Type Here to Get Search Results !

CHSE Odisha +2 1st Year MIL Odia Payare Pasuchi Sarana Questions Answer

Get complete CHSE Odisha +2 1st Year Compulsory MIL Odia 'Payare Pasuchi Sarana' (ପୟରେ ପଶୁଛି ଶରଣ) chapter question answers, short notes, long questions, and MCQ solutions for board and internal exam preparation. Download free Class 11 Odia Sahitya Jyoti chapter solutions.payare pasuchi sarana question answer, MCQ question answer. 2 1st year mil, Plus two first year Mil odia, Class 11 Text Book Solutions, +2 first year payare pasuchi sarana question and answer in odia, Plus two first year payare pasuchi sarana question answer pdf. 

CHSE Odisha +2 1st Year MIL Odia Payare Pasuchi Sarana Questions Answer


+2 first year payare pasuchi sarana question and answer

+2 first year payare pasuchi sarana mcq question answer


୧. ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ପ୍ରଶ୍ନର ମୂଲ୍ୟ ୧ ନମ୍ବର । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ।


(କ) ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ କେଉଁ ଘରେ ଜାଳିଦେବା ଲାଗି ଉଦ୍ୟମ କରିଥିଲା ?

(କୋଠାଘରେ, ସୁବର୍ଣ୍ଣପୁରେ, ଜଉଘରେ, ଚାଳଘରେ)

ଉ. ଜଉଘରେ


(ଖ) ଲୁଚାଇଲ କାୟା ଦେଖାଇଲ ମାୟା ଗୁପତରେ କଲ – ।

(ତାରି, ମାରି, ପାରି, ହାରି)

ଉ. ପାରି


(ଗ) ସତ୍ୟ ଓ ଧର୍ମ ମାର୍ଗରେ କ’ଣ କ୍ଷୟ ହୁଏ ?

(ଦୟା, ବିପଦ, ଧର୍ମ, ସମ୍ପଦ)

ଉ. ବିପଦ


(ଘ) କଳଙ୍କ ଫିଟିଗଲେ ବ୍ୟକ୍ତି କ’ଣ ଉପଭୋଗ କରେ ? 

(ସାତ୍ତ୍ଵିକ, ଜଗତ ସୁଖ, ସ୍ଵର୍ଗ ସୁଖ, ସନ୍ତାନ ସୁଖ)

ଉ. ସାତ୍ତ୍ଵିକ


(ଙ) କାହାକୁ ସର୍ବ ଅନ୍ତର୍ଯ୍ୟାମୀ ବୋଲି ଭୀମଭୋଇ କହିଛନ୍ତି ?

 (ଗୁରୁଦେବ, ଦୁର୍ଯ୍ୟୋଧନ, ଅର୍ଜୁନ, ରାମଚନ୍ଦ୍ର)

ଉ. ଗୁରୁଦେବ


(ଚ) ପ୍ରଭୁଙ୍କ ଶ୍ରୀ ଛାମୁରେ ମନ ଭିତରେ ଭୀମଭୋଇ କ’ଣ ଅର୍ପଣ କରିଛନ୍ତି ?

 (ପୂଜାଫୁଲ, ଭୋଗ ସାମଗ୍ରୀ, ସେବା ଭକ୍ତି, କାବ୍ୟ କବିତା)

ଉ. ସେବାଭକ୍ତି


(ଛ) ତ୍ରେତୟା ଯୁଗରେ ରାମ ଅଭିଷେକ ବେଳେ ଋଷିମାନେ କ’ଣ ଚାହିଁ ମୁଗ୍‌ଧ ହୋଇଥିଲେ ?

 (ବଳବୀର୍ଯ୍ୟ, ରୂପରାଶି, ପାଣ୍ଡିତ୍ୟ, ଧନ ସମ୍ପତ୍ତି)

ଉ. ରୂପରାଶି


() ରାମଚନ୍ଦ୍ର ଋଷିମାନଙ୍କ ମନୋବାଞ୍ଛା କିପରି ପୂର୍ଣ କଲେ ?

(ଆଶୀର୍ବାଦ କରି, ମୋକ୍ଷଦାନ କରି, ବ୍ରଜନାରୀ କରି, ସ୍ବର୍ଗପୁରକୁ ପଠାଇ) ‍

ଉ. ବ୍ରଜନାରୀ କରି


(ଝ) ହରି କ’ଣ କଲେ ଭୀମଭୋଇ ନିସ୍ତରି ଯିବି ବୋଲି ବିଚାର କରିଛନ୍ତି ?

 (ଚାହିଁଦେଲେ, ଦେଖାଦେଲେ, ଛୁଇଁଦେଲେ, ପାଖକୁ ଆସିଲେ)

ଊ. ଚାହିଁଦେଲେ


(ଞ୍ଜ) କାଳିନ୍ଦୀରେ ପଦ୍ମ ତୋଳିଲା ବେଳେ କାଳୀକୃଷ୍ଣଙ୍କୁ କେଉଁଠି ଦଂଶନ କଲା ?

(ହାତ, ପାଦ, ମୁଣ୍ଡ, ପିଠି)

ଉ. ପାଦ


ଟ) କାଳି ନାଗର ଦୋଷ ପ୍ରଭୁ କାହିଁକି କ୍ଷମା କଲେ ?

(ଦେବତାମାନେ କହିବାରୁ, କାଳୀ ସ୍ତୁତି କରିବାରୁ, ପାଦରେ ଶରଣ ଯିବାରୁ, ତ୍ରୁଟି ସ୍ଵୀକାର କରିବାରୁ) 

ଉ. ପାଦର ଶରଣ ଯିବାରୁ


) ବିଷ୍ଣୁଦୂତମାନେ କରା ଶବରର କେଉଁ ଭାରାକୁ ଖଣ୍ଡନ କରି ବିଷ୍ଣୁପୁରକୁ ନେଇଗଲେ ?

(ପାପ, ଅପରାଧ, ଦୋଷ, ଘାତ)

ଊ. ଅପରାଧ


(ଡ଼) ନୀଳଗିରିବାସୀ ମଞ୍ଚରେ କେଉଁ ରୂପ ଧାରଣ କରିଛନ୍ତି ? 

(କୃଷ୍ଣ, ରାମ, ଯୋଗୀ, ମହିମା ସ୍ଵାମୀ)

ଉ. ଯୋଗୀ


(ଢ଼) କବି ଭୀମ ଭୋଇ ପରିତ୍ରାଣ ପାଇଁ କାହାର ଆଶ୍ରା ନେଇଛନ୍ତି ?

(ଜମିଦାର, ଭଗବାନ, ଶୂନ୍ୟବାନା, ରଜା)

ଉ. ଶୂନ୍ୟବାନା


(ଣ) ବାଳୁତ ବୁଦ୍ଧି ଭୀମ ସଂସାର ସାଗର ପାର ହେବା ପାଇଁ କି ଉପାୟ ଅବଲମ୍ବନ କରିଛନ୍ତି ? 

(ଯୋଗସାଧନା, ଦାନପୁଣ୍ୟ, ସାଧୁଜନଙ୍କ ପାଦ ସେବା, ବ୍ରତ ଉପବାସ)

ଉ. ସାଧୁଜନଙ୍କ ପାଦ ସେବା


(ତ) କାହାର ଦୟା ବିନା ଏ ଶରୀର ମୋକ୍ଷ ଲାଭ କରି ପାରିବ ନାହିଁ ?

(ଈଶ୍ଵର, ଗୁରୁଦେବ, ରାଜା, ପୁରୋହିତ)

ଉ. ଗୁରୁଦେବ


Payare Pasuchi Sarana 1 mark Questions Answer

2. ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର । 


(କ) ‘ପୟରେ ପଶୁଛି ଶରଣ’ କବିତା ଭୀମ ଭୋଇଙ୍କର କେଉଁ ପୁସ୍ତକର କେଉଁ ବୋଲିରୁ ଉଦ୍ଧୃତ ?

ଉ. ‘ପୟରେ ପଶୁଛି ଶରଣ’ କବିତା ଭୀମ ଭୋଇଙ୍କର ‘ସ୍ମୃତି ଚିନ୍ତାମଣି’ ପୁସ୍ତକର ସପ୍ତଦଶ ବୋଲିରୁ ଉଦ୍ଧୃତ ।


 (ଖ) ପଞ୍ଚୁ ପାଣ୍ଡବମାନଙ୍କୁ କିଏ ଜଉଘରେ ଭରି ଦେଇଥିଲା ?

ଉ. ପଞ୍ଚୁ ପାଣ୍ଡବମାନଙ୍କୁ ଦୁର୍ଯ୍ୟୋଧନ ଚକ୍ରାନ୍ତ କରି ଜଉଘରେ ଭରି ଦେଇଥିଲା ।


(ଗ) ଦୁର୍ଯ୍ୟୋଧନ କେଉଁମାନଙ୍କୁ ଜଉଘରେ ଭରି ଦେଇଥିଲା ?

ଉ. ଦୁର୍ଯ୍ୟୋଧନ ପଞ୍ଚୁ ପାଣ୍ଡବଙ୍କୁ କପଟ କରି ଜଉ ଘରେ ଭରି ଦେଇଥିଲା ।


(ଘ) କିଏ କାୟା ଲୁଚାଇ ମାୟା ଦେଖାଇଥିଲେ ?

ଉ. ଗୁରୁଦେବ ସ୍ଵାମୀ ପ୍ରଭୁ ଅନ୍ତର୍ଯ୍ୟାମୀ (ପରାତ୍ପର) କାୟା ଲୁଚାଇ ମାୟା ଦେଖାଇଥିଲେ ।


(‍) କାହାକୁ ଗୁପ୍ତରେ ପାରି କରି ଦିଆଯାଇଥିଲା ?

ଉ. ପାଞ୍ଚାଳ ଦେଶରେ ବୀର ଅର୍ଜୁନ ଲାଖ ବିନ୍ଧି ଦ୍ରୌପଦୀ ସହ ପଞ୍ଚୁପାଣ୍ଡବଙ୍କୁ ଗୁପ୍ତରେ ପାରି କରି ଦିଆଯାଇଥିଲା । 

(ଚ) କେଉଁ ମାର୍ଗରେ ବିପଦ କ୍ଷୟ ହୁଏ ?

ଉ. ସତ୍ୟ ଓ ଧର୍ମ ମାର୍ଗରେ ବିପଦ କ୍ଷୟ ହୁଏ ।


(ଛ) କିଏ ବିପଦକୁ କ୍ଷୟ କରନ୍ତି ?

ଊ. ସତ୍ୟ ଓ ଧର୍ମ ବିପଦକୁ କ୍ଷୟ ବା ନାଶ କରେ ।


(ଜ) କଳଙ୍କ ଫିଟିଗଲେ ବ୍ୟକ୍ତି କ’ଣ ଉପଭୋଗ କରେ ?

ଉ. କଳଙ୍କ ଫିଟିଗଲେ ବ୍ୟକ୍ତି ସାତ୍ତ୍ଵିକ (ସତ୍ତ୍ଵ, ରଜ, ତମ)ଫଳ ଉପଭୋଗ କରେ ।


(ଝ) ଭୀମ ଏକାନ୍ତରେ ପ୍ରଭୁଙ୍କୁ କ’ଣ ମାଗୁଣି କରିଛନ୍ତି ?

ଉ. ଭୀମଭୋଇ ଏକାନ୍ତରେ ପ୍ରଭୁଙ୍କ ଶ୍ରୀଛାମୁରେ ମନ ଭିତରେ ସେବାଭକ୍ତି ନେବାକୁ ମାଗୁଣି କରିଛନ୍ତି।


(ଞ) ପାଞ୍ଚାଳ ଦେଶରେ ଗୁପ୍ତରେ କିଏ ଲାଖ ବିନ୍ଧିଥିଲେ ?

ଉ. ପାଞ୍ଚାଳ ଦେଶରେ ବ୍ରାହ୍ମଣ ରୂପ ଧାରଣ କରିଥିବା ତୃତୀୟ ପାଣ୍ଡବ ଅର୍ଜୁନ ଲାଖ ବିନ୍ଧିଥିଲେ ।


(ଟ) ଅର୍ଜୁନ କେଉଁ ଦେଶରେ ଲାଖ ବିନ୍ଧିଥିଲେ ?

ଉ. ଅର୍ଜୁନ ପାଞ୍ଚାଳ ଦେଶରେ ଦ୍ରୁପଦଙ୍କ ରାଜ ଦରବାରରେ ଲାଖ ବିନ୍ଧିଥିଲେ ।


(୦) କାହାକୁ ଦ୍ରୌପଦୀଙ୍କୁ ଦେଇ ଯୁଦ୍ଧ ଆଭରଣ କରାଯାଇଥିଲା ?

ଉ. ପଞ୍ଚୁ ପାଣ୍ଡବଙ୍କୁ ଦ୍ରୌପଦୀଙ୍କୁ ଦେଇ ଯୁଦ୍ଧ ଆଭରଣ କରାଯାଇଥିଲା। 


(‍) କାହାକୁ ସର୍ବ ଅନ୍ତର୍ଯ୍ୟାମୀ ବୋଲି ଭୀମ ଭୋଇ କହିଛନ୍ତି ।

ଉ. ପରାତ୍ପର ଗୁରୁଦେବ ହେଉଛନ୍ତି ସର୍ବ ଅନ୍ତର୍ଯ୍ୟାମୀ । ସେ ଭୂତ, ଭବିଷ୍ୟତ ଏବଂ ବର୍ତ୍ତମାନ ସଂପର୍କରେ ଜ୍ଞାତ ବୋଲି ଭୀମଭୋଇଙ୍କ ମତ ।


(ଜ) ଭୀମ ଭୋଇ କାହାଛାମୁରେ ମାଗୁଣି କରିଛନ୍ତି ?

ଉ. ଭୀମଭୋଇ ପ୍ରଭୁଙ୍କ ଶ୍ରୀଛାମୁରେ ମାଗୁଣି କରିଛନ୍ତି ।


(ଣ) ଭୀମ ଭୋଇ ସେବା ଓ ଭକ୍ତି କାହାକୁ ନିବେଦନ କରିଛନ୍ତି ?

ଉ. ଭୀମ ଭୋଇ ସେବା ଓ ଭକ୍ତି ପ୍ରଭୁ ଅନ୍ତର୍ଯ୍ୟାମୀଙ୍କୁ ନିବେଦନ କରିଛନ୍ତି ।


(ତ) ଭୀମ ଭୋଇ କାହା ପାଖରେ ସନମାନ ରକ୍ଷା ପାଇଁ ଅନୁରୋଧ କରିଛନ୍ତି ?

ଉ. ଦୟା କ୍ଷମା ତିତିକ୍ଷା ବର୍ଷିତ କରି ପ୍ରଭୁ ପରାତ୍ପରକୁ ଭୀମଭୋଇ ସମ୍ମାନ ରକ୍ଷା ପାଇଁ ଅନୁରୋଧ କରିଛନ୍ତି ।


(ଥ) ତ୍ରେତୟା ଯୁଗରେ ରାମଙ୍କ ଅଭିଷେକ ବେଳେ ଋଷିମାନେ କ’ଣ କଳ୍ପନା କରିଥିଲେ ?

ଉ. ତ୍ରେତୟା ଯୁଗରେ ରାମଙ୍କ ଅଭିଷେକ ବେଳେ ସର୍ବ ମୁନିଋଷିମାନେ ପ୍ରଭୁଙ୍କ ଦିବ୍ୟ ରୂପରାଶି ଦେଖ୍ ତାଙ୍କ ସଙ୍ଗ ସୁଖ କାମନା କରିଥିଲେ ।


(ଦ) ଦ୍ଵାପରରେ କେଉଁମାନେ ବ୍ରଜନାରୀ ରୂପେ ଗ୍ରହଣ କରିଥିଲେ ?

ଉ. ଦ୍ଵାପରରେ ମୁନିଋଷି ଭଳି ସନ୍ଥ ବ୍ୟକ୍ତିମାନେ ବ୍ରଜନାରୀ ରୂପେ ଗ୍ରହଣ କରିଥିଲେ ।


(ଧ) ବ୍ରଜନାରୀ କରି, କିଏ କାହାର ମନବାଞ୍ଛା ପୂର୍ଣ କରିଥିଲେ ?

ଉ. ବ୍ରଜନାରୀ ଅଣରୂପ ଶୂନ୍ୟ (ଶୂନ୍ୟ ଦେହି ପୁରୁଷ) ପୁରୁଷ ମୁନି ଋଷିମାନଙ୍କ ମନବାଞ୍ଛା ପୂର୍ଣ କରିଥିଲେ ।


 (ନ) ହରି ଯଦି ଚାହିଁ ଦିଅନ୍ତି ଭୀମ ଭୋଇଙ୍କର କ’ଣ ହେବ ବୋଲି ନିବେଦନ କରିଛନ୍ତି ?

ଉ. ହରି ଯଦି ଚାହିଁ ଦିଅନ୍ତି ତେବେ ଭୀମ ଭୋଇ ନିସ୍ତରି ଯିବେ ବୋଲି ବିଚାର କରିଛନ୍ତି ।


(ପ) କାହାର ଆଜ୍ଞାରେ ବେନୁପାଣି ପଦ୍ମ ପୁଷ୍ପ ତୋଳିବାକୁ ଯାଇଥିଲେ ?

ଉ. କଂସର ଆଜ୍ଞା ଘେନି ବେନୁ ପାଣି ପଦ୍ମପୁଷ୍ପ ତୋଳିବାକୁ ଯାଇଥିଲେ ।


(ଫ) କେଉଁଠାରେ ବେନୁପାଣିଙ୍କ ପାଦରେ କାଳୀଦଂଶନ କରିଥିଲା ?

ଉ. କାଳିନ୍ଦୀ ହ୍ରଦରେ ଥ‌ିବା କାଳୀୟ ନାଗ ବେନୁପାଣିଙ୍କ ପାଦରେ ଦଂଶନ କରିଥିଲା ।


(ବ) ପ୍ରଭୁ କାଳୀକୁ କାହିଁକି କ୍ଷମା ପ୍ରଦାନ କରିଥିଲେ ?

ଉ. କାଳିନ୍ଦୀ ହ୍ରଦରେ ପଦ୍ମଫୁଲ ତୋଳିବା ସମୟରେ କୃଷ୍ଣଙ୍କୁ ଦଂଶନ କରିଥିବା କାଳି ପ୍ରଭୁଙ୍କ ପାଦରେ ଶରଣ ଯିବାରୁ ପ୍ରଭୁ ତା’ର ସମସ୍ତ ଅପରାଧକୁ ଭୁଲି କ୍ଷମା ପ୍ରଦାନ କରିଥିଲେ ।


(ଭ) ଭୀମ ଭୋଇ ପାଦରେ ଶରଣ ପଶି କେଉଁ କଥା ବୁଝିବା ପାଇଁ ନିବେଦନ କରୁଛନ୍ତି ?

ଉ. ଭୀମ ଭୋଇ ପାଦରେ ଶରଣ ପଶି ତାଙ୍କୁ ଏ ଭବ ସାଗରରୁ ଉଦ୍ଧାର କରିବା ପାଇଁ ପରାତ୍ପରଙ୍କୁ ବିନମ୍ର ନିବେଦନ କରିଛନ୍ତି ।


(ମ) ଜାରା କାହାର ଅଙ୍ଗରେ ଘାତ କରିଥିଲା ?

ଊ. ଜାରା ଶବର ମୃଗୟା ଆଶାରେ ବନରେ ଭ୍ରମଣ କରୁଥିବା ସମୟରେ ଶ୍ରୀକୃଷ୍ଣଙ୍କ ଅଙ୍ଗରେ ଶରାଘାତ କରିଥିଲା । 


(ଯ) ଜାରା ଅପରାଧ ଖଣ୍ଡନ କରି ପ୍ରଭୁ ତାକୁ କିପରି ସ୍ବର୍ଗ ପଥ ନେଇଥିଲେ ?

ଊ. ବିଷ୍ଣୁ ଦୂତମାନେ ଜାରା ଶବରର ଅକ୍ଷମଣୀୟ ଅପରାଧକୁ କ୍ଷମା ପ୍ରଦାନ ପୂର୍ବକ ବିଷ୍ଣୁ ପୁରକୁ ନେଇଗଲେ ।


(ର) ବିଷ୍ଣୁ ଦୂତମାନେ କାହାକୁ ସ୍ଵର୍ଗକୁ ନେଇଥିଲେ ?

ଊ. ବିଷ୍ଣୁ ଦୂତମାନେ କୃଷ୍ଣଙ୍କୁ ଶରାଘାତ କରିଥିବା ଜାରା ଶବରକୁ ସ୍ଵର୍ଗକୁ ନେଇଥିଲେ।


(ଳ) ନୀଳଗିରିବାସୀ ମଞ୍ଚରେ କିପରି ଦେହ ଧାରଣ କରିଛନ୍ତି ?

ଉ. ନୀଳଗିରିବାସୀ ମଞ୍ଚରେ ଯୋଗରେ ଲୟ କରି ଯୋଗୀ ଭାବେ ଦେହ ଧାରଣ କରିଛନ୍ତି ।


(ବ) ଭୀମ ଭୋଇ ନିଜକୁ ଜନ୍ମ ଜନ୍ମାନ୍ତର କ’ଣ ବୋଲି କହିଛନ୍ତି ?

ଉ. ଭୀମ ଭୋଇ ନିଜକୁ ଜନ୍ମ ଜନ୍ମାନ୍ତର ଦୋଷୀ ଭାବେ ଗ୍ରହଣ କରିଛନ୍ତି |


(ଶ) ଭୀମ ଭୋଇ ସଂସାର ଦୁଃଖରୁ ତରିବାକୁ କାହାର ଆଶା ଓ ଭରସା କରିଛନ୍ତି ?

ଉ. ଭୀମ ଭୋଇ ସଂସାର ସାଗର ପାରିହେବାକୁ ଶୂନ୍ୟବାନାର ଛାୟା ତଳେ ଆଶ୍ରା ନେଇ ଶୂନ୍ୟ ଦେହୀଙ୍କୁ ଅଶା ଓ ଭରସା କରିଛନ୍ତି ।


(ଷ) ଭୀମ ଭୋଇ ଦୁଃଖରେ ପଡ଼ି କାହାର ଛାୟାକୁ ଆଶ୍ରା କରିଛନ୍ତି ?

ଉ. ଶୂନ୍ୟବାନାର ଛାୟାକୁ ଆଶ୍ରା କରିଛନ୍ତି |


(ସ) କେଉଁ ଜଳରୁ ତାରଣ ହେବାକୁ ଆଉ ବୁଦ୍ଧି ଦିଶୁ ନାହିଁ ?

ଉ. କାରୁଣ୍ୟ ଜଳରୁ ତାରଣ ହେବାକୁ ଆଉ ବୁଦ୍ଧି ଦିଶୁ ନାହିଁ ।


(ହ) କାରୁଣ୍ୟ ଜଳ କିପରି ପ୍ରବାହିତ ହେଉଛି ବୋଲି କବି ବର୍ଣ୍ଣନା କରିଛନ୍ତି ?

ଉ. ବୃକ୍ଷର ଡାଳ ଏବଂ ମୂଳକୁ ଉପାଡ଼ି ମହାପ୍ରଳୟରେ ମହାଗାଢ଼ ଭାବରେ ପ୍ରବାହିତ ହେବା କଥା କବି ବର୍ଣ୍ଣନା କରିଛନ୍ତି । ପ୍ରଳୟର ତାଣ୍ଡବ ଲୀଳାର ବର୍ଣ୍ଣନା ବେଶ୍ ଭୟଙ୍କର ବୋଲି ଅଭିବ୍ୟକ୍ତି ।


(କ୍ଷ) କବି କାହାର ପାଦ ଧରି ସଂସାର ସାଗର ପାରି ହେବାକୁ ଚାହିଁଛନ୍ତି ?

ଉ. କବି ସାଧୁଜନମାନଙ୍କର ପାଦ ଧରି ସଂସାର ସାଗର ପାରି ହେବାକୁ ଚାହିଁ ଛନ୍ତି |


(ୟ) କାହା ବିନା ଶରୀର ମୋକ୍ଷ ନାହିଁ ?

ଉ. ଗୁରୁଦେବ ବିନା ଶରୀର ମୋକ୍ଷ ନାହିଁ ବୋଲି କବି ଭୀମ ଭୋଇ କହିଛନ୍ତି ।


Payare Pasuchi Sarana 2 Mark Questions Answer

୩. ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ ।

(କ) କିଏ ଗୁପ୍ତରେ କାହାକୁ ପାରି କରାଇଥିଲେ ?

ଊ. କବି – ଭୀମଭୋଇ

କବିତା – ପୟରେ ପଶୁଛି ଶରଣ

ଶୂନ୍ୟପୁରୁଷ ତଥା ଶୂନ୍ୟ ଦେହୀ ଗୁପ୍ତରେ ଜଉଘରୁ ପଞ୍ଚୁ ପାଣ୍ଡବଙ୍କୁ ଉଦ୍ଧାର କରି ସେମାନଙ୍କୁ ପାର କରାଇ ଥିଲେ । ତାଙ୍କର କାୟାହୀନ ମାୟା ପଞ୍ଚୁପାଣ୍ଡବଙ୍କୁ ରକ୍ଷା କରିବାରେ ସହାୟ ହୋଇଛନ୍ତି ।


(ଖ) ଜଗତରେ ଠାବ ଦେବା ପାଇଁ କିଏ କାହାକୁ ଅନୁରୋଧ କରିଛନ୍ତି ?

ଉ. କବି – ଭୀମ ଭୋଇ

କବିତା – ପୟରେ ପଶୁଛି ଶରଣ

ଜଗତରେ ଠାବ ଦେବା ପାଇଁ କବି ଭୀମ ଭୋଇ ତାଙ୍କ ପରମ ପ୍ରଭୁ ପରାତ୍ପର ସ୍ଵାମୀଙ୍କୁ ଅନୁରୋଧ କରିଛନ୍ତି ।


 (ଗ) କବି କେଉଁ କଥା ଏକା ଜାଣିବା ପାଇଁ ନିବେଦନ କରିଛନ୍ତି ?

ଊ. କବି – ଭୀମ ଭୋଇ

କବିତା – ପୟରେ ପଶୁଛି ଶରଣ

କରିଥିବା ସମସ୍ତ କଳଙ୍କରୁ ବିମୁକ୍ତ କରି ସାତ୍ତ୍ଵିକ ଜଗତରେ ସ୍ଥାନ ଦେବାକୁ କବି ନିବେଦନ ପୂର୍ବକ ଆଉ କେହି ନ ଜାଣିବା କଥା କହିଛନ୍ତି ।


(ଘ) ଭୀମ ଭୋଇ କାହା ଛାମୁରେ କ’ଣ ମାଗୁଣି କରିଛନ୍ତି ?

ଊ. କବି – ଭୀମ ଭୋଇ

କବିତା – ପୟରେ ପଶୁଛି ଶରଣ

ଭୀମ ଭୋଇ ତାଙ୍କ ପରମ ପରାପୁର ସ୍ଵାମୀଙ୍କ ଛାମୁରେ ଶରଣାଗତ ଭକ୍ତ ଭାବେ କରିଥିବା ସମସ୍ତ ପାପରୁ ଉଦ୍ଧାର କରିବାକୁ ମାଗୁଣି କରିଛନ୍ତି ।



(ଙ) କବି ଅବଧୂତଙ୍କୁ କେଉଁ କେଉଁ ରୂପ ବଦ୍ଧିତ କରିବାକୁ ଅନୁରୋଧ କରିଛନ୍ତି ?

ଉ. କବି – ଭୀମ ଭୋଇ

କବିତା – ପୟରେ ପଶୁଛି ଶରଣ

କବି ଅବଧୂତଙ୍କୁ ଦୟାରେ ଶୂନ୍ୟରେ ଅଣରୂପର କଳେବରକୁ ବଦ୍ଧିତ କରିବାକୁ ଅନୁରୋଧ କରିଛନ୍ତି ।


 (ଚ) ବ୍ରଜନାରୀ କରି କେଉଁମାନଙ୍କ ମନୋବାଞ୍ଛା ପୂର୍ଣ କଲ ?

ଉ. କବି – ଭୀମ ଭୋଇ

କବିତା – ପୟରେ ପଶୁଛି ଶରଣ

ତ୍ରେତୟା ଯୁଗରେ ରାମ ଅବତାରରେ ମୁନିଋଷିମାନଙ୍କର କଳ୍ପନାକୁ ଦ୍ୱାପର ଯୁଗରେ ବ୍ରଜନାରୀ କରି ସେମାନଙ୍କର ମନୋବାଞ୍ଛା ପୂର୍ଣ୍ଣ କରିଥିବା କଥା କବି ଉଲ୍ଲେଖ କରିଛନ୍ତି ।


(ଛ) କିଏ ଶରଣ ଯିବାରୁ ପ୍ରଭୁ ତା’ର ଦୋଷ କ୍ଷମା କଲେ ?

ଉ. କବି – ଭୀମ ଭୋଇ

କବିତା – ପୟରେ ପଶୁଛି ଶରଣ

କାଳିନ୍ଦୀରେ ପଦ୍ମ ତୋଳିବାବେଳେ କାଳୀ କୃଷ୍ଣଙ୍କୁ ଦର୍ଶନ କରିଥିଲା । କ୍ରୋଧରେ ଜର୍ଜରିତ କୃଷ୍ଣ ଗରୁଡ଼ଙ୍କୁ ନିର୍ଦ୍ଦେଶ ଦେବା ସମୟରେ ଶରଣାଗତ କାଳୀ ପାଦରେ ଶରଣ ଯିବାରୁ ପ୍ରଭୁ ତା’ର ଦୋଷ କ୍ଷମା କଲେ ।


(ଜ) କେଉଁ ବିନତି କଥା କହି କବି ପାଦରେ ଶରଣ ପଶିଛନ୍ତି ?

ଉ. କବି – ଭୀମ ଭୋଇ

କବିତା – ପୟରେ ପଶୁଛି ଶରଣ

ଭାବଗ୍ରାହୀ ଭକ୍ତର ଭାବକୁ ବୁଝି କେଡ଼େ କେଡ଼େ ବିପଦରୁ ରକ୍ଷା କରୁଥିବା ବେଳେ କବି ଭୀମ ଭୋଇ କରିଥିବା ଭବ ସାଗରର ପାପକୁ ଧ୍ୱଂସ କରି ରକ୍ଷା କରିବା କଥା ବିନମ୍ର ଭାବରେ ନିବେଦନ କରିଛନ୍ତି । ଏକାନ୍ତରେ ଶରଣାଗତ ହୋଇଛନ୍ତି | 


(ଝ) ବିଷ୍ଣୁଦୂତ ପଠାଇ ପ୍ରଭୁ କାହାକୁ ସ୍ବର୍ଗ ପଥର ଅଧିବାସୀ କରାଇଥିଲେ ?

ଉ. କବି – ଭୀମ ଭୋଇ

କବିତା – ପୟରେ ପଶୁଛି ଶରଣ

ବିଷ୍ଣୁଦୂତ ପଠାଇ ପ୍ରଭୁ ଜରା ଶବରକୁ ସ୍ଵର୍ଗ ପଥର ଅଧିବାସୀ କରାଇଥିଲେ । ଅଜ୍ଞାନରେ କରିଥିବା ସମସ୍ତ ଅପରାଧକୁ ନିଃସର୍ତ୍ତରେ କ୍ଷମାପ୍ରଦାନ କରିଥିଲେ ।


(ଞ୍ଜ) କବି କେଉଁ ଶୂନ୍ୟବାନାର ଆଶ୍ରୟ କରିଛନ୍ତି ?

ଉ. କବି – ଭୀମ ଭୋଇ

କବିତା – ପୟରେ ପଶୁଛି ଶରଣ

କବି ଭୀମ ଭୋଇ ସଂସାର ରୂପକ ଜଞ୍ଜାଳରେ ମହା ଦୁଃଖରେ ପ୍ରପୀଡ଼ିତ । ଦୁଃସହ ଦୁଃଖର ଭାରାକୁ ବୋହିବା ତାଙ୍କ ପକ୍ଷରେ ଅସମ୍ଭବ । ତେଣୁ ପରମ ପୁରୁଷ ଶୂନ୍ୟବାସୀଙ୍କର ଶୂନ୍ୟବାନା ତଳେ ମୁକ୍ତି ପାଇବାର ଆଶା ରଖ୍ ଆଶ୍ରା ନେଇଛନ୍ତି ।


CHSE Odisha +2 1st Year MIL Odia Payare Pasuchi Sarana 3 mark Questions Answer

 ୪. ପ୍ରାୟ ତିରିଶଗୋଟି ଶବ୍ଦରେ ଉତ୍ତର ଦିଅ ।ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।


(କ) କବି କେଉଁ ଆଜ୍ଞା ଏକା ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ?

ଊ. କବି – ଭୀମ ଭୋଇ

କବିତା – ପୟରେ ପଶୁଛି ଶରଣ

ଆତ୍ମତତ୍ତ୍ଵଜ୍ଞାନୀ ଭୀମ ଭୋଇ ଜୀବ ଓ ପରମର ଭେଟ ପାଇଁ ନିବେଦନ ବେଶ୍ ହୃଦୟସ୍ପର୍ଶୀ କରିଥିବା ପାପକୁ ବିନାଶ କରି ସାତ୍ତ୍ଵିକ ମାର୍ଗ ପାଇବାକୁ କବି ବିନତି ଜଣାଇଛନ୍ତି । ସମସ୍ତ ପାପର କଳଙ୍କରୁ ମୁକ୍ତ କରି ତାଙ୍କର ଶାଶ୍ଵତ ରାଜ୍ୟରେ ଠାବ ଦେବାର କଥା ଏକାନ୍ତ ଭାବେ ଜାଣିବା ପାଇଁ କବି ଆଗ୍ରହ ପ୍ରକାଶ କରିଛନ୍ତି ।


(ଖ) କବି ପ୍ରଭୁଙ୍କ ଶ୍ରୀ ଛାମୁରେ କ’ଣ ମାଗୁଣି କରିଛନ୍ତି ?

ଭ. କବି - ଭୀମ ଭୋଇ

କବିତା – ପୟରେ ପଶୁଛି ଶରଣ

କବି ଭୀମ ଭୋଇ ଶୂନ୍ୟବାଦୀ । ଶୂନ୍ୟ ମଣ୍ଡଳ, ଶୂନ୍ୟ ବ୍ରହ୍ମ, ଶୂନ୍ୟପୁରୁଷଙ୍କୁ ବିଶ୍ଵାସ ରଖନ୍ତି । ତାଙ୍କ ମତରେ ସେ ଅନ୍ତର୍ଯ୍ୟାମୀ ଗୁରୁଦେବ । ସେ ସର୍ବଜ୍ଞାତ । ସଂସାରର ଦୁଃସହ ଭାରରୁ ତାଙ୍କୁ ଉଦ୍ଧାର ପୂର୍ବକ ତାଙ୍କ ଚରଣରେ ଆଶ୍ରା ଦେବାର କରିଥିବା କଳ୍ପନାକୁ ଶ୍ରୀଛାମୁରେ ମାଗୁଣି କରିଛନ୍ତି |


(ଗ) ତ୍ରେତୟା ଯୁଗରେ ଋଷିମାନଙ୍କ ଅଭିଳାଷର କ’ଣ ଫଳ ମିଳିଲା ?

ଉ. କବି – ଭୀମ ଭୋଇ

କବିତା – ପୟରେ ପଶୁଛି ଶରଣ

ତ୍ରେତୟା ଯୁଗରେ ରାମାବତାର ସମୟରେ ଅଭିଷେକ ବେଳେ ରାମଙ୍କ ଦିବ୍ୟରୂପ ଦର୍ଶନରେ ମୁଗ୍‌ଧ ହୋଇ ଉପସ୍ଥିତ ମୁନି ଋଷିମାନେ ତାଙ୍କ ସଙ୍ଗ ସୁଖ ଲାଭ କରିବାର କଳ୍ପନା କରିଥିଲେ । ଉକ୍ତ ମନୋବାଞ୍ଛାକୁ ପ୍ରଭୁ ଦ୍ଵାପର ଯୁଗରେ ବ୍ରଜନାରୀରେ ପରିଣତ କରି ସେମାନଙ୍କର ମନୋବାଞ୍ଛା ପୂରଣ କରିଥିଲେ ।


(ଘ) ‘ଚାହିଁ ଦେଲେ ହରି ଯିବି ମୁଁ ନିସ୍ତରି’ର ଭାବାର୍ଥ କ’ଣ ?

ଉ. କବି – ଭୀମ ଭୋଇ

କବିତା – ପୟରେ ପଶୁଛି ଶରଣ

ଅଲେଖ ପୁରୁଷ ହେଉଛନ୍ତି ଚେତନାସର୍ବସ୍ଵ, ଦିବ୍ୟ ଆଲୋକର ଆଧାର । ସେ ଜଗତର ଉଦ୍ଧାରକର୍ତ୍ତା ଭାବେ ପରିଚିତ । କବି ପାପପଙ୍କିଳ ସଂସାରରେ ଜୁଡୁସୁଡୁ । ଏହି ପାପପଙ୍କିଳ ସଂସାରରୁ ଉଦ୍ଧାର ପାଇଁ ପ୍ରଭୁ ଦୟାପୂର୍ବକ ତାଙ୍କୁ ପଦ୍ମ ଲୋଚନରେ ସାମାନ୍ୟ ଚାହିଁ ଦେଲେ ସେ ନିସ୍ତରି ଯିବା କଥା ବିଶ୍ୱାସ ରଖିଛନ୍ତି । ଏଥୁରୁ କବିଙ୍କର ପୂର୍ଣ୍ଣ ଆତ୍ମସମର୍ପଣର ଆଭାସ ମିଳେ ।


 (ଙ) ‘ଶରଣ ବୋଇଲେ କାରଣ ପାଇଲା’ – କେଉଁ ପ୍ରସଙ୍ଗରେ କୁହାଯାଇଛି ?

ଉ. କବି – ଭୀମ ଭୋଇ

କବିତା – ପୟରେ ପଶୁଛି ଶରଣ

କାଳିନ୍ଦୀ ହ୍ରଦରେ କାଳୀ ଦଂଶନ ପ୍ରସଙ୍ଗରେ କୁହାଯାଇଛି । ପଦ୍ମ ତୋଳିବା ବେଳେ କାଳି ଦଂଶନ କରିବାରୁ ତା’ର ଗର୍ବ ଖର୍ବ ପାଇଁ ଗରୁଡ଼କୁ ଆହ୍ବାନ କରିଥିଲେ । ଏଥିରେ ମର୍ମାହତ କାଳି ପ୍ରଭୁଙ୍କ ପଦରେ ଶରଣ ଯିବାରୁ ପ୍ରଭୁ ସବୁ ଅପରାଧ ଖଣ୍ଡନ କରି ତାକୁ କ୍ଷମା ପ୍ରଦାନ କରିଥିଲେ ।


(ଚ) ନାମ ବିକି ଶାହାସ୍ର କିଣି କବିଙ୍କୁ କ’ଣ ଫଳ ମିଳିଲା ?

ଉ. କବି – ଭୀମ ଭୋଇ

କବିତା – ପୟରେ ପଶୁଛି ଶରଣ

ନାମ ବିକ୍ରି ଶାସ୍ତ୍ର ଚର୍ଚ୍ଚା କରି କବିଙ୍କୁ ଜନ୍ମ ଜନ୍ମାନ୍ତର ଦୋଷ ପ୍ରାପ୍ତ ହୋଇଛି ବୋଲି କହିଛନ୍ତି ।


 (ଛ) କବି ଛ, ପତିତ ଓ ପାମର ଶବ୍ଦର ପ୍ରୟୋଗରେ ନିଜର କେଉଁ ଭାବକୁ ପ୍ରକାଶ କରିଛନ୍ତି |

ଊ. କବି – ଭୀମ ଭୋଇ

କବିତା – ପୟରେ ପଶୁଛି ଶରଣ

ଭୀମ ଭୋଇ ଥିଲେ ଆତ୍ମଜ୍ଞାନୀ । ପ୍ରତ୍ୟେକ ଆତ୍ମାକୁ ସେ ଏକ ବୋଲି ବିଚାର କରିଛନ୍ତି । ଏହି ସମଦର୍ଶୀ କବିଙ୍କର ମହତ୍ ଭାବନାର ତୁଳନା ନାହିଁ । ମୂଳ, ପତିତ ଓ ପାମର ଶବ୍ଦ ପ୍ରୟୋଗ କରି ନିଜର ଉଦାର ତଥା ମାନବୀୟ ଗୁଣର ମହନୀୟତା ପ୍ରକାଶ କରିଛନ୍ତି ।

(ଜ) ଶେଷରେ କବି ଭୀମ ଭୋଇ କାହା ପାଦକୁ ଧ୍ୟାନ କରି ଶରଣ ପଶିଛନ୍ତି ?

ଊ. କବି – ଭୀମ ଭୋଇ

କବିତା – ପୟରେ ପଶୁଛି ଶରଣ

ଶରଣାଶ୍ରୟୀ ପ୍ରଭୁଙ୍କ ବିନା ଶରୀର ମୋକ୍ଷ ନୁହେଁ ବୋଲି କବି ଦୃଢୋକ୍ତି ପ୍ରକାଶ କରିଛନ୍ତି । ତେଣୁ ପ୍ରଭୁଙ୍କ ପଦ୍ମ ପଦକୁ ଧାନ କରି ମୁକ୍ତି ପାଇଯିବାର ଆସ୍ଫାଳନ କରିଛନ୍ତି । ଏଥୁରୁ କବିଙ୍କର ଈଶ୍ଵର ବିଶ୍ଵାସର ବଳିଷ୍ଠ ପ୍ରମାଣ ମିଳେ ।


+2 1st Year MIL Odia Payare Pasuchi Sarana 5 mark Questions Answer

5.ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରଶ୍ନର ମୂଲ୍ୟ ୫ ନମ୍ବର । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦ ମଧ୍ୟରେ ଦେବାକୁ ହେବ ।

(କ) ‘ପୟରେ ପଶୁଛି ଶରଣ’ କବିତାରୁ କବିଙ୍କ ଭକ୍ତିମତ୍ତାର ପରିଚୟ ପ୍ରଦାନ କର ।

ଉ: ଭୀମ ଭୋଇଙ୍କର ସର୍ବଶ୍ରେଷ୍ଠ ରଚନା “ ସ୍ତୁତି ଚିନ୍ତାମଣି” ସପ୍ତଦଶ ବୋଲି ହେଉଛି ‘ପୟରେ ପଶୁଛି ଶରଣ” | ଗୁରୁଭକ୍ତି ହିଁ ଶ୍ରେଷ୍ଠ । ଏହାର ପଟାନ୍ତର ନାହିଁ । ତିନି ଭୁବନରେ ଏହାହିଁ ସତ୍ୟ । ସେ ମୁକ୍ତିର ପ୍ରସଙ୍ଗ କଥା କହିଛନ୍ତି | ମନ, ପବନ, ଧ୍ୟାନ, ଯୋଗ ବଳରେ ବ୍ରହ୍ମଙ୍କୁ ଚିହ୍ନିଲେ ମୁକ୍ତିର ମାର୍ଗ ଖୋଲିଯାଏ । ତେଣୁ ପୁରାଣ ଓ ଇତିହାସରୁ ନାନାଦି ଦୃଷ୍ଟାନ୍ତ ଦେଇ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଉଦ୍ଧାର ପାଇଁ ପ୍ରଭୁଙ୍କ ପଦାରବିନ୍ଦରେ ନିବେଦନ କରିଛନ୍ତି ।

ଦୁର୍ଯ୍ୟୋଧନ ପଞ୍ଚୁ ପାଣ୍ଡବଙ୍କୁ ଜଉଘରେ ଜାଳିଦେବାବେଳେ ପ୍ରଭୁ କାୟା ଲୁଚାଇ ମାୟାଦ୍ଵାରା ସେମାନଙ୍କୁ ରକ୍ଷାକରି ପାର କରାଇ ଦେଇଥିଲା । କୁରୁସଭାରେ ଦ୍ରୌପଦୀଙ୍କୁ ଉଦ୍ଧାର କରିବା ଭଳି ବିପଦରୁ ଉଦ୍ଧାର କରିବା ଯାହାର କରୁଣାର ଗୋଟିଏ ବିନ୍ଦୁ । ସେହି ଅନ୍ତର୍ଯ୍ୟାମୀ ଶୂନ୍ୟବାସୀଙ୍କ ପାଖରେ କବି ଶରଣ ପଶିଛନ୍ତି | ସଂସାର କଳଙ୍କରୁ ମୁକ୍ତକରି ତାଙ୍କର ଚରଣରେ ସମର୍ପିତ ହେବାକୁ କବି ନିବେଦନ କରିଛନ୍ତି । ସେବା, ଭକ୍ତି, କରୁଣା ଦ୍ଵାରା ପ୍ରଭୁଙ୍କ ଶ୍ରୀଛାମୁରେ ନିକଟବର୍ତ୍ତୀ ହେବାକୁ କବି ଆଶା ରଖିଛନ୍ତି । କବି ଭୀମ ଭୋଇ ସମର୍ପଣ ଭାବ ନେଇ ଗାଇ ଉଠିଛନ୍ତି-

“ ସେବା ଭକ୍ତି ନିଅ ହସ୍ତ ତୋଳି ଦିଅ

କର୍ମସିଦ୍ଧି ବିଧାନକ

ଦୟାରେ ବର୍ଦ୍ଧିତ କରି ଅବଧୂତ

ସନମାନ କରି ରଖ ।”

କଳଙ୍କ ଫିଟିଗଲେ ବ୍ୟକ୍ତି ସାତ୍ତ୍ଵିକ ଭାବନା ଉପଭୋଗ କରେ । ସେ ହୋଇଯାଏ ଅହଂଶୂନ୍ୟ । କେଡ଼େ କେଡ଼େ ବିପଦରୁ ରକ୍ଷା କରୁଥିବା ବେଳେ ତାଙ୍କ ପ୍ରତି ଚାହିଁବାର କରୁଣା ହେଲେ ସେ ନିଶ୍ଚିନ୍ତ ଭବସାଗରୁ ଉଦ୍ଧାର ପାଇଯିବେ । ଏ ଆଶା ଓ ବିଶ୍ବାସ ରଖି କବି ନିଜକୁ ଶାଶ୍ଵତମୟ ପୁରୁଷଙ୍କ ସହିତ ମିଶିଯିବାର ଅଭୀପ୍‌ସା ପୋଷଣ କରିଛନ୍ତି ।

ନୀଳଗିରିବାସୀ ମଞ୍ଚରେ ଯୋଗୀ ରୂପ ଧାରଣ କରି ନିର୍ବିକାର ଭାବରେ ଭକ୍ତଙ୍କୁ ଉଦ୍ଧାର ପାଇଁ ଆହ୍ୱାନ କରିଛନ୍ତି । ତେଣୁ ଶୂନ୍ୟବାସୀଙ୍କ ପଦାରବିନ୍ଦରେ ନିଜକୁ ଆଶ୍ରା ନେଇଛନ୍ତି । ଗୁରୁ ଦୟା ବିନା ଏ ସଂସାରରୁ ମୁକ୍ତି ନାହିଁ ଏହା କବିଙ୍କର ଅନ୍ତର୍ଚେତନା ଅଟେ ।

କବିଙ୍କର ଏଭଳି ଭକ୍ତିପୂର୍ଣ୍ଣ ବର୍ଣ୍ଣନା ବେଶ୍ ହୃଦ୍ୟ ହୋଇପାରିଚି ।


(ଖ) ‘ପୟରେ ପଶୁଛି ଶରଣ’ କବିତାର ସାରମର୍ମ ଉଦ୍‌ଘାଟନ କର ।

ଉ: ସାରକଥା ଦେଖ ।


(ଗ) ସମର୍ପଣ ମୋକ୍ଷର ସର୍ବଶ୍ରେଷ୍ଠ ସାଧନ— ‘ପୟରେ ପଶୁଛି ଶରଣ’ କବିତା ଅବଲମ୍ବନରେ ଏହାର ସତ୍ୟତା ବିଚାର କର ।

ଉ: ‘ପୟରେ ପଶୁଛି ଶରଣ’ କବିତାଟି “ ସ୍ତୁତିଚିନ୍ତାମଣି” ରଚନାରୁ ସଂଗୃହୀତ । ଏହି କବିତାରେ କବି ସମର୍ପିତ ପ୍ରାଣ ଭକ୍ତ କବି ଭୀମ ଭୋଇଙ୍କର ଅଲେଖ ବ୍ରହ୍ମଙ୍କ ନିକଟରେ ଐକାନ୍ତିକ ସମର୍ପଣ ଭାବ ପ୍ରକଟିତ ହୋଇଛି ।

ଚକ୍ରାନ୍ତ କରି ଦୁର୍ଯ୍ୟୋଧନ ପାଣ୍ଡବଙ୍କୁ ଯାଦୁଘରେ ଜାଳି ଦେବାର ଜାଣି ମାୟା ରଚନା କରି ସେମାନଙ୍କୁ ଉଦ୍ଧାର କରିଥିଲେ ଶୂନ୍ୟବାସୀ, ଶୂନ୍ୟପରାତ୍ପର । ଜଗତରେ ଆଶା ଦେବାକୁ କବି ଈଶ୍ବରଙ୍କଠାରେ ନିବେଦନ କରିଛନ୍ତି । ସତ୍ୟ, ଶାନ୍ତି, ଦୟା ପଥରେ ଗଲେ ବିପଦ କ୍ଷୟ ହୋଇଥାଏ । ନିର୍ଗୁଣ, ସନାତନ, ଶୂନ୍ୟପୁରୁଷ ସମସ୍ତ ବିଘ୍ନକୁ ନାଶ କରି ତାଙ୍କ ପଦରେ ଆଶ୍ରା ଦିଅନ୍ତି । ସେ ଶୂନ୍ୟପୁରୁଷ, ଶୂନ୍ୟବ୍ରହ୍ମରେ ଡୁବି ଯାଇ ଅଶୁ ବିସର୍ଜନ କରିଛନ୍ତି ।

ତ୍ରେତୟା ଯୁଗରେ ସାଧୁ, ସନ୍ଥଙ୍କୁ ଉଦ୍ଧାର କରି ବ୍ରଜନାରୀ କରିବା, କାଳୀର ଦର୍ପଦଳନ କରି ଶରଣ ପଶିବା ଦ୍ଵାରା ତାଙ୍କୁ ରକ୍ଷା କରିବା ଭଳି ବଡ଼ ବଡ଼ ବିପଦରୁ ଭକ୍ତଙ୍କୁ ରଖିଛନ୍ତି । ତେଣୁ ନୀଳଗିରିବାସୀ ପ୍ରଭୁଙ୍କ କୃପାରୁ ସେ ନିଶ୍ଚିତ ଭବସାଗରରୁ ମୁକ୍ତି ପାଇଯିବେ । କବି ଭୀମ ଭୋଇ ପରିତ୍ରାଣ ପାଇଁ ଶୂନ୍ୟବାନା ଉପରେ ଆଶା ରଖିଛନ୍ତି ସଂସାର ସାଗର ପାରହେବା ପାଇଁ । ଏକମାତ୍ର ଅବଲମ୍ବନ ସାଧୁଜନଙ୍କ ପଦ ସେବା । ଗୁରୁ ହିଁ ସମସ୍ତ ମୁକ୍ତିପଥର ପଥକ । ତାଙ୍କ ବିନା ଜଗତ ଚଳିବା ଅସମ୍ଭବ । କବିଙ୍କର ପୂର୍ଣ ସମର୍ପଣ ଭାବନା କବିତାକୁ କରିଛି ଭାବମୟ ତଥା ରସମୟ ।

(ଘ) କବି ଭୀମଭୋଇ ପ୍ରଭୁଙ୍କ ନାମ ଗାନ କରି କିପରି ସଂସାରରୁ ମୁକ୍ତି ପାଇବା ପାଇଁ ଆଶା ପୋଷଣ କରିଛନ୍ତି–ଆଲୋଚନା କର ।

ଉ: ମହିମା ଧର୍ମର ପ୍ରତିଷ୍ଠାତା ମହିମା ସ୍ଵାମୀ ଏବଂ ଗୋବିନ୍ଦ ବାବାଙ୍କ ସଂସ୍ପର୍ଶରେ ଆସି ସନ୍ଥକବି ଭୀମ ଭୋଇଙ୍କ ପ୍ରତିଭାର ବିକାଶ ସାଧୂତ ହେଲା । ମହିମା ସ୍ଵାମୀଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ସେ ମହିମା ଧର୍ମ ଗ୍ରହଣ କଲେ । ଏହି ଧର୍ମର ପ୍ରଚାର ପାଇଁ ସେ ରଚନା କରିଛନ୍ତି ଅନେକ ଭଜନ ଓ ଜଣାଣ । ଆପଣାର ଦିବ୍ୟ କବିତ୍ଵ, ପ୍ରଚଣ୍ଡ ଧୀମତା ଓ ଶବ୍ଦଜ୍ଞାନ ତାଙ୍କୁ ଓଡ଼ିଆ ସାହିତ୍ୟରେ ଚିର ଅମର କରି ରଖିଛି । ‘ସ୍ମୃତି ଚିନ୍ତାମଣି’ର ସପ୍ତଦଶ ବୋଲିରୁ ‘ପୟରେ ପଶୁଛି ଶରଣ’ କବିତାଟି ଉଦ୍ଧୃତ ।

ସଂସାରରୁ ମୁକ୍ତି ପାଇବାକୁ ହେଲେ ପ୍ରଥମେ ପ୍ରଭୁଙ୍କର ଶରଣାପନ୍ନ ହେବାକୁ ହୋଇଥାଏ । ପରେ ସମର୍ପଣ ଦ୍ଵାରା ପ୍ରଭୁଙ୍କର ନିକଟତର ହୋଇଥାଏ ଭକ୍ତ ନିଜର ଭକ୍ତିଭାବନା ଏବଂ ଈଶ୍ଵର ପ୍ରାପ୍ତି ପାଇଁ ସର୍ବଦା ଭକ୍ତ ଏକାଗ୍ର ଚିତ୍ତରେ ପ୍ରଭୁଙ୍କ ନାମ ଗାନ, ଶ୍ରବଣ, ଚିନ୍ତନ, ମନନ ଓ ଭଜନ କରିଥାଏ । ଭକ୍ତର ଗୋଟିଏ ଲକ୍ଷ୍ୟ ରହିଥାଏ ନିଜ ପ୍ରଭୁଙ୍କ ସହ ଲୀନ ହୋଇଯିବା । ସଂସାର ରୂପକ ସାଗରରୁ ପାରିହେବାପାଇଁ ସବୁଠୁ ସହଜିଆ ମାର୍ଗ ହେଲା ପ୍ରଭୁ ପାଦରେ ନିଜକୁ ସମର୍ପଣ କରିବା । ପୌରାଣିକ ବିଷୟବସ୍ତୁର ଉଦାହରଣ ଦେଇ କବି ସଂସାରରୁ ମୁକ୍ତି ପାଇବା ପାଇଁ ଉକ୍ତ କିପରି ପ୍ରଭୁଙ୍କ ଶରଣାପନ୍ନ ହୋଇଛି ତାହା ଦେଖାଇଛନ୍ତି ।

ଭକ୍ତର ମନବାଞ୍ଛା ପୂରଣ କରିବା ଏବଂ ଅଧର୍ମର ବିନାଶ କରି ଧର୍ମର ସଂସ୍ଥାପନ କରିବା ପାଇଁ ଯୁଗେ ଯୁଗେ ପ୍ରଭୁ ଅବତାର ଧାରଣ କରି ନିଜର ଲୀଳା ପୃଥିବୀ ପୃଷ୍ଠରେ କରିଥାନ୍ତି । ଯେପରିକି ତ୍ରେତୟା ଯୁଗରେ ପ୍ରଭୁ ରାମ ଅବତାର ଗ୍ରହଣ କରିଥିଲେ । ରାମଚନ୍ଦ୍ରଙ୍କ ରାଜ୍ୟ ଅଭିଷେକ ହେଲାବେଳେ ସମସ୍ତଋଷି ଗଣ ଏକାଠି ହୋଇ ତାଙ୍କ ରୂପ ଲାବଣ୍ୟରେ ନିଜକୁ ହଜାର ଦେଇ ଭଗବାନ ଶ୍ରୀରାମଙ୍କ ସହ ଏକାକାର ହୋଇଯିବାପାଇଁ ମନେ ମନେ ପାଞ୍ଚିଥିଲେ । ଭକ୍ତର ଭଗବାନ, ତାଙ୍କୁ କିଛି ବି ଅଜଣା ରହେ ନାହିଁ । ସେଥ‌ିପାଇଁ ଋଷିଗଣଙ୍କ ମନସ୍କାମନା ପୂରଣ କରିବା ପାଇଁ ଭଗବାନ ରୂପହୀନ ଓ ଗୁଣହୀନ ବ୍ରହ୍ମହୋଇ ଶୂନ୍ୟରୂପରେ ସେମାନଙ୍କର ମନବାଞ୍ଛା ପୂରଣ କଲେ । ସେହି ଋଷିଗଣ ବୃନ୍ଦାବନର ବ୍ରଜନାରୀ ହୋଇ ଜନ୍ମିଥିଲେ । ସେହିପରି ଦ୍ଵାପରଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କ ଅବତାର ଗ୍ରହଣ କରିଥିଲେ । ସେହି ଯୁଗରେ କଂସର ଆଜ୍ଞାକୁ ପାଳନ କରିବାକୁ ଯାଇ ପଦ୍ମଫୁଲ ତୋଳିବାକୁ ଗଲାବେଳେ କାଳନ୍ଦୀ ନଦୀରେ କାଳୀ ନାମକ ସର୍ପ ପ୍ରଭୁଙ୍କୁ ଦଂଶିଲା । ଭଗବାନ ଗରୁଡ଼ଙ୍କୁ ମନେ ମନେ ସୁମରଣା କଲାବେଳେ କାଳୀସର୍ପ ପ୍ରଭୁଙ୍କ ଶରଣାଗତ ହେଲା ଏବଂ ନିଜର ଅପରାଧ ପାଇଁ ପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କଲା । ଅନ୍ତର୍ଯ୍ୟାମୀ ପ୍ରଭୁ ତା’ର ମନକଥା ବୁଝି ତାକୁ ନିଜର ଶରଣରେ ରଖି ତା’ର ଅପରାଧରୁ ମୁକ୍ତି କଲେ । ସେହିପରି ଜାରାର ଉଦାହରଣ କବି ଦେଇଛନ୍ତି ।

ପ୍ରଭୁ ପରମେଶ୍ଵର ମାୟାର ଖେଳ କରି, ନିଜର ପାଦକୁ ହରିଣ କାନ ପରି ଦୃଶ୍ୟ କରାଇଲେ । ଜାରା ଶବର ହରିଣକାନ ଭାବି ଶ୍ରୀକୃଷ୍ଣଙ୍କ ପାଦଯୁଗଳକୁ ଭ୍ରମରେ ପଡ଼ି ବାଣ ବିନ୍ଧିଲା । ତଥାପି ପ୍ରଭୁ ଭକ୍ତ ବତ୍ସଳ ଶ୍ରୀହରି ଭକ୍ତର ଅପରାଧକୁ କ୍ଷମାକରି ତା’କୁ ବିଷ୍ଣୁଦୂତ ଡକାଇ ସ୍ଵର୍ଗକୁ ନେଲେ । କେଡ଼େ ବଡ଼ ଅପରାଧକୁ ପ୍ରଭୁ ନିମିଷକ ମଧ୍ୟରେ କ୍ଷମା ଦେଇ ତାକୁ ମାୟା ରୂପକ ସଂସାରକୁ ଉଦ୍ଧାର କରି ସ୍ଵର୍ଗରେ ସ୍ଥାନ ଦେଲେ ।

ଶେଷରେ କବି ଶୂନ୍ୟବ୍ରହ୍ମ ପରମେଶ୍ବରକୁ ପ୍ରାର୍ଥନା କରୁଛନ୍ତି ସେ ଅଜ୍ଞାନ ମୂଢ଼ । ତାଙ୍କୁ ପରମେଶ୍ଵରଙ୍କ ଶ୍ରୀପୟରେ ଶରଣ ପଶିବାକୁ ସୁଯୋଗ ଦିଅନ୍ତୁ । ସେ ଯେତେ ପାପପଙ୍କିଳରେ ବୁଡ଼ିରହିଛନ୍ତି ପ୍ରଭୁ ତାଙ୍କ ଦିବ୍ୟ ଦୃଷ୍ଟି ଦ୍ଵାରା ତାଙ୍କୁ ନିଜର କରିନିଅନ୍ତୁ | ସଂସାରରୂପକ ମାୟାଖେଳରୁ ମୁକ୍ତି ପାଇବା ପାଇଁ ପ୍ରଭୁଙ୍କୁ କାକୁତିମିନତି ହୋଇ ଅନୁରୋଧ କରୁଛନ୍ତି । ପ୍ରଭୁ ସୀମିତ ସମୟ ମଧ୍ୟରେ ଭକ୍ତକୁ ଆଶ୍ରିତ କରିଥାଆନ୍ତି ମାତ୍ର ଏଥରେ ଭକ୍ତର ଭକ୍ତିଭାବନା ରହିଥିବା ଦରକାର । କବି କହୁଛନ୍ତି ସେ ସର୍ବଦା ତାଙ୍କ ପ୍ରଭୁ ଶୂନ୍ୟବ୍ରହ୍ମଙ୍କ ଆଶ୍ରିତରେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଏକାକାର ହୋଇ ରହିବେ । ସେ ତାଙ୍କ ପ୍ରଭୁଙ୍କ ଠାରୁ କୌଣସି ମୁହୂର୍ଭ ଅଲଗା ହୋଇରହିବା କଥା ସ୍ଵପ୍ନରେ ବି ଭାବିନାହାଁନ୍ତି ।

ମଣିଷ ପ୍ରଭୁଙ୍କ ନାମ ପାନ କରି ବାସ୍ତବିକ ଏ ସଂସାରରୁ ମୁକ୍ତି ପାଏ ଏହାର ଜ୍ଵଳନ୍ତ ଉଦାହରଣ ନିଜେ କବି ।


 (ଙ) ‘ପୟରେ ପଶୁଛି ଶରଣ’ କବିତାର ସାରମର୍ମ ଉଦ୍‌ଘାଟନ କର ।

ଉ: ସନ୍ଥକବି ଭୀମ ଭୋଇ ଆପଣା କବିତ୍ଵର ମହିମାରେ ଯେତିକି ନୁହେଁ, ଜଣେ ନିଶାପର ଧର୍ମନେବା ରୂପେ ବଽଧିକ ପ୍ରଚାରିତ ହୋଇପାରିଅଛନ୍ତି । ଯୌବନର ଆରମ୍ଭରେ ମହିମା ଗୋସେଇଁଙ୍କ ସମ୍ପର୍କରେ ଆସି ଓ ତାଙ୍କଠାରୁ ଦୀକ୍ଷା ନେଇ ଏକାଗୁଭାବରେ ଆତ୍ମସାଧନାରେ ନିବିଷ୍ଟ ରହିଥିଲେ ଓ କେତେକାଳ ପରେ ଆତ୍ମଜ୍ଞାନ ଲାଭ କରି ଦେଶର ଅଶିକ୍ଷିତ ଗିରିବାସୀ ଆଦିମ ସମ୍ପ୍ରଦାୟଗୁଡ଼ିକ ମଧ୍ୟରେ ଅଲେଖଧର୍ମ ନାମରେ ଏକ ନୂତନ ଉପାସନାମୂଳକ ଧର୍ମମତବାଦ ପ୍ରଚାର କରିଥିଲେ ।

ଭୀମଭୋଇଙ୍କର ଥିଲା ସରଳ କବିତା ରଚନା କରିବାର ଏକ ଅଲୌକିକ ଶକ୍ତି । ‘ସ୍ତୁତିଚିନ୍ତାମଣି’ ଏକ ସମ୍ପୂର୍ଣ୍ଣକାବ୍ୟ ଆପଣାର ବ୍ୟକ୍ତିଗତ ଚିନ୍ତା ଆବେଗ ଅନୁଭୂତିକୁ ନେଇ ରଚିତ ହୋଇଅଛି । ‘ପୟରେ ପଶୁଛି ଶରଣ’ କବିତାଟି ଏହି କାବ୍ୟର ସପ୍ତଦଶ ବୋଲି । ଏଠାରେ କବି ପରମେଶ୍ଵର କିପରି ନିଜର ଭକ୍ତଙ୍କୁ ତାଙ୍କର ଶରଣାପନ୍ନ କରିଥାନ୍ତି | ଭକ୍ତର ସମସ୍ତ ଅପରାଧକୁ କ୍ଷମାକରି ମୁକ୍ତି ପ୍ରଦାନ କରନ୍ତି ତାହା ଉକ୍ତ କବିତାରେ ଦେଖାଇଛନ୍ତି । ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ଜଉଘରେ ଜାଳିଦେବା ଲାଗି ଉଦ୍ୟମ କରିଥିଲା ବେଳେ ଆର୍ତ୍ତତ୍ରାଣ ଭକ୍ତବତ୍ସଳ ଭଗବାନ ନିଜର ମାୟା ଗୁପ୍ତରେ ରହି ଦେଖାଇଲେ । ପଞ୍ଚପାଣ୍ଡବ ସତ୍ୟ ଓ ଧର୍ମ ମାର୍ଗକୁ ତାଙ୍କ ଜୀବନର ଧେୟ ମନେକରୁଥିଲେ ବୋଲି ତାଙ୍କୁ ଏଭଳି ବିପଦପୂର୍ଣ୍ଣ ଘଟଣାରୁ ସହଜରେ ପାରି କରିଦେଇଥିଲେ | ସେଥ‌ିପାଇଁ କବି କହିଛନ୍ତି ସତ୍ୟ ଓ ଧର୍ମ ମାର୍ଗରେ ଗଲେ ମନର ସମସ୍ତ ବିପଦ କ୍ଷୟ ହୁଏ । ମଣିଷ ମନରେ ନାନାପ୍ରକାର ଘଟଣା ଓ କଳଙ୍କ ଭରିକରି ରଖୁଥାଏ । ହେଲେ ଶ୍ରୀହରିଙ୍କ କରୁଣାରୁ ମଣିଷ ମନରୁ କଳଙ୍କ ଦୂରହେଲେ ବା ଫିଟିଗଲେ ବ୍ୟକ୍ତି ସାତ୍ତ୍ଵିକ ଉପଭୋଗ କରେ । ଭୀମ ଭୋଇ ଗୁରୁଦେବଙ୍କୁ ସର୍ବ ଅନ୍ତର୍ଯ୍ୟାମୀ ବୋଲି କହିଛନ୍ତି । ତେଣୁ ସେ ତାଙ୍କ ପ୍ରଭୁଙ୍କ ଶ୍ରୀଛାମୁରେ ମନ ଭିତରେ ସେବା ଭକ୍ତି ଅର୍ପଣ କରିଛନ୍ତି ।

ତ୍ରେତୟା ଯୁଗରେ ରାମ ଅଭିଷେକ ବେଳେ ଋଷିମାନେ ଶ୍ରୀରାମଙ୍କ ରୂପରାଶି ଦେଖି ମୁଗ୍ଧ ହୋଇଥିଲେ । ରାମଚନ୍ଦ୍ରଙ୍କୁ ପାଇବା ପାଇଁ ସେମାନଙ୍କ ମନ ବ୍ୟାକୁଳ, ଏହି କଥା ଜାଣିପାରି ଭାବଗ୍ରାହୀ ଚିତ୍ତବିନୋଦିଆ ପ୍ରଭୁ ରାମଚନ୍ଦ୍ର ଋଷିମାନଙ୍କ ମନୋବାଞ୍ଛା ବ୍ରଜନାରୀ କରି ପୂର୍ଣ କଲେ ଅର୍ଥାତ୍ ଦ୍ଵାପର ଯୁଗରେ ଋଷିମାନେ ବ୍ରଜନାରୀ ହୋଇ ଜନ୍ମ ହୋଇ ‘ଶ୍ରୀକୃଷ୍ଣଙ୍କ ରୂପ ମାଧୁର୍ଯ୍ୟକୁ ଦେଖିବାପାଇଁ ବ୍ୟାକୁଳ ହୋଇ ସର୍ବଦା ତାଙ୍କ ପାଖେ ପାଖେ ରହିଲେ ।

ସେହିପରି ଭାବନା କବିଙ୍କର ତାଙ୍କ ପ୍ରଭୁଙ୍କ ପାଇଁ ରହୁ ବୋଲି ଭାବିଛନ୍ତି । କବି କହୁଛନ୍ତି ସେଥ‌ିପାଇଁ କହୁଛନ୍ତି ତାଙ୍କର ଶ୍ରୀହରି ତାକୁ ଥରେ ଚାହିଁଦେଲେ ଭୀମଭୋଇ ନିସ୍ତରି ଯିବେ ବୋଲି ବିଚାର କରିଛନ୍ତି । ଭଗବାନ ନିଜର ଅନିଷ୍ଟକାରୀ ବା ଶତ୍ରୁ ବୋଲି କାହାକୁ ଭାବି ନ ଥାନ୍ତି । ସମସ୍ତେ ଯେପରି ତାଙ୍କର ସୃଷ୍ଟିରେ ଜଣେ ଜଣେ ଶ୍ରେଷ୍ଠ ଜୀବ ସେଥ‌ିପାଇଁ ସେ କାହାକୁ ଶାସ୍ତି ବା ଦଣ୍ଡ ଦେବା ପରିବର୍ତ୍ତେ ତାକୁ ଏ ଜଗତରୁ ଉଦ୍ଧାର କରି ସ୍ଵର୍ଗରେ ସ୍ଥାନ ଦେଇଛନ୍ତି ଯେପରିକି କାଳନ୍ଦୀରେ ପଦ୍ମ ତୋଳିବାବେଳେ କାଳୀ ସର୍ପ କୃଷ୍ଣଙ୍କ ପାଦରେ ଦଂଶନ କରିଛି । ପ୍ରଭୁଙ୍କ ପାଦରେ ଶରଣ ଯିବାରୁ କାଳି ନାଗର ଦୋଷ ପ୍ରଭୁ କ୍ଷମା କରିଛନ୍ତି । ଜାରା ଶବର ଶ୍ରୀକୃଷ୍ଣଙ୍କ ପାଦଯୁଗଳରେ ଶର ବିନ୍ଧିଲା ମୃଗର ଜ୍ଞାନ ମନେକରି । ହେଲେ ଭକ୍ତବତ୍ସଳ ପାପହାରୀ ପ୍ରଭୁ ଜାରା ଶବରକୁ ଦଣ୍ଡ ଦେବା ପରିବର୍ତ୍ତେ ବିଷ୍ଣୁଦୂତମାନଙ୍କୁ ପଠାଇ ଜାରା ଶବରର ଅପରାଧ ଖଣ୍ଡନ କରି ବିଷ୍ଣୁପୁରକୁ ନେଇଗଲେ ।

ଭକ୍ତର ସମସ୍ତ ପାପରୁ ମୁକ୍ତି ଦେଇ ତା’କୁ ମୋକ୍ଷ ପ୍ରାପ୍ତି କରିବା ଉଦ୍ଦେଶ୍ୟରେ ଏବଂ ଧର୍ମର ସ୍ଥାପନା ପାଇଁ ପ୍ରଭୁ ଏ ଯୁଗରେ ନୀଳଗିରିବାସୀ ମଞ୍ଚରେ ଶ୍ରୀଜଗନ୍ନାଥ ରୂପଧାରୀ କରି ସମସ୍ତ ଭକ୍ତକୁ ନିଜ ଆଡ଼କୁ ଟାଣିଦେଇ ସେମାନଙ୍କୁ ପାପରୁ ମୁକ୍ତି ଦେଉଛନ୍ତି । ପ୍ରଭୁଙ୍କ ନାମ ନେଇ ଏ ଭବରୂପକ ସାଗରରୁ ତରିଯିବା ପାଇଁ କବି ଚାହୁଁଛନ୍ତି । ଜନ୍ମଜନ୍ମାନ୍ତରେ ଯଦି କିଛି ଦୋଷ କରିଛନ୍ତି ତାଙ୍କୁ ପ୍ରଭୁ କ୍ଷମା ଦେବେ ତାହା ତାଙ୍କର ଦୃଢ଼ ବିଶ୍ଵାସ ହୋଇଛି । ଯେତେ ଦୁଃଖ କଷ୍ଟ ଆସିଲେ ମଧ୍ୟ ସେ ପରମେଶ୍ବରଙ୍କ ଛାୟାକୁ ଆଶ୍ରା କରିଛନ୍ତି । କବି ଏ ସଂସାର ଦୁଃଖରୁ ତରିବାକୁ ଭଗବାନଙ୍କ ଉପରେ ଆଶା ଓ ଭରଷା ରଖିଛନ୍ତି | ସଂସାର ପ୍ରଳୟ ରୂପକ ଜଳରାଶିରୁ ପାରିହେବାପାଇଁ ତାଙ୍କୁ ବୃଦ୍ଧି ଦେଖାଯାଉନାହିଁ । କିନ୍ତୁ ଏହି ପ୍ରଳୟରୁ ବଞ୍ଚିବା ପାଇଁ ପ୍ରଭୁଙ୍କ ନାମ ନିତ୍ୟ, ମନପ୍ରାଣ ଦେଇ ଭଜିବାକୁ ହେବ । ପାପ ରୂପକ ସଂସାରରୁ ଜୀବ ଉଧାର ହେବା ପାଇଁ ପ୍ରଭୁଭକ୍ତ, ନିତି ରାମନାମ ଭଜନ ଭକ୍ତିପୁତ ଭାବରେ କରିଛନ୍ତି । କବି ନିଜର ପରମ ପ୍ରଭୁ ପରାତ୍ପର ସ୍ଵାମୀଙ୍କ ପାଦଧରି ସଂସାର ସାଗର ପାର ହେବାକୁ ଚାହିଁଛନ୍ତି । ଗୁରୁଦେବଙ୍କ ବିନା ମୋକ୍ଷ ପ୍ରାପ୍ତି ଅସମ୍ଭବ । ଗୁରୁଦେବଙ୍କ ଶରଣାଗତ ହେଲେ ସମସ୍ତ ଅସାଧ୍ୟ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାର ଦକ୍ଷତା କବି ମନକୁ ଆଣିପାରିଛନ୍ତି । ଗୁରୁଙ୍କୁ ତାଙ୍କ ଜୀବନର ସର୍ବସ୍ଵ ଅର୍ପଣ କରି ତାଙ୍କ ଜୀବନ ତରିଯିବାକୁ ଚାହିଁଛନ୍ତି ।

କବିଙ୍କ ଭକ୍ତିଭାବନା ଓ ଏକାଗ୍ରଚିତ୍ତ ସମସ୍ତଙ୍କ ପାଇଁ ଶିକ୍ଷଣୀୟ । କବିଙ୍କ ରଚନାବଳୀ ବେଶ୍ ହୃଦୟସ୍ପର୍ଶୀ ହୋଇପାରିଛି ।



Keyword:

payare pasuchi sarana questions answer, plus two 1st year compulsory mil odia payare pasuchi sarana, chse odisha class 11 odia chapter payare pasuchi sarana notes, payare pasuchi sarana mcq question answer pdf, sahitya jyoti class 11 payare pasuchi sarana solutions, payare pasuchi sarana short and long questions, plus two first year mil odia 1 mark question answer, chse odisha +2 1st year odia internal exam selection question. 

Post a Comment

0 Comments
* Please Don't Spam Here. All the Comments are Reviewed by Admin.