10th class history chapter 5 Question Answer | Odia Medium

10th class history chapter 5 question answer  | ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟ ସେନା ପ୍ରଶ୍ନ ଉତ୍ତର Get accurate 10th class history chapter 5 question answers for Odia medium students. Download complete chapter notes, subjective & objective solutions.10th class history chapter 5 question answer odia medium , class 10 history chapter 5 question answer odia medium , 10th class history chapter 5 notes odia medium , odia medium 10th class history chapter 5 question answer , 10 class history chapter 5 question answer odia , ୧୦ମ ଶ୍ରେଣୀ ଇତିହାସ ପଞ୍ଚମ ଅଧ୍ୟାୟ ପ୍ରଶ୍ନ ଉତ୍ତର, 10th class history chapter 5 question answer in odia, ଦଶମ ଶ୍ରେଣୀ ଇତିହାସ ୫ମ ଅଧ୍ୟାୟ notes, 10th class history chapter 5 subjective question answer odia medium, BSE Odisha 10th class history chapter 5 question answer pdf, class 10 history chapter 5 textbook solutions odia medium, 10th class history chapter 5 MCQ question answer odia medium, class 10 history chapter 5 long question answer odia medium. 

10th class history chapter 5 question answer | Odia Medium || Notes

10th class history chapter 5 notes

ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ।

(କ) ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଭାବେ ସୁଭାଷ ବୋଷଙ୍କ ରାଜନୀତିକ ଜୀବନ ସଂପର୍କରେ ଏକ ବିବରଣୀ

ପ୍ରଦାନ କର ।

ଉ :(i) ୧୯୨୩ ରେ ସୁଭାଷ ବୋଷ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କଲେ ଓ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟିର ସମ୍ପାଦକ ପଦବୀ ଅଳଂକୃତ କଲେ ।

(ii) ସେ ମହାନ ନେତା ଚିତ୍ତରଞ୍ଜନ ଦାସଙ୍କୁ ତାଙ୍କ ରାଜନୀତିକ ଗୁରୁ ଭାବରେ ଗ୍ରହଣ କଲେ ଏବଂ ତାଙ୍କ ପ୍ରେରଣାରେ ରାଜନୀତିକ କାର୍ଯ୍ୟ କଲେ ।

(iii) ୧୯୨୪ ରେ ସେ କଲିକତା ନଗର ନିଗମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିର୍ବାଚିତ ହେଲେ । ସେ ଉଭୟ ବଙ୍ଗଳା ପ୍ରାଦେଶିକ କଂଗ୍ରେସ ସମିତି ଓ ସର୍ବଭାରତୀୟ ଶ୍ରମିକ କଂଗ୍ରେସର ଅଧ୍ଯକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।

(iv) ତାଙ୍କର ବିଦ୍ରୋହ ଓ ବିପ୍ଳବାତ୍ମକ କାର୍ଯ୍ୟକଳାପ ଯୋଗୁଁ ଇଂରେଜ ସରକାର ୧୯୪୨ରେ ସନ୍ଦେହରେ ଗିରଫ କରି ବର୍ମାର ମାଣ୍ଡେଲେ ଜେଲକୁ ପ୍ରେରଣ କରିଥିଲେ । 

(v) ୧୯୩୮ରେ ସେ ହରିପୁର ଅଧ୍ଵବେଶନରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ମନୋନୀତ ହୋଇଥିଲେ । ୧୯୩୯ରେ ଗାନ୍ଧୀଙ୍କ ବିରୋଧ ସତ୍ତ୍ବେ ସେ ତ୍ରିପୁରୀ ଅଧିବେଶନରେ ମଧ୍ଯ ସଭାପତି ହୋଇଥିଲେ । ଗାନ୍ଧିଜୀଙ୍କ ସହ ମତଭେଦ ହେବାରୁ ସେ କଂଗ୍ରେସ ତ୍ୟାଗ କଲେ ।

 (ଖ) ଭାରତ ପରିତ୍ୟାଗ ପଛରେ ସୁଭାଷ ବୋଷଙ୍କ ଉଦ୍ଦେଶ୍ୟ ଓ ଚିନ୍ତାଧାରା କ’ଣ ଥିଲା ?

ଉ :(i) ଇଂରେଜମାନଙ୍କଦ୍ଵାରା ନଜରବନ୍ଦୀ ରୂପେ ଥ‌ିବା ସୁଭାଷ ବୋଷ ଭାରତ ବାହାରେ ରହି ଭାରତ ସ୍ଵାଧୀନତା ପାଇଁ ଲଢ଼େଇ କରିବା ଉଦ୍ଦେଶ୍ୟରେ ଛଦ୍ମବେଶରେ ଭାରତ ବାହାରକୁ ଯିବା ପାଇଁ ସକ୍ଷମ ହୋଇଥିଲେ ।

(ii) ତାଙ୍କର ଚିନ୍ତାଧାରା ଥୁଲା ଯେ, ‘ଶତ୍ରୁର ଶତ୍ରୁ ଆମର ମିତ୍ର ନୀତି ଅନୁସରଣ କରି ସେ ଦେଶ ବାହାରୁ ବ୍ରିଟିଶ ଶକ୍ତିକୁ ଆଘାତ କରିବା ପାଇଁ ସିଦ୍ଧାନ୍ତ ନେଇଥିଲେ ।

(iii) ଭାରତର ଶତ୍ରୁକୁ ପରାସ୍ତ ଓ ଦମନ କରିବା ପାଇଁ ତା’ର ଶତ୍ର ସହିତ ହାତ ମିଳାଇବା ଲାଭଦାୟକ ହେବ ବୋଲି ତାଙ୍କର ହୃଦବୋଧ ହୋଇଥିଲା ।

(iv) ସେ ଇତିହାସରୁ ଶିକ୍ଷାଲାଭ କରିଥିଲେ ଯେ ବହିଃଶକ୍ତିର ସାହାଯ୍ୟ ବିନା କୌଣସି ଜାତି ସ୍ଵାଧୀନତା ହାସଲ ଓ କରିପାରିନାହିଁ ।

(v) ଇଂଲଣ୍ଡର ପ୍ରଧାନ ଶତ୍ରୁ ଜର୍ମାନୀ ଓ ଜାପାନର ସମର୍ଥନ ଲାଭ କରିବା ପାଇଁ ସୁଭାଷ ବୋଷ ଉଦ୍ୟମ କଲେ ଓ ଫଳପ୍ରଦ ହେଲେ । କି

(ଗ) ଜର୍ମାନୀରେ ସୁଭାଷଙ୍କ କାର୍ଯ୍ୟକଳାପ କ’ଣ ଥିଲା ? 

ଉ :(i) ସୁଭାଷ ବୋଷ ୧୯୪୧ ଜାନୁୟାରୀ ୨୬ରେ ଭାରତର ନିଟି ସୀମା ଅତିକ୍ରମ କରି ଆଫଗାନିସ୍ଥାନ ଓ ସୋଭିଏତ୍ ରୁଷ ମଧ୍ୟଦେଇ ମୁସଲମାନ ବେଶ ବର୍ଲିନରେ ପହଞ୍ଚିଲେ ।

(ii) ଜର୍ମାନ ସରକାର ସାହାଯ୍ୟରେ ସେ ବର୍ଲିନଠାରେ ଏକ ‘ ସ୍ଵାଧୀନ ଭାରତ କେନ୍ଦ୍ର’ ପ୍ରତିଷ୍ଠା କଲେ ଏବଂ ‘ଫ୍ରି ଇଣ୍ଡିଆ ଆର୍ମି’ ବା ସ୍ଵାଧୀନ ‘ଭାରତ ସୈନ୍ୟବାହିନୀ’ ଗଠନ କଲେ ।

(iii) ସେଠାରେ ପ୍ରାୟ କୋଡ଼ିଏ ହଜାର ଭାରତୀୟ ଯୁଦ୍ଧବନ୍ଦୀ ଏଥିରେ ସାମିଲ ହେଲେ । ଭାରତୀୟ ସେନାମାନଙ୍କୁ ଜର୍ମାନୀ ସେନାପତି ମାନେ ତାଲିମ ଦେଇଥିଲେ । ସୈନ୍ୟମାନଙ୍କଦ୍ୱାରା ଅଭିବାଦନ ସ୍ୱରୂପ ସାଧାରଣ ଭାବେ ‘ଜୟହିନ୍ଦ୍’ ଧ୍ବନି ବ୍ୟବହୃତ ହୋଇଥିଲା ।

(iv) ଜର୍ମାନୀରେ ସୁଭାଷ ବୋଷ ‘ଆଜାଦ୍ ହିନ୍ଦ୍ ରେଡିଓ’ ପ୍ରତିଷ୍ଠା କରି ତାଙ୍କର ପ୍ରଥମ ଗୁପ୍ତବେତାର ବାର୍ତ୍ତା ବିଶ୍ବବାସୀଙ୍କ ନିମନ୍ତେ ପ୍ରସାରଣ କରିଥିଲେ ।

(v) ଜର୍ମାନୀର ଶାସକ ହିଟଲରଙ୍କୁ ଭେଟି ସୁଭାଷ ବୋଷ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । ହିଟଲର କୌଣସି ମନ୍ତବ୍ୟ ଦେଇନଥିଲେ ମଧ୍ୟ ସୁଭାଷଙ୍କୁ ଜାପାନକୁ ନିରାପଦଭାବେ ଯାତ୍ରାକରିବା ପାଇଁ ସାହାଯ୍ୟ କରିଥିଲେ । 

(ଘ) ଆଜାଦ୍ ହିନ୍ଦ୍ ଫୌଜର ସୈନିକମାନଙ୍କର ଗିରଫର ପରିଣାମ ସ୍ୱରୂପ କ’ଣ ଘଟିଲା ?

ଉ :(i) ୧୯୪୫ ସେପ୍ଟେମ୍ବର ବ୍ରିଟିଶ ସରକାର ‘ଆଜାଦ୍ ହିନ୍ଦ୍ ଫୌଜ’ର ତିନି ସେନାଧ୍ୟକ୍ଷ ଗିରଫ ହୋଇଥିଲେ ଏବଂ । ନଭେମ୍ବର ୫ ତାରିଖରେ ଲାଲକିଲ୍ଲାରେ ଅନୁଷ୍ଠିତ ସାମରିକ ଅଦାଲତର ସମ୍ମୁଖୀନ ହେଲେ ।

(ii) ସେମାନଙ୍କୁ ସ୍ଵାଧୀନତା ସଂଗ୍ରାମୀଭାବେ ଗ୍ରହଣକରି ଭାରତୀୟମାନେ ସେମାନଙ୍କ ଗିରଫ ଓ ବିଚାର ବିରୋଧରେ ସମଗ୍ର ଦେଶରେ ବିକ୍ଷୋଭ ଓ ହରତାଳ ସଂଗଠିତ କଲେ ।

 (ii) ଭାରତର ସମସ୍ତ ରାଜନୀତିକ ଦଳଗୁଡ଼ିକର ନେତୃବୃନ୍ଦ ତଥା ଜନସାଧାରଣ ଆଜାଦ୍ ହିନ୍ଦ୍ ଫୌଜର ସୈନ୍ୟମାନଙ୍କର ମୁକ୍ତି ଦାବି କଲେ ।

(iv) ଭୁଲୁଭାଇ ଦେଶାଇ, ତେଜବାହାଦୁର ସାପ୍ରୁ, ଜବାହାରଲାଲ ନେହେରୁ ଓ ଆସଫଅଲ୍ଲୀ ପ୍ରମୁଖ ଆଇନଜୀବୀ ସେମାନଙ୍କ ସପକ୍ଷରେ ମକଦ୍ଦମା ଲଢ଼ିଲେ ।

(v) ଇଂରେଜ ସରକାର ବିରୋଧରେ ପ୍ରବଳ ଜନମତ ପ୍ରକାଶ ପାଇବାରୁ ସାମରିକ ଅଦାଲତ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି ବାସତ୍ତ୍ବେ ଭାରତର ଭାଇସରାୟ ଲର୍ଡ ୱେଭେଲ ଅଭିଯୁକ୍ତମାନଙ୍କୁ ୧୯୪୬ ଜାନୁଆରୀ ୧ରେ ମୁକ୍ତ କରିଦେଲେ ।


(‍) ଆଜାଦ୍ ହିନ୍ଦ୍ ଫୌଜର ଅଭିଯାନରୁ ମିଳିଥିବା ସୁଫଳ ସମ୍ପର୍କରେ ଏକ ଟିପ୍‌ପଣୀ ଲେଖ ।

ଉ :(i) ଐତିହାସିକ ଦୃଷ୍ଟିକୋଣରୁ ବିଚାର କଲେ ଦେଖାଯାଏ ‘ଆଜାର୍‌ହିନ୍ଦ୍ ଫୌଜ’ର ଅଭିଯାନ ଭାରତ ସ୍ଵାଧୀନତା ଇତିହାସରେ ସୁଦୂରପ୍ରସାରୀ ଫଳ ଲାଭକରିଥିଲା ।

 (ii) ଆଜାଦ୍ ହିନ୍ଦ୍ ଫୌଜ ସଂଗ୍ରାମର ତତ୍‌କ୍ଷଣିକ ଫଳ ହିସାବରେ ଭାରତୀୟ ନୌସେନା ବ୍ରିଟିଶ ଶାସନ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ ।

(iii) ଆଜାଦ୍ ହିନ୍ଦ୍ ସରକାରର ମୁଖ୍ୟ ଭାବରେ ନେତାଜୀ ସୁଭାଷ ବୋଷ ଭାରତବର୍ଷର ସ୍ଵାଧୀନତା ଦାବିକୁ ଏକ ଆନ୍ତର୍ଜାତିକ ପ୍ରଶ୍ନରେ ପରିଣତ କରିଥିଲେ ।

(iv) ଆଜାଦ୍ ହିନ୍ଦ୍ ଫୌଜ ବିଚାରକୁ କେନ୍ଦ୍ରକରି ୧୯୪୮ ମସିହା ଶେଷ ଭାଗରେ ସାରା ଭାରତବର୍ଷରେ ଯେଉଁ ଉତ୍ତେଜନା ଓ ବ୍ରିଟିଶ ବିରୋଧୀ ଆନ୍ଦୋଳନ ହୋଇଥିଲା, ତାହା ସରକାରଙ୍କୁ ଭୟଭୀତ କରିଥିଲା ।

(v) ଭାରତର ସ୍ଵାଧୀନତା ଆନ୍ଦୋଳନ ଯେତେବେଳେ ମଉଳି ଯାଇଥୁଲା, ଠିକ୍ ସେହି ସମୟରେ ଆଜାଦ୍ ହିନ୍ଦ୍ ଫୌଜର କାର୍ଯ୍ୟକଳାପକୁ ନବଜୀବନ ପ୍ରଦାନ କରିଥିଲା ଓ ସ୍ବାଧୀନତା ପ୍ରାପ୍ତିର ପଥକୁ ସୁଗମ କରିଥିଲା ।

୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) କେଉଁ ଦୁଇଟି ସ୍ଥାନରେ ଏବଂ କେବେ ସୁଭାଷ ବୋଷ ଜାତୀୟ କଂଗ୍ରେସ ଅଧ୍ଶନର ସଭାପତି ହୋଇଥିଲେ ?

ଉ :(i) ୧୯୩୮ ରେ ହରିପୁର ଅଧ୍ଵବେଶନରେ ସୁଭାଷ ବୋଷ ଜାତୀୟ କଂଗ୍ରେସ ସଭାପତି ମନୋନୀତ ହୋଇଥିଲେ 

(ii) ସେହିପରି ୧୯୩୯ ରେ ତ୍ରିପୁରା ଅଧ୍ଵବେଶନରେ ମଧ୍ୟ ସଭାପତି ହୋଇଥିଲେ ।


(ଖ) ରାସବିହାରୀ ବୋଷ ବିଦେଶରେ ପ୍ରତିଷ୍ଠା କରିଥିବା ସଂଗଠନର ନାମ କ’ଣ ?

ଉ :(i) ଜାପାନରେ ବାସକରୁଥିବା ଭାରତୀୟ ବିପ୍ଳବୀ ରାସବିହାରୀ ବୋଷ ସେଠାରେ ଭାରତୀୟ ସ୍ଵାଧୀନତା ସଂଘ ଗଠନ | କରିଥାନ୍ତି ।

(ii) ସେ କ୍ୟାପ୍‌ଟେନ ମୋହନ ସିଂହଙ୍କ ନେତୃତ୍ୱରେ ଭାରତୀୟ ଜାତୀୟବାହିନୀ ବା ଆଜାଦ୍ ହିନ୍ଦ ଫୌଜ ମଧ୍ୟ ଗଠନ କରିଥିଲେ ।


(ଗ) ଜର୍ମାନୀରୁ କେବେ ଓ କିପରି ସୁଭାଷ ଚନ୍ଦ୍ର ବୋଷ ଟୋକିଓ ଯାଇଥିଲେ ?

ଉ :(i) ୧୯୪୩ ଫେବୃୟାରୀ ୮ ତାରିଖରେ ସୁଭାଷ ବୋଷ କିଲେ ବନ୍ଦରରୁ ବୁଡାଜାହାଜରେ ଜାପାନ ଅଭିମୁଖେ ଯାତ୍ରା

କଲେ ।

(ii) ୧୯୪୩ ଜୁନ ୧୩ରେ ଟୋକିଓ ସହରରେ ପହଞ୍ଚିଲେ | 


(ଘ) ସୁଭାଷ ଚନ୍ଦ୍ର ବୋଷ ଆଜାଦ୍ ହିନ୍ଦ୍ ଫୌଜର ୪ଟି ବ୍ରିଗେଡ୍‌ର ନାମ କ’ଣ ରଖୁଥିଲେ ?

ଉ :(i) ସୁଭାଷ ଚନ୍ଦ୍ର ବୋଷ ଆଜାଦ୍ ହିନ୍ଦ ଫୌଜ୍କୁ ଚାରିଗୋଟି ଯୋଦ୍ଧାବାହିନୀ ବା ବ୍ରିଗେଡ୍‌ରେ ବିଭକ୍ତ କରିଥିଲେ । 

(ii) ସେଗୁଡ଼ିକ ହେଲା ଗାନ୍ଧୀ ବ୍ରିଗେଡ, ନେହେରୁ ବ୍ରିଗେଡ, ଆଜାଦ୍ ବ୍ରିଗେଡ୍ ଏବଂ ସ୍ୱତନ୍ତ୍ର ମହିଳାଶାଖା ଝାନ୍ସୀ ରାଣୀ ବ୍ରିଗେଡ୍ ।


(ଙ) ‘ଦିଲ୍ଲୀ ଚଲୋ’ର ତାତ୍ପର୍ଯ୍ୟ କ’ଣ ?

 ଉ :(i) ନେତାଜୀଙ୍କ ଗଣଧ୍ବନି ‘ଦିଲ୍ଲୀ ଚଲୋ’’ର ତାତ୍ପର୍ଯ୍ୟ ଭାରତର ରାଜଧାନୀ ଦିଲ୍ଲୀ ଇଂରେଜ ଅଧୀନରେ ଥିଲା ।

(ii) ଆଜାଦ୍ ହିନ୍ଦ ଫୌଜ ଦିଲ୍ଲୀ ପର୍ଯ୍ୟନ୍ତ ଅଗ୍ରସର ହୋଇ ଦିଲ୍ଲୀରୁ ଇଂରେଜମାନଙ୍କୁ ତଡ଼ି ଅଧିକାର କରିବା ।


(ଚ୍) ଆଜାଦ୍ ହିନ୍ଦ୍ ଫୌଜ ତାହାର ଭାରତ ଅଭିଯାନ ସମୟରେ ଭାରତର କେଉଁ ସହର ଏବଂ କେବେ ଦଖଲ କରିଥିଲା ?

ଉ :(i) ଆଜାଦ୍ ହିନ୍ଦ୍ ଫୌଜ ତାହାର ଭାରତ ଅଭିଯାନ ସମୟରେ କୋହିମା ସହର ଦଖଲ କରିଥିଲା ।

(i) ୧୯୪୪ ମସିହା ଏପ୍ରିଲ ମାସରେ ଆଜାଦ୍ ହିନ୍ଦ୍ ଫୌଜ କୋହିମା ଦଖଲ କରି ସେଠାରେ ଭାରତୀୟ ପତାକା ଉତ୍ତୋଳନ କରିଥିଲେ ।


(ଛ) ଇମ୍ଫାଲ ଦଖଲ କରିବାପାଇଁ ଆଜାଦ୍ ହିନ୍ଦ୍ ଫୌଜ କାହିଁକି  ବିଫଳ ହୋଇଥିଲା ?

ଊ :(i) ଆଜାଦ୍ ହିନ୍ଦ୍ ଫୌଜ ମଣିପୁରର ରାଜଧାନୀ ଇମ୍ଫାଲ ଦଖଲ କରିବା ପାଇଁ ଅଗ୍ରସର ହେବା ସମୟରେ ପ୍ରବଳ ବର୍ଷା

ହେବାରୁ ଯୋଗାଯୋଗ ବ୍ୟବସ୍ଥା ଛିନ୍ନ ହୋଇଥିଲା ।

(ii) ଦ୍ଵିତୀୟ ବିଶ୍ବଯୁଦ୍ଧରେ ଜାପାନର ପରାଜୟ ଆଜାଦ ହିନ୍ଦ ଫୌଜର ବିପର୍ଯ୍ୟସ୍ତର କାରଣ ହେଲା । 


(ଜ) ଆଜାଦ୍ ହିନ୍ଦ୍ ଯୁଦ୍ଧବନ୍ଦୀମାନଙ୍କ ସପକ୍ଷରେ କେଉଁ ଆଇନଜୀବୀମାନେ ମକଦ୍ଦମା ଲଢ଼ିଥିଲେ ?

ଉ : ଆଜାଦ ହିନ୍ଦ୍ ଯୁଦ୍ଧବନ୍ଦୀମାନଙ୍କ ପାଇଁ ଭୁଲୁଭାଇ ଦେଶାଇ, ତେଜବାହାଦୂର ସାପ୍ରୁ, ଜବାହରଲାଲ ନେହେରୁ ଓ ଆସଫ ଅଲ୍ଲୀ ପ୍ରମୁଖ ଆଇନଜୀବୀମାନେ ମକଦ୍ଦମା ଲଢ଼ିଥିଲେ ।


(ଝ) ଆଜାଦ୍ ହିନ୍ଦ୍ ଫୌଜର ଯୁଦ୍ଧବନ୍ଦୀମାନଙ୍କୁ କିଏ ଏବଂ କେବେ ମୁକ୍ତ କରିଥିଲେ ?

ଉ : ଆଜାଦ୍ ହିନ୍ଦ୍ ଫୌଜର ଯୁଦ୍ଧବନ୍ଦୀମାନଙ୍କୁ ଭାରତର ତତ୍‌କାଳୀନ ଭାଇସରାୟ ଲର୍ଡ ଓ୍ବାଭେଲ୍ ୧୯୪୬ ଜାନୁୟାରୀ ୧ ତାରିଖରେ ମୁକ୍ତ କରିଥିଲେ ।

(ଞ) ସୁଭାଷ ଚନ୍ଦ୍ର ବୋଷଙ୍କ ବିମାନ ଦୁର୍ଘଟଣା କେବେ ଏବଂ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାତ୍ରା କରୁଥିବାବେଳେ ଘଟିଥ‌ିବା ସମ୍ବାଦ ପ୍ରକାଶ ପାଇଥିଲା ?

ଉ : ୧୯୪୫ ଅଗଷ୍ଟ ୧୮ ତାରିଖରେ ଜାପାନର ଫମୋର୍ଜାରୁ ଟୋକିଓକୁ ଯାଉଥ‌ିବାବେଳେ ବିମାନ ଦୁର୍ଘଟଣାରେ ସୁଭାଷ | ବୋଷ ମୃତ୍ୟୁ ବରଣ କରିଥିବା ସମ୍ବାଦ ପ୍ରକାଶ ପାଇଥିଲା ।


 ୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ । 

(କ) ସୁଭାଷ ଚନ୍ଦ୍ର ବୋଷ କେଉଁଦିନ ଜନ୍ମ ଗ୍ରହଣ କରିଥିଲେ ?

ଉ: ସୁଭାଷଚନ୍ଦ୍ର ବୋଷ ୧୮୯୭ ଖ୍ରୀଷ୍ଟାବ୍ଦ ଜାନୁଆରୀ ୨୩ ରେ ଜନ୍ମ ଗ୍ରହଣ କରିଥିଲେ |


(ଖ) ସୁଭାଷ ଚନ୍ଦ୍ର ବୋଷ କାହାକୁ ତାଙ୍କର ରାଜନୀତିକ ଗୁରୁଭାବେ ଗ୍ରହଣ କରିଥିଲେ ?

ଉ: ସୁଭାଷ ଚନ୍ଦ୍ର ବୋଷ ମହାନ ନେତା ଚିତ୍ତରଞ୍ଜନ ଦାସଙ୍କୁ ତାଙ୍କର ରାଜନୀତିକ ଗୁରୁବୋଲି ଗ୍ରହଣ କରିଥିଲେ । 


(ଗ) କଂଗ୍ରେସର କେଉଁ ଅଧିବେଶନରେ ସୁଭାଷ ଚନ୍ଦ୍ର ବୋଷ ପ୍ରଥମଥର ଏହାର ସଭାପତି ହୋଇଥିଲେ ?

ଉ: କଂଗ୍ରେସର ହରିପୁର ଅଧିବେଶନରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତିରୂପେ ସୁଭାଷ ଚନ୍ଦ୍ର ବୋଷ ମନୋନୀତ ହୋଇଥିଲେ ।


(ଘ) ସୁଭାଷ ଚନ୍ଦ୍ର ବୋଷ ଗଠନ କରିଥିବା ରାଜନୀତିକ ଦଳର ନାମ କ’ଣ ଥିଲା ?

ଉ: ସୁଭାଷ ଚନ୍ଦ୍ର ବୋଷ ‘ଫରୱାର୍ଡ ବ୍ଳକ’’ ନାମରେ ଏକ ରାଜନୀତିକ ଦଳ ଗଠନ କରିଥିଲେ ।


(ଙ) “ଭାରତୀୟ ସ୍ଵାଧୀନତା ସଂଘ”ର ପ୍ରତିଷ୍ଠାତା କିଏ ଥିଲେ ?

ଉ: ବିପ୍ଳବୀ ରାସବିହାରୀ ବୋଷ ‘ଭାରତୀୟ ସ୍ବାଧୀନତା ସଂଘ’ ଗଠନ କରିଥିଲେ ।


(ଚ) ସୁଭାଷ ଚନ୍ଦ୍ର ବୋଷ ଜାପାନର କେଉଁ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ?

ଉ: ସୁଭାଷ ଚନ୍ଦ୍ର ବୋଷ ଜାପାନର ପ୍ରଧାନମନ୍ତ୍ରୀ ଟୋଜୋଙ୍କୁ ସାକ୍ଷାତ କରିଥିଲେ ।


(ଛ) କିଏ ଝାନ୍ସୀ ରାଣୀ ବ୍ରିଗେଡ୍‌ର ନେତୃତ୍ବ ନେଇଥିଲେ ?

ଉ: କ୍ୟାପ୍‌ଟେନ୍ ଲକ୍ଷ୍ମୀ ସେହଗଲ ଝାନ୍ସୀରାଣୀ ବିଗ୍ରେଡ୍‌ର ନେତୃତ୍ବ ନେଇଥିଲେ।


(ଜ) “ତୁମେ ମତେ ରକ୍ତ ଦିଅଁ, ମୁଁ ତୁମକୁ ସ୍ଵାଧୀନତା ଦେବି । କେଉଁ ପରିପ୍ରେକ୍ଷୀରେ ସୁଭାଷ ବୋଷ ଏ କଥା କହିଥିଲେ ?

ଉ: ‘ଆଜାଦ୍ ହିନ୍ଦ୍ ସରକାର’ ପ୍ରତିଷ୍ଠା କରି ସୁଭାଷ ବୋଷ କହିଥିଲେ ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମିକୁ ସ୍ଵାଧୀନତା ଦେବି’’ |


(ଝ) ଆଜାଦ ହିନ୍ଦ୍ ଫୌଜ ଭାରତ ଅଭିଯାନ ସମୟରେ କେଉଁ ଠାରେ ଭାରତୀୟ ପତାକା ଉତ୍ତୋଳନ କରିଥିଲେ ?

ଉ: ଆଜାଦ୍ ହିନ୍ଦ ଫୌଜ ଭାରତ ଅଭିଯାନ ସମୟରେ କୋହିମା ଠାରେ ଭାରତୀୟ ପତାକା ଉତ୍ତୋଳନ କରିଥିଲା ।


 (ଞ) କେଉଁ ସ୍ଥାନରେ ଆଜାଦ୍ ହିନ୍ଦ୍ ଯୁଦ୍ଧବନ୍ଦୀମାନଙ୍କ ବିଚାର ହୋଇଥିଲା ?

ଉ: ଦିଲ୍ଲୀର ଲାଲକିଲ୍ଲାରେ ଅନୁଷ୍ଠିତ ସାମରିକ ଆଦାଲତରେ ଯୁଦ୍ଧବନ୍ଦୀମାନଙ୍କର ବିଚାର ହୋଇଥିଲା ।


୪। ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ସୁଭାଷ ବୋଷ କେବେ ଭାରତୀୟ ପ୍ରାଶାସନିକ ସେବା (ଆଇ.ସି.ଏସ୍.) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ?

(i) ୧୯୧୬    (iii) ୧୯୨୦

(ii) ୧୯୧୯    (iv) ୧୯୨୩


(ଖ) ସୁଭାଷ ବୋଷ କେବେ ବର୍ଲିନ୍‌ରେ ପହଞ୍ଚିଲେ ?

(i) ୧୯୪୧ ଜାନୁୟାରୀ ୨୬    (ii) ୧୯୪୧ ମାର୍ଚ୍ଚ ୨୫

(iii) ୧୯୪୨ ଫେବୃୟାରୀ ୧୯    (iv) ୧୯୪୩ ଜୁନ୍ ୧୩


(ଗ) ସୁଭାଷ ବୋଷଙ୍କ ପୂର୍ବରୁ କିଏ ଆଜାଦ୍ ହିନ୍ଦ୍ ଫୌଜର ନେତୃତ୍ବ ନେଇଥିଲେ ?

(i) ରାସବିହାରୀ ବୋଷ  (iii) ଲକ୍ଷ୍ମୀ ସେହଗାଲ

(ii) ସାହାନୱାଜ ଖାଁ    (iv) ମୋହନ ସିଂହ


(ଘ) ସୁଭାଷ ବୋଷ କେଉଁଠାରେ ଆଜାଦ୍ ହିନ୍ଦ୍ ସରକାର ଗଠନ କରିଥିଲେ ?

(i) ବର୍ଲିନ୍    (iii) ସିଙ୍ଗାପୁର    (ii) ଟୋକିଓ    (iv) ବ୍ୟାଙ୍କକ୍


(ଙ) କେଉଁ ଦେଶର ସରକାରଙ୍କଠାରୁ ସୁଭାଷ ବୋଷ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜର ଦାୟିତ୍ଵ ଗ୍ରହଣ କରିଥିଲେ ?

(i) ଜର୍ମାନୀ    (iii) ଆୟରଲାଣ୍ଡ    (ii) ଜାପାନ    (iv) ଇଂଲଣ୍ଡ


10th class history chapter 5 Long Question Answer

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ଗୋଟି ଶବ୍ଦରେ ଲେଖ ।

(କ) ସୁଭାଷବୋଷଙ୍କ ଜନ୍ମ ଓ ଶିକ୍ଷା ଲାଭ ସମ୍ପର୍କରେ ଉଲ୍ଲେଖ କର ।

ଉ: (i) ୧୮୯୨ ମସିହା ଜାନୁୟାରୀ ୨୩ରେ ଓଡ଼ିଶାର କଟକ ଠାରେ ଏକ ସମ୍ଭ୍ରାନ୍ତ ପରିବାରେ ଜନ୍ମ ଗ୍ରହଣ କରିଥିଲେ, ତାଙ୍କ ପିତା ଜାନକୀନାଥ ବୋଷ ଏବଂ ମାତା ପ୍ରଭାବତୀ ଦେବୀ ଥିଲା ।

(ii) ସେ କଟକର ମିଶନାରୀ ପ୍ରାଥମିକ ବିଦ୍ୟାଳୟ ଓ ରେଭେନ୍ସା

କଲିଜିଏଟରୁ ମାଧ୍ୟମିକ ଶିକ୍ଷା ସମାପ୍ତ କରି କୋଲକାତାରେ କଲେଜ ଶିକ୍ଷା ପାଇଥିଲେ ।

(ii) କୋଲ୍‌କାତା ସ୍ଥିତ ପ୍ରେସିଡେନ୍ସ କଲେଜରେ ଦର୍ଶନଶାସ୍ତ୍ର ଅଧ୍ୟୟନ କରିଥିଲେ । ରାମକୃଷ୍ଣ ପରମ ହଂସ, ସ୍ଵାମୀବିବେକାନନ୍ଦ ଓ ରବୀନ୍ଦ୍ର ନାଥ ଠାକୁର ପ୍ରମୁଖ ମହାମନିଷୀମାନଙ୍କ ବାଣୀ ଦ୍ବାରା ପ୍ରଭାବିତ ହୋଇଥିଲେ ।

(iv) ପ୍ରେସିଡେନ୍ସ କଲେଜ ଏକ ଘଟଣା ଯୋଗୁ କଲେଜରୁ ବହିଷ୍କାର ହୋଇ କୋଲ୍‌କାତାର ସ୍ଫଟିସ୍ ଚର୍ଚ୍ଚ କଲେଜରୁ ଦର୍ଶନ ଶାସ୍ତ୍ର ସମ୍ମାନରେ ପ୍ରଥମ ଶ୍ରେଣୀରେ ସ୍ନାତକ ଡିଗ୍ରୀ ହାସଲ କଲେ ।

(v) ମନସ୍ତତ୍ତ୍ଵରେ ସ୍ନାତକୋତ୍ତର ଶିକ୍ଷା ଅସମ୍ପୂର୍ଣ୍ଣ କରି ୧୯୧୯ରେ ସେ କେମ୍ବ୍ରିଜ୍ ଚାଲିଗଲେ । ୧୯୨୦ରେ ସୁଭାଷ ବୋଷ, ଆଇ.ସି.ଏସ୍. ପରୀକ୍ଷାରେ ଚତୁର୍ଥସ୍ଥାନ ହାସଲକରି ଉତ୍ତୀର୍ଣ୍ଣ ହୋଇଥିଲେ ।


(ଖ) ସୁଭାଷବୋଷ ଆଜାଦହିନ୍ଦ୍ ଫୌଜକୁ ଶକ୍ତିଶାଳୀ କରିବା ପାଇଁ କେଉଁ ପଦକ୍ଷେପମାନ ଗ୍ରହଣ କରିଥିଲେ ? 

ଊ :(i) ଜାପାନରେ ବାସ କରୁଥିବା ରାସବିହାରୀ ବୋଷ ନେତୃତ୍ବରେ ଗଢ଼ି ଉଠିଥିବା ଆଜାଦ ହିନ୍ଦ୍ ଫୌଜର ନେତୃତ୍ବ ନେବା ପାଇଁ ରାସବିହାରୀ ସୁଭାଷ ବୋଷଙ୍କୁ ନିମନ୍ତ୍ରଣ କରିଥିଲେ । 

(ii) ସୁଭାଷ ବୋଷ ଜର୍ମାନୀରୁ ଜାପାନକୁ ଯାତ୍ରାକରି ୧୯୪୩ ଜୁଲାଇ ୨ ତାରିଖରେ ସିଙ୍ଗାପୁରରେ ପହଞ୍ଚିଲେ ଓ ସେଠାରେ ଭାରତୀୟ ସ୍ବାଧୀନତା ସଂଘ ଏବଂ ଆଜାଦ୍ ହିନ୍ଦ୍ ଫୌଜର ନେତୃତ୍ବ ନେଲେ ।

(iii) ତାଙ୍କ ପ୍ରେରଣାରେ ଆଜାଦ ହିନ୍ଦ୍ ଫୌଜର ସୈନ୍ୟ ସଂଖ୍ୟା ବଢ଼ି ବାରେ ଲାଗିଲା । ସେ ଏହି ସୈନ୍ୟବାହି ନୀର ପୁନର୍ଗଠନ କରିଥିଲେ ଏବଂ ସେନା ବାହିନୀରେ ଉନ୍ନତି ଓ ଶୃଙ୍ଖଳା ଆଣିବା ପାଇଁ ଚେଷ୍ଟାକରିଥିଲେ ।

 (iv) ଆଜାଦ୍ ହିନ୍ଦ୍ ଫୌଜର ସୈନ୍ୟମାନେ ସୁଭାଷଙ୍କୁ ‘ନେତାଜୀ’ ଆଖ୍ୟାରେ ଭୂଷିତ କରିଥିଲେ ।

(v) ସୁଭାଷ ବୋଷ ଆଜାଦ୍ ହିନ୍ଦ୍ ଫୌଜକୁ ଗାନ୍ଧୀ ବିଗ୍ରେଡ, ନେହେରୁ ବ୍ରିଗେଡ୍, ଆଜାଦ୍ ବ୍ରିଗେଡ୍, ଏବଂ ସ୍ଵତନ୍ତ୍ର ମହିଳାଶାଖା ଝାନ୍ସୀ ରାଣୀ ବ୍ରିଗେଡ ପରି ଚାରିଗୋଟି ଯୋଦ୍ଧାବାହିନୀ ବା ବ୍ରିଗେଡରେ ବିଭକ୍ତ କରିଥିଲେ ।


 (ଗ) ସୁଭାଷବୋଷଙ୍କ ନେତୃତ୍ବରେ ଆଜାଦ୍ ହିନ୍ଦ୍ ଫୌଜର ଭାରତ ଅଭିଯାନ ସଂପର୍କରେ ଉଲ୍ଲେଖ କର । 

ଉ :(i) ସୁଭାଷ ବୋଷଙ୍କ ନେତୃତ୍ବରେ ଆଜାଦ୍ ହିନ୍ଦ୍ ଫୌଜ ‘ଦିଲ୍ଲୀଚଲୋ’ ଓ ‘ଜୟହିନ୍ଦ’ ମନ୍ତ୍ରରେ ଉଦ୍ଦୀପ୍ତ ହୋଇ ତାର ଅଭିଯାନ ଆରମ୍ଭ କରି ଭାରତର ପୂର୍ବ ସୀମାନ୍ତରେ ପହଞ୍ଚିଲା ।

 (ii) ନେତାଜୀ ଜାପାନ ସରକାରଙ୍କ ଠାରୁ ଆଣ୍ଡାମାନ ଓ ନିକୋବର ଦ୍ବୀପ ପୁଞ୍ଜର ଦାୟିତ୍ବ ଗ୍ରହଣ କରି ଉକ୍ତ ଦୀପ ଦ୍ଵୟକୁ ‘ଶହୀଦ’ ଓ ସ୍ୱରାଜଦ୍ଵୀପ ଭାବେ ନାମିତ କରିଥିଲେ ।

 (iii) ୧୯୪୪ ମସିହା ଏପ୍ରିଲ ମାସରେ ଆଜାଦ୍ ହିନ୍ଦ୍ ଫୌଜ ବ୍ରହ୍ମଦେଶ (ମିଆଁମାର) ପାର ହୋଇ ମଣିପୁର ରାଜ୍ୟରେ ପ୍ରବେଶ କରିଥିଲେ ଏବଂ କୋହିମା ଦଖଲ କରି ସେଠାରେ ଭାରତୀୟ ପତାକା ଉତ୍ତୋଳନ କରିଥିଲେ ।

(iv) ଏହା ପରେ ଆଜାଦ୍ ହିନ୍ଦ୍ ଫୌଜ ମଣିପୁର ରାଜଧାନୀ ଇମ୍ଫାଲ ଦଖଲ କରିବା ପାଇଁ ଅଗ୍ରସର ହୋଇଥିଲେ ।

 (v) ଏହାପରେ ପ୍ରବଳବର୍ଷା ଆରମ୍ଭ ହେବାରୁ ଆଜାଦ୍‌ହିନ୍ଦ୍ ଫୌଜର ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ → ପଡ଼ିଥିଲା । ଜାପାନର ଭାରତୀୟ ଜାତୀୟସେନାକୁ ସାହାଯ୍ୟ କରିବାରେ ସମସ୍ତ ସମ୍ଭାବନା ବନ୍ଦ ହୋଇଗଲା । ଆଜାଦ୍ ହିନ୍ଦ୍ ଫୌଜର ଅଗ୍ରଗତି ବାଧା ପ୍ରାପ୍ତ ହେଲା ।

10th class history chapter 5 Short question answer

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ଆଜାଦହିନ୍ଦ୍ ଫୌଜର କେଉଁ ସେନାଧ୍ଯକ୍ଷମାନେ ଇଂରେଜ ସରକାରଙ୍କ ଦ୍ବାରା ଗିରଫ ହେଲେ ? କେଉଁ ଦିନ ସେମାନେ ସାମରିକ ଅଦାଲତର ସମ୍ମୁଖୀନ ହୋଇଥିଲେ । 

ଉ :(i) ଆଜାଦ୍ ହିନ୍ଦ୍ ଫୌଜର ତିନି ସେନାଧ୍ୟକ୍ଷ ସାହାନଓ୍ୱାଜ୍ ଖାଁ, ପ୍ରେମ ସେହଗଲ୍ ଓ ଗୁରୁ ଦୟାଲ ସିଂ ଧ୍ଵନ ବ୍ରିଟିଶ ସରକାର ଦ୍ବାରା ଗିରଫ ହେଲେ ।

(ii) ୧୯୪୫ ନଭେମ୍ବର ୫ ତାରିଖରେ ସେମାନଙ୍କ ଲାଲ କିଲ୍ଲାରେ ଅନୁଷ୍ଠିତ ସାମରିକ ଅଦାଲତ ସମ୍ମୁଖୀନ ହୋଇଥିଲେ ।

(ଖ) ସୁଭାଷଚନ୍ଦ୍ର ବୋଷ କେବେ ଜାପାନ ସରକାରଙ୍କ ଠାରୁ ଆଣ୍ଡାମାନ ଓ ନିକୋବର ଦ୍ବୀପ ଦ୍ବୟର ଦାୟିତ୍ବ ପାଇଥିଲେ ? ଏହି ଦ୍ବୀପ ଦ୍ଵୟକୁ କେଉଁ ନାମ ଦେଇଥିଲେ ?

ଉ :(i) ୧୯୪୩ ନଭେମ୍ବର ୬ ତାରିଖରେ ଜାପାନ ସରକାରଙ୍କ ଠାରୁ ସୁଭାଷଚନ୍ଦ୍ର ବୋଷ ଆଣ୍ଡାମାନ ଓ ନିକୋବର ଦ୍ଵୀପ ଦ୍ଵୟର ଦାୟିତ୍ବ ଗ୍ରହଣ କରିଥିଲେ ।

(ii) ଉକ୍ତ ଦ୍ବୀପ ଦ୍ଵୟକୁ ଯଥାକ୍ରମେ ‘ଶହୀଦ’ ଓ ‘ସ୍ୱରାଜ’ ଦ୍ବୀପ ନାମରେ ନାମିତ କରିଥିଲେ ।


(ଗ) ସୁଭାଷଚନ୍ଦ୍ର ବୋଷ କେଉଁଠାରେ ଆଜାଦ୍ ହିନ୍ଦ୍ ସରକାର ଗଠନ କରିଥିଲେ ? ଏହି ସରକାରକୁ କେଉଁ ଦେଶଗୁଡ଼ିକ ସ୍ୱୀକୃତି ଦେଇଥିଲେ ? 

ଉ :(i) ୧୯୪୩ ଅକ୍ଟୋବର ୨୧ରେ ସୁଭାଷଚନ୍ଦ୍ର ବୋଷ ସିଙ୍ଗାପୁରଠାରେ ଆଜାଦ୍ ହିନ୍ଦୁ ସରକାର ଗଠନ କରିଥିଲେ ।

(ii) ଏହି ସରକାରୁ ଜାପାନ, ଜର୍ମାନୀ, ଇଟାଲୀ, ମିଆଁମାର, ଥାଇଲାଣ୍ଡ, ଚୀନ, ଫିଲିପାଇନ୍ସ ଓ ମାଞ୍ଚୁରିଆ ସ୍ବୀକୃତି ଦେଇଥିଲେ ।


(ଘ) କେଉଁ ସମସ୍ୟାଗୁଡ଼ିକ ପାଇଁ ସୁଭାଷ ବୋଷ ଜର୍ମାନୀ ପରିତ୍ୟାଗ କରି ଜାପାନ ଉପରେ ଦୃଷ୍ଟି ନିବଦ୍ଧ କଲେ ? 

ଉ :(i) ଜର୍ମାନୀ ଭାରତୀୟ ସୀମାଠାରୁ ବହୁଦୂରରେ ଥିବାରୁ ସେଠାରୁ ବ୍ରିଟିଶ-ଭାରତ ଉପରେ ଆକ୍ରମଣ ଚଳାଇବା କଷ୍ଟକର ଥିଲା ।

(ii) ଜର୍ମାନୀ କର୍ତ୍ତୃପକ୍ଷଙ୍କ କେତେକ କାର୍ଯ୍ୟ ତାଙ୍କ ମନରେ ସନ୍ଦେହ ସୃଷ୍ଟିକଲା ।

Comments

Popular posts from this blog

Write a letter to a friend of yours asking him why he did not attend your birthday party this year.

The Winter Season Essay For Class 10

Odia Medium 10th Class The Solitary Reaper Question Answer PDF