ଓଡ଼ିଆ ଜାତିୟତାର ବିକାଶ
ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶାବଳୀର ଉତ୍ତର
୧ । ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ଗୋଟି ଶବ୍ଦ ମଧ୍ୟରେ ଲେଖ ।
(କ) ଉନବିଂଶ ଶତାବ୍ଦୀରେ ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶ ଓ ତାହାର ଫଳାଫଳ ଆଲୋଚନା କର ।
ଉ :(i) ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାରେ ଇଂରେଜୀ ଶିକ୍ଷାର ପ୍ରସାର ଘଟିଲା । ୧୮୫୭ ମସିହାରେ କଲିକତା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଓଡ଼ିଶାରେ ଶିକ୍ଷାର ପ୍ରସାର ଦିଗରେ ସହାୟକ ହେଲା ।
(ii) ୧୮୬୭ ମସିହାରେ କଟକ ଜିଲ୍ଲା ସ୍କୁଲକୁ ଉଚ୍ଚ ବିଦ୍ୟାଳୟ ବା ଇଣ୍ଟରମିଡିଏଟ୍ ମହାବିଦ୍ୟାଳୟ ଭାବେ ଉନ୍ନୀତ କରାଗଲା ଏବଂ କଲିକତା ବିଶ୍ବବିଦ୍ୟାଳୟ ସହି ତ ସହବନ୍ଧିତ ହେଲା ।
(iii) ୧୮୭୬ରେ କଟକ ଉଚ୍ଚ ବିଦ୍ୟାଳୟକୁ (ପୂର୍ବରୁ ଉନ୍ନୀତ କରାଯାଇଥିବା ଇଣ୍ଟରମିଡିଏଟ୍ ମହାବିଦ୍ୟାଳୟ) ସ୍ନାତକ ମହାବିଦ୍ୟାଳୟ ରୂପେ ଉନ୍ନୀତ କରାଯାଇଥିଲା । କଟକରେ ଅବସ୍ଥାପିତ କମିଶନର ଟି.ଇ. ରେଭେନ୍ସାଙ୍କ ନାମରେ ଇଣ୍ଟରମିଡିଏଟ୍ ମହାବିଦ୍ୟାଳୟଟି ରେଭେନ୍ସା କଲେଜ ଭାବରେ ପରିଚିତ ହେଲା ।
(iv) ରେଭେନ୍ସା କଲେଜରେ ବହୁ ଓଡ଼ିଆ ଯୁବକ ଉଚ୍ଚତର ଶିକ୍ଷାଲାଭ କରିବାର ସୁଯୋଗ ପାଇଲେ । ସେମାନେ । ଓଡ଼ିଆ ଜାତୀୟତାକୁ ଜାଗ୍ରତ କରିଥିଲେ ।
(v) ଏହି ଶିକ୍ଷିତ ଯୁବକଗଣ ନୂତନ ସାମାଜିକ, ରାଜନୀତିକ, ଆଧୁନିକ ଶିକ୍ଷାର ଅଧ୍ୟାକାରୀ ହୋଇ ଅନ୍ୟାୟ ଅନୀତି ବିରୋଧରେ ସ୍ଵର ଉତ୍ତୋଳନ କରି ଜାତୀୟ ଚେତନାକୁ ଅଭିବୃଦ୍ଧି କରାଇଥିଲେ; ଓଡ଼ିଆ ଭାଷା, ସଂସ୍କୃତି ତଥା ଓଡ଼ିଆମାନଙ୍କ ଏକତ୍ରୀକରଣ ପାଇଁ ଉଦ୍ୟମ କରିଥିଲେ ।
(ଖ) ଓଡ଼ିଶାରେ ସମ୍ବାଦପତ୍ର କିପରି ବିକାଶ ହୋଇଥିଲା ?
ଉ:(i) ୧୮୩୭ ମସିହାରେ ଓଡ଼ିଶାରେ ପ୍ରଥମ ମୁଦ୍ରଣଯନ୍ତ୍ର କଟକ ମିଶନ ପ୍ରେସ ନାମରେ ପ୍ରତିଷ୍ଠିତ ହେଇଥିଲା । ତେଣୁ ସାହିତ୍ୟ ଓ ସମ୍ବାଦପତ୍ର ପ୍ରକାଶନ ସହଜ ହେଲା ।
(ii) ୧୮୬୬ରେ କଟକରେ ଗୌରୀଶଙ୍କର ରାୟଙ୍କ ସମ୍ପାଦନାରେ ‘ଉତ୍କଳ ଦୀପିକା’, ୧୮୬୮ରେ ବାଲେଶ୍ବରରେ ଫକୀର ମୋହନ ସେନାପତିଙ୍କ ସମ୍ପାଦନାରେ ‘ସମ୍ବାଦ ବାହିକା’, ‘ବୋଧଦାୟିନୀ’ ।
(iii) ୧୮୮୯ରେ ନୀଳମଣି ବିଦ୍ୟାରତ୍ନଙ୍କ ଦ୍ବାରା ବାମଣ୍ଡାରୁ ‘ସମ୍ବଲପୁର ହିତୈଷିଣୀ’ ଆଦି ସମ୍ବାଦପତ୍ର ପ୍ରକାଶିତ ହୋଇ ଉତ୍କଳୀୟ ଭାବକୁ ଜାଗ୍ରତ କରିଥିଲା ।
(iv) ଏଗୁଡ଼ିକ ବ୍ୟତୀତ ବହୁଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିବା ଅନ୍ୟାନ୍ୟ ଅନେକ ପତ୍ରିକା ପ୍ରକାଶିତ ହୋଇଥିଲା |
(v) ଏହି ସମ୍ବାଦପତ୍ର ଗୁଡ଼ିକ ଓଡ଼ିଶାର ସମସ୍ୟାଗୁଡ଼ିକ ପ୍ରତି ଜନମତ ଜାଗ୍ରତ କରିବା ଏବଂ ଓଡ଼ିଆ ଜାତୀୟ ଚେତନା ବୃଦ୍ଧି କରିବାର ସହାୟକ ହୋଇଥିଲା ।
(ଗ) ଓଡ଼ିଆ-ବଙ୍ଗଳାଭାଷା ବିବାଦ କିପରି ଓଡ଼ିଶାରେ ଏହି ଜାତୀୟ ଚେତନା ସୃଷ୍ଟି କରିବାରେ ସାହାଯ୍ୟ କରିଥିଲା ?
ଉ :(i) ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଆ ଭାଷାକୁ ବିଲୋପ କରିବା ପାଇଁ ଷଡ଼ଯନ୍ତ୍ର ଚାଲି ଥିଲା । ଇଂରେଜମାନେ ଓଡ଼ିଶାକୁ ବଙ୍ଗଳାର ଏକ ଅଂଶ ରୂପେ ଗ୍ରହଣ କରି ବଙ୍ଗୀୟ କର୍ମଚାରୀମାନଙ୍କୁ ଓଡ଼ିଶାରେ ଅବସ୍ଥାପିତ କଲେ ।
(ii) ଏହି ବଙ୍ଗୀୟମାନେ ହିଁ ଓଡ଼ିଶାରେ ବଙ୍ଗଳା ଭାଷାର ପ୍ରଚାରରେ ମଗ୍ନ ରହିଲେ । କଟକର କଲେକ୍ଟର ବଙ୍ଗଳା ଭାଷାକୁ ସରକାରୀ ଭାଷା ରୂପେ ସ୍ବୀକୃତି ପ୍ରଦାନ କରିଥିଲେ ।
(iii) ଛାପାଖାନାର ଅଭାବ ଏବଂ ବୁଦ୍ଧିଜୀବୀଙ୍କ ସ୍ଵଳ୍ପତା ହେତୁ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକର ସଂଖ୍ୟା କମ୍ । ଏହି ଅସୁବିଧା ଆଳରେ କେତେକ ପ୍ରଭାବଶାଳୀ ବଙ୍ଗୀୟ ବ୍ୟକ୍ତି ଓଡ଼ିଆ ବିଦ୍ୟାଳୟରେ ଓଡ଼ିଆ ପରିବର୍ତ୍ତେ ବଙ୍ଗଳା ଭାଷା ପ୍ରଚଳନ ପାଇଁ ଉଦ୍ୟମ କଲେ ।
(iv) ତେଣୁ ନିଜ ଭାଷାକୁ ରକ୍ଷାକରିବା ପାଇଁ ଆରମ୍ଭ ହୋଇଥିଲା ସଂଘର୍ଷ । ଓଡ଼ିଆମାନଙ୍କ ମନରେ ଏକ ନୂତନ ଜାତୀୟ ଚେତନା ସୃଷ୍ଟି ହେଲା ।
(v) ଓଡ଼ିଶାର କେତେକ ବଙ୍ଗୀୟ ବ୍ୟକ୍ତି ଓଡ଼ିଆ ଭାଷା ପ୍ରତି ସମର୍ଥନ ତଥା ଏହାର ସୁରକ୍ଷା ଦିଗରେ ମଧ୍ୟ ଉଦ୍ୟମ କରିଥିଲେ । ଏହାଦ୍ଵାରା ଓଡ଼ିଶାରେ ଜାତୀୟତା ଭାବର ବିକାଶ ହୋଇଥିଲା ।
(ଘ) ଊନବିଂଶ ଶତାବ୍ଦୀରେ ଗଠିତ ହୋଇଥିବା କେଉଁ ଅନୁଷ୍ଠାନଗୁଡ଼ିକ ଜାତୀୟ ଜାଗରଣକୁ ବଳବତ୍ତର କରିଥିଲା ?
ଉ :(i) ଓଡ଼ିଆ ଜାତୀୟ ଜାଗରଣର ସୃଷ୍ଟି ନିମନ୍ତେ ଅନେକ ଅନୁଷ୍ଠାନର ଅବଦାନ ଉଲ୍ଲେଖନୀୟ ଥିଲା । ୧୮୭୬ ମସିହାରେ ରାଧାନାଥ ରାୟ, ପ୍ୟାରୀମୋହନ ଆଚାର୍ଯ୍ୟ ଓ ଗୌରୀଶଙ୍କର ରାୟ ପ୍ରମୁଖ ମନୀଷୀଗଣ ଓଡ଼ିଆ ଭାଷା ଓ ସଂସ୍କୃତିର ଉନ୍ନତି ନିମନ୍ତେ ‘ଉତ୍କଳସଭା’ ନାମକ - ଅନୁଷ୍ଠାନ ଗଠନ କରିଥିଲେ ।
(ii) ଏହି ଉତ୍କଳ ସଭା ଜାତୀୟତାବାଦ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।
(iii) ଏହା ବ୍ୟତୀତ ବାଲେଶ୍ଵରରେ “ ଉତ୍କଳ ଭାଷା ଉନ୍ନତି ବିଧାୟିକା ସଭା” ।
(iv) କଟକରେ “ ଉତ୍କଳ ଉଲ୍ଲାସିନୀ ସଭା” ଏବଂ ବ୍ରହ୍ମପୁର (ଗଞ୍ଜାମ)ରେ ‘ଉତ୍କଳ ହିତବାଦିନୀ ସଭା’ ଆଦି ଅନୁଷ୍ଠାନଗୁଡ଼ିକ ଓଡ଼ିଆ ଜାତୀୟ ଜାଗରଣକୁ ବଳବତ୍ତର କରିଥିଲା ।
() ଧର୍ମକ୍ଷେତ୍ରରେ ଓଡ଼ିଶାରେ ଦେଖାଦେଇଥ୍ ବା ‘ନବଜାଗରଣ’ କ’ଣ ଏବଂ ଓଡ଼ିଆ ଜାତୀୟତା ବିକାଶ ଦିଗରେ ଏହା କିପରି ସହାୟକ ହୋଇଥିଲା ?
ଉ :(i) ଊନବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ଓଡ଼ିଶାର ଧର୍ମକ୍ଷେତ୍ରରେ ନବ ଚେତନାର ପ୍ରଭାବ ପରିଲକ୍ଷିତ ହୋଇଥିଲା ।
(ii) ଖ୍ରୀଷ୍ଟଧର୍ମ ଓ ବ୍ରାହ୍ମଧର୍ମ ବିରୋଧରେ ଏକ ସଂସ୍କାରଧର୍ମୀ ଧର୍ମର ଆବଶ୍ୟକତା ଅନୁଭବ କରାଗଲା । ଏହି ଆବଶ୍ୟକତାକୁ ପୂରଣ କରିବାରେ ସଫଳ ହୋଇଥିଲା ‘ସତ୍ୟ ମହିମା ଧର୍ମ’ ।
(iii) ଏହି ଧର୍ମର ପ୍ରଧାନ ପ୍ରବର୍ତ୍ତକ ଥିଲେ ମହିମା ହିଳା ଏହି ଧର୍ମ ଓଡ଼ିଶାର ଜନଜୀବନ ଓ ଓଡ଼ିଆ ବହୁଳଭାବରେ ପ୍ରଭାବିତ କରିଥିଲା ।
(iv), ଭୀମ ଭୋଇ ଥିଲେ ଏହି ଧର୍ମର ଜଣେ ମୁଖ୍ୟ ପ୍ରଚାରକ । ତାଙ୍କଦ୍ୱାରା ରଚିତ କବିତାଗୁଡ଼ିକ ଓଡ଼ିଆମାନଙ୍କ ମନରେ | ନିଃସ୍ଵାର୍ଥ ସେବା, ଜାତିପ୍ରୀତି ଓ ଆତ୍ମବଳି ଭାବନା ସୃଷ୍ଟି ଫୁର କରିଥିଲା ।
(v) ମହିମାଧର୍ମ ଓଡ଼ିଆ ଲୋକମାନଙ୍କ ମଧ୍ୟରେ ଏକ ଅପୂର୍ବ ଏକତା ଆଣିଦେଲା । ଫଳରେ ସେମାନଙ୍କର ଜାତୀୟ ଚେତନାର ଅଭିବୃଦ୍ଧି ଘଟିଥିଲା ।
୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।
(କ) କେବେ ଓଡ଼ିଶା ତା’ର ସ୍ଵାଧୀନତା ହରାଇଥିଲା ଏବଂ କେବେ ଇଂରେଜମାନେ ଓଡ଼ିଶା ଅଧିକାର କଲେ ?
ଉ :(i) ୧୫୬୮ ମସିହାରେ ଓଡ଼ିଶା ତା’ର ସ୍ଵାଧୀନତା ହରାଇ ଥିଲା ।
(ii) ୧୮୦୩ ମସିହାରେ ଇଂରେଜମାନଙ୍କ ଦ୍ବାରା ଓଡ଼ିଶା ଅଧିକୃତ ହେଲା ।
(ଖ) ଓଡ଼ିଶାରେ ଶିକ୍ଷାର ପ୍ରସାର ପାଇଁ କ’ଣ ସହାୟକ ହୋଇଥିଲା ?
ଉ :(i) ୧୮୫୪ ମସିହାରେ ଚାର୍ଲସଉଡ୍ଙ୍କ ପାଠ୍ୟକ୍ରମ ସଂସ୍କାର ନିୟମ ପ୍ରଣୟନ ଏବଂ
(ii) ୧୮୫୭ ମସିହାରେ କଲିକତା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଓଡ଼ିଶାରେ ଶିକ୍ଷାର ପ୍ରସାର ଦିଗରେ ସହାୟକ ହୋଇଥିଲା ।
(ଗ) ଓଡ଼ିଶାରେ ଶିକ୍ଷିତ ଯୁବଗୋଷ୍ଠୀର ସଂକଳ୍ପ କ’ଣ ଥିଲା ?
ଉ :(i) ଓଡ଼ିଶାର ଶିକ୍ଷିତ ଯୁବଗୋଷ୍ଠୀଙ୍କର ସଂକଳ୍ପ ଥିଲା ଅନ୍ୟାୟ ଅନୀତି ବିରୋଧରେ ସ୍ଵର ଉତ୍ତୋଳନ କରିବା ।
(ii) ଓଡ଼ିଆ ଜାତିମାନଙ୍କ ମଧ୍ୟରେ ଜାତୀୟ ଚେତନାର ଅଭିବୃଦ୍ଧି କରିବା ।
(ଘ) କେବେ ଓଡ଼ିଶାରେ ପ୍ରଥମ ମୁଦ୍ରଣ ଯନ୍ତ୍ର ପ୍ରତିଷ୍ଠା କରାଯାଇଥିଲା ଏବଂ ଏହାର ନାମ କ’ଣ ଥିଲା ?
ଉ :(i) ୧୮୩୭ ମସିହାରେ ଓଡ଼ିଶାରେ ପ୍ରଥମ ମୁଦ୍ରଣ ଯନ୍ତ୍ର କଟକରେ ପ୍ରତିଷ୍ଠା କରାଯାଇଥିଲା ।
(ii) ଏହି ମୁଦ୍ରଣ ଯନ୍ତ୍ରର ନାମ “ କଟକ ମିଶନ ପ୍ରେସ” ରହିଥିଲା ।
() ‘ଉତ୍କଳ ଦୀପିକା’ର ସମ୍ପାଦକଙ୍କର ନାମ କ’ଣ ଥିଲା ଗୋସ୍ଵାମୀ । ଏବଂ ଏହା କେଉଁଠାରୁ ପ୍ରକାଶ ପାଉଥିଲା ?
ଉ :(i) ‘ଉତ୍କଳ ଦୀପିକା’ର ସମ୍ପାଦକ ଥିଲେ ଗୌରୀଶଙ୍କର ରାୟ ।
(ii) ଏହା କଟକ ଠାରେ ପ୍ରକାଶ ପାଉଥିଲା ।
(ଚ) ଫକୀରମୋହନ ସେନାପତିଙ୍କ ସମ୍ପାଦନାରେ ପ୍ରକାଶିତ ସମ୍ବାଦ ପତ୍ରଗୁଡ଼ିକର ନାମ କ’ଣ ?
ଉ :(i) ୧୮୬୮ରେ ବାଲେଶ୍ବରରେ ଫକୀର ମୋହନ ସେନାପତି ଦୁଇଟି ସମ୍ବାଦ ପତ୍ର ସମ୍ପାଦନା କରୁଥିଲେ ।
(ii) ତାହା ଥିଲା ‘ସମ୍ବାଦ ବାହିକା’ ଓ ‘ବୋଧ ଦାୟିନୀ’ ।
(ଛ) ଊନବିଂଶ ଶତାବ୍ଦୀରେ ଓଡ଼ିଶାରେ ପାଠ୍ୟପୁସ୍ତକର ସଂଖ୍ୟା ବହୁତ କମ୍ ଥିବାର କାରଣ କ’ଣ ଥିଲା ?
ଉ :(i) ଊନଂବିଂଶ ଶତାବ୍ଦୀରେ ଓଡ଼ିଶାରେ ଛାପାଖାନାର ଅଭାବ ହେତୁ ପାଠ୍ୟପୁସ୍ତକ ସଂଖ୍ୟା ବହୁତ କମ୍ ଥିଲା
(ii) ଦ୍ବିତୀୟତଃ ଓଡ଼ିଆ ବୁଦ୍ଧିଜୀବୀଙ୍କ ସ୍ଵଳ୍ପତା ଅନ୍ୟ ଏକ କାରଣ ଥିଲା ।
(ଜ) ଓଡ଼ିଆ ଭାଷାର ସୁରକ୍ଷା ଓ ବିକାଶ ପାଇଁ କଟକରେ କେଉଁ ପ୍ରମୁଖ ଅନୁଷ୍ଠାନ ପ୍ରତିଷ୍ଠିତ ହୋଇଥିଲା ?
ଉ :(i) ଓଡ଼ିଆ ଭାଷାର ସୁରକ୍ଷା ଓ ବିକାଶ ପାଇଁ କଟକଠାରେ ଉତ୍କଳ ସଭା ନାମକ ଅନୁଷ୍ଠାନ୍ ପ୍ରତିଷ୍ଠିତ ହୋଇଥିଲା ।
(i) ‘ଉତ୍କଳ ଭାଷା ଉଦ୍ଦୀପନୀ ସଭା’ ଓ ଉତ୍କଳ ଉଲ୍ଲାସିନୀ ସଭା ପରି ଅନୁଷ୍ଠାନ ମାନ ଗଢ଼ିଉଠିଥିଲା ।
(ଝ) କିଏ ମହିମା ଧର୍ମର ପ୍ରଧାନ ପ୍ରବର୍ତ୍ତକ ଥିଲେ ଏବଂ କିଏ ଏହାର ମୁଖ୍ୟ ପ୍ରଚାରକ ଥିଲେ ?
ଉ :(i) ମହିମା ଧର୍ମର ପ୍ରଧାନ ପ୍ରବର୍ତ୍ତକ ଥିଲେ ମହିମା ଗୋସ୍ଵାମୀ ।
(ii) ଭୀମଭୋଇ ଥିଲେ ଏହି ଧର୍ମର ଜଣେ ମୁଖ୍ୟ ପ୍ରଚାରକ ।
(ଞ) ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ ପାଇଁ ରିପନଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ କେବେ ଏବଂ କେଉଁଠାରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ?
ଉ : ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ ପାଇଁ ରିପନଙ୍କୁ ଧନ୍ୟବାଦ ଦେବାପାଇଁ ୧୮୮୨ ଜୁନ୍ ୩୦ ତାରିଖରେ କଟକରେ ଏକ ବିରାଟ ସାଧାରଣ ସଭା ଆୟୋଜିତ ହୋଇଥିଲା ।
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) କଲିକତା ବିଶ୍ବବିଦ୍ୟାଳୟ କେବେ ପ୍ରତିଷ୍ଠିତ ହୋଇଥିଲା ?
ଉ : ୧୮୫୭ ମସିହାରେ କଲିକତା ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ।
(ଖ) ରେଭେନ୍ସା କଲେଜ କେବେ ଜନ୍ମଲାଭ କରିଥିଲା ?
ଉ : ୧୮୭୬ରେ ରେଭେନ୍ସା କଲେଜ ଜନ୍ମ ଲାଭ କଲା ।
(ଗ) ୧୮୬୭ରେ କେଉଁ ଶିକ୍ଷାନୁଷ୍ଠାନକୁ ଉନ୍ନୀତ କରାଯାଇ ଏକ ଇଣ୍ଟରମିଡିଏଟ୍ ମହାବିଦ୍ୟାଳୟ କରାଗଲା ?
ଉ : ୧୮୬୭ରେ କଟକ ଜିଲ୍ଲାସ୍କୁଲକୁ ଉନ୍ନୀତ କରାଯାଇ ଏକ ଇଣ୍ଟର ମିଡିଏଟ୍ ମହାବିଦ୍ୟାଳୟ କରାଗଲା ।
(ଘ) କିଏ ଓଡ଼ିଶାର ପ୍ରଥମ ସ୍ନାତକ ହୋଇଥିଲେ ?
ଉ : ମଧୁସୂଦନ ଦାସ ଓଡ଼ିଶାର ପ୍ରଥମ ସ୍ନାତକ ହୋଇଥିଲେ ।
(ଙ) ‘ସମ୍ବଲପୁର ହିତୈଷିଣୀ’ର ପ୍ରକାଶକ କିଏ ଥିଲେ ?
ଉ : ନୀଳମଣି ବିଦ୍ୟାରତ୍ନ “ ସମ୍ବଲପୁର ହିତୈଷିଣୀ” ର ପ୍ରକାଶକ ଥିଲେ ।
(ଚ) ମରହଟ୍ଟାମାନେ କେଉଁ ଭାଷାକୁ ଓଡ଼ିଶାର ରାଜଭାଷା ରୂପେ ମାନ୍ୟତା ଦେଇଥିଲେ ?
ଉ : ମରହଟ୍ଟାମାନେ ପାର୍ଶୀ ଭାଷାକୁ ଓଡ଼ିଶାର ରାଜଭାଷା ରୂପେ ମାନ୍ୟତା ଦେଇଥିଲେ ।
(ଛ) ‘ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା’ କେଉଁଠାରେ ତୋହର ଅବସ୍ଥିତ ଥିଲା ?
ଉ : “ ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା” କଟକଠାରେ ଅବସ୍ଥିତ ଥିଲା ।
(ଜ) ଭୀମଭୋଇ କେଉଁ ଧର୍ମକୁ ଭିଭିକରି ତାଙ୍କର କବିତା ଗୁଡ଼ିକ ରଚନା କରିଥିଲେ ?
ଉ : ଭୀମଭୋଇ “ ସତ୍ୟ ମହିମା ଧର୍ମ” କୁ ଭିଭିକରି ତାଙ୍କର କବିତା ଗୁଡ଼ିକ ରଚନା କରିଥିଲେ ।
(ଝ) ଟି.ଇ. ରେଭେନ୍ସା କେଉଁଠାରେ ନୂତନ ନଦୀବନ୍ଧ ନିର୍ମାଣ କରିଥିଲେ ?
ଉ : ଟି.ଇ. ରେଭେନ୍ସା ଆଳି ଓ ବାଙ୍କୀଠାରେ ବନ୍ଧ ନିର୍ମାଣ କରିଥିଲେ ।
(ଞ) ଲର୍ଡ ରିପନ କେବେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ କରିଥିଲେ ?
ଉ : ୧୮୮୨ରେ ଲର୍ଡ ରିପନ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ କରିଥିଲେ ।
୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖା ।
(କ) କେବେ କଟକରେ ଏକ ହିତକାରୀ ଦାତବ୍ୟ ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା ?
(i) ୧୮୦୩ (ii) ୧୮୨୩ (iii) ୧୮୪୧ (iv) ୧୮୫୪
(ଖ) କିଏ “ ବୋଧଦାୟିନୀ” ର ସମ୍ପାଦକ ଥିଲେ ?
(i) ଫକୀରମୋହନ ସେନାପତି (ii) ରାଧାନାଥ ରାୟ (iii) ଗୌରୀଶଙ୍କର ରାୟ (iv) ନୀଳମଣି ବିଦ୍ୟାରତ୍ନ
(ଗ) ମୁଖ୍ୟତଃ କେଉଁ ଅଞ୍ଚଳଗୁଡ଼ିକୁ ନେଇ ଓଡ଼ିଶା ଇଂରେଜମାନଙ୍କ ଦ୍ବାରା ଶାସିତ ହେଉଥିଲା ?
(i) ଗଞ୍ଜାମ, ପୁରୀ, କଟକ
(ii) ପୁରୀ, କଟକ, ବାଲେଶ୍ବର
(iii) କଟକ, ବାଲେଶ୍ୱର, ସମ୍ବଲପୁର
(iv) ପୁରୀ, ଗଞ୍ଜାମ, ସମ୍ବଲପୁର
(ଘ) କେବେ କଟକର କଲେକ୍ଟର ବଙ୍ଗଳାଭାଷାକୁ ସରକାରୀ ଭାଷା ରୂପେ ସ୍ବୀକୃତି ଦେଇଥିଲେ ?
(i) ୧୮୦୩ (iii) ୧୮୬୬ (ii) ୧୮୪୯ (iv) ୧୮୬୮
୫ । ପାଠରେ ଦିଆଯାଇଥିବା “ତୁମ ପାଇଁ କାମ” ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Jatiyata Ra Bikash Exam Question Answer
ଭୂ ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦରେ ଲେଖ ।
(କ) ଊନବିଂଶ ଶତାବ୍ଦୀ ବେଳକୁ କଟକରେ ଗଢ଼ିଉଠିଥିବା ରେଭେନ୍ସା କଲେଜ ଓଡ଼ିଆ ଜାତୀୟତାକୁ ଜାଗ୍ରତ କରିବାରେ କିପରି ସହାୟ ହୋଇଥିଲା ?
ଉ :(i) କଟକରେ ଅବସ୍ଥାପିତ ରେଭେନ୍ସା କଲେଜରେ ବହୁ ଓଡ଼ିଆ ଯୁବକ ଉଚ୍ଚ ଶିକ୍ଷା ଲାଭ କରିବାର ସୁଯୋଗ ପାଇଲେ ।
(ii) ସେମାନେ ଓଡ଼ିଆ ଜାତୀୟତାକୁ ଜାଗ୍ରତ କରାଇଥିଲେ । ଏହି ଶିକ୍ଷିତ ଯୁବକ ଗଣ ନୂତନ ସାମାଜିକ, ରାଜନୈତିକ କିଛି ଓ ଆଧୁନିକ ଶିକ୍ଷାର ଅଧିକାରୀ ହୋଇ ସମାଜରେ ଗୋଟିଏ ଗୋଷ୍ଠୀ ଗଢ଼ିଲେ ।
(iii) ସେହି ଗୋଷ୍ଠୀର ସଂକଳ୍ପ ଥିଲା ଅନ୍ୟାୟ ଅନୀତି ବିରୋଧରେ ସ୍ଵର ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ଜାତୀୟ ଚେତନାର ଅଭିବୃଦ୍ଧି କରିବା ।
(iv) ଓଡ଼ିଶାର ଶିକ୍ଷିତ ବୁଦ୍ଧିଜୀବୀମାନେ ଓଡ଼ିଆ ଭାଷା ସଂସ୍କୃତି ତଥା ଓଡ଼ିଆମାନଙ୍କର ଏକତ୍ରୀକରଣ ପାଇଁ ସ୍ବର ଉତ୍ତୋଳନ କଲେ ।
(ଖ) ଓଡ଼ିଶାର ଭାଷା ବିବାଦ କିପରି ସୃଷ୍ଟି ହୋଇଥିଲା ଉଲ୍ଲେଖ କର ।
ଉ :(i) ଊନବିଂଶ ଶତାବ୍ଦୀର ଭାଷା ବିବାଦ ଓଡ଼ିଆମାନଙ୍କ ମଧ୍ୟରେ ଜାତୀୟତାବାଦ ଭାବ ସୃଷ୍ଟି କରିବାରେ ସହାୟକ ହୋଇଥିଲା |
(i) ୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଅଧିକାର କରିବା ସମୟରେ ଓଡ଼ିଶାର ଭାଷା ଓ ସଂସ୍କୃତି ଭୂଲୁଣ୍ଠିତ ହୋଇ ସାରିଥିଲା । ଇଂରେଜମାନେ ବଙ୍ଗୀୟମାନଙ୍କୁ କର୍ମଚାରୀ ରୂପେ ନିଯୁକ୍ତି ଦେଲେ ଏବଂ ବଙ୍ଗୀୟମାନେ ଓଡ଼ିଆ ପରିବର୍ତ୍ତେ ବଙ୍ଗଳା ଭାଷା ପ୍ରଚାରରେ ମଗ୍ନ ରହିଲେ । କଟକ କଲେକ୍ଟର ବଙ୍ଗଳା ଭାଷାକୁ ସରକାରୀ ଭାଷା ରୂପେ ସ୍ବୀକୃତି ପ୍ରଦାନ କରିଥିଲେ ।
(iii) ମରହଟ୍ଟାମାନେ ଓଡ଼ିଶା ଅଧିକାର କରି ପାର୍ଶୀ ଭାଷାକୁ ଓଡ଼ିଶାର ରାଜାଭାଷା ରୂପେ ମାନ୍ୟତା ଦେଇଥିଲେ ।
(iv) ସେହିପରି ଗଞ୍ଜାମ ଜିଲ୍ଲାରେ ତେଲେଗୁ ସରକାରୀ ଭାଷା ରୂପେ ପ୍ରଚଳିତ ହେବା ଫଳରେ ଓଡ଼ିଆ ଭାଷା ଅବହେଳିତ ହେଲା ।
(v) କେନ୍ଦ୍ରୀୟ ପ୍ରଦେଶ ଅନ୍ତର୍ଗତ ସମ୍ବଲପୁର ଜିଲ୍ଲାରେ ହିନ୍ଦୀକୁ ସରକାରୀ ଭାଷାରୂପେ ପ୍ରଚଳନ କରାଗଲା । ସମ୍ବଲପୁର ଜିଲ୍ଲାରେ ପ୍ରାଥମିକ ବିଦ୍ୟାଳୟରେ ହିନ୍ଦୀଭାଷାରେ ଶିକ୍ଷାଦାନ କରାଗଲା । ତେଣୁ ନିଜ ଭାଷାକୁ ରକ୍ଷାକରିବା ନେଇ ଆରମ୍ଭ ହୋଇଥିବା ସଂଘର୍ଷ ଓଡ଼ିଆମାନଙ୍କ ମନରେ ଜାତୀୟ ଚେତନା ସୃଷ୍ଟି କଲା ।
(ଗ) ଟି.ଇ. ରେଭେନ୍ସା ଓ ଲର୍ଡ ରିପନଙ୍କ ଜନହିତକର କାର୍ଯ୍ୟ କିପରି ଓଡ଼ିଆମାନଙ୍କ ମନରେ ଜାତୀୟ ଚେତନା ସୃଷ୍ଟି କରିବାରେ ସହାୟ ହୋଇଥିଲା ?
ଉ :(i) କମିଶନର ଟି.ଇ. ରେଭେନ୍ସା ଓଡ଼ିଶାର ଉନ୍ନତି ପାଇଁ | ବହୁ କାର୍ଯ୍ୟକ୍ରମ ନିଜ ହାତକୁ ନେଇଥିଲେ ।
(ii) ସେ ଆଳି ଓ ବାଙ୍କୀଠାରେ ନୂତନ ବନ୍ଧ ନିର୍ମାଣ ତଥା ପୁରୁଣା ବନ୍ଧର ମରାମତି କରାଇଥିଲେ ।
(iii) ବାଣିଜ୍ୟର ଉନ୍ନତି ପାଇଁ ଓଡ଼ିଶା ଭାରତର ଅନ୍ୟ ପ୍ରଦେଶ ସହିତ ପକ୍କା ପିଚୁ ରାସ୍ତା ଦ୍ବାରା ସଂଯୋଜିତ ହୋଇଥିଲା । ଭୌଗୋଳିକ ଅବରୋଧରୁ ମୁକ୍ତ କରି ଏହି ଓଡ଼ିଶା ବାସୀଙ୍କୁ ଆଧୁନିକ ସଭ୍ୟତା ସହିତ ପରିଚିତ କରାଇଲା ।
(iv) ୧୮୮୨ରେ ଲର୍ଡ ରିପନଙ୍କ ଦ୍ବାରା ପ୍ରବର୍ତ୍ତିତ ସ୍ଥାନୀୟ ସ୍ୱାୟତ୍ତ ଭଣ୍ଡା ଓ ଶାସନ ବ୍ୟବସ୍ଥା ଓଡ଼ିଆମାନଙ୍କ ମଧ୍ୟରେ ରାଜନୀତିକ ସଚେତନା ଜାଗ୍ରତ କରାଇଥିଲା । ସ୍ଥାନୀୟ ଶାସନ ସଂସ୍ଥାକୁ ଉକ୍ତ ନିର୍ବାଚିତ ପ୍ରତିନିଧୁମାନଙ୍କୁ ପଠାଇ ଓଡ଼ିଆମାନେ ଅଧିକ ରାଜନୀତିକ ଜ୍ଞାନ ଆହରଣ କରିବାର ଆଶା ରଖିଲେ । ଫଳରେ ଲୋକମାନଙ୍କ ମନରେ ଜାତୀୟ ଚେତନା ସୃଷ୍ଟି କରିବାରେ ସହାୟ ହେଲା ।
Jatiyata Ra Bikash Extra Question Answer
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ଗୋଟି ଶବ୍ଦ ମଧ୍ୟରେ ଲେଖ ।
(କ) “ଉତ୍କଳ ସଭା” କେବେ କେଉଁମାନଙ୍କ ଉଦ୍ୟମରେ ଗଠନ ହୋଇଥିଲା ?
ଉ : ୧୮୭୬ ମସିହାରେ ରାଧାନାଥ ରାୟ, ପ୍ୟାରିମୋହନ ଆଚାର୍ଯ୍ୟ ଓ ଗୌରୀଶଙ୍କର ରାୟ ପ୍ରମୁଖ ମନୀଷୀଗଣ ଓଡ଼ିଆ ଭାଷା ଓ ସଂସ୍କୃତି ଉନ୍ନତି ପାଇଁ କଟକରେ “ ଉତ୍କଳସଭା” ଗଠନ କରିଥିଲେ ।
(ଖ) ଓଡ଼ିଶାରେ କେଉଁ ଶାସକମାନେ ଉତ୍କଳୀୟ ସଭ୍ୟତା ଓ ସଂସ୍କୃତିର ଉତ୍କର୍ଷ ସାଧନ କରିଥିଲେ ? କେଉଁ ମାନଙ୍କ ଦ୍ବାରା ଓଡ଼ିଶା ତା’ର ସ୍ଵାଧୀନତା ହରାଇଲା ?
ଉ :(i) ଓଡ଼ିଶାର ହିନ୍ଦୁରାଜାମାନେ ଉତ୍କଳୀୟ ସଭ୍ୟତା ଓ ସଂସ୍କୃତିର ଉତ୍କର୍ଷ ସାଧନ କରିଥିଲେ ।
(ii) ଆଫଗାନ, ମୋଗଲ, ମରହଟ୍ଟା ଓ ଇଂରେଜମାନଙ୍କ ଦ୍ବାରା ଏହା ତା’ର ସ୍ଵାଧୀନତା ହରାଇଥିଲା ।
(ଗ) ଓଡ଼ିଶାରେ କେବେ ଓ କେଉଁ କେଉଁ ଜିଲ୍ଲାର ସଦର ମହକୁମାରେ ଗୋଟିଏ ଲେଖାଏଁ ଜିଲ୍ଲା ସ୍କୁଲ ରହିଥିଲା ? ସେହି ସମୟରେ କେତୋଟି ବିଦ୍ୟାଳୟ ଓଡ଼ିଶାରେ ଥିଲା ?
ଉ :(i) ୧୮୫୮ ମସିହାରେ ଓଡ଼ିଶାର ପୁରୀ, କଟକ ଓ ବାଲେଶ୍ବର ଜିଲ୍ଲାର ସଦର ମହକୁମାରେ ଗୋଟିଏ ଲେଖାଁ ଜିଲ୍ଲା ସ୍କୁଲ ଥିଲା ।
(ii) ସେହି ସମୟରେ ଓଡ଼ିଶାରେ ୩୩ଟି ବିଦ୍ୟାଳୟ ରହିଥିଲା ।
(ଘ) ଊନବିଂଶ ଶତାବ୍ଦୀରେ ପ୍ରକାଶିତ ଓଡ଼ିଆ ଭାଷାର ସମ୍ବାଦ ପତ୍ର ଗୁଡ଼ିକ କେଉଁ କାର୍ଯ୍ୟ ସମ୍ପାଦନ କରୁଥିଲେ ?
ଉ :(i) ଊନବିଂଶ ଶତାବ୍ଦୀରେ ପ୍ରକାଶିତ ଓଡ଼ିଆ ଭାଷା ସମ୍ବାଦ ପତ୍ରଗୁଡ଼ିକ ଓଡ଼ିଶାର ସମସ୍ୟା ଗୁଡ଼ିକ ପ୍ରତି ଜନମତ ଜାଗ୍ରତ କରୁଥିଲା ।
(ii) ଓଡ଼ିଆ ଜାତୀୟ ଚେତନା ବୃଦ୍ଧି କରିବାରେ ସହାୟକ ହୋଇଥିଲେ ।

No comments:
Post a Comment