?

ଉ : ଦୁହିଁଙ୍କର ଉଦ୍ଦେଶ୍ୟ ଏକ। ଶତ୍ରୁର ବିନାଶ ସେମାନଙ୍କର ପ୍ରଧାନ ଲକ୍ଷ୍ୟ ଥିବାରୁ ରାମ ଓ ସୁଗ୍ରୀବ ମିତ୍ର ହେଲେ । 


(ଢ) ପଶୁରାଜ ସିଂହ ଅତିବଳଶାଳୀ ହେଲେ ମଧ୍ୟ କାହାକୁ ଡରୁଥାଏ ?

ଉ : ପଶୁରାଜ ସିଂହ ଅତିବଳଶାଳୀ ହେଲେ ମଧ୍ୟ ଶରଭକୁ ଡରୁଥାଏ ।


(ଣ) ରାମ ଉତ୍ସାହରେ କ’ଣ କହିଲେ ?

ଉ : ଗୋଟିଏ ଶରରେ ବାଳିବଧ କରିଦେବେ ବୋଲି ରାମ ଉତ୍ସାହରେ କହିଲେ । 


(ତ) ସୁଗ୍ରୀବ ସୀତା କେଉଁ ଲୋକରେ ଥିଲେ ମଧ୍ୟ ଖୋଜାଇ ଆଣିବି ବୋଲି କହିଛନ୍ତି ?

ଉ : ସୁଗ୍ରୀବ ସୀତା ବ୍ରହ୍ମଲୋକରେ ଥିଲେ ମଧ୍ୟ ଖୋଜାଇ ଆଣିବି ବୋଲି କହିଛନ୍ତି ।


(ଥ) କିଏ ଜନ୍ମ ହେବାମାତ୍ରେ ବାଳସୂର୍ଯ୍ୟଙ୍କୁ ଡେଇଁ ଧରିଛି ?

ଉ : ହନୁମାନ ଜନ୍ମ ହେବାମାତ୍ରେ ବାଳସୂର୍ଯ୍ୟଙ୍କୁ ଡେଇଁ ଧରିଛି ।


(ଦ) ରାମ ଓ ସୁଗ୍ରୀବ କିପରି ମିତ୍ର ହେଲେ ?

ଉ : ରାମ ଓ ସୁଗ୍ରୀବ ଅଗ୍ନିଙ୍କୁ ସାକ୍ଷୀରଖ୍ ମିତ୍ର ହେଲେ ।


(ଧ) ରାମଚନ୍ଦ୍ର ସୁଗ୍ରୀବଙ୍କୁ କାହାକୁ ଦେଖାଅ ବୋଲି କହିଛନ୍ତି ।

ଉ : ରାମଚନ୍ଦ୍ର ସୁଗ୍ରୀବଙ୍କୁ ବାଳୀକୁ ଦେଖାଅ ବୋଲି କହିଛନ୍ତି ।


(ନ) ସୁଗ୍ରୀବ ରାମଚନ୍ଦ୍ରଙ୍କୁ ବାଳିକୁ ବଧ କରିବାକୁ ହେଲେ କାହାର ଅସ୍ଥି ଟେକିବାକୁ କହିଛନ୍ତି ? 

ଉ : ସୁଗ୍ରୀବ ରାମଚନ୍ଦ୍ରଙ୍କୁ ବାଳିକୁ ବଧ କରିବାକୁ ହେଲେ ଦୁନ୍ଦୁଭି ରାକ୍ଷସର ଅସ୍ଥି ଟେକିବାକୁ କହିଛନ୍ତି ।


 (ଘ) ରାମଚନ୍ଦ୍ର ତାଙ୍କର କେଉଁ ପାଦ ଓ ଅଙ୍ଗୁଳିରେ ଦୁନ୍ଦୁଭି ଅସ୍ଥିକୁ ଟେକି ଫୋପାଡ଼ି ଦେଲେ ?

ଉ : ରାମଚନ୍ଦ୍ର ତାଙ୍କର ବାମପାଦ ବୁଢ଼ାଆଙ୍ଗୁଠିରେ ଦୁନ୍ଦୁଭି ଅସ୍ଥିକୁ ଟେକି ଫୋପାଡ଼ି ଦେଲେ । 


(ଫ) ଦୁନ୍ଦୁଭି ଅସ୍ଥି ପଡ଼ିବାର ଶବ୍ଦ ଶୁଣି କିଷ୍କିନ୍ଧ୍ୟାର ଲୋକମାନେ କ’ଣ ଭାବିଲେ ?

ଦୁନ୍ଦୁଭି ଅସ୍ଥି ପଡ଼ିବାର ଶବ୍ଦ ଶୁଣି କିଷ୍କିନ୍ଧ୍ୟାର ଲୋକମାନେ ମଇନାକ ପର୍ବତ ଉଡ଼ିଆସି ପଡ଼ିବା ପରି ଲାଗିଲା ।


 (ବ) ବିରାଧାରୀ ଶବ୍ଦର ଅର୍ଥ କ’ଣ ?

ଉ : ବିରାଧାରୀ ଶବ୍ଦର ଅର୍ଥ ବିରାଧ ରାକ୍ଷସର ଶତ୍ରୁ, ରାମ ।


MIL Odia Mitrata 2 Mark Question Answer 

୩. ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ ।


(କ) ସୁଗ୍ରୀବ କାହିଁକି ବାଳିକୁ ଡରୁଥିଲେ ?

ଉ : କବିତା – ମିତ୍ରତା

କବି – ଉପେନ୍ଦ୍ର ଭଞ୍ଜ

ବାଳି ଅଧିକ ଶକ୍ତିଶାଳୀ ହୋଇଥିବାରୁ ତା’ର ବଳକୁ ସୁଗ୍ରୀବ ଡରୁଥିଲେ । କାରଣ ତାଙ୍କ ବଳ ଅନେକ ଥିବାବେଳେ ବାଳୀ ବଳ ତାଙ୍କଠାରୁ ଅଧିକ ଥିଲା ।


(ଖ) ହନୁମାନ କାହିଁକି ସୂର୍ଯ୍ୟଙ୍କୁ ଧରିଥିଲେ ?

ଉ : କବିତା – ମିତ୍ରତା

କବି – ଉପେନ୍ଦ୍ର ଭଞ୍ଜ

ଜନ୍ମ ସମୟରେ ହନୁମାନ ସୂର୍ଯ୍ୟଙ୍କୁ ଖାଇବା ପାଇଁ ଡେଇଁ କରି ଧରିପକାଇଥିଲେ ।


(ଗ) ଦୁନ୍ଦୁଭି କିଏ ?

ଉ : କବିତା – ମିତ୍ରତା

କବି – ଉପେନ୍ଦ୍ର ଭଞ୍ଜ

ଉ : ଦୁନ୍ଦୁଭି ଏକ ଦୁର୍ଦାନ୍ତ ଅସୁର ଥିଲା । ବାଳୀ ଏହି ଦୁର୍ଦାନ୍ତ ଅସୁରକୁ ମାରିଥିଲା 


(ଘ) ଇନ୍ଦ୍ର ମୈନାକ ଉପରେ ବଜ୍ରାଘାତ କରିଥିଲେ କାହିଁକି ?

ଉ : କବିତା – ମିତ୍ରତା

କବି – ଉପେନ୍ଦ୍ର ଭଞ୍ଜ

ମୈନାକ ପର୍ବତର ପକ୍ଷଥିବାରୁ ସେ ସହଜରେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡ଼ିଯାଉଥିବାରୁ ଅନେକ ଜନପଦ ନଷ୍ଟ ହେଉଥିଲା । ସେଥ‌ିପାଇଁ ଇନ୍ଦ୍ର, ବଜ୍ରପ୍ରହାର କରି ପର୍ବତମାନଙ୍କର ପକ୍ଷ ଛେଦନ କରିଥିଲେ ।


(‍) ଦୁନ୍ଦୁଭି ଅସ୍ଥି ହାଲକା ହୋଇଯାଇଛି ବୋଲି ସୁଗ୍ରୀବ କାହିଁକି ଭାବିଲା ?

ଉ : କବିତା – ମିତ୍ରତା

କବି – ଉପେନ୍ଦ୍ର ଭଞ୍ଜ

ରାମଚନ୍ଦ୍ର ଦୁନ୍ଦୁଭି ଅସ୍ଥିକୁ ଅନାୟାସରେ ଦୂରକୁ ଫିଙ୍ଗିଦେବାରୁ ସୁଗ୍ରୀବ ଦୁନ୍ଦୁଭି ଅସ୍ଥି ହାଲୁକା ହୋଇଯାଇଛି ବୋଲି ଭାବିଛି ।


(ଚ) ସପ୍ତଶାଳ କ’ଣ ? 

ଉ : କବିତା – ମିତ୍ରତା

କବି – ଉପେନ୍ଦ୍ର ଭଞ୍ଜ

ସପ୍ତଶାଳ ହେଉଛି ସାତୋଟି ଶାଳଗଛ । ବସୁଧାର ଅନୁରୋଧରେ ବ୍ରହ୍ମା ବାଳିର ଅଧାବଳ ସପ୍ତଶାଳ ଗଛରେ ରଖିଥିଲେ ।


(ଛ) ରଘୁବୀର କିଏ ?

ଉ : କବିତା – ମିତ୍ରତା

କବି – ଉପେନ୍ଦ୍ର ଭଞ୍ଜ

ରଘୁବୀର ହେଉଛନ୍ତି ରଘୁବଂଶୀ ଦଶରଥ ନନ୍ଦନ ଶ୍ରୀରାମଚନ୍ଦ୍ର ।


(ଜ) ବିଭାବସୁ ବଂଶ କହିଲେ କ’ଣ ବୁଝ ?

ଉ : କବିତା – ମିତ୍ରତା

କବି – ଉପେନ୍ଦ୍ର ଭଞ୍ଜ

ବିଭାବସୁ ବଂଶ କହିଲେ ସୂର୍ଯ୍ୟବଂଶକୁ ବୁଝାଯାଏ ।


 (ଝ) ଶ୍ରୀରାମ ସୁଗ୍ରୀବ କିପରି ମିତ୍ର ହେଲେ ?

 ଉ : କବିତା – ମିତ୍ରତା

କବି – ଉପେନ୍ଦ୍ର ଭଞ୍ଜ

ନିଜର ଶତ୍ରୁକୁ ବିନାଶ କରିବା ଉଭୟେଙ୍କ ଲକ୍ଷ୍ୟ ଥିବାରୁ ଶ୍ରୀରାମ ଓ ସୁଗ୍ରୀବ ଅଗ୍ନିକୁ ସାକ୍ଷୀ ରଖି ମିତ୍ର ହେଲେ ।


 (ଞ) ବିଧୂରେ କିଏ ବିଭାବସୁଙ୍କ ପୁତ୍ର ଅଟନ୍ତି ?

ଉ : କବିତା – ମିତ୍ରତା

କବି – ଉପେନ୍ଦ୍ର ଭଞ୍ଜ

ସୁଗ୍ରୀବ ବିଧରେ ବିଭାବସୁଙ୍କ ପୁତ୍ର ଅଟନ୍ତି ।


(ଟ) କେଉଁମାନଙ୍କ ପ୍ରବୋଧନରେ ରାମ ଓ ସୁଗ୍ରୀବ କାଳଯାପନ କରୁଥିଲେ ?

ଉ : କବିତା – ମିତ୍ରତା

କବି – ଉପେନ୍ଦ୍ର ଭଞ୍ଜ

ଅନୁଜ ଲକ୍ଷ୍ମଣଙ୍କ ରାମ ଓ ମନ୍ତ୍ରୀଙ୍କ ପ୍ରବୋଧନରେ ସୁଗ୍ରୀବ କାଳଯାପନ କରୁଥିଲେ । 


(୦) ‘ବାଧାମାତ୍ରା ଭ୍ରାତାରେ ଉପୁଜିଛି’–ର ଅର୍ଥ କ’ଣ ?

ଉ : କବିତା – ମିତ୍ରତା

କବି – ଉପେନ୍ଦ୍ର ଭଞ୍ଜ

ରାମଚନ୍ଦ୍ର ମାତା କୈକେୟୀଙ୍କ ପାଇଁ ଏବଂ ସୁଗ୍ରୀବ ବଡ଼ଭାଇ ବାଳୀ ଯୋଗୁଁ ବନବାସ ଜୀବନ ବିତାଉ ଥିବାରୁ ଏପରି କୁହାଯାଇଛି ।


(‍) ରାମଚନ୍ଦ୍ର ଧରଣୀରେ କିପରି ବୁଲୁଥିଲେ ?

ଉ : କବିତା – ମିତ୍ରତା

କବି – ଉପେନ୍ଦ୍ର ଭଞ୍ଜ

ରାମଚନ୍ଦ୍ର ଧରଣୀରେ ନିର୍ଭୟରେ ଭ୍ରମଣ କରିପାରୁଥିଲେ । 


(ଢ) ସୁଗ୍ରୀବ ପର୍ବତରେ କାହିଁକି ଲୁଚିଥିଲେ ?

ଉ : କବିତା – ମିତ୍ରତା

କବି – ଉପେନ୍ଦ୍ର ଭଞ୍ଜ

ସୁଗ୍ରୀବ ବାଳି ଡରରେ ପର୍ବତରେ ଲୁଚିଥିଲେ ।


(ଣ) ସୁଗ୍ରୀବ ବିନୟର ସହିତ କ’ଣ କହିଲେ ?

ଉ : କବିତା – ମିତ୍ରତା

କବି – ଉପେନ୍ଦ୍ର ଭଞ୍ଜ

ବାଳୀକୁ ବଧ କରିବାକୁ ଯେବେ ରାମ ଚାହୁଁଛନ୍ତି, ତେବେ ଦୁନ୍ଦୁଭି ରାକ୍ଷସର ଅସ୍ଥି ନିଜ ବଳ ଦ୍ଵାରା ଉତ୍ତୋଳନ କରିବାକୁ ସୁଗ୍ରୀବ ବିନୟର ସହିତ କହିଛନ୍ତି |


(ତ) ବିଧାତା ସପ୍ତଶାଳା ବୃକ୍ଷରେ ବାଳିର ଅଧେବଳ କାହିଁକି ରଖୁଥିଲେ ?

ଉ : କବିତା – ମିତ୍ରତା

କବି – ଉପେନ୍ଦ୍ର ଭଞ୍ଜ

ବସୁଧା ଉପରେ ବାଳି ଚାଲିଲାବେଳେ ତା’ର ପାଦପାତର ଜୋରରେ ଭାରାକ୍ରାନ୍ତ ହେଲା । ଏଣୁ ବସୁଧାର ଅନୁରୋଧ ବ୍ରହ୍ମା ବାଳୀର ଅଧାବଳ ସପ୍ତଶାଳ ଗଛରେ ରଖୁଥିଲେ ।


+2 1st Year MIL Odia Mitrata 3 mark Question Answer

୪. ପ୍ରାୟ ତିରିଶଗୋଟି ଶବ୍ଦରେ ଉତ୍ତର ଦିଅ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହବ ।

(କ) ‘ବେନିଜନେ ପଡ଼ିଛି ଏକ ଦଶା’– କାହା ପ୍ରସଙ୍ଗରେ ଓ କାହିଁକି କୁହାଯାଇଛି ?

ଉ : କବିତା – ମିତ୍ରତା

କବି – ଉପେନ୍ଦ୍ର ଭଞ୍ଜ

ଦୁଇ ନିର୍ଯାତିତଙ୍କ ସମଦଶା କଥା ରାମଚନ୍ଦ୍ର ସୁଗ୍ରୀବଙ୍କୁ କହିଛନ୍ତି । ଅର୍ଥାତ୍ ରାମଚନ୍ଦ୍ର ଓ ସୁଗ୍ରୀବଙ୍କର ଏକାପ୍ରକାର ଦଶା ଭୋଗୁଛନ୍ତି ସେହି ଆଲୋଚନା ରାମଚନ୍ଦ୍ର ସୁଗ୍ରୀବଙ୍କ ଆଗରେ ବର୍ଣନା କରିଛନ୍ତି । ରାମଚନ୍ଦ୍ର ଆଜି ବିମାତାଙ୍କ ପାଇଁ ବନବାସ ଭୋଗୁଥିବା ବେଳେ ବାଳି ଯୋଗୁ ସୁଗ୍ରୀବ ଆଜି ବନରେ ଲୁଚି ବସିଛନ୍ତି । ଦୁହେଁ ବନବାସୀ ରାମଚନ୍ଦ୍ର ସୂର୍ଯ୍ୟବଂଶର ଏବଂ ସୁଗ୍ରୀବ ସୂର୍ଯ୍ୟଙ୍କ ପୁତ୍ର । ରାମଚନ୍ଦ୍ରଙ୍କ ପତ୍ନୀ ସୀତାଙ୍କୁ ରାବଣ ଚୋରିକରିଛି ଏବଂ ସୁଗ୍ରୀବଙ୍କ ପତ୍ନୀ ରୋମାଙ୍କୁ ବାଳୀ ଅପହରଣ କରିଛି । ତେଣୁ ସେ ଦୁହେଁ ଏକାପ୍ରକାର ଦଶା ଭୋଗୁଛନ୍ତି ।


(ଖ) ରାମ ଓ ସୁଗ୍ରୀବ କାହିଁକି ମିତ୍ର ହେବା ଉଚିତ୍ ।

ଉ : କବିତା – ମିତ୍ରତା

କବି – ଉପେନ୍ଦ୍ର ଭଞ୍ଜ

ରାମ ଓ ସୁଗ୍ରୀବ ଏକାପ୍ରକାରର କଷ୍ଟ ଭୋଗ କରୁଛନ୍ତି | ଦୁହେଁ ବନବାସୀ ହୋଇ, ବଣରେ ଜଣେ ଲୁଚିଥିବା ବେଳେ ଆଉଜଣେ ବନରେ ନିଜର ବନବାସ ଜୀବନ ବିତାଉଛନ୍ତି । ରାମ କେବଳ ଅନୁଜ ଲକ୍ଷ୍ମୀଙ୍କ ସହ ନିଜ ଦୁଃଖ ଲାଘବ କରୁଥିବାବେଳେ ସୁଗ୍ରୀବ ମନ୍ତ୍ରୀଙ୍କର ଆଶ୍ଵାସନାରେ ନିଜ ଦୁଃଖ ଲାଘବ କରୁଛନ୍ତି | ଦୁହିଁଙ୍କର ଲକ୍ଷ୍ୟ ନିଜର ଶତ୍ରୁଦମନ ଯେପରି ରାମ ରାବଣକୁ ସଂହାର କରିବା ପାଇଁ ସଂକଳ୍ପ କରିଥିବାବେଳେ ସୁଗ୍ରୀବ ବାଳୀକୁ ସଂହାର କରିବା ପାଇଁ ସଂକଳ୍ପ କରିଛନ୍ତି । ତେଣୁ ଉଭୟେ ଉଭୟଙ୍କ ଦୁଃଖ ସହଜରେ ବୁଝିପାରୁଥିବା ହେତୁ ଦୁହେଁ ମିତ୍ରତା ହେବା ଉଚିତ୍ ।


(ଗ) ରାମଚନ୍ଦ୍ରଙ୍କ ବୀରତ୍ବର ପରୀକ୍ଷା ସୁଗ୍ରୀବ କିପରି ନେଲେ ?

ଉ : କବିତା – ମିତ୍ରତା

କବି – ଉପେନ୍ଦ୍ର ଭଞ୍ଜ

ରାମ ଓ ସୁଗ୍ରୀବଙ୍କ ଦୁଃଖ ଏକାପ୍ରକାର । ରାମ ସୁଗ୍ରୀବଙ୍କ ଦୁଃଖ ଦୂରକରିବା ପାଇଁ ବାଳିକୁ ବଧକରିବା ପାଇଁ ଯୋଜନା କଲାବେଳେ ସୁଗ୍ରୀବଙ୍କ ଅନୁରୋଧ ରକ୍ଷାକଲି ଦୁଇଥର ପରୀକ୍ଷା ଦେଲେ । ବାଳିକୁ ବଧ କରିବାକୁ ହେଲେ ସେଭଳି ପ୍ରବଳ ବୀରତ୍ବର ପରାକାଷ୍ଠା ଦେଖାଇବାକୁ ହେବ । ସେଥ‌ିପାଇଁ ସୁଗ୍ରୀବଙ୍କ ପ୍ରଥମ ପରୀକ୍ଷାଟି ଥିଲା ଦୁନ୍ଦୁଭି ରାକ୍ଷାସର ଅସ୍ଥି ଉତ୍ତୋଳନ ଏବଂ ଦ୍ଵିତୀୟ ପରୀକ୍ଷାଟି ସପ୍ତଶାଳ ଗଛରେ ଥିବା ବାଳିର ଅଧାବଳକୁ ଗୋଟିଏ ଶରରେ ବିନ୍ଧିବା ଏହିପରି ରାମଚନ୍ଦ୍ରଙ୍କ ବୀରତ୍ଵର ପରାକାଷ୍ଠା ଦୁଇଟି ପରୀକ୍ଷା ମାଧ୍ୟମରେ କଲେ ।


(ଘ) ରାମଚନ୍ଦ୍ର ଦୁନ୍ଦୁଭି ଅସ୍ଥିକୁ ସହଜରେ ଫିଙ୍ଗି ଦେବାରୁ ସୁଗ୍ରୀବ ମନରେ କି ସନ୍ଦେହ ଜାତ ହେଲା ?

ଉ : କବିତା – ମିତ୍ରତା

କବି – ଉପେନ୍ଦ୍ର ଭଞ୍ଜ -

ସୁଗ୍ରୀବଙ୍କ ପ୍ରଥମ ପରୀକ୍ଷା ଦେବାକୁ ଯାଇ ରାମ ଦୁନ୍ଦୁଭି ରାକ୍ଷାସର ଅସ୍ଥି ସମୂହ ଯାହା ପର୍ବତ ପ୍ରାୟ ରୁଣ୍ଡ ହୋଇପଡ଼ିଥିଲା ତାହାକୁ ନିଜ ବାମପାଦ ବୁଢ଼ାଆଙ୍ଗୁଠିରେ ଆକାଶକୁ ଫିଙ୍ଗିଦେଲେ ଯେପରି ହାତୀ ପଦ୍ମଫୁଲକୁ ତୋଳି ଆକାଶକୁ ଫିଙ୍ଗିଦିଏ ରାମଚନ୍ଦ୍ର ଏପରି ଦୁନ୍ଦୁଭିର ଅସ୍ଥିକୁ ଫୋପାଡ଼ି ଦେବାରୁ ସୁଗ୍ରୀବର ସନ୍ଦେହ ହେଲା । ସେ ଚିନ୍ତାକଲେ ସୂର୍ଯ୍ୟକିରଣର ପ୍ରଭାବରେ ଦୁନ୍ଦୁଭିର ମାଂସ, ଚର୍ମ ଓ ରକ୍ତ ଶୁଖୁ ହାଲୁକା ହୋଇଯାଇଥିବାରୁ ରାମଚନ୍ଦ୍ର ସେହି କଠିନ ବଳୁଆ ପର୍ବତକୁ ଅନାୟାସରେ ଦୂରକୁ ଫିଙ୍ଗିଦେଲେ


(ଙ) ସପ୍ତଶାଳା ବୃକ୍ଷର ମାହାତ୍ମ୍ୟ ବର୍ଣ୍ଣନା କର । 

ଉ : କବିତା – ମିତ୍ରତା

କବି – ଉପେନ୍ଦ୍ର ଭଞ୍ଜ

ସୁଗ୍ରୀବ ରାମଚନ୍ଦ୍ରଙ୍କ ଦ୍ଵିତୀୟ ପରୀକ୍ଷା କରିବାକୁ ଯାଇ ସପ୍ତଶାଳ ଗଛ ଦେଖାଇଛି । ବାଳିର ଓଜନଭାର ବସୁଧା ସହିନପାରିବାରୁ ବସୁଧାର ଅନୁରୋଧ କ୍ରମେ ବ୍ରହ୍ମା ବାଳୀର ଅଧାବଳ ସପ୍ତଶାଳ ଗଛରେ ରଖୁଥିଲେ । ତୁଳାଦଣ୍ଡର ଉଭୟ ପାର୍ଶ୍ଵ ସମାନଭାର ରୱଲାଭଳି । ଗୋଟାଏ ସାପ ସାତବାଙ୍କ ହୋଇ ଶୋଇଛି । ତା’ଦେହରେ ସାତୋଟି ବାଙ୍କ ଉପରେ ସାତଟି ଶାଳଗଛ ଅଛି । ରାମଚନ୍ଦ୍ର ଗୋଟିଏ ଶରଦ୍ଵାରା ସେ ପଛକୁ ଭେଦକରି ଦେଲେ ।


(ଚ) ସୁଗ୍ରୀବର କାହା ଉପରେ ଭରସା ଥିଲା ଓ କାହିଁକି ?

କବିତା – ମିତ୍ରତା

କବି – ଉପେନ୍ଦ୍ରଭଞ୍ଜ

ଉ : ସୁଗ୍ରୀବ ଏକ ବାନର, ଯିଏକି ତାଙ୍କ ସହ ସର୍ବଦା ରହିଥାଏ । ତା’ର ବାଲ୍ୟଲୀଳା କଥା କହିଛନ୍ତି । ସେ ବାନର ଜନ୍ମ ହେଲା ପରେ ଉଦୟକାଳୀନ ସୂର୍ଯ୍ୟଙ୍କୁ ଖାଇବା ପାଇଁ ଡେଇଁକରି ଧରିପକାଇଥିଲା । ସେହି କାଳରୁ ସୁଗ୍ରୀବ ଭଣଜା ହନୁମାନଙ୍କର ପରାକ୍ରମ ଉପରେ ଭରସା ଥିଲା ।


+2 1st Year MIL Odia Mitrata 5 Mark Question Answer

୫. ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରଶ୍ନର ମୂଲ୍ୟ ୫ ନମ୍ବର । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦ ମଧ୍ୟରେ ଦେବାକୁ ହେବ ।

(କ) ରାମସୁଗ୍ରୀବଙ୍କର ମିତ୍ରତା କିପରି ହେଲା, ତାହା ଉଲ୍ଲେଖ କର ।

ଉ : ଉପେନ୍ଦ୍ର ଭଞ୍ଜ ଓଡ଼ିଆ ରୀତି ସାହିତ୍ୟାକାଶରେ ଜଣେ ତେଜସ୍ଵୀ ଓ ପ୍ରଚଣ୍ଡ ପ୍ରତିଭା ଥିଲେ । ତାଙ୍କ ନାମାନୁସାରେ ଓଡ଼ିଆ ସାହିତ୍ୟର ମଧ୍ୟଯୁଗକୁ ଭଞ୍ଜଯୁଗ କୁହାଯାଏ । ନିଜର ଉନ୍ନତମାନ କାବ୍ୟ ରଚନା ଯୋଗୁ ସେ କୋଟି କୋଟି ଓଡ଼ିଆଙ୍କ ହୃଦୟ ସିଂହାସନରେ ବସିଛନ୍ତି । ଜୀବନ କାଳ ସୀମିତ ହେଲେ ମଧ୍ୟ ଉପେନ୍ଦ୍ର ବହୁ କାବ୍ୟ କବିତା ରଚନା କରିଛନ୍ତି । କାବ୍ୟ ‘ବୈଦେହୀଶ ବିଳାସ’ ତାଙ୍କର ଏକ ସ୍ମରଣୀୟ କାବ୍ୟ । ‘ମିତ୍ରତା’ କବିତାଟି ଏହି କାବ୍ୟର ଅଂଶବିଶେଷ ।

‘ମିତ୍ରତା’ ଅର୍ଥ ବନ୍ଧୁତ୍ୱ ସ୍ଥାପନା କରିବା । ସମସ୍ତ ରାଗରୋଷ ସ୍ବାର୍ଥକୁ ଅଗ୍ନିରେ ଜଳାଞ୍ଜଳି ଦେବାପରି କେବଳ ଶତ୍ରୁ ସଂହାର କରିବା ଉଦ୍ଦେଶ୍ୟରେ ସୁଗ୍ରୀବ ଓ ରାମଚନ୍ଦ୍ର ଏକାଠି ହୋଇଛନ୍ତି ।

ରାମଚନ୍ଦ୍ର ଓ ସୁଗ୍ରୀବଙ୍କ ଉଦ୍ଦେଶ୍ୟ ଏକ । ଉପଯୁକ୍ତ ଦଣ୍ଡଦେବା ହେଉଛି ଉଭୟଙ୍କ ବିଚାର । ରାମଚନ୍ଦ୍ର ସୁଗ୍ରୀବଙ୍କୁ ଡାକି କହୁଛନ୍ତି ଦୁହିଁଙ୍କର ଏକାପ୍ରକାରର ଦଶା ପଡ଼ିଛି । ରାମଚନ୍ଦ୍ରଙ୍କ ବିମାତାଙ୍କ ପ୍ରରୋଚନାରେ ବନବାସ ଦଣ୍ଡ ଭୋଗୁଥ‌ିବା ବେଳେ ସୁଗ୍ରୀବ ବାଳୀକୁ ଡରି ବଣରେ ଆତ୍ମଗୋପନ କରିଛି । ସେହିପରି ରାମ ସୂର୍ଯ୍ୟବଂଶୀ ହୋଇଥିବାବେଳେ ସୁଗ୍ରୀବ ସୂର୍ଯ୍ୟଙ୍କ ପୁତ୍ର । ଉଭୟେ ଅଯୋଧ୍ୟା ଓ କିଷ୍କିନ୍ଧ୍ୟାର ରାଜା ହେବା କଥା, ହେଲେ ସେଥିରୁ ଉଭୟେ ବଞ୍ଚିତ ହୋଇଛି । ଦୁହେଁ ବନବାସୀ ହୋଇ ବୁଲୁଥିଲାବେଳେ ଉଭୟେ ପତ୍ନୀହରା ହୋଇଛନ୍ତି। ରାମ ବିମାତାଙ୍କ ପାଇଁ ଏବଂ ସୁଗ୍ରୀବ ବଡ଼ଭାଇ ବାଳୀ ଯୋଗୁ ବନବାସ କରୁଛନ୍ତି । ଉଭୟଙ୍କ ଶତ୍ରୁ ରାବଣ, ବାଳୀ ସଂହାର କରିବା ପାଇଁ ସଂକଳ୍ପବଦ୍ଧ । ବାଳୀକୁ ରାମ ଅନାୟସରେ ଗୋଟିଏ ଶରରେ ବଧ କରିଦେବେ ବୋଲି ପ୍ରତିଶ୍ରୁତି ଦେବାରୁ ସୁଗ୍ରୀବ ମଧ୍ଯ ସୀତାଙ୍କୁ ବ୍ରହ୍ମଲୋକରେ ଥିଲେ ମଧ୍ୟ ଖୋଜି ଆଣିବାର ପ୍ରତିଶ୍ରୁତି ଦେଇଛନ୍ତି । ଏହିପରି ପରସ୍ପରର ଦୁଃଖକୁ ବେଶ୍ ଭଲଭାବରେ ଶୁଣି ଦୁହେଁ ବନ୍ଧୁତା ବା ମିତ୍ରତା ସୂତ୍ରରେ ରହିବା ପାଇଁ ନିଷ୍ପତ୍ତି ନେଇ ଅଗ୍ନିକୁ ସାକ୍ଷୀରଖି ମିତ୍ର ହେଲେ । ନିଜ ମନଭାବର ଆଦାନପ୍ରଦାନ କରି ଦୁହେଁ ଏକାଠି ହେଲେ ।

କବିଙ୍କର ଉଚ୍ଚକୋଟୀର ବର୍ଣ୍ଣନା ବିଳାସ, କାବ୍ୟରଚନା କୌଶଳ, ଶୃଙ୍ଗାରିକତା, ଅଳଙ୍କାର ପ୍ରୟୋଗ ପରବର୍ତ୍ତୀ କାବ୍ୟକାରମାନଙ୍କୁ ପ୍ରେରଣାପ୍ରଦ କରିଛି |


(ଖ) ରାମକୁ ବାଳି ସହ ଲଢ଼ିବା ପୂର୍ବରୁ ଯେଉଁ ଦୁଇଟି ଶକ୍ତି ପରୀକ୍ଷା ଦେବାକୁ ପଡ଼ିଥିଲା ତାହାର ବର୍ଣ୍ଣନା କର ।

ଉ : ଉପେନ୍ଦ୍ର ଭଞ୍ଜ ଜଣେ ଅଜସ୍ରସ୍ରାବୀ ଲେଖକ ଥିଲେ । ତାଙ୍କର ସମସ୍ତ ଜୀବନ ସାହିତ୍ୟ ଚର୍ଚ୍ଚା ଓ ଲେଖାରେ ବ୍ୟୟିତ ହୋଇଥିଲା । ତାଙ୍କର କାବ୍ୟାଦର୍ଶକୁ ପରବର୍ତୀ ସମୟର କାବ୍ୟକାରଗଣ ଅନୁସରଣ କରିଥିଲେ । ଏପରିକି ଆଧୁନିକ ଯୁଗରେ କବିମାନେ ମଧ୍ଯ ଭଞ୍ଜଙ୍କର ଅନୁସାରୀ ଥିଲେ । ରାମାୟଣର କଥାବସ୍ତୁକୁ ଅବଲମ୍ବନ କରି ‘ବୈଦେହୀଶ ବିଳାସ’ ବିଭିନ୍ନ ଅଳଙ୍କାର ଓ ଚାରୁ ଚିତ୍ରାବଳୀ ବର୍ଣିତ ଏକ କବିତ୍ଵପୂର୍ଣ୍ଣ କାବ୍ୟ ଭାବେ ଓଡ଼ିଆ ସାହିତ୍ୟରେ ସର୍ବମାନ୍ୟ ଆସନ ଦାବୀ କରେ । ଉକ୍ତ ‘ ମିତ୍ରତା’ କବିତାଟି ବୈଦେହୀଶ ବିଳାସର ଅଷ୍ଟବିଂଶ ଛାନ୍ଦରୁ ଉଦ୍ଧୃତ ।

ରାମ ଓ ସୁଗ୍ରୀବଙ୍କ ଦୁଃଖ ପ୍ରାୟ ଏକାପରି । ଉଭୟେଙ୍କ ଦୁଃଖ ପରସ୍ପର ଭିତରେ ଆଲୋଚନା କରି ଦୁହେଁ ମିତ୍ରତା ସୂତ୍ରରେ ବାନ୍ଧି ହୋଇଛନ୍ତି । ରାମ ସୁଗ୍ରୀବଙ୍କ ଶତ୍ରୁ ବାଳୀକୁ ଗୋଟିଏ ଶରଦ୍ଵାରା ପରାସ୍ତ କରିଦେଲେ କହିବାରୁ ସୁଗ୍ରୀବ ବାଳିକୁ ବଧ କରିବା ସହଜ ନୁହେଁ । ତା’କୁ ପରାସ୍ତ କରିବାକୁ ହେଲେ ପ୍ରଥମେ ବଳର ପରୀକ୍ଷା କରିବାକୁ ସୁଗ୍ରୀବ ଚିନ୍ତା କରିଛନ୍ତି | ଦୁଇଟି ପରୀକ୍ଷା ଦ୍ଵାରା ରାମଙ୍କ ବଳର ମାପ ଜାଣିବାକୁ ସୁଗ୍ରୀବ ଚିନ୍ତାକରି, ପ୍ରଥମ ପରୀକ୍ଷାର ଆୟୋଜନ କରିଛି ।

ବାଳୀ ଏକ ଦୁର୍ଦାନ୍ତ ଦୁନ୍ଦୁଭି ଅସୁରକୁ ମାରି ନିଜ ବଳର ପରାକାଷ୍ଠା ଦେଖାଇଛି । ଦୁନ୍ଦୁଭି ରାକ୍ଷସର ଅସ୍ଥିଗୁଡ଼ିକ ପର୍ବତପ୍ରାୟ ଗୁଣ୍ଡ ହୋଇ ପଡ଼ିଥିଲା । ରାମ ନିଜର ବଳ ଦେଖାଇବାକୁ ଯାଇ ନିଜ ବାମ ପାଦ ବୁଢ଼ାଆଙ୍ଗୁଠିରେ ସେ ଅସ୍ଥିକୁ ଆକାଶକୁ ଫିଙ୍ଗିଦେଇଛନ୍ତି । କିସ୍କିନ୍ଧ୍ୟାବାସୀ ସେ ଶବ୍ଦ ଶୁଣି ଇନ୍ଦ୍ରଙ୍କ ବଜ୍ରାଘାତରେ ମୈନାକ ପର୍ବତ ଉଡ଼ି ଦୂରରେ ପଡ଼ିଲା ପରି ମନେ କରିଛନ୍ତି | ସୂର୍ଯ୍ୟକିରଣର ଉତ୍ତାପରେ ସେହି ଅସ୍ଥିରୁ ମାଂସ, ଚର୍ମ ଓ ରକ୍ତ ଶୁଖିଯାଇଥିବାରୁ ଅକ୍ଳେଶରେ ରାମ ତାକୁ ପାଦର ବୁଢ଼ାଆଙ୍ଗୁଠି ଦ୍ଵାରା ଫୋପାଡ଼ି ଦେଇଥିଲେ ।

ରାମଙ୍କୁ ଦ୍ଵିତୀୟ ପରୀକ୍ଷାର ବଳ ଦେଖିବା ପାଇଁ ସପ୍ତଶାଳ ଗଛ ସୁଗ୍ରୀବ ଦେଖାଇଛନ୍ତି । ବାଳି ଶରୀରର ଓଜନଭାର ସହିନପାରି ବସୁଧା ଭାରାକ୍ରାନ୍ତ ହୋଇଥିବାରୁ ବ୍ରହ୍ମା ବାଳିର ଅଧାବଳ ତୁଳାଦଣ୍ଡରେ ମାପିଲା ଭଳି ସମାନଭାର କରି ସପ୍ତଶାଳ ଗଛରେ ଅଧାବଳ ଥୋଇଦେଲେ । ଏହି ସପ୍ତଶାଳକୁ ଏକାଥରେ ଗୋଟିଏ ଶରରେ ବାନ୍ଧିପାରିବାର ଦକ୍ଷତା ରାମଚନ୍ଦ୍ର ଦେଖାଇଛନ୍ତି ଏବଂ ସଫଳ ହୋଇଛନ୍ତି ।

ଉପେନ୍ଦ୍ରଭଞ୍ଜୟ ଚାତୁରୀ ପ୍ରକାଶ ପାଇଛି । ବାସ୍ତବିକ କବିଙ୍କର କଳ୍ପନା ଉଚ୍ଚକୋଟୀର ପ୍ରମାଣିତ ହୋଇଛି | 


(ଗ) ‘ମିତ୍ରତା’ କବିତାରୁ କବିଙ୍କର ଶବ୍ଦ–ସଂଯୋଜନା ଓ ବର୍ଣ୍ଣନାଚାତୁର୍ଯ୍ୟର ପରିଚୟ ପ୍ରଦାନ କର ।

ଉ : ଉପେନ୍ଦ୍ର ଭଞ୍ଜ ଯେପରି ପ୍ରତିଭା, ପାଣ୍ଡିତ୍ୟ ଓ ଶାସ୍ତ୍ରଜ୍ଞାନର ଏକ ସମନ୍ବିତ ରୂପ; ସେହିପରି ତାଙ୍କର କାବ୍ୟ କୌଶଳ ଓ ନିର୍ମାଣ ମଧ୍ୟ ତତୋଽଧ୍ଵକ ବିଚିତ୍ର । ତାଙ୍କର କାବ୍ୟ ସଂସାର ଥିଲା ବୈଚିତ୍ରମଣ୍ଡିତ । ସେ ସଂସ୍କୃତର ସମସ୍ତ କାବ୍ୟ ଶୈଳୀକୁ ପରୀକ୍ଷା ନିରୀକ୍ଷା କରି କୃତିତ୍ବର ଶିଖରୀରେ ହୋଇଛନ୍ତି ଦଣ୍ଡାୟମାନ ।

‘ବ’ ଆଦ୍ୟ ଅକ୍ଷର ରଖି ୫୨ ଛାନ୍ଦ ବିଶିଷ୍ଟ ଏହି ‘ବୈଦେହୀଶ ବିଳାସ’ ମହାକାବ୍ୟଟି ଉପେନ୍ଦ୍ର ଭଞ୍ଜଙ୍କ ସର୍ବଶ୍ରେଷ୍ଠ କୃତି । ଏଥିରେ ଉତ୍ତରାକାଣ୍ଡ ବ୍ୟତୀତ ରାମାୟଣର ଅନ୍ୟ ଛଅଗୋଟି କାଣ୍ଡର ବିଷୟବସ୍ତୁ ଅତ୍ୟନ୍ତ ରସପୂର୍ଣଭାବେ ବର୍ଣ୍ଣିତ । ‘ମିତ୍ରତା’ ବୈଦେହୀଶ ବିଳାସ ମହାକାବ୍ୟର ଏକ ଅଂଶ ।

କବିସମ୍ରାଟଙ୍କ ରଚନାବଳୀଗୁଡ଼ିକ ଅନ୍ୟମାନଙ୍କ ଅପେକ୍ଷା କେତେ ସ୍ଵାତନ୍ତ୍ର୍ୟ କେତେ ଭିନ୍ନତା । କବିଙ୍କ ବର୍ଣ୍ଣନାରେ ରାମ ଓ ସୁଗ୍ରୀବଙ୍କ ମିତ୍ରତା କିପରି ଓ କେଉଁ ପରିସ୍ଥିତିରେ ପଡ଼ି ହୋଇଛି ତାହା ଦେଖାଯାଇଛି । ଦୁହେଁ ବନବାସ ଜୀବନ ବିତାଉଛନ୍ତି ଏବଂ ଦୁହିଁଙ୍କୁ ବିମାତା ଏବଂ ବଡ଼ଭାଇ, କୂଟଚକ୍ରାନ୍ତର ଶିକାର ହୋଇଛନ୍ତି । ରାବଣ ଓ ବାଳୀକୁ ସଂହାର କରିବା ସେମାନଙ୍କର ଚରମ ଲକ୍ଷ୍ୟ, ଶେଷରେ ଉଭୟେ ମିତ୍ରତା ସୂତ୍ରରେ ଆବଦ୍ଧ ହୋଇ ରହିଛନ୍ତି । କବିଙ୍କ ବର୍ଣ୍ଣନାରେ ସିଂହ ବଳବନ୍ତ ହୋଇ ହାତୀ ଆଦିକୁ ମାରିପାରୁଥିବାବେଳେ ଶରଭ (ଅଷ୍ଟପାଦ ମୃଗ) କୁ ଭୟ କରିଥାଏ । ସେହିପରି ସୁଗ୍ରୀବଙ୍କ ସିଂହ ଭଳି ବଳ ଥିଲେ ମଧ୍ୟ ସେ ବାଳି ବା ଶରଭକୁ ଭୟ କରିଥାଏ । କବିଙ୍କ କଳ୍ପନା ବେଶ୍ ଚିତ୍ତାକର୍ଷକ ହୋଇପାରିଛି । କବିଙ୍କ ବର୍ଣ୍ଣନାରେ ଆହୁରି ଚମତ୍କାରିତା ଦେଖାଦେଇଛି ଦୁନ୍ଦୁଭି ରାକ୍ଷାସର ଅସ୍ଥିକୁ ବାଳି ଏକାଠି କରି ପର୍ବତ ପ୍ରାୟ ଗୁଣ୍ଡ ହୋଇ ପଡ଼ିଛି । ରାମ ନିଜ ପାଦର ବୁଢ଼ାଆଙ୍ଗୁଳି ଦ୍ଵାରା ସେହି ଅସ୍ଥିକୁ ଆକାଶକୁ ଫିଙ୍ଗିଦେବାରୁ କିଷ୍କିନ୍ଧ୍ୟାବାସୀ ପର୍ବତ ମୈନାକ ଭଳି ପଡ଼ିଲା ପରି ମନେ କରିଛନ୍ତି | କବିଙ୍କ ବର୍ଣ୍ଣନାରେ ସପ୍ତଶାଳ ଗଛର ସପ୍ତବାଙ୍କ ଉପରେ ସାତଟି ଶାଳଗଛ ଅଛି । ରାମଚନ୍ଦ୍ର ଗୋଟିଏ ଶରରେ ତାକୁ ଭେଦକରି ଦେଇଛନ୍ତି ।

କବିଙ୍କର ଅପୂର୍ବ ଶବ୍ଦଚାତୁରୀର ପ୍ରତିଭା ଥୁଲା, ଯେପରିକି ବିଭାବସୁ ବଂଶ, ଦୁନ୍ଦୁଭି, କରୀବର, ବିହାୟସେ, ମଇନାକ, ସପ୍ତଶାଳା, ପୂତିବଶେ ଇତ୍ୟାଦି ଏହିପରି ଶବ୍ଦର ସଂଯୋଜନା କରି ମହାକାବ୍ୟଟିକୁ ଆହୁରି ଶ୍ରୁତିମଧୁର ଓ ରସାଣିତ କରିଛନ୍ତି | ଏଥୁରୁ କବିଙ୍କ ଅପୂର୍ବ ପାଣ୍ଡିତ୍ୟର ପରିଚୟ ମିଳେ ।


(ଘ) ‘ମିତ୍ରତା’ କବିତାର ସାରମର୍ମ ନିଜ ଭାଷାରେ ଲେଖ ।

ଉ : କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଶବ୍ଦ ବସାଣର କଳାକାରିଗରୀରେ, ଛନ୍ଦ ଅଳଂକାର ସୁସଂଯୋଜନାର ନବରସର ପ୍ରୟୋଗରେ, ପୁରାଣର କଥାବସ୍ତୁର ବର୍ଣନା ଓ କଳ୍ପନାର ଚିତ୍ର ଅଙ୍କନରେ ତାଙ୍କ ସକଳ ସୃଷ୍ଟି ବେଶ୍ ସ୍ମରଣୀୟ । ତାଙ୍କର ଅଗାଧ ପାଣ୍ଡିତ୍ୟ ବହୁ ଶାସ୍ତ୍ରଦର୍ଶିତା ଓ ଅପୂର୍ବ ସୃଜନ ପ୍ରତିଭାର ସ୍ଵାକ୍ଷର ଥିଲା ।

ରାମାୟଣର କଥାବସ୍ତୁକୁ ଅବଲମ୍ବନ କରି ‘ବୈଦେହୀଶ ବିଳାସ’ ବିଭିନ୍ନ ଅଳଙ୍କାର ଓ ଚାରୁ ଚିତ୍ରାବଳୀ ବର୍ଣ୍ଣିତ ଏକ କବିତ୍ଵପୂର୍ଣ୍ଣ କାବ୍ୟ ଭାବେ ଓଡ଼ିଆ ସାହିତ୍ୟରେ ସର୍ବମାନ୍ୟ ଆସନ ଦାବି କରେ । ‘ମିତ୍ରତା’ ଏହି କାବ୍ୟର ଏକ ଅଂଶ । ରାମ ବନବାସ ସମୟରେ ବଣରେ ବୁଲିବୁଲି ଋଷ୍ୟମୁଖ ପର୍ବତରେ ସୁଗ୍ରୀବଙ୍କ ସହ ଭେଟ ହୋଇଛି । ବୈଦେହୀଶ ବିଳାସର ଅଷ୍ଟବିଂଶ ଛନ୍ଦରୁ ଏହି ‘ମିତ୍ରତା’ ଆନୀତ | ସୁଗ୍ରୀବଙ୍କ ସହ କଥାହୋଇ ରାମ କହିଛନ୍ତି ଆମ ଦୁହିଁଙ୍କର ଏକାଦଶ ବା ଏକାପ୍ରକାର କଷ୍ଟ ପଡ଼ିଛି । ମୁଁ ସୂର୍ଯ୍ୟବଂଶୀ ଏବଂ ତୁମେ ସୂର୍ଯ୍ୟଙ୍କ ପୁତ୍ର । ମୁଁ ଅଯୋଧ୍ୟାରେ ରାଜା ହେବାକୁ ବସିଲାବେଳେ, ତମେ କିଷ୍କିନ୍ଧ୍ୟାର ରାଜଗାଦିରେ ବସିବାରବେଳେ ଏହି ଐଶ୍ଚର୍ଯ୍ୟପୂର୍ଣ୍ଣ ଧନସମ୍ପତ୍ତି ଏବଂ ସମ୍ମାନର ଅଧିକାରୀ ହେବାକୁ ଯାଉଥିବାବେଳେ ସେସବୁରୁ ମୁକ୍ତ ହୋଇ ଦୁହେଁ ବନବାସୀ ହେବାପାଇଁ ବାଧ୍ୟ ହେଲେ । ଶତୃଦ୍ଵାରା ସେମାନଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଛି ଏବଂ ସେହି ଶତୃଦ୍ଵାରା ସେମାନେ ସ୍ତ୍ରୀ ବିଚ୍ଛେଦ ଦଶା ଭୋଗୁଛନ୍ତି ।

ବିମାତାଙ୍କ ଦ୍ବାରା ରାମ ଏବଂ ବଡ଼ଭାଇ ବାଳିର ପ୍ରକୋପରେ ଦୁହେଁ ବନରେ ଜୀବନ ବିତାଉଛନ୍ତି । ଅନୁଜ ଲକ୍ଷ୍ମଣ ଓ ମନ୍ତ୍ରୀ ହନୁମାନଙ୍କ ଦ୍ଵାରା ସାର୍ଚ୍ଚନା ପାଇ ନିଜର ଦୁଃଖ କ୍ଷଣକ ପାଇଁ ଭୁଲିଥାଆନ୍ତି । ଦୁହିଁଙ୍କ ବ୍ୟବହାର ମିତ୍ର ପରି ହେବା ଉଚିତ୍ କାରଣ ଦୁହିଁଙ୍କର ସମପ୍ରକାର ଦୁଃଖ ଲାଗିରହିଛି । ସୁଗ୍ରୀବ ରାମଙ୍କୁ ନିର୍ଭୟରେ ଧରଣୀରେ ବୁଲିପାରୁଥିବା କହିଲା ବେଳେ ନିଜେ ବାଳିର ଡରରେ ଋଷ୍ୟମୁକ ପର୍ବତରେ ଆତ୍ମଗୋପନ କରିଛନ୍ତି । ବାଳିର ବଳ ଅସମ୍ଭବ । ନିଜର ବଳକୁ ସେ ସିଂହର ବଳ ସହିତ ତୁଳନା କଲାବେଳେ ବାଳୀବଳକୁ ଶରଭ ସହିତ ତୁଳନା କରିଛନ୍ତି । ରାମଚନ୍ଦ୍ର ତାଙ୍କର ମିତ୍ରତା ଓ ବନ୍ଧୁପ୍ରୀତି ସାବ୍ୟସ୍ତ କରିବା ପାଇଁ ବାଳୀକୁ ଗୋଟିଏ ଶରରେ ବଧ କରିଦେବେ ବୋଲି କହିବାରୁ ସୁଗ୍ରୀବ ମଧ୍ୟ ମାତା ସୀତାଙ୍କୁ ବ୍ରହ୍ମଲୋକରୁ ମଧ୍ଯ ଖୋଜି ଆଣିବେ ବୋଲି ପ୍ରତିଶ୍ରୁତି ଦେଇ ଦୁହେଁ ଅଗ୍ନିକୁ ସାକ୍ଷୀରଖ୍ ମିତ୍ର ହେଲେ । ରାମ ବାଳିକୁ ବଧ କରିବା ପୂର୍ବରୁ ତାଙ୍କର ବଳ ମାପ କରିବା ପାଇଁ ସୁଗ୍ରୀବ ଦୁଇଟି ପରୀକ୍ଷା କଲେ । ଗୋଟିଏ ପରୀକ୍ଷା ଥିଲା ଦୁନ୍ଦୁଭି ରାକ୍ଷସର ଅସ୍ଥି ଉଠାଇବା । ଦୁନ୍ଦୁଭି ରାକ୍ଷସକୁ ତା’ର ଅସ୍ଥି ଏକତ୍ରିତ କରି ବାଳୀ ଏକ ପର୍ବତ ସୃଷ୍ଟି କରିଥିଲା । ସେହି ଓଜନିଆ ଅସ୍ଥିକୁ ରାମଚନ୍ଦ୍ର ନିଜ ବାମପାଦ ବୁଢ଼ାଆଙ୍ଗୁଠିରେ ଉଠାଇ ଆକାଶକୁ ଫୋପାଡ଼ି ଦେଲେ ଯେପରି ହାତୀଶୁଣ୍ଢରେ ପଦ୍ମଫୁଲକୁ ଆକାଶକୁ ଫୋପାଡ଼ି ଥାଏ । କିସ୍କିନ୍ଧ୍ୟାବାସୀ ଆକାଶରୁ ମୈନାକ ପର୍ବତ ଖସିପଡ଼ିବା ଭଳି ମନେକଲେ । ସୁଗ୍ରୀବ ମନରେ ଦ୍ଵନ୍ଦୁ ହେଲା । ଦୁନ୍ଦୁଭିର ହାଡ଼, ମାଂସ, ଚର୍ମ ଓ ରକ୍ତ ସୂର୍ଯ୍ୟକିରଣରେ ଶୁଖିଯାଇଥିବାରୁ ଏହାକୁ ସହଜରେ ରାମଚନ୍ଦ୍ର ଉଠାଇ ଫୋପାଡ଼ି ଦେଲେ । ତେବେ ଦ୍ଵିତୀୟ ପରୀକ୍ଷା ସେ କଲେ | ସପ୍ତଶାଳା ଗଛକୁ ଏକା ବାଣରେ ଭେଦକଲେ ରାମଚନ୍ଦ୍ରଙ୍କ ବଳର ମାପ ଜଣାପଡ଼ିବ । ବାଳୀ ଦେହର ଅଧାବଳ ବ୍ରହ୍ମାଙ୍କ ଯୋଗୁ ଏହି ସପ୍ତଶାଳ ଗଛରେ ଥିଲା । ତେଣୁ ରାମଚନ୍ଦ୍ର ଗୋଟିଏ ବାଣରେ ସେହି ସପ୍ତଶାଳ ଗଛରେ ସାତବାଙ୍କ ହୋଇ ଶୋଇଥିବା ସାପକୁ ଛୁଇଁଦେବାରୁ ସେ ସିଧା ହୋଇଗଲା ଏବଂ ରାମ ଅକ୍ଳେଶରେ ସାତଟି ଶାଳଗଛ ସିଧାହେବାରୁ ସପ୍ତଶାଳ ଗଛରେ ଶର ବିନ୍ଧି ପାରିଛନ୍ତି ।

ଏଥିରେ ରାମଚନ୍ଦ୍ର ଓ ସୁଗ୍ରୀବଙ୍କ ବନ୍ଧୁପ୍ରୀତି ଏବଂ ବୀରତ୍ଵ ପ୍ରକାଶ ହୋଇଛି ।


(‍) କବିତାର ‘ନାମକରଣ’ ମିତ୍ରତା ଦିଆଯିବାର ସାର୍ଥକତା ବିଚାର କର ।

ଉ : ଓଡ଼ିଆ ରୀତିଯୁଗ ବା କାବ୍ୟଯୁଗର ସର୍ବଶ୍ରେଷ୍ଠ ପ୍ରେମିକ, ରସିକ ଓ ଆଳଙ୍କାରିକ କବି ହେଉଛନ୍ତି ଉପେନ୍ଦ୍ରଭଞ୍ଜ । ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର ପ୍ରୟୋଗରେ ତାଙ୍କ ଦକ୍ଷତା ଅବିସମ୍ବାଦିତ । ତେଣୁ ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କ ଭାଷାରେ– “ ଉପମା ଭଞ୍ଜ ବୀରସ୍ୟ, ତଥ୍ୟବ ଅର୍ଥଗୌରବଂ

କଲ୍ଲୋଳେ ପଦଲାଳିତ୍ୟ ସନ୍ତୋ ଚିନ୍ତାମଣି ତ୍ରୟଃ ।”

ଉପେନ୍ଦ୍ରଭଞ୍ଜ ଥିଲେ ଜଣେ ରସଗ୍ରାହୀ ପଣ୍ଡିତବ୍ୟକ୍ତି । ଉପେନ୍ଦ୍ରଙ୍କ କାବ୍ୟକଳ୍ପନା ତଥା ନିର୍ମାଣ କୌଶଳ ଓ ଶବ୍ଦପ୍ରୟୋଗ ଅତ୍ୟନ୍ତ ପାଣ୍ଡିତ୍ୟପୂର୍ଣ ହୋଇଥବାରୁ ସାଧାରଣ ଲୋକେ ତାହାକୁ ବୁଝିବାରେ ଅକ୍ଷମ ହୋଇଥାନ୍ତି । ତଥାପି ସଙ୍ଗୀତ ବିଭବଯୋଗୁଁ ତାଙ୍କର କାବ୍ୟକବିତା କୁଟୀରବାସୀଠାରୁ ଆରମ୍ଭ କରି ସୌଧବାସୀ ପର୍ଯ୍ୟନ୍ତ ସମସ୍ତଙ୍କ ମନକୁ ଉଲ୍ଲସିତ ଓ ଉଚ୍ଚକତ କରି ରଖିଥାଏ ।

‘ବୈଦେହୀଶ ବିଳାସ’ ମହାକାବ୍ୟଟି ଉପେନ୍ଦ୍ର ଭଞ୍ଜଙ୍କ ‘ବ’ ଅକ୍ଷର ଆଦ୍ୟରେ ରଖି ୫୨ ଛାନ୍ଦବିଶିଷ୍ଟ ସର୍ବଶ୍ରେଷ୍ଠ କୃତି ‘ମିତ୍ରତା’ ପାଠ୍ୟପୁସ୍ତକର ପଦ୍ୟଟି ଏହି ମହାକାବ୍ୟର କିଛିଅଂଶ । ରାମଚନ୍ଦ୍ର ବନବାସୀ ଜୀବନ କଟାଉଥିବାବେଳେ ରାବଣ ସୀତାଙ୍କୁ ଅପହରଣ କରି ନେଇଛି । ସୀତାଙ୍କୁ ଖୋଜି ଖୋଜି ଅନୁଜ ଲକ୍ଷ୍ମଣଙ୍କ ସହ ରାମ ଋଷ୍ୟମୁଖ ପର୍ବତରେ ପହଞ୍ଚି ସୁଗ୍ରୀବଙ୍କ ସହ ଭେଟ ହୋଇଛି । ସୁଗ୍ରୀବ ଓ ତାଙ୍କର ଦୁଃଖ ଏକାପ୍ରକାରର ରାମଚନ୍ଦ୍ର ଏହା ଅନୁଭବ କରିଛନ୍ତି । ଯେପରିକି ରାବଣ ସୀତାଙ୍କୁ ଅପହରଣ କରିଥିବା ବେଳେ ସୁଗ୍ରୀବଙ୍କ ପତ୍ନୀ ରୋମାଙ୍କୁ ବଡ଼ଭାଇ ବାଳୀ ଅପହରଣ କରିଛି । ରାମଚନ୍ଦ୍ର ସୂର୍ଯ୍ୟବଂଶର ହୋଇଥିଲା ବେଳେ ସୁଗ୍ରୀବ ସୂର୍ଯ୍ୟଙ୍କ ପୁତ୍ର । ଉଭୟେ ଅଯୋଧ୍ୟା ଓ କିଷ୍କିନ୍ଧ୍ୟାର ରାଜା ହୋଇ ସମ୍ମାନର ଅଧିକାରୀ ହୋଇଥାନ୍ତେ ହେଲେ ସେଥ‌ିରୁ ବଞ୍ଚିତ ହୋଇ ଉଭୟେ ବନବାସୀ ଓ ପତ୍ନୀହରା ଦୁଃଖ ଭୋଗ କରୁଛନ୍ତି । ଦୁହିଁଙ୍କୁ ପ୍ରବୋଧନା ଦେଉଛନ୍ତି ଅନୁଜ ଲକ୍ଷ୍ମଣ ରାମଚନ୍ଦ୍ରଙ୍କୁ ଏବଂ ମନ୍ତ୍ରୀ ହନୁମାନ ସୁଗ୍ରୀବଙ୍କୁ । ରାମ ନିଜର ବିମାତାଙ୍କ ପାଇଁ ସୁଗ୍ରୀବ ବଡ଼ଭାଇ ବାଳୀ ଯୋଗୁ ବନବାସ କରୁଛନ୍ତି । ଉଭୟେ ଶତ୍ରୁକୁ ବିନାଶ କରିବା ପାଇଁ ସଂକଳ୍ପ କରିଛନ୍ତି । ଏଣୁ ଦୁହେଁ ମିତ୍ରତା ସୂତ୍ରରେ ଆବଦ୍ଧ ହେବା ଉଚିତ୍ । ସୁଗ୍ରୀବ ରାମଚନ୍ଦ୍ରଙ୍କୁ କହୁଛନ୍ତି ଯେ ରାମ ନିର୍ଭୟରେ ପୃଥିବୀରେ ଭ୍ରମଣ କରିପାରୁଥିଲା ବେଳେ ସୁଗ୍ରୀବ ବଡ଼ଭାଇ ବାଳୀର ଡରରେ ପର୍ବତରେ ଲୁଚିରହିଛି । ସୁଗ୍ରୀବର ସିଂହ ପରି ବଳ ଥିଲେ ବି ସିଂହଠୁ ଯେପରି ଶରଭର ବଳ ଅଧିକ ସେହିପରି ସୁଗ୍ରୀବ ବଳଠାରୁ ବାଳୀ ଅଧିକ ଶକ୍ତିଶାଳୀ । ରାମ ଗୋଟିଏ ବାଣରେ ତାକୁ ବଧ କରିଦେବେ କହିବାରୁ ସୁଗ୍ରୀବ ମିତ୍ରତା ସ୍ଵରୂପ ସୀତାଙ୍କୁ ବ୍ରହ୍ମଲୋକରୁ ମଧ୍ୟ ଖୋଜି ଆଣିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଜନ୍ମ ସମୟରେ ହନୁମାନଙ୍କ କଥା ସୁଗ୍ରୀବ ରାମଙ୍କ ଆଗରେ କହିଛନ୍ତି ଏବଂ ଉଭୟେ ଅଗ୍ନିଙ୍କୁ ସାକ୍ଷୀ ରଖ୍ ମିତ୍ରତା ସୂତ୍ରରେ ଆବଦ୍ଧ ହୋଇଛନ୍ତି ।

ସୁଗ୍ରୀବ ରାମଙ୍କର ଶକ୍ତି, ବଳ ଓ ଦକ୍ଷତା ମାପିବାକୁ ଯାଇ ଦୁଇଟି ପରୀକ୍ଷା କରିଛି । ପ୍ରଥମଟି ବାଳୀ ଦ୍ଵାରା ପରାଜିତ ହୋଇ ଦୁନ୍ଦୁଭି ରାକ୍ଷସର ଅସ୍ଥି ଏକାଠି କରି ପର୍ବତ ପ୍ରାୟ ଗୁଣ୍ଡ କରିଥିଲେ । ସେହି ପର୍ବତକୁ ରାମ ବାମପାଦର ବୁଢ଼ାଆଙ୍ଗୁଠି ଦ୍ଵାରା ହାତୀ ଯେପରି ଶୁଣ୍ଢରେ ପଦ୍ମଫୁଲକୁ ପାଣିରୁ ତୋଳିଆଣି ଆକାଶକୁ ଫୋପାଡ଼ିଥାଏ ସେହିପରି ରାମଚନ୍ଦ୍ର ଦୁନ୍ଦୁଭିର ଭାର ଅସ୍ଥିକୁ ଆକାଶକୁ ଫୋପାଡ଼ି ଦେଇଥିଲେ । କିଷ୍କିନ୍ଧ୍ୟାବାସୀ ଆକାଶରୁ ମୈନାକ ପର୍ବତ ପଡ଼ିବା ପରି ଅନୁଭବ କଲେ । କିନ୍ତୁ ସୁଗ୍ରୀବଙ୍କ ମନରେ ସନ୍ଦେହ ଆସିଛି କାରଣ ଦୁନ୍ଦୁଭି ରାକ୍ଷାସର ମାଂସ, ଚର୍ମୀ, ରକ୍ତ ଏବଂ ଓଜନିଆ ହାଡ଼ଗୁଡ଼ିକ ସୂର୍ଯ୍ୟକିରଣରେ ଶୁଖ୍ ହାଲୁକା ହୋଇଯାଇଥିବାରୁ ରାମଚନ୍ଦ୍ର ତାହାକୁ ଅନାୟାସରେ ଦୂରକୁ ଫିଙ୍ଗିଦେଲେ । ସୁଗ୍ରୀବ ଦ୍ଵିତୀୟ ପରୀକ୍ଷାଟି କଲେ ସପ୍ତଶାଳା ଗଛକୁ ଦେଖାଇ । ସପ୍ତଶାଳା ଗଛରେ ବାଳୀର ଅଧେବଳ ବ୍ରହ୍ମା ରଖିଥିଲେ । ବାଳୀର ପଦାଘାତରେ ବସୁଧା ଭାରାକ୍ରାନ୍ତ ହେବାରୁ ବସୁଧାର ଅନୁରୋଧରେ ବ୍ରହ୍ମା ବାଳୀର ବଳକୁ ତୁଳାଦଣ୍ଡରେ ଉଭୟ ପାର୍ଶ୍ଵ ସମାନ ରଖ୍ ସପ୍ତଶାଳା ଗଛରେ ବାଳିର ଅଧା ବଳ ରଖୁଥିଲେ। ସେହି ସାତୋଟି ଶାଳଗଛରେ ଗୋଟିଏ ସାପ ସାତବାଙ୍କ ହୋଇ ଶୋଇଛି । ରାମଚନ୍ଦ୍ର ଏହା ଶୁଣି ପ୍ରଥମେ ସେ ସାପଟିର ଲାଙ୍ଗୁଳିକୁ ଛୁଇଁ ଦେବାରୁ ସେ ସଳଖ୍ ହୋଇଗଲା ଏବଂ ରାମ ଗୋଟିଏ ଶରରେ ସପ୍ତଶାଳା ଗଛକୁ ଭେଦ କରିଥିଲେ ।

ଉକ୍ତ କାବ୍ୟଂଶରେ ମିତ୍ରତାର ସ୍ଵରୂପ ରାମ ଓ ସୁଗ୍ରୀବ କିପରି ଉଭୟଙ୍କ ପାଇଁ ଦୁଃଖତ, ଚିତ ତାହା କବିସମ୍ରାଟ ଦେଖାଇଛନ୍ତି । ଜଣେ ଅନ୍ୟଜଣର ଦୁଃଖ ଦୂରକରିବା ପାଇଁ ଚିନ୍ତିତ ହୋଇ ସମାଧାନର ମାର୍ଗ ଖୋଜିବାରେ ତତ୍ପର ହୋଇଛି । ବାସ୍ତବରେ ଭଞ୍ଜଙ୍କ

କଳ୍ପନା ଅତି ମନୋରମ ହୋଇଛି ।





Post a Comment

0 Comments
* Please Don't Spam Here. All the Comments are Reviewed by Admin.