Class 10 Odia Jatiyata Ra Bikash Question Answer | ଓଡ଼ିଆ ଜାତିୟତାର ବିକାଶ


Get accurate Class 10 Odia Medium 'Odia Jatiyata Ra Bikash' question answers, notes, and PDF solutions. Prepare perfectly for your BSE Odisha Matric Board Exam!odia medium Class 10th ଓଡ଼ିଆ ଜାତିୟତାର ବିକାଶ Odia Jatiyata Ra Bikash | Class 10 | Odia Medium | History , 10th class history chapter 7 question answer, 10th class history odia jatiyata vikas question answer.  class 10 odia jatiyata ra bikash question answer, odia jatiyata ra bikash class 10 notes, ଓଡ଼ିଆ ଜାତିୟତାର ବିକାଶ class 10, class 10 odia medium history chapter 2, bse odisha 10th class history chapter 2 question answer, odia medium class 10 history solutions.

ଓଡ଼ିଆ ଜାତିୟତାର ବିକାଶ



ଓଡ଼ିଆ ଜାତିୟତାର ବିକାଶ


ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶାବଳୀର ଉତ୍ତର

୧ । ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ଗୋଟି ଶବ୍ଦ ମଧ୍ୟରେ ଲେଖ ।

(କ) ଉନବିଂଶ ଶତାବ୍ଦୀରେ ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶ ଓ ତାହାର ଫଳାଫଳ ଆଲୋଚନା କର । 

ଉ :(i) ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାରେ ଇଂରେଜୀ ଶିକ୍ଷାର ପ୍ରସାର ଘଟିଲା । ୧୮୫୭ ମସିହାରେ କଲିକତା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଓଡ଼ିଶାରେ ଶିକ୍ଷାର ପ୍ରସାର ଦିଗରେ ସହାୟକ ହେଲା ।

(ii) ୧୮୬୭ ମସିହାରେ କଟକ ଜିଲ୍ଲା ସ୍କୁଲକୁ ଉଚ୍ଚ ବିଦ୍ୟାଳୟ ବା ଇଣ୍ଟରମିଡିଏଟ୍ ମହାବିଦ୍ୟାଳୟ ଭାବେ ଉନ୍ନୀତ କରାଗଲା ଏବଂ କଲିକତା ବିଶ୍ବବିଦ୍ୟାଳୟ ସହି ତ ସହବନ୍ଧିତ ହେଲା ।

(iii) ୧୮୭୬ରେ କଟକ ଉଚ୍ଚ ବିଦ୍ୟାଳୟକୁ (ପୂର୍ବରୁ ଉନ୍ନୀତ କରାଯାଇଥିବା ଇଣ୍ଟରମିଡିଏଟ୍ ମହାବିଦ୍ୟାଳୟ) ସ୍ନାତକ ମହାବିଦ୍ୟାଳୟ ରୂପେ ଉନ୍ନୀତ କରାଯାଇଥିଲା । କଟକରେ ଅବସ୍ଥାପିତ କମିଶନର ଟି.ଇ. ରେଭେନ୍ସାଙ୍କ ନାମରେ ଇଣ୍ଟରମିଡିଏଟ୍ ମହାବିଦ୍ୟାଳୟଟି ରେଭେନ୍ସା କଲେଜ ଭାବରେ ପରିଚିତ ହେଲା ।

(iv) ରେଭେନ୍ସା କଲେଜରେ ବହୁ ଓଡ଼ିଆ ଯୁବକ ଉଚ୍ଚତର ଶିକ୍ଷାଲାଭ କରିବାର ସୁଯୋଗ ପାଇଲେ । ସେମାନେ । ଓଡ଼ିଆ ଜାତୀୟତାକୁ ଜାଗ୍ରତ କରିଥିଲେ ।

 (v) ଏହି ଶିକ୍ଷିତ ଯୁବକଗଣ ନୂତନ ସାମାଜିକ, ରାଜନୀତିକ, ଆଧୁନିକ ଶିକ୍ଷାର ଅଧ୍ୟାକାରୀ ହୋଇ ଅନ୍ୟାୟ ଅନୀତି ବିରୋଧରେ ସ୍ଵର ଉତ୍ତୋଳନ କରି ଜାତୀୟ ଚେତନାକୁ ଅଭିବୃଦ୍ଧି କରାଇଥିଲେ; ଓଡ଼ିଆ ଭାଷା, ସଂସ୍କୃତି ତଥା ଓଡ଼ିଆମାନଙ୍କ ଏକତ୍ରୀକରଣ ପାଇଁ ଉଦ୍ୟମ କରିଥିଲେ ।


(ଖ) ଓଡ଼ିଶାରେ ସମ୍ବାଦପତ୍ର କିପରି ବିକାଶ ହୋଇଥିଲା ? 

ଉ:(i) ୧୮୩୭ ମସିହାରେ ଓଡ଼ିଶାରେ ପ୍ରଥମ ମୁଦ୍ରଣଯନ୍ତ୍ର କଟକ ମିଶନ ପ୍ରେସ ନାମରେ ପ୍ରତିଷ୍ଠିତ ହେଇଥିଲା । ତେଣୁ ସାହିତ୍ୟ ଓ ସମ୍ବାଦପତ୍ର ପ୍ରକାଶନ ସହଜ ହେଲା । 

 (ii) ୧୮୬୬ରେ କଟକରେ ଗୌରୀଶଙ୍କର ରାୟଙ୍କ ସମ୍ପାଦନାରେ ‘ଉତ୍କଳ ଦୀପିକା’, ୧୮୬୮ରେ ବାଲେଶ୍ବରରେ ଫକୀର ମୋହନ ସେନାପତିଙ୍କ ସମ୍ପାଦନାରେ ‘ସମ୍ବାଦ ବାହିକା’, ‘ବୋଧଦାୟିନୀ’ ।

(iii) ୧୮୮୯ରେ ନୀଳମଣି ବିଦ୍ୟାରତ୍ନଙ୍କ ଦ୍ବାରା ବାମଣ୍ଡାରୁ ‘ସମ୍ବଲପୁର ହିତୈଷିଣୀ’ ଆଦି ସମ୍ବାଦପତ୍ର ପ୍ରକାଶିତ ହୋଇ ଉତ୍କଳୀୟ ଭାବକୁ ଜାଗ୍ରତ କରିଥିଲା ।


(iv) ଏଗୁଡ଼ିକ ବ୍ୟତୀତ ବହୁଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିବା ଅନ୍ୟାନ୍ୟ ଅନେକ ପତ୍ରିକା ପ୍ରକାଶିତ ହୋଇଥିଲା | 

(v) ଏହି ସମ୍ବାଦପତ୍ର ଗୁଡ଼ିକ ଓଡ଼ିଶାର ସମସ୍ୟାଗୁଡ଼ିକ ପ୍ରତି ଜନମତ ଜାଗ୍ରତ କରିବା ଏବଂ ଓଡ଼ିଆ ଜାତୀୟ ଚେତନା ବୃଦ୍ଧି କରିବାର ସହାୟକ ହୋଇଥିଲା ।

 (ଗ) ଓଡ଼ିଆ-ବଙ୍ଗଳାଭାଷା ବିବାଦ କିପରି ଓଡ଼ିଶାରେ ଏହି ଜାତୀୟ ଚେତନା ସୃଷ୍ଟି କରିବାରେ ସାହାଯ୍ୟ କରିଥିଲା ? 

ଉ :(i) ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଆ ଭାଷାକୁ ବିଲୋପ କରିବା ପାଇଁ ଷଡ଼ଯନ୍ତ୍ର ଚାଲି ଥିଲା । ଇଂରେଜମାନେ ଓଡ଼ିଶାକୁ ବଙ୍ଗଳାର ଏକ ଅଂଶ ରୂପେ ଗ୍ରହଣ କରି ବଙ୍ଗୀୟ କର୍ମଚାରୀମାନଙ୍କୁ ଓଡ଼ିଶାରେ ଅବସ୍ଥାପିତ କଲେ ।

(ii) ଏହି ବଙ୍ଗୀୟମାନେ ହିଁ ଓଡ଼ିଶାରେ ବଙ୍ଗଳା ଭାଷାର ପ୍ରଚାରରେ ମଗ୍ନ ରହିଲେ । କଟକର କଲେକ୍ଟର ବଙ୍ଗଳା ଭାଷାକୁ ସରକାରୀ ଭାଷା ରୂପେ ସ୍ବୀକୃତି ପ୍ରଦାନ କରିଥିଲେ ।


(iii) ଛାପାଖାନାର ଅଭାବ ଏବଂ ବୁଦ୍ଧିଜୀବୀଙ୍କ ସ୍ଵଳ୍ପତା ହେତୁ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକର ସଂଖ୍ୟା କମ୍‌ । ଏହି ଅସୁବିଧା ଆଳରେ କେତେକ ପ୍ରଭାବଶାଳୀ ବଙ୍ଗୀୟ ବ୍ୟକ୍ତି ଓଡ଼ିଆ ବିଦ୍ୟାଳୟରେ ଓଡ଼ିଆ ପରିବର୍ତ୍ତେ ବଙ୍ଗଳା ଭାଷା ପ୍ରଚଳନ ପାଇଁ ଉଦ୍ୟମ କଲେ ।


(iv) ତେଣୁ ନିଜ ଭାଷାକୁ ରକ୍ଷାକରିବା ପାଇଁ ଆରମ୍ଭ ହୋଇଥିଲା ସଂଘର୍ଷ । ଓଡ଼ିଆମାନଙ୍କ ମନରେ ଏକ ନୂତନ ଜାତୀୟ ଚେତନା ସୃଷ୍ଟି ହେଲା ।


(v) ଓଡ଼ିଶାର କେତେକ ବଙ୍ଗୀୟ ବ୍ୟକ୍ତି ଓଡ଼ିଆ ଭାଷା ପ୍ରତି ସମର୍ଥନ ତଥା ଏହାର ସୁରକ୍ଷା ଦିଗରେ ମଧ୍ୟ ଉଦ୍ୟମ କରିଥିଲେ । ଏହାଦ୍ଵାରା ଓଡ଼ିଶାରେ ଜାତୀୟତା ଭାବର ବିକାଶ ହୋଇଥିଲା ।


(ଘ) ଊନବିଂଶ ଶତାବ୍ଦୀରେ ଗଠିତ ହୋଇଥିବା କେଉଁ ଅନୁଷ୍ଠାନଗୁଡ଼ିକ ଜାତୀୟ ଜାଗରଣକୁ ବଳବତ୍ତର କରିଥିଲା ?

ଉ :(i) ଓଡ଼ିଆ ଜାତୀୟ ଜାଗରଣର ସୃଷ୍ଟି ନିମନ୍ତେ ଅନେକ ଅନୁଷ୍ଠାନର ଅବଦାନ ଉଲ୍ଲେଖନୀୟ ଥିଲା । ୧୮୭୬ ମସିହାରେ ରାଧାନାଥ ରାୟ, ପ୍ୟାରୀମୋହନ ଆଚାର୍ଯ୍ୟ ଓ ଗୌରୀଶଙ୍କର ରାୟ ପ୍ରମୁଖ ମନୀଷୀଗଣ ଓଡ଼ିଆ ଭାଷା ଓ ସଂସ୍କୃତିର ଉନ୍ନତି ନିମନ୍ତେ ‘ଉତ୍କଳସଭା’ ନାମକ - ଅନୁଷ୍ଠାନ ଗଠନ କରିଥିଲେ । 

(ii) ଏହି ଉତ୍କଳ ସଭା ଜାତୀୟତାବାଦ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।

(iii) ଏହା ବ୍ୟତୀତ ବାଲେଶ୍ଵରରେ “ ଉତ୍କଳ ଭାଷା ଉନ୍ନତି ବିଧାୟିକା ସଭା” ।

(iv) କଟକରେ “ ଉତ୍କଳ ଉଲ୍ଲାସିନୀ ସଭା” ଏବଂ ବ୍ରହ୍ମପୁର (ଗଞ୍ଜାମ)ରେ ‘ଉତ୍କଳ ହିତବାଦିନୀ ସଭା’ ଆଦି ଅନୁଷ୍ଠାନଗୁଡ଼ିକ ଓଡ଼ିଆ ଜାତୀୟ ଜାଗରଣକୁ ବଳବତ୍ତର କରିଥିଲା ।


 (‍) ଧର୍ମକ୍ଷେତ୍ରରେ ଓଡ଼ିଶାରେ ଦେଖାଦେଇଥ୍ ବା ‘ନବଜାଗରଣ’ କ’ଣ ଏବଂ ଓଡ଼ିଆ ଜାତୀୟତା ବିକାଶ ଦିଗରେ ଏହା କିପରି ସହାୟକ ହୋଇଥିଲା ? 


ଉ :(i) ଊନବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ଓଡ଼ିଶାର ଧର୍ମକ୍ଷେତ୍ରରେ ନବ ଚେତନାର ପ୍ରଭାବ ପରିଲକ୍ଷିତ ହୋଇଥିଲା । 

 (ii) ଖ୍ରୀଷ୍ଟଧର୍ମ ଓ ବ୍ରାହ୍ମଧର୍ମ ବିରୋଧରେ ଏକ ସଂସ୍କାରଧର୍ମୀ ଧର୍ମର ଆବଶ୍ୟକତା ଅନୁଭବ କରାଗଲା । ଏହି ଆବଶ୍ୟକତାକୁ ପୂରଣ କରିବାରେ ସଫଳ ହୋଇଥିଲା ‘ସତ୍ୟ ମହିମା ଧର୍ମ’ ।

 (iii) ଏହି ଧର୍ମର ପ୍ରଧାନ ପ୍ରବର୍ତ୍ତକ ଥିଲେ ମହିମା ହିଳା ଏହି ଧର୍ମ ଓଡ଼ିଶାର ଜନଜୀବନ ଓ ଓଡ଼ିଆ ବହୁଳଭାବରେ ପ୍ରଭାବିତ କରିଥିଲା ।

(iv), ଭୀମ ଭୋଇ ଥିଲେ ଏହି ଧର୍ମର ଜଣେ ମୁଖ୍ୟ ପ୍ରଚାରକ । ତାଙ୍କଦ୍ୱାରା ରଚିତ କବିତାଗୁଡ଼ିକ ଓଡ଼ିଆମାନଙ୍କ ମନରେ | ନିଃସ୍ଵାର୍ଥ ସେବା, ଜାତିପ୍ରୀତି ଓ ଆତ୍ମବଳି ଭାବନା ସୃଷ୍ଟି ଫୁର କରିଥିଲା ।

(v) ମହିମାଧର୍ମ ଓଡ଼ିଆ ଲୋକମାନଙ୍କ ମଧ୍ୟରେ ଏକ ଅପୂର୍ବ ଏକତା ଆଣିଦେଲା । ଫଳରେ ସେମାନଙ୍କର ଜାତୀୟ ଚେତନାର ଅଭିବୃଦ୍ଧି ଘଟିଥିଲା ।


୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) କେବେ ଓଡ଼ିଶା ତା’ର ସ୍ଵାଧୀନତା ହରାଇଥିଲା ଏବଂ କେବେ ଇଂରେଜମାନେ ଓଡ଼ିଶା ଅଧିକାର କଲେ ?

 ଉ :(i) ୧୫୬୮ ମସିହାରେ ଓଡ଼ିଶା ତା’ର ସ୍ଵାଧୀନତା ହରାଇ ଥିଲା ।

(ii) ୧୮୦୩ ମସିହାରେ ଇଂରେଜମାନଙ୍କ ଦ୍ବାରା ଓଡ଼ିଶା ଅଧିକୃତ ହେଲା ।


(ଖ) ଓଡ଼ିଶାରେ ଶିକ୍ଷାର ପ୍ରସାର ପାଇଁ କ’ଣ ସହାୟକ ହୋଇଥିଲା ?

ଉ :(i) ୧୮୫୪ ମସିହାରେ ଚାର୍ଲସଉଡ୍‌ଙ୍କ ପାଠ୍ୟକ୍ରମ ସଂସ୍କାର ନିୟମ ପ୍ରଣୟନ ଏବଂ

(ii) ୧୮୫୭ ମସିହାରେ କଲିକତା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଓଡ଼ିଶାରେ ଶିକ୍ଷାର ପ୍ରସାର ଦିଗରେ ସହାୟକ ହୋଇଥିଲା ।


 (ଗ) ଓଡ଼ିଶାରେ ଶିକ୍ଷିତ ଯୁବଗୋଷ୍ଠୀର ସଂକଳ୍ପ କ’ଣ ଥିଲା ? 

ଉ :(i) ଓଡ଼ିଶାର ଶିକ୍ଷିତ ଯୁବଗୋଷ୍ଠୀଙ୍କର ସଂକଳ୍ପ ଥିଲା ଅନ୍ୟାୟ ଅନୀତି ବିରୋଧରେ ସ୍ଵର ଉତ୍ତୋଳନ କରିବା ।

 (ii) ଓଡ଼ିଆ ଜାତିମାନଙ୍କ ମଧ୍ୟରେ ଜାତୀୟ ଚେତନାର ଅଭିବୃଦ୍ଧି କରିବା ।


(ଘ) କେବେ ଓଡ଼ିଶାରେ ପ୍ରଥମ ମୁଦ୍ରଣ ଯନ୍ତ୍ର ପ୍ରତିଷ୍ଠା କରାଯାଇଥିଲା ଏବଂ ଏହାର ନାମ କ’ଣ ଥିଲା ?

ଉ :(i) ୧୮୩୭ ମସିହାରେ ଓଡ଼ିଶାରେ ପ୍ରଥମ ମୁଦ୍ରଣ ଯନ୍ତ୍ର କଟକରେ ପ୍ରତିଷ୍ଠା କରାଯାଇଥିଲା ।

(ii) ଏହି ମୁଦ୍ରଣ ଯନ୍ତ୍ରର ନାମ “ କଟକ ମିଶନ ପ୍ରେସ” ରହିଥିଲା । 


(‍) ‘ଉତ୍କଳ ଦୀପିକା’ର ସମ୍ପାଦକଙ୍କର ନାମ କ’ଣ ଥିଲା ଗୋସ୍ଵାମୀ । ଏବଂ ଏହା କେଉଁଠାରୁ ପ୍ରକାଶ ପାଉଥିଲା ? 

 ଉ :(i) ‘ଉତ୍କଳ ଦୀପିକା’ର ସମ୍ପାଦକ ଥିଲେ ଗୌରୀଶଙ୍କର ରାୟ ।

(ii) ଏହା କଟକ ଠାରେ ପ୍ରକାଶ ପାଉଥିଲା । 


(ଚ) ଫକୀରମୋହନ ସେନାପତିଙ୍କ ସମ୍ପାଦନାରେ ପ୍ରକାଶିତ ସମ୍ବାଦ ପତ୍ରଗୁଡ଼ିକର ନାମ କ’ଣ ?

ଉ :(i) ୧୮୬୮ରେ ବାଲେଶ୍ବରରେ ଫକୀର ମୋହନ ସେନାପତି ଦୁଇଟି ସମ୍ବାଦ ପତ୍ର ସମ୍ପାଦନା କରୁଥିଲେ । 

(ii) ତାହା ଥିଲା ‘ସମ୍ବାଦ ବାହିକା’ ଓ ‘ବୋଧ ଦାୟିନୀ’ ।


(ଛ) ଊନବିଂଶ ଶତାବ୍ଦୀରେ ଓଡ଼ିଶାରେ ପାଠ୍ୟପୁସ୍ତକର ସଂଖ୍ୟା ବହୁତ କମ୍ ଥ‌ିବାର କାରଣ କ’ଣ ଥିଲା ?

 ଉ :(i) ଊନଂବିଂଶ ଶତାବ୍ଦୀରେ ଓଡ଼ିଶାରେ ଛାପାଖାନାର ଅଭାବ ହେତୁ ପାଠ୍ୟପୁସ୍ତକ ସଂଖ୍ୟା ବହୁତ କମ୍ ଥିଲା

(ii) ଦ୍ବିତୀୟତଃ ଓଡ଼ିଆ ବୁଦ୍ଧିଜୀବୀଙ୍କ ସ୍ଵଳ୍ପତା ଅନ୍ୟ ଏକ କାରଣ ଥିଲା ।


(ଜ) ଓଡ଼ିଆ ଭାଷାର ସୁରକ୍ଷା ଓ ବିକାଶ ପାଇଁ କଟକରେ କେଉଁ ପ୍ରମୁଖ ଅନୁଷ୍ଠାନ ପ୍ରତିଷ୍ଠିତ ହୋଇଥିଲା ? 

ଉ :(i) ଓଡ଼ିଆ ଭାଷାର ସୁରକ୍ଷା ଓ ବିକାଶ ପାଇଁ କଟକଠାରେ ଉତ୍କଳ ସଭା ନାମକ ଅନୁଷ୍ଠାନ୍ ପ୍ରତିଷ୍ଠିତ ହୋଇଥିଲା ।

(i) ‘ଉତ୍କଳ ଭାଷା ଉଦ୍ଦୀପନୀ ସଭା’ ଓ ଉତ୍କଳ ଉଲ୍ଲାସିନୀ ସଭା ପରି ଅନୁଷ୍ଠାନ ମାନ ଗଢ଼ିଉଠିଥିଲା ।


(ଝ) କିଏ ମହିମା ଧର୍ମର ପ୍ରଧାନ ପ୍ରବର୍ତ୍ତକ ଥିଲେ ଏବଂ କିଏ ଏହାର ମୁଖ୍ୟ ପ୍ରଚାରକ ଥିଲେ ?

 ଉ :(i) ମହିମା ଧର୍ମର ପ୍ରଧାନ ପ୍ରବର୍ତ୍ତକ ଥିଲେ ମହିମା ଗୋସ୍ଵାମୀ ।

 (ii) ଭୀମଭୋଇ ଥିଲେ ଏହି ଧର୍ମର ଜଣେ ମୁଖ୍ୟ ପ୍ରଚାରକ । 


 (ଞ) ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ ପାଇଁ ରିପନଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ କେବେ ଏବଂ କେଉଁଠାରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ?

ଉ : ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ ପାଇଁ ରିପନଙ୍କୁ ଧନ୍ୟବାଦ ଦେବାପାଇଁ ୧୮୮୨ ଜୁନ୍ ୩୦ ତାରିଖରେ କଟକରେ ଏକ ବିରାଟ ସାଧାରଣ ସଭା ଆୟୋଜିତ ହୋଇଥିଲା ।


୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ । 

(କ) କଲିକତା ବିଶ୍ବବିଦ୍ୟାଳୟ କେବେ ପ୍ରତିଷ୍ଠିତ ହୋଇଥିଲା ?

ଉ : ୧୮୫୭ ମସିହାରେ କଲିକତା ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ।


(ଖ) ରେଭେନ୍ସା କଲେଜ କେବେ ଜନ୍ମଲାଭ କରିଥିଲା ?

ଉ : ୧୮୭୬ରେ ରେଭେନ୍ସା କଲେଜ ଜନ୍ମ ଲାଭ କଲା ।


 (ଗ) ୧୮୬୭ରେ କେଉଁ ଶିକ୍ଷାନୁଷ୍ଠାନକୁ ଉନ୍ନୀତ କରାଯାଇ ଏକ ଇଣ୍ଟରମିଡିଏଟ୍ ମହାବିଦ୍ୟାଳୟ କରାଗଲା ?

ଉ : ୧୮୬୭ରେ କଟକ ଜିଲ୍ଲାସ୍କୁଲକୁ ଉନ୍ନୀତ କରାଯାଇ ଏକ ଇଣ୍ଟର ମିଡିଏଟ୍ ମହାବିଦ୍ୟାଳୟ କରାଗଲା ।


(ଘ) କିଏ ଓଡ଼ିଶାର ପ୍ରଥମ ସ୍ନାତକ ହୋଇଥିଲେ ?

ଉ : ମଧୁସୂଦନ ଦାସ ଓଡ଼ିଶାର ପ୍ରଥମ ସ୍ନାତକ ହୋଇଥିଲେ । 


(ଙ) ‘ସମ୍ବଲପୁର ହିତୈଷିଣୀ’ର ପ୍ରକାଶକ କିଏ ଥିଲେ ?

ଉ : ନୀଳମଣି ବିଦ୍ୟାରତ୍ନ “ ସମ୍ବଲପୁର ହିତୈଷିଣୀ” ର ପ୍ରକାଶକ ଥିଲେ ।


(ଚ) ମରହଟ୍ଟାମାନେ କେଉଁ ଭାଷାକୁ ଓଡ଼ିଶାର ରାଜଭାଷା ରୂପେ ମାନ୍ୟତା ଦେଇଥିଲେ ?

ଉ : ମରହଟ୍ଟାମାନେ ପାର୍ଶୀ ଭାଷାକୁ ଓଡ଼ିଶାର ରାଜଭାଷା ରୂପେ ମାନ୍ୟତା ଦେଇଥିଲେ ।


(ଛ) ‘ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା’ କେଉଁଠାରେ ତୋହର ଅବସ୍ଥିତ ଥିଲା ?

ଉ : “ ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା” କଟକଠାରେ ଅବସ୍ଥିତ ଥିଲା ।


(ଜ) ଭୀମଭୋଇ କେଉଁ ଧର୍ମକୁ ଭିଭିକରି ତାଙ୍କର କବିତା ଗୁଡ଼ିକ ରଚନା କରିଥିଲେ ?

ଉ : ଭୀମଭୋଇ “ ସତ୍ୟ ମହିମା ଧର୍ମ” କୁ ଭିଭିକରି ତାଙ୍କର କବିତା ଗୁଡ଼ିକ ରଚନା କରିଥିଲେ ।


(ଝ) ଟି.ଇ. ରେଭେନ୍ସା କେଉଁଠାରେ ନୂତନ ନଦୀବନ୍ଧ ନିର୍ମାଣ କରିଥିଲେ ?

ଉ : ଟି.ଇ. ରେଭେନ୍ସା ଆଳି ଓ ବାଙ୍କୀଠାରେ ବନ୍ଧ ନିର୍ମାଣ କରିଥିଲେ ।


(ଞ) ଲର୍ଡ ରିପନ କେବେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ କରିଥିଲେ ?

ଉ : ୧୮୮୨ରେ ଲର୍ଡ ରିପନ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ କରିଥିଲେ ।


୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖା ।

(କ) କେବେ କଟକରେ ଏକ ହିତକାରୀ ଦାତବ୍ୟ ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା ?

(i) ୧୮୦୩    (ii) ୧୮୨୩    (iii) ୧୮୪୧    (iv) ୧୮୫୪


(ଖ) କିଏ “ ବୋଧଦାୟିନୀ” ର ସମ୍ପାଦକ ଥିଲେ ?

(i) ଫକୀରମୋହନ ସେନାପତି    (ii) ରାଧାନାଥ ରାୟ    (iii) ଗୌରୀଶଙ୍କର ରାୟ    (iv) ନୀଳମଣି ବିଦ୍ୟାରତ୍ନ


(ଗ) ମୁଖ୍ୟତଃ କେଉଁ ଅଞ୍ଚଳଗୁଡ଼ିକୁ ନେଇ ଓଡ଼ିଶା ଇଂରେଜମାନଙ୍କ ଦ୍ବାରା ଶାସିତ ହେଉଥିଲା ? 

(i) ଗଞ୍ଜାମ, ପୁରୀ, କଟକ

(ii) ପୁରୀ, କଟକ, ବାଲେଶ୍ବର

(iii) କଟକ, ବାଲେଶ୍ୱର, ସମ୍ବଲପୁର

(iv) ପୁରୀ, ଗଞ୍ଜାମ, ସମ୍ବଲପୁର


(ଘ) କେବେ କଟକର କଲେକ୍ଟର ବଙ୍ଗଳାଭାଷାକୁ ସରକାରୀ ଭାଷା ରୂପେ ସ୍ବୀକୃତି ଦେଇଥିଲେ ?

(i) ୧୮୦୩    (iii) ୧୮୬୬    (ii) ୧୮୪୯    (iv) ୧୮୬୮



୫ । ପାଠରେ ଦିଆଯାଇଥିବା “ତୁମ ପାଇଁ କାମ” ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।


Jatiyata Ra Bikash Exam Question Answer

ଭୂ ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦରେ ଲେଖ । 

(କ) ଊନବିଂଶ ଶତାବ୍ଦୀ ବେଳକୁ କଟକରେ ଗଢ଼ିଉଠିଥ‌ିବା ରେଭେନ୍ସା କଲେଜ ଓଡ଼ିଆ ଜାତୀୟତାକୁ ଜାଗ୍ରତ କରିବାରେ କିପରି ସହାୟ ହୋଇଥିଲା ?

ଉ :(i) କଟକରେ ଅବସ୍ଥାପିତ ରେଭେନ୍ସା କଲେଜରେ ବହୁ ଓଡ଼ିଆ ଯୁବକ ଉଚ୍ଚ ଶିକ୍ଷା ଲାଭ କରିବାର ସୁଯୋଗ ପାଇଲେ ।

(ii) ସେମାନେ ଓଡ଼ିଆ ଜାତୀୟତାକୁ ଜାଗ୍ରତ କରାଇଥିଲେ । ଏହି ଶିକ୍ଷିତ ଯୁବକ ଗଣ ନୂତନ ସାମାଜିକ, ରାଜନୈତିକ କିଛି ଓ ଆଧୁନିକ ଶିକ୍ଷାର ଅଧିକାରୀ ହୋଇ ସମାଜରେ ଗୋଟିଏ ଗୋଷ୍ଠୀ ଗଢ଼ିଲେ ।

(iii) ସେହି ଗୋଷ୍ଠୀର ସଂକଳ୍ପ ଥିଲା ଅନ୍ୟାୟ ଅନୀତି ବିରୋଧରେ ସ୍ଵର ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ଜାତୀୟ ଚେତନାର ଅଭିବୃଦ୍ଧି କରିବା । 

(iv) ଓଡ଼ିଶାର ଶିକ୍ଷିତ ବୁଦ୍ଧିଜୀବୀମାନେ ଓଡ଼ିଆ ଭାଷା ସଂସ୍କୃତି ତଥା ଓଡ଼ିଆମାନଙ୍କର ଏକତ୍ରୀକରଣ ପାଇଁ ସ୍ବର ଉତ୍ତୋଳନ କଲେ ।


(ଖ) ଓଡ଼ିଶାର ଭାଷା ବିବାଦ କିପରି ସୃଷ୍ଟି ହୋଇଥିଲା ଉଲ୍ଲେଖ କର ।

ଉ :(i) ଊନବିଂଶ ଶତାବ୍ଦୀର ଭାଷା ବିବାଦ ଓଡ଼ିଆମାନଙ୍କ ମଧ୍ୟରେ ଜାତୀୟତାବାଦ ଭାବ ସୃଷ୍ଟି କରିବାରେ ସହାୟକ ହୋଇଥିଲା |

(i) ୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଅଧିକାର କରିବା ସମୟରେ ଓଡ଼ିଶାର ଭାଷା ଓ ସଂସ୍କୃତି ଭୂଲୁଣ୍ଠିତ ହୋଇ ସାରିଥିଲା । ଇଂରେଜମାନେ ବଙ୍ଗୀୟମାନଙ୍କୁ କର୍ମଚାରୀ ରୂପେ ନିଯୁକ୍ତି ଦେଲେ ଏବଂ ବଙ୍ଗୀୟମାନେ ଓଡ଼ିଆ ପରିବର୍ତ୍ତେ ବଙ୍ଗଳା ଭାଷା ପ୍ରଚାରରେ ମଗ୍ନ ରହିଲେ । କଟକ କଲେକ୍ଟର ବଙ୍ଗଳା ଭାଷାକୁ ସରକାରୀ ଭାଷା ରୂପେ ସ୍ବୀକୃତି ପ୍ରଦାନ କରିଥିଲେ ।

(iii) ମରହଟ୍ଟାମାନେ ଓଡ଼ିଶା ଅଧିକାର କରି ପାର୍ଶୀ ଭାଷାକୁ ଓଡ଼ିଶାର ରାଜାଭାଷା ରୂପେ ମାନ୍ୟତା ଦେଇଥିଲେ । 

(iv) ସେହିପରି ଗଞ୍ଜାମ ଜିଲ୍ଲାରେ ତେଲେଗୁ ସରକାରୀ ଭାଷା ରୂପେ ପ୍ରଚଳିତ ହେବା ଫଳରେ ଓଡ଼ିଆ ଭାଷା ଅବହେଳିତ ହେଲା ।

(v) କେନ୍ଦ୍ରୀୟ ପ୍ରଦେଶ ଅନ୍ତର୍ଗତ ସମ୍ବଲପୁର ଜିଲ୍ଲାରେ ହିନ୍ଦୀକୁ ସରକାରୀ ଭାଷାରୂପେ ପ୍ରଚଳନ କରାଗଲା । ସମ୍ବଲପୁର ଜିଲ୍ଲାରେ ପ୍ରାଥମିକ ବିଦ୍ୟାଳୟରେ ହିନ୍ଦୀଭାଷାରେ ଶିକ୍ଷାଦାନ କରାଗଲା । ତେଣୁ ନିଜ ଭାଷାକୁ ରକ୍ଷାକରିବା ନେଇ ଆରମ୍ଭ ହୋଇଥିବା ସଂଘର୍ଷ ଓଡ଼ିଆମାନଙ୍କ ମନରେ ଜାତୀୟ ଚେତନା ସୃଷ୍ଟି କଲା । 


(ଗ) ଟି.ଇ. ରେଭେନ୍ସା ଓ ଲର୍ଡ ରିପନଙ୍କ ଜନହିତକର କାର୍ଯ୍ୟ କିପରି ଓଡ଼ିଆମାନଙ୍କ ମନରେ ଜାତୀୟ ଚେତନା ସୃଷ୍ଟି କରିବାରେ ସହାୟ ହୋଇଥିଲା ?

ଉ :(i) କମିଶନର ଟି.ଇ. ରେଭେନ୍ସା ଓଡ଼ିଶାର ଉନ୍ନତି ପାଇଁ | ବହୁ କାର୍ଯ୍ୟକ୍ରମ ନିଜ ହାତକୁ ନେଇଥିଲେ ।

(ii) ସେ ଆଳି ଓ ବାଙ୍କୀଠାରେ ନୂତନ ବନ୍ଧ ନିର୍ମାଣ ତଥା ପୁରୁଣା ବନ୍ଧର ମରାମତି କରାଇଥିଲେ ।

(iii) ବାଣିଜ୍ୟର ଉନ୍ନତି ପାଇଁ ଓଡ଼ିଶା ଭାରତର ଅନ୍ୟ ପ୍ରଦେଶ ସହିତ ପକ୍‌କା ପିଚୁ ରାସ୍ତା ଦ୍ବାରା ସଂଯୋଜିତ ହୋଇଥିଲା । ଭୌଗୋଳିକ ଅବରୋଧରୁ ମୁକ୍ତ କରି ଏହି ଓଡ଼ିଶା ବାସୀଙ୍କୁ ଆଧୁନିକ ସଭ୍ୟତା ସହିତ ପରିଚିତ କରାଇଲା । 

(iv) ୧୮୮୨ରେ ଲର୍ଡ ରିପନଙ୍କ ଦ୍ବାରା ପ୍ରବର୍ତ୍ତିତ ସ୍ଥାନୀୟ ସ୍ୱାୟତ୍ତ ଭଣ୍ଡା ଓ ଶାସନ ବ୍ୟବସ୍ଥା ଓଡ଼ିଆମାନଙ୍କ ମଧ୍ୟରେ ରାଜନୀତିକ ସଚେତନା ଜାଗ୍ରତ କରାଇଥିଲା । ସ୍ଥାନୀୟ ଶାସନ ସଂସ୍ଥାକୁ ଉକ୍ତ ନିର୍ବାଚିତ ପ୍ରତିନିଧୁମାନଙ୍କୁ ପଠାଇ ଓଡ଼ିଆମାନେ ଅଧିକ ରାଜନୀତିକ ଜ୍ଞାନ ଆହରଣ କରିବାର ଆଶା ରଖିଲେ । ଫଳରେ ଲୋକମାନଙ୍କ ମନରେ ଜାତୀୟ ଚେତନା ସୃଷ୍ଟି କରିବାରେ ସହାୟ ହେଲା ।


Jatiyata Ra Bikash Extra Question Answer

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ଗୋଟି ଶବ୍ଦ ମଧ୍ୟରେ ଲେଖ ।

(କ) “ଉତ୍କଳ ସଭା” କେବେ କେଉଁମାନଙ୍କ ଉଦ୍ୟମରେ ଗଠନ ହୋଇଥିଲା ?

ଉ : ୧୮୭୬ ମସିହାରେ ରାଧାନାଥ ରାୟ, ପ୍ୟାରିମୋହନ ଆଚାର୍ଯ୍ୟ ଓ ଗୌରୀଶଙ୍କର ରାୟ ପ୍ରମୁଖ ମନୀଷୀଗଣ ଓଡ଼ିଆ ଭାଷା ଓ ସଂସ୍କୃତି ଉନ୍ନତି ପାଇଁ କଟକରେ “ ଉତ୍କଳସଭା” ଗଠନ କରିଥିଲେ ।


 (ଖ) ଓଡ଼ିଶାରେ କେଉଁ ଶାସକମାନେ ଉତ୍କଳୀୟ ସଭ୍ୟତା ଓ ସଂସ୍କୃତିର ଉତ୍କର୍ଷ ସାଧନ କରିଥିଲେ ? କେଉଁ ମାନଙ୍କ ଦ୍ବାରା ଓଡ଼ିଶା ତା’ର ସ୍ଵାଧୀନତା ହରାଇଲା ? 

ଉ :(i) ଓଡ଼ିଶାର ହିନ୍ଦୁରାଜାମାନେ ଉତ୍କଳୀୟ ସଭ୍ୟତା ଓ ସଂସ୍କୃତିର ଉତ୍କର୍ଷ ସାଧନ କରିଥିଲେ ।

(ii) ଆଫଗାନ, ମୋଗଲ, ମରହଟ୍ଟା ଓ ଇଂରେଜମାନଙ୍କ ଦ୍ବାରା ଏହା ତା’ର ସ୍ଵାଧୀନତା ହରାଇଥିଲା ।


(ଗ) ଓଡ଼ିଶାରେ କେବେ ଓ କେଉଁ କେଉଁ ଜିଲ୍ଲାର ସଦର ମହକୁମାରେ ଗୋଟିଏ ଲେଖାଏଁ ଜିଲ୍ଲା ସ୍କୁଲ ରହିଥିଲା ? ସେହି ସମୟରେ କେତୋଟି ବିଦ୍ୟାଳୟ ଓଡ଼ିଶାରେ ଥିଲା ?

ଉ :(i) ୧୮୫୮ ମସିହାରେ ଓଡ଼ିଶାର ପୁରୀ, କଟକ ଓ ବାଲେଶ୍ବର ଜିଲ୍ଲାର ସଦର ମହକୁମାରେ ଗୋଟିଏ ଲେଖାଁ ଜିଲ୍ଲା ସ୍କୁଲ ଥିଲା ।

(ii) ସେହି ସମୟରେ ଓଡ଼ିଶାରେ ୩୩ଟି ବିଦ୍ୟାଳୟ ରହିଥିଲା । 


(ଘ) ଊନବିଂଶ ଶତାବ୍ଦୀରେ ପ୍ରକାଶିତ ଓଡ଼ିଆ ଭାଷାର ସମ୍ବାଦ ପତ୍ର ଗୁଡ଼ିକ କେଉଁ କାର୍ଯ୍ୟ ସମ୍ପାଦନ କରୁଥିଲେ ? 

ଉ :(i) ଊନବିଂଶ ଶତାବ୍ଦୀରେ ପ୍ରକାଶିତ ଓଡ଼ିଆ ଭାଷା ସମ୍ବାଦ ପତ୍ରଗୁଡ଼ିକ ଓଡ଼ିଶାର ସମସ୍ୟା ଗୁଡ଼ିକ ପ୍ରତି ଜନମତ ଜାଗ୍ରତ କରୁଥିଲା ।

(ii) ଓଡ଼ିଆ ଜାତୀୟ ଚେତନା ବୃଦ୍ଧି କରିବାରେ ସହାୟକ ହୋଇଥିଲେ ।

No comments:

Post a Comment