Download Class 10 History Chapter 6 PDF Notes


Looking for Odia Medium Class 10 History Chapter 6 questions and answers? Access complete textbook solutions, chapter notes, and exam prep guidelines here. Odia medium class 10 history chapter 6 solutions, Odia medium class 10 history chapter 6 question answer, Odia medium class 10 history chapter 6 pdf, Odia medium class 10 history chapter 6 notes, Odia medium class 10 history chapter 6 pdf download, Odia medium class 10 history chapter 6 mcq, Odia medium class 10 history chapter 6 answer, 10th class math 1c question answer odia medium. 

Odia Medium Class 10 History Chapter 6 Question Answer & Notes


Odia Medium Class 10 History Chapter 6 Question Answer & Notes

Text Book Exercises (ଅଭ୍ୟାସ କାର୍ଯ୍ୟ ପ୍ରଶ୍ନୋତ୍ତର)

୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ

Long Answer Type Questions (ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ)

(କ) କ୍ୟାବିନେଟ ମିଶନର ମୁଖ୍ୟ ପ୍ରସ୍ତାବ ଗୁଡ଼ିକ କ’ଣ ଥିଲା ?

ଉ: (i) ବ୍ରିଟିଶ ସରକାର ଭାରତୀୟଙ୍କ ହାତରେ କ୍ଷମତା ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇ, କ୍ୟାବିନେଟ ମିଶନ ପ୍ରତିନିଧିଙ୍କୁ ତମ୍ବା ଭାରତକୁ ପଠାଇଲେ । ଏହି ମିଶନ ୧୯୪୬ ମାର୍ଚ୍ଚ ୨୪ରେ ଦିଲ୍ଲୀରେ ପହଞ୍ଚିଲା ।

(ii) ଏହି କ୍ୟାବିନେଟ ମିଶନଙ୍କର ମୁଖ୍ୟ ପ୍ରସ୍ତାବଗୁଡ଼ିକ ଥିଲା :- ବ୍ରିଟିଶ ଶାସିତ ପ୍ରଦେଶ ଓ ଭାରତୀୟ ଦେଶୀୟ ରାଜାମାନଙ୍କୁ ନେଇ ଏକ ସଂଘ ଗଠିତ ହୋଇ ବ୍ୟବସ୍ଥାପକ ସଭା ଓ ଶାସନ ପରିଚାଳନା ହେବାର ବ୍ୟବସ୍ଥା ରହିଥିଲା । (iii) ବ୍ରିଟିଶ୍ ଶାସିତ ପ୍ରଦେଶରୁ ସାଧାରଣବର୍ଗ ଓ ପ୍ରତ୍ୟେକ ସମ୍ପ୍ରଦାୟର ପ୍ରତିନିଧ୍ୟ ସହ ୨୯୬ ଜଣ ଓ ଦେଶୀୟ ରାଜ୍ୟମାନଙ୍କରୁ ୯୩ ଜଣ ପ୍ରତିନିଧିଙ୍କୁ ନେଇ ୩୮୯ ସଦସ୍ୟ ବିଶିଷ୍ଟ ସମ୍ବିଧାନ ପ୍ରଣୟନ ସଭା ଗଠନ ।

(iv) ସମ୍ବିଧାନ ପ୍ରଣୟନ ହେବା ପର୍ଯ୍ୟନ୍ତ ଅନୁସୂଚିତ ଜାତିର ଜଣେ ପ୍ରତିନିଧିଙ୍କ ସମେତ କଂଗ୍ରେସରୁ ଛ’ଜଣ ମୁସଲିମ୍ ଲିଗୁରୁ ପାଞ୍ଚଜଣ ଏବଂ ଶିଖ୍, ଖ୍ରୀଷ୍ଟିଆନ ଓ ପାର୍ଶୀ ସମ୍ପ୍ରଦାୟରୁ ଜଣେ ଲେଖାଏଁ ହିସାବରେ ମୋଟ ଚଉଦ ଜଣ ପ୍ରତିନିଧ‌ିଙ୍କୁ ନେଇ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ।

(ଖ) କ୍ୟାବିନେଟ ମିଶନ ପ୍ରସ୍ତାବ ବିରୋଧରେ ମୁସ୍‌ଲିମ୍ଲି ଗର ପ୍ରତିକ୍ରିୟା କିପରି ପ୍ରକାଶ ପାଇଥିଲା ?

ଉ: (i) କ୍ୟାବିନେଟ ମିଶନ ପ୍ରସ୍ତାବରେ ସ୍ଵାଧୀନ ପାକିସ୍ତାନ ଗଠନ କଥା ଉଲ୍ଲେଖ ନ ଥିବାରୁ ମୁସଲିମ୍ ଲିଗ୍ ନେତା ମହମ୍ମଦ ଅଲ୍ଲୀ ଜିନ୍ନା କ୍ଷୁବ୍ଧ ହୋଇ ୧୯୪୬ ମସିହା ଅଗଷ୍ଟ ୧୬ ନ - ତାରିଖକୁ ସାରା ଭାରତରେ ‘ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ’’ ରୂପେ ପାଳନ କରିବାକୁ ମୁସଲମାନମାନଙ୍କୁ ଆହ୍ଵାନ ଦେଲେ ।

(ii) ଉକ୍ତ ଦିନ ସଭା, ଶୋଭାଯାତ୍ରା ଜରିଆରେ ପାକିସ୍ତାନ ଗଠନ ହେଲା ଦାବି ଦୃଢ଼ ସମର୍ଥନ ପ୍ରକାଶ କରିବା ପାଇଁ ମୁସଲମାନମାନଙ୍କୁ ନିର୍ଦ୍ଦେଶ ଦିଆଗଲା ।

(iii) ଏହି ଦିନ (କଲିକତା) କୋଲକାତା ମହାନଗରୀରେ ଶୋଭାଯାତ୍ରା ବାହାରିବା ସମୟରେ ନୃଶଂସ ହତ୍ୟାକାଣ୍ଡ ଘଟିଲା ଏବଂ ବହୁ ସଂଖ୍ୟକ ଲୋକ ମୃତାହତ ହେଲେ ଓ ସମଗ୍ର ଦେଶରେ ଅନୁରୂପ ଅବସ୍ଥା ପ୍ରତିଫଳିତ ହେଲା । 

(iv) ପୂର୍ବାଞ୍ଚଳର ତତ୍‌କାଳୀନ ସାମରିକ ଅଧ୍ୟକ୍ଷ ଲେଫଟନାଣ୍ଟ ଜେନେରାଲ ଫ୍ରାନସିସ୍ ଟକର ଏହାକୁ ‘ବିରାଟ କଲିକତା ହତ୍ୟାକାଣ୍ଡ’’ଭାବେ ଅଭିହିତ କରିଥିଲେ ।

(v) ଏହି ହିଂସାକାଣ୍ଡ କ୍ରମେ ପୂର୍ବବଙ୍ଗର ନୋଆଖଲି ଓ ତିପରା ଜିଲ୍ଲା, ବିହାର ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପି ଗଲା ।


(ଗ) କେଉଁ ପରିସ୍ଥିତିରେ କ୍ଲିମେଣ୍ଟ ଅଟ୍‌ଲୀ ଭାରତର ସମ୍ଭାବ୍ୟ ସ୍ଵାଧୀନତା ସଂପର୍କରେ ଘୋଷଣା କଲେ ?

ଉ: (i) ବ୍ରିଟିଶ ସରକାର ଭାରତୀୟଙ୍କ ହାତରେ କ୍ଷମତା ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଲେ । ସେଥିପାଇଁ ୧୯୪୬ ମାର୍ଚ୍ଚ ୨୪ ରେ କ୍ୟାବିନେଟ୍‌ଶନ ଭାରତରେ ପଦାର୍ପଣ ନାହିର କରିଥିଲା ଏବଂ ତା’ର ମୁଖ୍ୟପ୍ରସ୍ତାବଗୁଡ଼ିକ ଉପସ୍ଥାପନ କରିଥିଲା ।

(ii) କ୍ୟାବିନେଟ ପ୍ରସ୍ତାବରେ ସ୍ଵାଧୀନ ପାକିସ୍ତାନ ଗଠନ କଥା ଉଲ୍ଲେଖ ନ ଥିବାରୁ ମୁସଲିମଲିଗ ନେତା ଅଲ୍ଲୀ ଜିଲ୍ଲା କ୍ଷୁବ୍ଧ ହେଲେ ଏବଂ ୧୯୪୬ ମସିହା ଅଗଷ୍ଟ ୧୬ ତାରିଖରେ କ୍ୟାବିନେଟ ମିଶନ ପ୍ରସ୍ତାବକୁ ବିରୋଧ କରି ସାରା ଭାରତରେ । ‘ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ’ ପାଳନ କଲେ । ସାମ୍ପ୍ରଦାୟିକ ଭାବନା ବୃଦ୍ଧି ହେଲା । ଦେଶରେ ଭୟାବହ ପରିସ୍ଥିତି ସୃଷ୍ଟି ହେଲା ।

(iii) ୧୯୪୬ ସେପ୍ଟେମ୍ବର ୨ ତାରିଖରେ ନେହୁରଙ୍କ ପ୍ରଧାନ- ମନ୍ତ୍ରୀତ୍ବରେ କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କଲା । ଏହି ସରକାର ଯୋଗ ଦେବା ପାଇଁ ମୁସଲିମ୍ ଲିଗ ରାଜି ନ ଥିଲା । ଲର୍ଡ଼ ୱାଭେଲଙ୍କ ଚେଷ୍ଟା ଓ ପ୍ରବର୍ତ୍ତନାରେ ମୁସଲିମ୍ ଲିଗ ମଧ୍ଯ ସରକାରରେ ଯୋଗଦାନ କଲା । 

(iv) ୧୯୪୬ ଡିସେମ୍ବର ୯ ତାରିଖରେ ଦିଲ୍ଲୀଠାରେ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ସଭାପତିତ୍ବରେ ପୂର୍ବରୁ ନିର୍ବାଚିତ ଭାରତର ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ ବସିଲା । ମୁସଲିମଲିଗ୍ ଏହାକୁ ପ୍ରତ୍ୟାଖ୍ୟାନ କଲା ।

(v) ଏହି ଘଡ଼ିସନ୍ଧି ମୁହୂର୍ଭରେ ଭାରତ ସମସ୍ୟା ସମାଧାନ କରିବା ପାଇଁ ଇଂଲଣ୍ଡ ସରକାର ନିଷ୍ପତ୍ତି ନେଲେ । ୧୯୪୭

ଫେବୃୟାରୀ ୨୦ ତାରିଖରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ କ୍ଲିମେଣ୍ଟ ଅଟଲି ଘୋଷଣା କଲେ ଯେ ୧୯୪୮ ଜୁନ ୩୦ ପୂର୍ବରୁ ଇଂରେଜମାନେ ଭାରତକୁ କ୍ଷମତା ହସ୍ତାନ୍ତର

କରିବେ ।

(ଘ) ମାଉଣ୍ଟବ୍ୟାଟେନ୍‌ଙ୍କ ଯୋଜନାରେ ଭାରତ ବିଭାଜନ ସମ୍ପର୍କରେ କ’ଣ ପ୍ରସ୍ତାବ ଥିଲା ?

ଉ: (i) ଭାରତ ବିଭାଜନ ହେବ ଏବଂ ଭାରତ ଓ ପାକିସ୍ଥାନ ନାମରେ ଦୁଇଟି ଦେଶ ସୃଷ୍ଟି ହେବ ।

(i) ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ, ସିନ୍ଧୁ ପ୍ରଦେଶ, ବେଲୁଚିସ୍ତାନ ଓ ଆସାମର ମୁସଲମାନ ବହୁଳ ସିଟ ଜିଲ୍ଲାରେ ବାସ କରୁଥିବା ଲୋକମାନେ ଭାରତରେ ରହିବେ କି ପାକିସ୍ଥାନରେ ରହିବେ ସେ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ସେମାନଙ୍କୁ ସୁଯୋଗ ଦିଆଯିବ ।

(iii) ବଙ୍ଗଳା ଓ ପଞ୍ଜାବ ପ୍ରଦେଶ ବିଭାଜିତ ହେବ । ମୁସଲମାନ ବହୁଳ ପୂର୍ବବଙ୍ଗ ପାକିସ୍ଥାନରେ ମିଶିବ ଓ ଅଣମୁସଲମାନ ବହୁଳ ପଶ୍ଚିମବଙ୍ଗ ଭାରତରେ ରହିବ । ମୁସଲମାନ ବହୁଳ ପଶ୍ଚିମ ପଞ୍ଜାବ ପାକିସ୍ଥାନରେ ମିଶିବ ଓ ଅଣ ମୁସଲମାନ ବହୁଳ ପୂର୍ବ ପଞ୍ଜାବ ଭାରତରେ ରହିବ । ସାର୍ ସିରିଲ୍ ରେଡ଼କ୍ଲିଫଙ୍କ ଅଧ୍ୟକ୍ଷତାରେ ଗଠିତ ସୀମା ନିର୍ଦ୍ଧାରଣ କମିଶନ ଦୁଇ ଦେଶର ସୀମା ନିର୍ଦ୍ଧାରଣ କରିବେ । 

(iv) ଦେଶୀୟ ରାଜ୍ୟଗୁଡ଼ିକ ଭାରତ କିମ୍ବା ପାକିସ୍ଥାନରେ ମିଶିବା ବୀର ପାଇଁ କିମ୍ବା ସ୍ଵାଧୀନ ରହିବା ପାଇଁ ନିଷ୍ପତ୍ତି ନେବା ସ୍ଵାଧୀନତା ଉ: ଦିଆଯିବ ।

(v) ଭାରତର ସମ୍ବିଧାନ ପ୍ରଣୟନ ସଭା ଚାଲୁ ରହିବ ଏବଂ ପାକିସ୍ଥାନରେ ଏକ ଭିନ୍ନ ସମ୍ବିଧାନ ପ୍ରଣୟନ ସଭା ଗଠିତ ହେବ ।

(vi) ବ୍ରିଟିଶ ପାର୍ଲାମେଣ୍ଟ କ୍ଷମତା ହସ୍ତାନ୍ତର କରିବା ପାଇଁ ୧୯୪୭ ଅଗଷ୍ଟ ୧୫ ପୂର୍ବରୁ ଏକ ଆଇନ ପାସ କରିବ ।


(‍) ଭାରତ ସ୍ଵାଧୀନତା ଆଇନ୍‌ର ମୁଖ୍ୟ ବ୍ୟବସ୍ଥାଗୁଡ଼ିକ କ’ଣ ଥିଲା ?

ଉ : ୧୯୪୭ ଜୁଲାଇ ୧୮ରେ ‘ଭାରତ ସ୍ଵାଧୀନତା ଆଇନ ୧୯୪୭’ ଭାବରେ ବ୍ରିଟିଶ ପାର୍ଲାମେଣ୍ଟର ଅନୁମୋଦନ ଲାଭ କଲା ।

(i) ଉକ୍ତ ଆଇନ ଅନୁସାରେ ଭାରତ ଓ ପାକିସ୍ଥାନ ନାମକ ଦୁଇଟି ସ୍ଵାଧୀନ ରାଷ୍ଟ୍ର ଗଠିତ ହୋଇ ୧୯୪୭ ଅଗଷ୍ଟ ୧୨ ତାରିଖ ଦିନ କ୍ଷମତା ହସ୍ତାନ୍ତର ନିମନ୍ତେ ନିଷ୍ପତ୍ତି ନିଆଗଲା । 

(ii) ଦେଶୀୟ ରାଜାମାନେ ଇଚ୍ଛାନୁସାରେ ଭାରତ କିମ୍ବା ପାକିସ୍ତାନ ସହିତ ଯୋଗ ଦେବାର ସ୍ବାଧୀନତା ପାଇଲେ ଓ ୧୯୪୭ ଅଗଷ୍ଟ ୧୫ରୁ ଇଂଲଣ୍ଡ ସହିତ ସେମାନଙ୍କର ସମସ୍ତ ଚୁକ୍ତି ବିଲୋପ ଘଟିଲା ।

(ii) ନିଜର ସମ୍ବିଧାନ ପ୍ରଣୀତ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଦେଶର ସମ୍ବିଧାନ ପ୍ରଣୟନ ସଭାକୁ ବିଧାୟକ ସଭାର କ୍ଷମତା ଦିଆଗଲା ଏବଂ ଉଭୟ ଦେଶ ଭାରତ ଶାସନ ଆଇନ ୧୯୩୫ ଅନୁଯାୟୀ ଶାସନ କଲେ; ଇଂଲଣ୍ଡର ଭାରତ ସଚିବ ପଦ ଉଚ୍ଛେଦ କରାଗଲା ।


୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) କ୍ୟାବିନେଟ ମିଶନ କାହିଁକି ଭାରତ ଆସିଥିଲେ ?

 ଉ: (i) ବ୍ରିଟିଶ ସରକାର ଭାରତୀୟଙ୍କ ହାତରେ କ୍ଷମତା ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଲେ । 

(ii) ସେଥ‌ିପାଇଁ ଭାରତୀୟ ନେତୃବର୍ଗଙ୍କ ସାଙ୍ଗରେ ବୁଝାମଣା କରିବା ଉଦ୍ଦେଶ୍ୟରେ କ୍ୟାବିନେଟ ମିଶନ ନାମରେ ଏକ ପ୍ରତିନିଧି ଦଳକୁ ଭାରତକୁ ପଠାଇଲେ ।


 (ଖ) ଇଂଲଣ୍ଡର କେଉଁ ପ୍ରଧାନମନ୍ତ୍ରୀଙ୍କ ସମୟରେ କ୍ୟାବିନେଟ ମିଶନ ଭାରତକୁ ଆସିଥିଲେ ଏବଂକେଉଁମାନେ ଏହାର ସଦସ୍ୟ ଥିଲେ ? 

ଉ: (i) କ୍ଲିମେଣ୍ଟ ଅଟଲି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଥିବା ସମୟରେ କ୍ୟାବିନେଟ୍ ମିଶନ ଭାରତକୁ ଆସିଥିଲେ ।

(ii) ଭାରତର ସଚିବ ପେଥ୍ କଲରେସ, ଏ. ଭି. ଆଲେକଜାଣ୍ଡାର ଓ ସାର ଷ୍ଟାଫୋର୍ଡ଼ କ୍ରିପସ ଏହାର ସଦସ୍ୟ ଥିଲେ ।


(ଗ) ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ କାହିଁକି ଏବଂ କେଉଁଦିନ ପାଳନ କରାଯାଇଥିଲା ?

ଉ: (i) କ୍ୟାବିନେଟ୍ ପ୍ରସ୍ତାବରେ ସ୍ଵାଧୀନ ପାକିସ୍ଥାନ ଗଠନ କଥା ଉଲ୍ଲେଖ ନ ଥିବାରୁ ମୁସଲିମ୍ ଲିଗ ନେତା ମହମ୍ମଦ ଅଲ୍ଲୀ ଜିନ୍ନା କ୍ଷୁବ୍ଧ ହେଲେ ।

(ii ) ୧୯୪୬ ଅଗଷ୍ଟ ୧୬ ତାରିଖକୁ ସାରା ଭାରତରେ ‘‘ପ୍ରତ୍ୟକ୍ଷ କାର୍ଯ୍ୟଦିବସ’’ ରୂପେ ପାଳନ କରାଯାଇଥିଲା ।


(ଘ) ମଧ୍ୟବର୍ତ୍ତୀକାଳୀନ ସରକାର କେବେ ଗଠିତ ହୋଇଥିଲା ଏବଂ ମୁସ୍‌ଲିମ୍ ଲିଗ୍ କେବେ ଏଥରେ ଯୋଗ ଦେଇଥିଲା ?

ଉ: (i) ୧୯୪୬ ସେପ୍ଟେମ୍ବର ୨ ତାରିଖରେ ଜବାହରଲାଲ ନେହେରୁଙ୍କ ପ୍ରଧାମନ୍ତ୍ରୀତ୍ବରେ କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କଲା ।

(ii) ୧୯୪୬ ଅକ୍ଟୋବର ୧୩ରେ ମୁସଲିମ୍ଗ୍ ଏଥରେ ଯୋଗ ଦେଇଥିଲା ।


(‍) ସାଂପ୍ରଦାୟିକ ଦଙ୍ଗା ନିବାରଣ କରିବା ପାଇଁ ମହତ୍ମାଗାନ୍ଧୀ କି ପଦକ୍ଷେପ ନେଇଥିଲେ ?

ଉ: (i) ସାଂପ୍ରଦାୟିକ ଦଙ୍ଗା ଦେଖୁ ଗାନ୍ଧିଜୀଙ୍କ ଦୁଃଖର ସୀମା ରହିଲାନାହିଁ ।

(ii) ସେ ଦଙ୍ଗା ନିୟନ୍ତ୍ରଣ କରିବା ପାଇଁ ପୂର୍ବବଙ୍ଗ ଓ ବିହାର ପଦଯାତ୍ରା କଲେ ଏବଂ ଆମରଣ ଅନଶନର ଧମକ ଦେଲେ ।


(ଚ) ୧୯୪୭ ମସିହା ଫେବୃୟାରୀ ୨୦ ତାରିଖ ଦିନ ଅଟ୍‌ଲୀଙ୍କ ଘୋଷଣାର ତାତ୍ପର୍ଯ୍ୟ କ’ଣ ?

ଉ: (i) ୧୯୪୭ ମସିହା ଫେବୃୟାରୀ ୨୦ ତାରିଖରେ ଅଟଲୀ ଘୋଷଣା କଲେ ଯେ ୧୯୪୮ ଜୁନ ୩୦ ପୂର୍ବରୁ ଇଂରେଜମାନେ ଭାରତକୁ କ୍ଷମତା ହସ୍ତାନ୍ତର କରିବେ ।

(ii) ଏହାର ତାପର୍ଯ୍ୟ ଏହି ଯେ ବ୍ରିଟିଶ ସରକାର ମାନସିକ ସ୍ତରରେ ଭାରତକୁ ସ୍ଵାଧୀନତା ଦେବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି 


(ଛ) ମାଉଣ୍ଟବ୍ୟାଟେନ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଥିଲା ଏବଂ ଏହା କେବେ ଘୋଷିତ ହୋଇଥିଲା ? 

ଉ: (i) ମାଉଣ୍ଟବ୍ୟାଟେନଙ୍କ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତକୁ ବିଭାଜିତ କରି ଭାରତ ଓ ପାକିସ୍ତାନ ଦୁଇଟି ୧. ଦେଶ ସୃଷ୍ଟି କରିବା ।

(ii) ୧୯୪୭ ଜୁନ୍ ୩ ତାରିଖରେ ମାଉଣ୍ଟବ୍ୟାଟେନ ଯୋଜନା ଘୋଷିତ ହୋଇଥିଲା । 


(ଜ) ମାଉଣ୍ଟବ୍ୟାଟେନ୍ ଯୋଜନାରେ ଦେଶୀୟ ରାଜ୍ୟମାନଙ୍କ ପାଇଁ କ’ଣ ବ୍ୟବସ୍ଥା ଥିଲା ?

ଉ: ମ୍ୟାଉଣ୍ଟ ବ୍ୟାଟେନ ଯୋଜନାରେ ଦେଶୀୟ ରାଜ୍ୟ ଗୁଡ଼ିକ ଭାରତ କିମ୍ବା ପାକିସ୍ତାନରେ ମିଶିବା ପାଇଁ କିମ୍ବା । ସ୍ଵାଧୀନ ରହିବା ପାଇଁ ନିଷ୍ପତ୍ତି ନେବାର ସ୍ଵାଧୀନତା ଦିଆଯିବ । 


(ଝ) ସ୍ଵାଧୀନ ପାକିସ୍ତାନର ପ୍ରଥମ ଗଭର୍ଣ୍ଣର ଜେନେରାଲ୍ ଓ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ କିଏ ଶପଥ ଗ୍ରହଣ କରିଥିଲେ ?

ଉ: (i) ସ୍ଵାଧୀନ ପାକିସ୍ତାନର ପ୍ରଥମ ଗଭର୍ଣ୍ଣର ଜେନେରାଲ ଭାବେ ମହମ୍ମଦ ଅଲ୍ଲୀ ଜିନ୍ନା ଶପଥ ନେଇଥିଲେ ।

(ii) ସ୍ଵାଧୀନ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ଲିୟାକତ୍ ଅଲ୍ଲୀ ଖାଁ ।


(ଞ) ଭାରତର ପ୍ରଥମ ସ୍ଵାଧୀନତା ଦିବସରେ କିଏ ଏବଂ କେଉଁଠାରେ ପତାକା ଉତ୍ତୋଳନ କରିଥିଲେ ?

ଉ: ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ବିଳମ୍ବିତ ରାତିରେ ଜବାହରଲାଲ ନେହେରୁ ଦିଲ୍ଲୀର ଲାଲକିଲ୍ଲାଠାରେ ସ୍ବାଧୀନ ଭାରତର ଜାତୀୟ ପତାକା ଉତ୍ତୋଳନ କରିଥିଲେ ।


୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ । 

(କ) କ୍ୟାବିନେଟ୍ ମିଶନ କେବେ ଭାରତରେ ପହଞ୍ଚିଥିଲେ ? 

ଉ : ୧୯୪୬ ମାର୍ଚ୍ଚ ୨୪ ରେ କ୍ୟାବିନେଟ ମିଶନ ନୂଆଦିଲ୍ଲୀରେ ପହଞ୍ଚିଲେ ।


(ଖ) ପ୍ରତ୍ୟକ୍ଷ କାର୍ଯ୍ୟଦିବସ ପାଳନ କରିବା ପାଇଁ କିଏ ଆହ୍ବାନ ଦେଇଥିଲେ ?

ଉ : ପ୍ରତ୍ୟକ୍ଷ କାର୍ଯ୍ୟଦିବସ ପାଳନ କରିବା ପାଇଁ ମହମ୍ମଦ ଅଲ୍ଲୀ ଜିନ୍ନା ଆହ୍ବାନ ଦେଇଥିଲେ । 


(ଗ) କିଏ କଲିକତା ହିଂସାକାଣ୍ଡକୁ ‘ବିରାଟ କଲିକତା ହତ୍ୟାକାଣ୍ଡ’ ଭାବେ ଅଭିହିତ କରିଥିଲେ ?

ଉ : ପୂର୍ବାଞ୍ଚଳର ତତ୍‌କାଳୀନ ସାମରିକ ଅଧକ୍ଷ୍ୟ ଲେଫ୍‌ଟନାଣ୍ଟ ଜେନେରାଲ ଫ୍ରାନସିସ୍ ଟକର ଏହି ହିଂସାକାଣ୍ଡକୁ ‘‘ବିରାଟ

କଲିକତା ହତ୍ୟାକାଣ୍ଡ’’ ଭାବେ ଅଭିହିତ କରିଥିଲେ । 


(ଘ) କିଏ ଭାରତର ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ବ ନେଇଥିଲେ ?

ଉ : ଜବାହରଲାଲ ନେହେରୁ ଭାରତର ମଧ୍ୟବର୍ତ୍ତୀ କାଳୀନ ରୁ ସରକାରର ନେତୃତ୍ୱ ନେଇଥିଲେ ।


 (ଙ) ଭାରତକୁ କ୍ଷମତା ହସ୍ତାନ୍ତର କରାଯିବ ବୋଲି ଅଟ୍‌ ନିଧି କେବେ ଘୋଷଣା କରିଥିଲେ ?

ଉ : ୧୯୪୭ ଫେବୃୟାରୀ ୨୦ ତାରିଖରେ ଭାରତକୁ କ୍ଷମତା ହସ୍ତାନ୍ତର କରାଯିବ ବୋଲି ଅଟଲି ଘୋଷଣା କରିଥିଲେ ।


 (ଚ) ମାଉଣ୍ଟବ୍ୟାଟେନ୍ କେଉଁଦିନ ଭାରତକୁ ଭାଇସରାୟ ହୋଇ ଆସିଲେ ?

ଉ : ୧୯୪୭ ମାର୍ଚ୍ଚ ୨୨ ରେ ଲର୍ଡ଼ ଲୁଇ ମାଉଣ୍ଟବ୍ୟାଟେନ ଭାରତକୁ ଭାଇସରାୟ ହୋଇ ଆସିଲେ ।


(ଛ) କାହା ଭିଭିରେ ଭାରତର ସ୍ଵାଧୀନତା ନିମନ୍ତେ ଆଇନ ପ୍ରସ୍ତୁତ ହୋଇଥିଲା ?

ଉ : ମାଉଣ୍ଟବ୍ୟାଟେନ ଯୋଜନା ଭିଭିରେ ଭାରତ ସ୍ଵାଧୀନତା ନିମନ୍ତେ ଆଇନ ପ୍ରସ୍ତୁତ ହୋଇଥିଲା ।


(ଜ) ପାକିସ୍ତାନ କେଉଁଦିନ ଏକ ରାଷ୍ଟ୍ର ଭାବରେ ଆତ୍ମପ୍ରକାଶ କଲା ?

ଉ : ୧୯୪୭ ମସିହା, ଅଗଷ୍ଟ ୧୪ ତାରିଖ । 


(ଝ) ବ୍ରିଟିଶ ଶାସନାଧୀନ ଭାରତର ଶେଷ ଗଭର୍ଣ୍ଣର ଜେନେରାଲ୍ କିଏ ଥିଲେ ?

ଉ : ମାଉଣ୍ଟ ବ୍ୟାଟେନ ବ୍ରିଟିଶ ଶାସନାଧୀନ ଭାରତର ଶେଷ ଗଭର୍ଣ୍ଣର ଜେନେରାଲ ଥିଲେ ।


(ଞ) ସ୍ଵାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ କିଏ ଥିଲେ ? 

ଉ : ସର୍ଦ୍ଦାର ବଲ୍ଲଭଭାଇ ପଟେଲ ।


୪. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) କ୍ୟାବିନେଟ୍ ମିଶନ କେତେ ସଂଖ୍ୟା ବିଶିଷ୍ଟ ସମ୍ବିଧାନ ପ୍ରଣୟନ ସଭାର ପ୍ରସ୍ତାବ ଦେଇଥିଲେ ?

(i) ୨୯୬ (ii) ୩୮୯ (iii) ୯୩ (iv) ୧୪


(ଖ) କାହାର ପ୍ରବର୍ତ୍ତନା ଫଳରେ ମୁସ୍‌ଲିମ୍ ଲିଗ୍ ମଧ୍ୟବର୍ତ୍ତୀ କାଳୀନ ସରକାରରେ ଯୋଗ ଦେଲା ? 

(i) କ୍ଲିମେଣ୍ଟ ଅଟ୍‌ରା

 (ii) ଲର୍ଡ ୱାଭେଲ୍‌ 

(iii) ଲର୍ଡ ମାଉଣ୍ଟବ୍ୟାଟେନ୍ 

(iv) ମହାତ୍ମାଗାନ୍ଧୀ


(ଗ) କିଏ ଭାରତ ସମ୍ବିଧାନ ପ୍ରଣୟନ ସଭାର ସଭାପତି ଥିଲେ ?

(i) ଜବାହରଲାଲ୍ ନେହେରୁ 

(ii) ରାଜେନ୍ଦ୍ର ପ୍ରସାଦ

 (iii) ବଲ୍ଲଭଭାଇ ପଟେଲ୍‌ 

(iv) ମହମ୍ମଦ ଅଲ୍ଲୀ ଜିନ୍ନା


 (ଘ) କେଉଁ ତାରିଖ ସୁଦ୍ଧା ଭାରତକୁ କ୍ଷମତା ହସ୍ତାନ୍ତର କରିବା ପାଇଁ ଅଟଲି ଘୋଷଣା କରିଥିଲେ ?

(i) ୧୯୪୭ ଫେବୃୟାରୀ ୨୦

(ii) ୧୯୪୭ ଜୁନ୍ ୩ 

(iii) ୧୯୪୭ ଅଗଷ୍ଟ ୧୫

(iv) ୧୯୪୮ ଜୁନ୍ ୩୦


(ଙ) କେବେ ଭାରତ ସ୍ଵାଧୀନତା ଆଇନ୍ ବ୍ରିଟିଶ୍ ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିଥିଲା ?

 (i) ୧୯୪୭ ଫେବୃୟାରୀ ୨୦

(ii) ୧୯୪୭ ଜୁନ୍ ୩

(iii) ୧୯୪୭ ଜୁଲାଇ ୧୮

(iv) ୧୯୪୭ ଅଗଷ୍ଟ ୧୪


ନ ୫ । ପାଠରେ ଦିଆଯାଇଥ‌ିବା “ତୁମ ପାଇଁ କାମ” ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ୟରେ ଲେଖ ।

(କ) ମାଉଣ୍ଟବ୍ୟାଟେନଙ୍କ ଯୋଜନା ଘୋଷଣା ହେବା ପରେ ଜାତୀୟ କଂଗ୍ରେସ ଓ ମୁସଲିମ୍‌ସ୍‌ର ଭୂମିକା କ'ଣ ଥିଲା, ଲେଖ ।

କିମ୍ବା, କେଉଁ କେଉଁ ଅଞ୍ଚଳକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ଭାଗବଣ୍ଟା ହୋଇଥିଲା ?

ଉ: (i) ମାଉଣ୍ଟ ବ୍ୟାଟେନଙ୍କ ଯୋଜନା ଘୋଷଣା ହେବା ପରେ ଜାତୀୟ କଂଗ୍ରେସ ଭାରତର ଅଖଣ୍ଡତା ବଜାୟ ରଖୁବା ପାଇଁ ସବୁ ପ୍ରକାର ଚେଷ୍ଟା କରିବି ଫଳ ହୋଇଥିଲା ।

(ii) ମାଉଣ୍ଟ ବ୍ୟାଟେନଙ୍କ ଯୋଜନା ଗ୍ରହଣ କରିବା ବ୍ୟତୀତ ଭାରତ ପାଖରେ ଅନ୍ୟ କିଛି ବିକଳ୍ପ ନ ଥିଲା । 

(iii) ମୁସଲିମ୍ ଲିଗ ପାକିସ୍ଥାନ ପାଇଁ ଦୁଇ-ତୃତୀୟାଂଶ ଅଞ୍ଚଳ ଦାବି କରୁଥିଲା । ଏହା କଂଗ୍ରେସ ଗ୍ରହଣ କଲା ନାହିଁ କାରଣ ଏକ ପାକିସ୍ଥାନ ଗଠନ ପରେ ମଧ୍ୟ ଭାରତର ମୁସଲିମ୍ ଜନସଂଖ୍ୟା ପାକିସ୍ଥାନର ମୁସଲିମ ଜନସଂଖ୍ୟା ଠାରୁ ଅଧିକ ହେଉଥିଲା । 

(iv) ଯେଉଁ ଅଞ୍ଚଳଗୁଡ଼ିକରେ ମୁସଲିମ ଲିଗ୍‌ ର ପ୍ରାଧାନ୍ୟ ରହିଥୁଲା, କେବଳ ସେହି ଅଞ୍ଚଳ ଗୁଡ଼ିକ ଭାଗ କରିବା ପାଇଁ କଂଗ୍ରେସ ରାଜି ହେଲା ।

(v) ସେହି ଆଧାରରେ ପଞ୍ଜାବ, ବଙ୍ଗ ଓ ଆସାମର ବିଭାଜନ ହେଲା । ଏକ କ୍ଷୁଦ୍ର ଓ ସଙ୍କୁଚିତ ପାକିସ୍ତାନର ବ୍ୟବସ୍ଥା ଦେଖୁ ଜିନ୍ନା ଅତ୍ୟନ୍ତ ମର୍ମାହତ ଓ କ୍ଷୁକ୍ତ ହୋଇଥିଲେ ସୁଦ୍ଧା ଅନ୍ୟ ଉପାୟ ନ ପାଇ ଏହି ଯୋଜନାକୁ ଗ୍ରହଣ କଲେ ।


(ଖ) ଭାରତ ସ୍ଵାଧୀନତା ପରେ କିପରି ଭାବେ ଶାସନ ନୀତି ପ୍ରଣୟନ କରିଥିଲା ?

ଉ: (i) ଭାରତ ସ୍ଵାଧୀନତା ଓ ବିଭାଜନ ପରେ ଭାରତ ଶାସନ ଆଇନ ୧୯୩୫ ଅନୁଯାୟୀ ଶାସନ କଲା ।

(ii) ସ୍ଵାଧୀନ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ଭାବେ ଲର୍ଡ଼ ମାଉଣ୍ଟ ବ୍ୟାଟେନ ଓ ପ୍ରଧାନମନ୍ତ୍ରୀଭାବେ ଜବାହରଲାଲ ନେହେରୁ ରହିଲେ ।

(iii) ସ୍ଵାଧୀନତା ପରବର୍ତ୍ତୀ ପର୍ଯ୍ୟାୟରେ ସ୍ୱାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ସର୍ଦାର ବଲ୍ଲଭଭାଇ ପଟେଲ ଶପଥ ଗ୍ରହଣ କଲେ ।

(iv) ତାଙ୍କ ଦକ୍ଷ ନେତୃତ୍ଵ ଯୋଗୁଁ ଅଧିକାଂଶ ଦେଶୀୟ ରାଜ୍ୟ ଭାରତ ସହିତ ଯୋଗ ଦେଇଥିଲେ ।

(v) ୧୯୪୭ ଅଗଷ୍ଟ ୧୪ ତାରିଖ ବିଳମ୍ବିତ ରାତ୍ରିରେ ଜବାହରଲାଲ ନେହେରୁ ଦିଲ୍ଲୀର ଐତିହାସିକ ଲାଲ କିଲ୍ଲାରେ ସ୍ଵାଧୀନ ଭାରତ ପତାକା ଉତ୍ତୋଳନ କରିଥିଲେ ।


ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ଦ୍ବିତୀୟ ବିଶ୍ବଯୁଦ୍ଧର ସମାପ୍ତି କେବେ ହୋଇଥିଲା ? ଇଂଲଣ୍ଡରେ ଶାସନ କ୍ଷେତ୍ରରେ କେଉଁ ପରିବର୍ତ୍ତନ ଘଟିଥିଲା ?


ଉ: (i) ୧୯୪୫ ମସିହା ଅଗଷ୍ଟ ମାସରେ ଦ୍ଵିତୀୟ ବିଶ୍ୱଯୁଦ୍ଧର ୨୦୧୪ ପରିସମାପ୍ତି ଘଟିଥିଲା । ବାଚସିଂହ ୧୪

(ii) ଇଂଲଣ୍ଡର ଶାସନ କ୍ଷେତ୍ରରେ ପରିବର୍ତ୍ତନ ଘଟିଥିଲା । ଶ୍ରମିକ ଦଳର ନେତା କ୍ଲିମେଣ୍ଟ ଅଟଲି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିଲେ ।


(ଖ) ଆଜାଦ୍ ହିନ୍ଦ୍ ଫୌଜର ଗିରଫ ହୋଇଥିବା ସୈନିକ ଓ – କର୍ମଚାରୀମାନଙ୍କୁ ଇଂରେଜ ସରକାର କାହିଁକି ମୁକ୍ତି କରି ଦେଇଥିଲେ ?

ଉ: (i) ଆଜାଦ୍‌ହିନ୍ଦଫୌଜର ଗିରଫ ହୋଇଥିବା ସୈନିକ ଓ କର୍ମଚାରୀମାନଙ୍କୁ ମୁକ୍ତି କରିଦେବା ପାଇଁ ଭାରତୀୟମାନଙ୍କ ଦାବୀ ସହ ବିଶାଳ ବିକ୍ଷୋଭ ଆୟୋଜନ ।

(ii) ଇଂରେଜ ସରକାର ବୁଝି ପାରିଥିଲା ଯେ ଆଉ ବେଶୀଦିନ ଭାରତୀୟମାନଙ୍କୁ ତାଙ୍କ ଅଧୀନରେ ରଖୁହେବ ନାହିଁ ।


(ଗ) ‘‘ବିରାଟ କଲିକତା ହତ୍ୟାକାଣ୍ଡ’’ କେଉଁ ପରିସ୍ଥିତିରେ ସୃଷ୍ଟି ହୋଇଥିଲା ? କିଏ ଏହାର ନାମକରଣ କରିଥିଲେ ?

ଉ: (i) ମୁସଲମାନମାନେ ‘ପ୍ରତ୍ୟକ୍ଷ କାର୍ଯ୍ୟଦିବସ’ ପାଳନ କରିବା ଉଦ୍ଦେଶ୍ୟରେ କୋଲକାତା ମହାନଗରରେ ଶୋଭାଯାତ୍ରା ବାହାରିବା ସମୟରେ ନୃଶଂସ ହତ୍ୟାକାଣ୍ଡ ଘଟାଇଥିଲେ । ବହୁ ସଂଖ୍ୟକ ଲୋକ ମୃତାହତ ହେଲେ । 

(ii) ଏହି ନୃଶଂସ ହତ୍ୟାକାଣ୍ଡକୁ ଫ୍ରାନସିସ୍ ଟକର ‘ବିରାଟ କଲିକତା ହତ୍ୟାକାଣ୍ଡ’’ ଭାବେ ଅଭିହିତ କଲେ । 


(ଘ) ପାକିସ୍ଥାନ ପାଇଁ ମୁସଲିମ୍ ଲିଗ୍ କେତେ ପ୍ରତିଶତ ଅଞ୍ଚଳ ଦାବୀ କରିଥିଲା ? ଭାରତୀୟ ଜାତୀୟ କଂଗ୍ରେସ କେଉଁ କାରଣ ପାଇଁ ଏହା ଗ୍ରହଣ କରିନଥିଲା ?

ଉ: (i) ପାକିସ୍ତାନ ପାଇଁ ମୁସଲିମ୍ଲିଗ୍ ଦୁଇ ତୃତୀୟାଂଶ ଅଞ୍ଚଳ ଦାବୀ କରିଥିଲା ।

(ii) ଭାରତୀୟ ଜାତୀୟ କଂଗ୍ରେସ ଏହାକୁ ଗ୍ରହଣ କଲା ନାହିଁ । କି କାରଣ ପାକିସ୍ତାନ ଗଠନ ପରେ ମଧ୍ୟ ଭାରତ ମୁସଲିମ ବଳ ଜନସଂଖ୍ୟା ପାକିସ୍ଥାନ ମୁସଲିମ ଜନସଂଖ୍ୟାଠାରୁ ଅଧିକ ହେଉଥିଲା ।


(‍) ଭାରତ ଓ ପାକିସ୍ତାନ ସ୍ଵାଧୀନ ରାଷ୍ଟ୍ରମାନ ନିଜର ତର ସମ୍ବିଧାନ ପ୍ରସ୍ତୁତି ହେବା ପର୍ଯ୍ୟନ୍ତ କାହାକୁ ବିଧାୟକ କ୍ଷମତା ଦିଆଯାଇଥ୍ଲା ? ଏବଂ କେଉଁ ଆଇନ ଅନୁଯାୟୀ ଶାସନ କରିବାର ବ୍ୟବସ୍ଥା ଥିଲା ? 

ଉ: (i) ଭାରତ ଓ ପାକିସ୍ଥାନ ସ୍ଵାଧୀନ ରାଷ୍ଟ୍ରମାନ ନିଜର ସମ୍ବିଧାନ ପ୍ରସ୍ତୁତି ହେବା ପର୍ଯ୍ୟନ୍ତ ସମ୍ବିଧାନ ପ୍ରଣୟନ ସଭାକୁ ବିଧାୟକ ସଭାର କ୍ଷମତା ଦିଆଗଲା ।

(ii) ଉଭୟ ଦେଶ ‘‘ଭାରତ ଶାସନ ଆଇନ’’ ୧୯୩୫ ଅନୁଯାୟୀ ଶାସନ କଲେ ।


(ଚ) ସ୍ଵାଧୀନତା ପରବର୍ତ୍ତୀ ପର୍ଯ୍ୟାୟରେ ଦେଶୀୟ ରାଜ୍ୟଗୁଡ଼ିକ କାହାଁଙ୍କ ଦ୍ବାରା ଭାରତରେ ମିଶିଥୁଲା ? ସେ ସ୍ଵାଧୀନ ଭାରତର କେଉଁ ପଦବୀରେ ଥିଲେ ? 

ଉ: (i) ସ୍ଵାଧୀନତା ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକାଂଶ ଦେଶୀୟ ରାଜ୍ୟଗୁଡ଼ିକ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦୃଢ଼ ନେତୃତ୍ବ ଦ୍ଵାରା ଭାରତରେ ମିଶିଥିଲେ ।

(ii) ସେ ସ୍ଵାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ଥିଲେ ।







Tags:

class 10 history chapter 6 question answer odia medium, odia medium class 10 history chapter 6 question answer, bse odisha 10th class history chapter 6 questions and answers, class 10 history chapter 6 odia medium, 10th class history chapter 6 question answer odia, class 10 history chapter 6 note pdf download odia medium, class 10 history chapter 6 mcq in odia, independent india class 10 history chapter 6 bse odisha. 

No comments:

Post a Comment