10th class history chapter 5 Question Answer | Odia Medium


10th class history chapter 5 question answer  | ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟ ସେନା ପ୍ରଶ୍ନ ଉତ୍ତର Get accurate 10th class history chapter 5 question answers for Odia medium students. Download complete chapter notes, subjective & objective solutions.10th class history chapter 5 question answer odia medium , class 10 history chapter 5 question answer odia medium , 10th class history chapter 5 notes odia medium , odia medium 10th class history chapter 5 question answer , 10 class history chapter 5 question answer odia , ୧୦ମ ଶ୍ରେଣୀ ଇତିହାସ ପଞ୍ଚମ ଅଧ୍ୟାୟ ପ୍ରଶ୍ନ ଉତ୍ତର, 10th class history chapter 5 question answer in odia, ଦଶମ ଶ୍ରେଣୀ ଇତିହାସ ୫ମ ଅଧ୍ୟାୟ notes, 10th class history chapter 5 subjective question answer odia medium, BSE Odisha 10th class history chapter 5 question answer pdf, class 10 history chapter 5 textbook solutions odia medium, 10th class history chapter 5 MCQ question answer odia medium, class 10 history chapter 5 long question answer odia medium. 

10th class history chapter 5 question answer | Odia Medium || Notes

10th class history chapter 5 notes

ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ।

(କ) ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଭାବେ ସୁଭାଷ ବୋଷଙ୍କ ରାଜନୀତିକ ଜୀବନ ସଂପର୍କରେ ଏକ ବିବରଣୀ

ପ୍ରଦାନ କର ।

ଉ :(i) ୧୯୨୩ ରେ ସୁଭାଷ ବୋଷ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କଲେ ଓ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟିର ସମ୍ପାଦକ ପଦବୀ ଅଳଂକୃତ କଲେ ।

(ii) ସେ ମହାନ ନେତା ଚିତ୍ତରଞ୍ଜନ ଦାସଙ୍କୁ ତାଙ୍କ ରାଜନୀତିକ ଗୁରୁ ଭାବରେ ଗ୍ରହଣ କଲେ ଏବଂ ତାଙ୍କ ପ୍ରେରଣାରେ ରାଜନୀତିକ କାର୍ଯ୍ୟ କଲେ ।

(iii) ୧୯୨୪ ରେ ସେ କଲିକତା ନଗର ନିଗମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିର୍ବାଚିତ ହେଲେ । ସେ ଉଭୟ ବଙ୍ଗଳା ପ୍ରାଦେଶିକ କଂଗ୍ରେସ ସମିତି ଓ ସର୍ବଭାରତୀୟ ଶ୍ରମିକ କଂଗ୍ରେସର ଅଧ୍ଯକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।

(iv) ତାଙ୍କର ବିଦ୍ରୋହ ଓ ବିପ୍ଳବାତ୍ମକ କାର୍ଯ୍ୟକଳାପ ଯୋଗୁଁ ଇଂରେଜ ସରକାର ୧୯୪୨ରେ ସନ୍ଦେହରେ ଗିରଫ କରି ବର୍ମାର ମାଣ୍ଡେଲେ ଜେଲକୁ ପ୍ରେରଣ କରିଥିଲେ । 

(v) ୧୯୩୮ରେ ସେ ହରିପୁର ଅଧ୍ଵବେଶନରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ମନୋନୀତ ହୋଇଥିଲେ । ୧୯୩୯ରେ ଗାନ୍ଧୀଙ୍କ ବିରୋଧ ସତ୍ତ୍ବେ ସେ ତ୍ରିପୁରୀ ଅଧିବେଶନରେ ମଧ୍ଯ ସଭାପତି ହୋଇଥିଲେ । ଗାନ୍ଧିଜୀଙ୍କ ସହ ମତଭେଦ ହେବାରୁ ସେ କଂଗ୍ରେସ ତ୍ୟାଗ କଲେ ।

 (ଖ) ଭାରତ ପରିତ୍ୟାଗ ପଛରେ ସୁଭାଷ ବୋଷଙ୍କ ଉଦ୍ଦେଶ୍ୟ ଓ ଚିନ୍ତାଧାରା କ’ଣ ଥିଲା ?

ଉ :(i) ଇଂରେଜମାନଙ୍କଦ୍ଵାରା ନଜରବନ୍ଦୀ ରୂପେ ଥ‌ିବା ସୁଭାଷ ବୋଷ ଭାରତ ବାହାରେ ରହି ଭାରତ ସ୍ଵାଧୀନତା ପାଇଁ ଲଢ଼େଇ କରିବା ଉଦ୍ଦେଶ୍ୟରେ ଛଦ୍ମବେଶରେ ଭାରତ ବାହାରକୁ ଯିବା ପାଇଁ ସକ୍ଷମ ହୋଇଥିଲେ ।

(ii) ତାଙ୍କର ଚିନ୍ତାଧାରା ଥୁଲା ଯେ, ‘ଶତ୍ରୁର ଶତ୍ରୁ ଆମର ମିତ୍ର ନୀତି ଅନୁସରଣ କରି ସେ ଦେଶ ବାହାରୁ ବ୍ରିଟିଶ ଶକ୍ତିକୁ ଆଘାତ କରିବା ପାଇଁ ସିଦ୍ଧାନ୍ତ ନେଇଥିଲେ ।

(iii) ଭାରତର ଶତ୍ରୁକୁ ପରାସ୍ତ ଓ ଦମନ କରିବା ପାଇଁ ତା’ର ଶତ୍ର ସହିତ ହାତ ମିଳାଇବା ଲାଭଦାୟକ ହେବ ବୋଲି ତାଙ୍କର ହୃଦବୋଧ ହୋଇଥିଲା ।

(iv) ସେ ଇତିହାସରୁ ଶିକ୍ଷାଲାଭ କରିଥିଲେ ଯେ ବହିଃଶକ୍ତିର ସାହାଯ୍ୟ ବିନା କୌଣସି ଜାତି ସ୍ଵାଧୀନତା ହାସଲ ଓ କରିପାରିନାହିଁ ।

(v) ଇଂଲଣ୍ଡର ପ୍ରଧାନ ଶତ୍ରୁ ଜର୍ମାନୀ ଓ ଜାପାନର ସମର୍ଥନ ଲାଭ କରିବା ପାଇଁ ସୁଭାଷ ବୋଷ ଉଦ୍ୟମ କଲେ ଓ ଫଳପ୍ରଦ ହେଲେ । କି

(ଗ) ଜର୍ମାନୀରେ ସୁଭାଷଙ୍କ କାର୍ଯ୍ୟକଳାପ କ’ଣ ଥିଲା ? 

ଉ :(i) ସୁଭାଷ ବୋଷ ୧୯୪୧ ଜାନୁୟାରୀ ୨୬ରେ ଭାରତର ନିଟି ସୀମା ଅତିକ୍ରମ କରି ଆଫଗାନିସ୍ଥାନ ଓ ସୋଭିଏତ୍ ରୁଷ ମଧ୍ୟଦେଇ ମୁସଲମାନ ବେଶ ବର୍ଲିନରେ ପହଞ୍ଚିଲେ ।

(ii) ଜର୍ମାନ ସରକାର ସାହାଯ୍ୟରେ ସେ ବର୍ଲିନଠାରେ ଏକ ‘ ସ୍ଵାଧୀନ ଭାରତ କେନ୍ଦ୍ର’ ପ୍ରତିଷ୍ଠା କଲେ ଏବଂ ‘ଫ୍ରି ଇଣ୍ଡିଆ ଆର୍ମି’ ବା ସ୍ଵାଧୀନ ‘ଭାରତ ସୈନ୍ୟବାହିନୀ’ ଗଠନ କଲେ ।

(iii) ସେଠାରେ ପ୍ରାୟ କୋଡ଼ିଏ ହଜାର ଭାରତୀୟ ଯୁଦ୍ଧବନ୍ଦୀ ଏଥିରେ ସାମିଲ ହେଲେ । ଭାରତୀୟ ସେନାମାନଙ୍କୁ ଜର୍ମାନୀ ସେନାପତି ମାନେ ତାଲିମ ଦେଇଥିଲେ । ସୈନ୍ୟମାନଙ୍କଦ୍ୱାରା ଅଭିବାଦନ ସ୍ୱରୂପ ସାଧାରଣ ଭାବେ ‘ଜୟହିନ୍ଦ୍’ ଧ୍ବନି ବ୍ୟବହୃତ ହୋଇଥିଲା ।

(iv) ଜର୍ମାନୀରେ ସୁଭାଷ ବୋଷ ‘ଆଜାଦ୍ ହିନ୍ଦ୍ ରେଡିଓ’ ପ୍ରତିଷ୍ଠା କରି ତାଙ୍କର ପ୍ରଥମ ଗୁପ୍ତବେତାର ବାର୍ତ୍ତା ବିଶ୍ବବାସୀଙ୍କ ନିମନ୍ତେ ପ୍ରସାରଣ କରିଥିଲେ ।

(v) ଜର୍ମାନୀର ଶାସକ ହିଟଲରଙ୍କୁ ଭେଟି ସୁଭାଷ ବୋଷ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । ହିଟଲର କୌଣସି ମନ୍ତବ୍ୟ ଦେଇନଥିଲେ ମଧ୍ୟ ସୁଭାଷଙ୍କୁ ଜାପାନକୁ ନିରାପଦଭାବେ ଯାତ୍ରାକରିବା ପାଇଁ ସାହାଯ୍ୟ କରିଥିଲେ । 

(ଘ) ଆଜାଦ୍ ହିନ୍ଦ୍ ଫୌଜର ସୈନିକମାନଙ୍କର ଗିରଫର ପରିଣାମ ସ୍ୱରୂପ କ’ଣ ଘଟିଲା ?

ଉ :(i) ୧୯୪୫ ସେପ୍ଟେମ୍ବର ବ୍ରିଟିଶ ସରକାର ‘ଆଜାଦ୍ ହିନ୍ଦ୍ ଫୌଜ’ର ତିନି ସେନାଧ୍ୟକ୍ଷ ଗିରଫ ହୋଇଥିଲେ ଏବଂ । ନଭେମ୍ବର ୫ ତାରିଖରେ ଲାଲକିଲ୍ଲାରେ ଅନୁଷ୍ଠିତ ସାମରିକ ଅଦାଲତର ସମ୍ମୁଖୀନ ହେଲେ ।

(ii) ସେମାନଙ୍କୁ ସ୍ଵାଧୀନତା ସଂଗ୍ରାମୀଭାବେ ଗ୍ରହଣକରି ଭାରତୀୟମାନେ ସେମାନଙ୍କ ଗିରଫ ଓ ବିଚାର ବିରୋଧରେ ସମଗ୍ର ଦେଶରେ ବିକ୍ଷୋଭ ଓ ହରତାଳ ସଂଗଠିତ କଲେ ।

 (ii) ଭାରତର ସମସ୍ତ ରାଜନୀତିକ ଦଳଗୁଡ଼ିକର ନେତୃବୃନ୍ଦ ତଥା ଜନସାଧାରଣ ଆଜାଦ୍ ହିନ୍ଦ୍ ଫୌଜର ସୈନ୍ୟମାନଙ୍କର ମୁକ୍ତି ଦାବି କଲେ ।

(iv) ଭୁଲୁଭାଇ ଦେଶାଇ, ତେଜବାହାଦୁର ସାପ୍ରୁ, ଜବାହାରଲାଲ ନେହେରୁ ଓ ଆସଫଅଲ୍ଲୀ ପ୍ରମୁଖ ଆଇନଜୀବୀ ସେମାନଙ୍କ ସପକ୍ଷରେ ମକଦ୍ଦମା ଲଢ଼ିଲେ ।

(v) ଇଂରେଜ ସରକାର ବିରୋଧରେ ପ୍ରବଳ ଜନମତ ପ୍ରକାଶ ପାଇବାରୁ ସାମରିକ ଅଦାଲତ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି ବାସତ୍ତ୍ବେ ଭାରତର ଭାଇସରାୟ ଲର୍ଡ ୱେଭେଲ ଅଭିଯୁକ୍ତମାନଙ୍କୁ ୧୯୪୬ ଜାନୁଆରୀ ୧ରେ ମୁକ୍ତ କରିଦେଲେ ।


(‍) ଆଜାଦ୍ ହିନ୍ଦ୍ ଫୌଜର ଅଭିଯାନରୁ ମିଳିଥିବା ସୁଫଳ ସମ୍ପର୍କରେ ଏକ ଟିପ୍‌ପଣୀ ଲେଖ ।

ଉ :(i) ଐତିହାସିକ ଦୃଷ୍ଟିକୋଣରୁ ବିଚାର କଲେ ଦେଖାଯାଏ ‘ଆଜାର୍‌ହିନ୍ଦ୍ ଫୌଜ’ର ଅଭିଯାନ ଭାରତ ସ୍ଵାଧୀନତା ଇତିହାସରେ ସୁଦୂରପ୍ରସାରୀ ଫଳ ଲାଭକରିଥିଲା ।

 (ii) ଆଜାଦ୍ ହିନ୍ଦ୍ ଫୌଜ ସଂଗ୍ରାମର ତତ୍‌କ୍ଷଣିକ ଫଳ ହିସାବରେ ଭାରତୀୟ ନୌସେନା ବ୍ରିଟିଶ ଶାସନ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ ।

(iii) ଆଜାଦ୍ ହିନ୍ଦ୍ ସରକାରର ମୁଖ୍ୟ ଭାବରେ ନେତାଜୀ ସୁଭାଷ ବୋଷ ଭାରତବର୍ଷର ସ୍ଵାଧୀନତା ଦାବିକୁ ଏକ ଆନ୍ତର୍ଜାତିକ ପ୍ରଶ୍ନରେ ପରିଣତ କରିଥିଲେ ।

(iv) ଆଜାଦ୍ ହିନ୍ଦ୍ ଫୌଜ ବିଚାରକୁ କେନ୍ଦ୍ରକରି ୧୯୪୮ ମସିହା ଶେଷ ଭାଗରେ ସାରା ଭାରତବର୍ଷରେ ଯେଉଁ ଉତ୍ତେଜନା ଓ ବ୍ରିଟିଶ ବିରୋଧୀ ଆନ୍ଦୋଳନ ହୋଇଥିଲା, ତାହା ସରକାରଙ୍କୁ ଭୟଭୀତ କରିଥିଲା ।

(v) ଭାରତର ସ୍ଵାଧୀନତା ଆନ୍ଦୋଳନ ଯେତେବେଳେ ମଉଳି ଯାଇଥୁଲା, ଠିକ୍ ସେହି ସମୟରେ ଆଜାଦ୍ ହିନ୍ଦ୍ ଫୌଜର କାର୍ଯ୍ୟକଳାପକୁ ନବଜୀବନ ପ୍ରଦାନ କରିଥିଲା ଓ ସ୍ବାଧୀନତା ପ୍ରାପ୍ତିର ପଥକୁ ସୁଗମ କରିଥିଲା ।

୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) କେଉଁ ଦୁଇଟି ସ୍ଥାନରେ ଏବଂ କେବେ ସୁଭାଷ ବୋଷ ଜାତୀୟ କଂଗ୍ରେସ ଅଧ୍ଶନର ସଭାପତି ହୋଇଥିଲେ ?

ଉ :(i) ୧୯୩୮ ରେ ହରିପୁର ଅଧ୍ଵବେଶନରେ ସୁଭାଷ ବୋଷ ଜାତୀୟ କଂଗ୍ରେସ ସଭାପତି ମନୋନୀତ ହୋଇଥିଲେ 

(ii) ସେହିପରି ୧୯୩୯ ରେ ତ୍ରିପୁରା ଅଧ୍ଵବେଶନରେ ମଧ୍ୟ ସଭାପତି ହୋଇଥିଲେ ।


(ଖ) ରାସବିହାରୀ ବୋଷ ବିଦେଶରେ ପ୍ରତିଷ୍ଠା କରିଥିବା ସଂଗଠନର ନାମ କ’ଣ ?

ଉ :(i) ଜାପାନରେ ବାସକରୁଥିବା ଭାରତୀୟ ବିପ୍ଳବୀ ରାସବିହାରୀ ବୋଷ ସେଠାରେ ଭାରତୀୟ ସ୍ଵାଧୀନତା ସଂଘ ଗଠନ | କରିଥାନ୍ତି ।

(ii) ସେ କ୍ୟାପ୍‌ଟେନ ମୋହନ ସିଂହଙ୍କ ନେତୃତ୍ୱରେ ଭାରତୀୟ ଜାତୀୟବାହିନୀ ବା ଆଜାଦ୍ ହିନ୍ଦ ଫୌଜ ମଧ୍ୟ ଗଠନ କରିଥିଲେ ।


(ଗ) ଜର୍ମାନୀରୁ କେବେ ଓ କିପରି ସୁଭାଷ ଚନ୍ଦ୍ର ବୋଷ ଟୋକିଓ ଯାଇଥିଲେ ?

ଉ :(i) ୧୯୪୩ ଫେବୃୟାରୀ ୮ ତାରିଖରେ ସୁଭାଷ ବୋଷ କିଲେ ବନ୍ଦରରୁ ବୁଡାଜାହାଜରେ ଜାପାନ ଅଭିମୁଖେ ଯାତ୍ରା

କଲେ ।

(ii) ୧୯୪୩ ଜୁନ ୧୩ରେ ଟୋକିଓ ସହରରେ ପହଞ୍ଚିଲେ | 


(ଘ) ସୁଭାଷ ଚନ୍ଦ୍ର ବୋଷ ଆଜାଦ୍ ହିନ୍ଦ୍ ଫୌଜର ୪ଟି ବ୍ରିଗେଡ୍‌ର ନାମ କ’ଣ ରଖୁଥିଲେ ?

ଉ :(i) ସୁଭାଷ ଚନ୍ଦ୍ର ବୋଷ ଆଜାଦ୍ ହିନ୍ଦ ଫୌଜ୍କୁ ଚାରିଗୋଟି ଯୋଦ୍ଧାବାହିନୀ ବା ବ୍ରିଗେଡ୍‌ରେ ବିଭକ୍ତ କରିଥିଲେ । 

(ii) ସେଗୁଡ଼ିକ ହେଲା ଗାନ୍ଧୀ ବ୍ରିଗେଡ, ନେହେରୁ ବ୍ରିଗେଡ, ଆଜାଦ୍ ବ୍ରିଗେଡ୍ ଏବଂ ସ୍ୱତନ୍ତ୍ର ମହିଳାଶାଖା ଝାନ୍ସୀ ରାଣୀ ବ୍ରିଗେଡ୍ ।


(ଙ) ‘ଦିଲ୍ଲୀ ଚଲୋ’ର ତାତ୍ପର୍ଯ୍ୟ କ’ଣ ?

 ଉ :(i) ନେତାଜୀଙ୍କ ଗଣଧ୍ବନି ‘ଦିଲ୍ଲୀ ଚଲୋ’’ର ତାତ୍ପର୍ଯ୍ୟ ଭାରତର ରାଜଧାନୀ ଦିଲ୍ଲୀ ଇଂରେଜ ଅଧୀନରେ ଥିଲା ।

(ii) ଆଜାଦ୍ ହିନ୍ଦ ଫୌଜ ଦିଲ୍ଲୀ ପର୍ଯ୍ୟନ୍ତ ଅଗ୍ରସର ହୋଇ ଦିଲ୍ଲୀରୁ ଇଂରେଜମାନଙ୍କୁ ତଡ଼ି ଅଧିକାର କରିବା ।


(ଚ୍) ଆଜାଦ୍ ହିନ୍ଦ୍ ଫୌଜ ତାହାର ଭାରତ ଅଭିଯାନ ସମୟରେ ଭାରତର କେଉଁ ସହର ଏବଂ କେବେ ଦଖଲ କରିଥିଲା ?

ଉ :(i) ଆଜାଦ୍ ହିନ୍ଦ୍ ଫୌଜ ତାହାର ଭାରତ ଅଭିଯାନ ସମୟରେ କୋହିମା ସହର ଦଖଲ କରିଥିଲା ।

(i) ୧୯୪୪ ମସିହା ଏପ୍ରିଲ ମାସରେ ଆଜାଦ୍ ହିନ୍ଦ୍ ଫୌଜ କୋହିମା ଦଖଲ କରି ସେଠାରେ ଭାରତୀୟ ପତାକା ଉତ୍ତୋଳନ କରିଥିଲେ ।


(ଛ) ଇମ୍ଫାଲ ଦଖଲ କରିବାପାଇଁ ଆଜାଦ୍ ହିନ୍ଦ୍ ଫୌଜ କାହିଁକି  ବିଫଳ ହୋଇଥିଲା ?

ଊ :(i) ଆଜାଦ୍ ହିନ୍ଦ୍ ଫୌଜ ମଣିପୁରର ରାଜଧାନୀ ଇମ୍ଫାଲ ଦଖଲ କରିବା ପାଇଁ ଅଗ୍ରସର ହେବା ସମୟରେ ପ୍ରବଳ ବର୍ଷା

ହେବାରୁ ଯୋଗାଯୋଗ ବ୍ୟବସ୍ଥା ଛିନ୍ନ ହୋଇଥିଲା ।

(ii) ଦ୍ଵିତୀୟ ବିଶ୍ବଯୁଦ୍ଧରେ ଜାପାନର ପରାଜୟ ଆଜାଦ ହିନ୍ଦ ଫୌଜର ବିପର୍ଯ୍ୟସ୍ତର କାରଣ ହେଲା । 


(ଜ) ଆଜାଦ୍ ହିନ୍ଦ୍ ଯୁଦ୍ଧବନ୍ଦୀମାନଙ୍କ ସପକ୍ଷରେ କେଉଁ ଆଇନଜୀବୀମାନେ ମକଦ୍ଦମା ଲଢ଼ିଥିଲେ ?

ଉ : ଆଜାଦ ହିନ୍ଦ୍ ଯୁଦ୍ଧବନ୍ଦୀମାନଙ୍କ ପାଇଁ ଭୁଲୁଭାଇ ଦେଶାଇ, ତେଜବାହାଦୂର ସାପ୍ରୁ, ଜବାହରଲାଲ ନେହେରୁ ଓ ଆସଫ ଅଲ୍ଲୀ ପ୍ରମୁଖ ଆଇନଜୀବୀମାନେ ମକଦ୍ଦମା ଲଢ଼ିଥିଲେ ।


(ଝ) ଆଜାଦ୍ ହିନ୍ଦ୍ ଫୌଜର ଯୁଦ୍ଧବନ୍ଦୀମାନଙ୍କୁ କିଏ ଏବଂ କେବେ ମୁକ୍ତ କରିଥିଲେ ?

ଉ : ଆଜାଦ୍ ହିନ୍ଦ୍ ଫୌଜର ଯୁଦ୍ଧବନ୍ଦୀମାନଙ୍କୁ ଭାରତର ତତ୍‌କାଳୀନ ଭାଇସରାୟ ଲର୍ଡ ଓ୍ବାଭେଲ୍ ୧୯୪୬ ଜାନୁୟାରୀ ୧ ତାରିଖରେ ମୁକ୍ତ କରିଥିଲେ ।

(ଞ) ସୁଭାଷ ଚନ୍ଦ୍ର ବୋଷଙ୍କ ବିମାନ ଦୁର୍ଘଟଣା କେବେ ଏବଂ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାତ୍ରା କରୁଥିବାବେଳେ ଘଟିଥ‌ିବା ସମ୍ବାଦ ପ୍ରକାଶ ପାଇଥିଲା ?

ଉ : ୧୯୪୫ ଅଗଷ୍ଟ ୧୮ ତାରିଖରେ ଜାପାନର ଫମୋର୍ଜାରୁ ଟୋକିଓକୁ ଯାଉଥ‌ିବାବେଳେ ବିମାନ ଦୁର୍ଘଟଣାରେ ସୁଭାଷ | ବୋଷ ମୃତ୍ୟୁ ବରଣ କରିଥିବା ସମ୍ବାଦ ପ୍ରକାଶ ପାଇଥିଲା ।


 ୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ । 

(କ) ସୁଭାଷ ଚନ୍ଦ୍ର ବୋଷ କେଉଁଦିନ ଜନ୍ମ ଗ୍ରହଣ କରିଥିଲେ ?

ଉ: ସୁଭାଷଚନ୍ଦ୍ର ବୋଷ ୧୮୯୭ ଖ୍ରୀଷ୍ଟାବ୍ଦ ଜାନୁଆରୀ ୨୩ ରେ ଜନ୍ମ ଗ୍ରହଣ କରିଥିଲେ |


(ଖ) ସୁଭାଷ ଚନ୍ଦ୍ର ବୋଷ କାହାକୁ ତାଙ୍କର ରାଜନୀତିକ ଗୁରୁଭାବେ ଗ୍ରହଣ କରିଥିଲେ ?

ଉ: ସୁଭାଷ ଚନ୍ଦ୍ର ବୋଷ ମହାନ ନେତା ଚିତ୍ତରଞ୍ଜନ ଦାସଙ୍କୁ ତାଙ୍କର ରାଜନୀତିକ ଗୁରୁବୋଲି ଗ୍ରହଣ କରିଥିଲେ । 


(ଗ) କଂଗ୍ରେସର କେଉଁ ଅଧିବେଶନରେ ସୁଭାଷ ଚନ୍ଦ୍ର ବୋଷ ପ୍ରଥମଥର ଏହାର ସଭାପତି ହୋଇଥିଲେ ?

ଉ: କଂଗ୍ରେସର ହରିପୁର ଅଧିବେଶନରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତିରୂପେ ସୁଭାଷ ଚନ୍ଦ୍ର ବୋଷ ମନୋନୀତ ହୋଇଥିଲେ ।


(ଘ) ସୁଭାଷ ଚନ୍ଦ୍ର ବୋଷ ଗଠନ କରିଥିବା ରାଜନୀତିକ ଦଳର ନାମ କ’ଣ ଥିଲା ?

ଉ: ସୁଭାଷ ଚନ୍ଦ୍ର ବୋଷ ‘ଫରୱାର୍ଡ ବ୍ଳକ’’ ନାମରେ ଏକ ରାଜନୀତିକ ଦଳ ଗଠନ କରିଥିଲେ ।


(ଙ) “ଭାରତୀୟ ସ୍ଵାଧୀନତା ସଂଘ”ର ପ୍ରତିଷ୍ଠାତା କିଏ ଥିଲେ ?

ଉ: ବିପ୍ଳବୀ ରାସବିହାରୀ ବୋଷ ‘ଭାରତୀୟ ସ୍ବାଧୀନତା ସଂଘ’ ଗଠନ କରିଥିଲେ ।


(ଚ) ସୁଭାଷ ଚନ୍ଦ୍ର ବୋଷ ଜାପାନର କେଉଁ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ?

ଉ: ସୁଭାଷ ଚନ୍ଦ୍ର ବୋଷ ଜାପାନର ପ୍ରଧାନମନ୍ତ୍ରୀ ଟୋଜୋଙ୍କୁ ସାକ୍ଷାତ କରିଥିଲେ ।


(ଛ) କିଏ ଝାନ୍ସୀ ରାଣୀ ବ୍ରିଗେଡ୍‌ର ନେତୃତ୍ବ ନେଇଥିଲେ ?

ଉ: କ୍ୟାପ୍‌ଟେନ୍ ଲକ୍ଷ୍ମୀ ସେହଗଲ ଝାନ୍ସୀରାଣୀ ବିଗ୍ରେଡ୍‌ର ନେତୃତ୍ବ ନେଇଥିଲେ।


(ଜ) “ତୁମେ ମତେ ରକ୍ତ ଦିଅଁ, ମୁଁ ତୁମକୁ ସ୍ଵାଧୀନତା ଦେବି । କେଉଁ ପରିପ୍ରେକ୍ଷୀରେ ସୁଭାଷ ବୋଷ ଏ କଥା କହିଥିଲେ ?

ଉ: ‘ଆଜାଦ୍ ହିନ୍ଦ୍ ସରକାର’ ପ୍ରତିଷ୍ଠା କରି ସୁଭାଷ ବୋଷ କହିଥିଲେ ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମିକୁ ସ୍ଵାଧୀନତା ଦେବି’’ |


(ଝ) ଆଜାଦ ହିନ୍ଦ୍ ଫୌଜ ଭାରତ ଅଭିଯାନ ସମୟରେ କେଉଁ ଠାରେ ଭାରତୀୟ ପତାକା ଉତ୍ତୋଳନ କରିଥିଲେ ?

ଉ: ଆଜାଦ୍ ହିନ୍ଦ ଫୌଜ ଭାରତ ଅଭିଯାନ ସମୟରେ କୋହିମା ଠାରେ ଭାରତୀୟ ପତାକା ଉତ୍ତୋଳନ କରିଥିଲା ।


 (ଞ) କେଉଁ ସ୍ଥାନରେ ଆଜାଦ୍ ହିନ୍ଦ୍ ଯୁଦ୍ଧବନ୍ଦୀମାନଙ୍କ ବିଚାର ହୋଇଥିଲା ?

ଉ: ଦିଲ୍ଲୀର ଲାଲକିଲ୍ଲାରେ ଅନୁଷ୍ଠିତ ସାମରିକ ଆଦାଲତରେ ଯୁଦ୍ଧବନ୍ଦୀମାନଙ୍କର ବିଚାର ହୋଇଥିଲା ।


୪। ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ସୁଭାଷ ବୋଷ କେବେ ଭାରତୀୟ ପ୍ରାଶାସନିକ ସେବା (ଆଇ.ସି.ଏସ୍.) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ?

(i) ୧୯୧୬    (iii) ୧୯୨୦

(ii) ୧୯୧୯    (iv) ୧୯୨୩


(ଖ) ସୁଭାଷ ବୋଷ କେବେ ବର୍ଲିନ୍‌ରେ ପହଞ୍ଚିଲେ ?

(i) ୧୯୪୧ ଜାନୁୟାରୀ ୨୬    (ii) ୧୯୪୧ ମାର୍ଚ୍ଚ ୨୫

(iii) ୧୯୪୨ ଫେବୃୟାରୀ ୧୯    (iv) ୧୯୪୩ ଜୁନ୍ ୧୩


(ଗ) ସୁଭାଷ ବୋଷଙ୍କ ପୂର୍ବରୁ କିଏ ଆଜାଦ୍ ହିନ୍ଦ୍ ଫୌଜର ନେତୃତ୍ବ ନେଇଥିଲେ ?

(i) ରାସବିହାରୀ ବୋଷ  (iii) ଲକ୍ଷ୍ମୀ ସେହଗାଲ

(ii) ସାହାନୱାଜ ଖାଁ    (iv) ମୋହନ ସିଂହ


(ଘ) ସୁଭାଷ ବୋଷ କେଉଁଠାରେ ଆଜାଦ୍ ହିନ୍ଦ୍ ସରକାର ଗଠନ କରିଥିଲେ ?

(i) ବର୍ଲିନ୍    (iii) ସିଙ୍ଗାପୁର    (ii) ଟୋକିଓ    (iv) ବ୍ୟାଙ୍କକ୍


(ଙ) କେଉଁ ଦେଶର ସରକାରଙ୍କଠାରୁ ସୁଭାଷ ବୋଷ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜର ଦାୟିତ୍ଵ ଗ୍ରହଣ କରିଥିଲେ ?

(i) ଜର୍ମାନୀ    (iii) ଆୟରଲାଣ୍ଡ    (ii) ଜାପାନ    (iv) ଇଂଲଣ୍ଡ


10th class history chapter 5 Long Question Answer

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ଗୋଟି ଶବ୍ଦରେ ଲେଖ ।

(କ) ସୁଭାଷବୋଷଙ୍କ ଜନ୍ମ ଓ ଶିକ୍ଷା ଲାଭ ସମ୍ପର୍କରେ ଉଲ୍ଲେଖ କର ।

ଉ: (i) ୧୮୯୨ ମସିହା ଜାନୁୟାରୀ ୨୩ରେ ଓଡ଼ିଶାର କଟକ ଠାରେ ଏକ ସମ୍ଭ୍ରାନ୍ତ ପରିବାରେ ଜନ୍ମ ଗ୍ରହଣ କରିଥିଲେ, ତାଙ୍କ ପିତା ଜାନକୀନାଥ ବୋଷ ଏବଂ ମାତା ପ୍ରଭାବତୀ ଦେବୀ ଥିଲା ।

(ii) ସେ କଟକର ମିଶନାରୀ ପ୍ରାଥମିକ ବିଦ୍ୟାଳୟ ଓ ରେଭେନ୍ସା

କଲିଜିଏଟରୁ ମାଧ୍ୟମିକ ଶିକ୍ଷା ସମାପ୍ତ କରି କୋଲକାତାରେ କଲେଜ ଶିକ୍ଷା ପାଇଥିଲେ ।

(ii) କୋଲ୍‌କାତା ସ୍ଥିତ ପ୍ରେସିଡେନ୍ସ କଲେଜରେ ଦର୍ଶନଶାସ୍ତ୍ର ଅଧ୍ୟୟନ କରିଥିଲେ । ରାମକୃଷ୍ଣ ପରମ ହଂସ, ସ୍ଵାମୀବିବେକାନନ୍ଦ ଓ ରବୀନ୍ଦ୍ର ନାଥ ଠାକୁର ପ୍ରମୁଖ ମହାମନିଷୀମାନଙ୍କ ବାଣୀ ଦ୍ବାରା ପ୍ରଭାବିତ ହୋଇଥିଲେ ।

(iv) ପ୍ରେସିଡେନ୍ସ କଲେଜ ଏକ ଘଟଣା ଯୋଗୁ କଲେଜରୁ ବହିଷ୍କାର ହୋଇ କୋଲ୍‌କାତାର ସ୍ଫଟିସ୍ ଚର୍ଚ୍ଚ କଲେଜରୁ ଦର୍ଶନ ଶାସ୍ତ୍ର ସମ୍ମାନରେ ପ୍ରଥମ ଶ୍ରେଣୀରେ ସ୍ନାତକ ଡିଗ୍ରୀ ହାସଲ କଲେ ।

(v) ମନସ୍ତତ୍ତ୍ଵରେ ସ୍ନାତକୋତ୍ତର ଶିକ୍ଷା ଅସମ୍ପୂର୍ଣ୍ଣ କରି ୧୯୧୯ରେ ସେ କେମ୍ବ୍ରିଜ୍ ଚାଲିଗଲେ । ୧୯୨୦ରେ ସୁଭାଷ ବୋଷ, ଆଇ.ସି.ଏସ୍. ପରୀକ୍ଷାରେ ଚତୁର୍ଥସ୍ଥାନ ହାସଲକରି ଉତ୍ତୀର୍ଣ୍ଣ ହୋଇଥିଲେ ।


(ଖ) ସୁଭାଷବୋଷ ଆଜାଦହିନ୍ଦ୍ ଫୌଜକୁ ଶକ୍ତିଶାଳୀ କରିବା ପାଇଁ କେଉଁ ପଦକ୍ଷେପମାନ ଗ୍ରହଣ କରିଥିଲେ ? 

ଊ :(i) ଜାପାନରେ ବାସ କରୁଥିବା ରାସବିହାରୀ ବୋଷ ନେତୃତ୍ବରେ ଗଢ଼ି ଉଠିଥିବା ଆଜାଦ ହିନ୍ଦ୍ ଫୌଜର ନେତୃତ୍ବ ନେବା ପାଇଁ ରାସବିହାରୀ ସୁଭାଷ ବୋଷଙ୍କୁ ନିମନ୍ତ୍ରଣ କରିଥିଲେ । 

(ii) ସୁଭାଷ ବୋଷ ଜର୍ମାନୀରୁ ଜାପାନକୁ ଯାତ୍ରାକରି ୧୯୪୩ ଜୁଲାଇ ୨ ତାରିଖରେ ସିଙ୍ଗାପୁରରେ ପହଞ୍ଚିଲେ ଓ ସେଠାରେ ଭାରତୀୟ ସ୍ବାଧୀନତା ସଂଘ ଏବଂ ଆଜାଦ୍ ହିନ୍ଦ୍ ଫୌଜର ନେତୃତ୍ବ ନେଲେ ।

(iii) ତାଙ୍କ ପ୍ରେରଣାରେ ଆଜାଦ ହିନ୍ଦ୍ ଫୌଜର ସୈନ୍ୟ ସଂଖ୍ୟା ବଢ଼ି ବାରେ ଲାଗିଲା । ସେ ଏହି ସୈନ୍ୟବାହି ନୀର ପୁନର୍ଗଠନ କରିଥିଲେ ଏବଂ ସେନା ବାହିନୀରେ ଉନ୍ନତି ଓ ଶୃଙ୍ଖଳା ଆଣିବା ପାଇଁ ଚେଷ୍ଟାକରିଥିଲେ ।

 (iv) ଆଜାଦ୍ ହିନ୍ଦ୍ ଫୌଜର ସୈନ୍ୟମାନେ ସୁଭାଷଙ୍କୁ ‘ନେତାଜୀ’ ଆଖ୍ୟାରେ ଭୂଷିତ କରିଥିଲେ ।

(v) ସୁଭାଷ ବୋଷ ଆଜାଦ୍ ହିନ୍ଦ୍ ଫୌଜକୁ ଗାନ୍ଧୀ ବିଗ୍ରେଡ, ନେହେରୁ ବ୍ରିଗେଡ୍, ଆଜାଦ୍ ବ୍ରିଗେଡ୍, ଏବଂ ସ୍ଵତନ୍ତ୍ର ମହିଳାଶାଖା ଝାନ୍ସୀ ରାଣୀ ବ୍ରିଗେଡ ପରି ଚାରିଗୋଟି ଯୋଦ୍ଧାବାହିନୀ ବା ବ୍ରିଗେଡରେ ବିଭକ୍ତ କରିଥିଲେ ।


 (ଗ) ସୁଭାଷବୋଷଙ୍କ ନେତୃତ୍ବରେ ଆଜାଦ୍ ହିନ୍ଦ୍ ଫୌଜର ଭାରତ ଅଭିଯାନ ସଂପର୍କରେ ଉଲ୍ଲେଖ କର । 

ଉ :(i) ସୁଭାଷ ବୋଷଙ୍କ ନେତୃତ୍ବରେ ଆଜାଦ୍ ହିନ୍ଦ୍ ଫୌଜ ‘ଦିଲ୍ଲୀଚଲୋ’ ଓ ‘ଜୟହିନ୍ଦ’ ମନ୍ତ୍ରରେ ଉଦ୍ଦୀପ୍ତ ହୋଇ ତାର ଅଭିଯାନ ଆରମ୍ଭ କରି ଭାରତର ପୂର୍ବ ସୀମାନ୍ତରେ ପହଞ୍ଚିଲା ।

 (ii) ନେତାଜୀ ଜାପାନ ସରକାରଙ୍କ ଠାରୁ ଆଣ୍ଡାମାନ ଓ ନିକୋବର ଦ୍ବୀପ ପୁଞ୍ଜର ଦାୟିତ୍ବ ଗ୍ରହଣ କରି ଉକ୍ତ ଦୀପ ଦ୍ଵୟକୁ ‘ଶହୀଦ’ ଓ ସ୍ୱରାଜଦ୍ଵୀପ ଭାବେ ନାମିତ କରିଥିଲେ ।

 (iii) ୧୯୪୪ ମସିହା ଏପ୍ରିଲ ମାସରେ ଆଜାଦ୍ ହିନ୍ଦ୍ ଫୌଜ ବ୍ରହ୍ମଦେଶ (ମିଆଁମାର) ପାର ହୋଇ ମଣିପୁର ରାଜ୍ୟରେ ପ୍ରବେଶ କରିଥିଲେ ଏବଂ କୋହିମା ଦଖଲ କରି ସେଠାରେ ଭାରତୀୟ ପତାକା ଉତ୍ତୋଳନ କରିଥିଲେ ।

(iv) ଏହା ପରେ ଆଜାଦ୍ ହିନ୍ଦ୍ ଫୌଜ ମଣିପୁର ରାଜଧାନୀ ଇମ୍ଫାଲ ଦଖଲ କରିବା ପାଇଁ ଅଗ୍ରସର ହୋଇଥିଲେ ।

 (v) ଏହାପରେ ପ୍ରବଳବର୍ଷା ଆରମ୍ଭ ହେବାରୁ ଆଜାଦ୍‌ହିନ୍ଦ୍ ଫୌଜର ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ → ପଡ଼ିଥିଲା । ଜାପାନର ଭାରତୀୟ ଜାତୀୟସେନାକୁ ସାହାଯ୍ୟ କରିବାରେ ସମସ୍ତ ସମ୍ଭାବନା ବନ୍ଦ ହୋଇଗଲା । ଆଜାଦ୍ ହିନ୍ଦ୍ ଫୌଜର ଅଗ୍ରଗତି ବାଧା ପ୍ରାପ୍ତ ହେଲା ।

10th class history chapter 5 Short question answer

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ଆଜାଦହିନ୍ଦ୍ ଫୌଜର କେଉଁ ସେନାଧ୍ଯକ୍ଷମାନେ ଇଂରେଜ ସରକାରଙ୍କ ଦ୍ବାରା ଗିରଫ ହେଲେ ? କେଉଁ ଦିନ ସେମାନେ ସାମରିକ ଅଦାଲତର ସମ୍ମୁଖୀନ ହୋଇଥିଲେ । 

ଉ :(i) ଆଜାଦ୍ ହିନ୍ଦ୍ ଫୌଜର ତିନି ସେନାଧ୍ୟକ୍ଷ ସାହାନଓ୍ୱାଜ୍ ଖାଁ, ପ୍ରେମ ସେହଗଲ୍ ଓ ଗୁରୁ ଦୟାଲ ସିଂ ଧ୍ଵନ ବ୍ରିଟିଶ ସରକାର ଦ୍ବାରା ଗିରଫ ହେଲେ ।

(ii) ୧୯୪୫ ନଭେମ୍ବର ୫ ତାରିଖରେ ସେମାନଙ୍କ ଲାଲ କିଲ୍ଲାରେ ଅନୁଷ୍ଠିତ ସାମରିକ ଅଦାଲତ ସମ୍ମୁଖୀନ ହୋଇଥିଲେ ।

(ଖ) ସୁଭାଷଚନ୍ଦ୍ର ବୋଷ କେବେ ଜାପାନ ସରକାରଙ୍କ ଠାରୁ ଆଣ୍ଡାମାନ ଓ ନିକୋବର ଦ୍ବୀପ ଦ୍ବୟର ଦାୟିତ୍ବ ପାଇଥିଲେ ? ଏହି ଦ୍ବୀପ ଦ୍ଵୟକୁ କେଉଁ ନାମ ଦେଇଥିଲେ ?

ଉ :(i) ୧୯୪୩ ନଭେମ୍ବର ୬ ତାରିଖରେ ଜାପାନ ସରକାରଙ୍କ ଠାରୁ ସୁଭାଷଚନ୍ଦ୍ର ବୋଷ ଆଣ୍ଡାମାନ ଓ ନିକୋବର ଦ୍ଵୀପ ଦ୍ଵୟର ଦାୟିତ୍ବ ଗ୍ରହଣ କରିଥିଲେ ।

(ii) ଉକ୍ତ ଦ୍ବୀପ ଦ୍ଵୟକୁ ଯଥାକ୍ରମେ ‘ଶହୀଦ’ ଓ ‘ସ୍ୱରାଜ’ ଦ୍ବୀପ ନାମରେ ନାମିତ କରିଥିଲେ ।


(ଗ) ସୁଭାଷଚନ୍ଦ୍ର ବୋଷ କେଉଁଠାରେ ଆଜାଦ୍ ହିନ୍ଦ୍ ସରକାର ଗଠନ କରିଥିଲେ ? ଏହି ସରକାରକୁ କେଉଁ ଦେଶଗୁଡ଼ିକ ସ୍ୱୀକୃତି ଦେଇଥିଲେ ? 

ଉ :(i) ୧୯୪୩ ଅକ୍ଟୋବର ୨୧ରେ ସୁଭାଷଚନ୍ଦ୍ର ବୋଷ ସିଙ୍ଗାପୁରଠାରେ ଆଜାଦ୍ ହିନ୍ଦୁ ସରକାର ଗଠନ କରିଥିଲେ ।

(ii) ଏହି ସରକାରୁ ଜାପାନ, ଜର୍ମାନୀ, ଇଟାଲୀ, ମିଆଁମାର, ଥାଇଲାଣ୍ଡ, ଚୀନ, ଫିଲିପାଇନ୍ସ ଓ ମାଞ୍ଚୁରିଆ ସ୍ବୀକୃତି ଦେଇଥିଲେ ।


(ଘ) କେଉଁ ସମସ୍ୟାଗୁଡ଼ିକ ପାଇଁ ସୁଭାଷ ବୋଷ ଜର୍ମାନୀ ପରିତ୍ୟାଗ କରି ଜାପାନ ଉପରେ ଦୃଷ୍ଟି ନିବଦ୍ଧ କଲେ ? 

ଉ :(i) ଜର୍ମାନୀ ଭାରତୀୟ ସୀମାଠାରୁ ବହୁଦୂରରେ ଥିବାରୁ ସେଠାରୁ ବ୍ରିଟିଶ-ଭାରତ ଉପରେ ଆକ୍ରମଣ ଚଳାଇବା କଷ୍ଟକର ଥିଲା ।

(ii) ଜର୍ମାନୀ କର୍ତ୍ତୃପକ୍ଷଙ୍କ କେତେକ କାର୍ଯ୍ୟ ତାଙ୍କ ମନରେ ସନ୍ଦେହ ସୃଷ୍ଟିକଲା ।

No comments:

Post a Comment