Class 10 history unit 3 chapter 5 bharatare bigyana o baisayika gyanara bikasa ( ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ ) | Bharatare Bigyana O Baisaika Bigyanara Bikasa, Class 10 History, Bharatare bigyana o baishayika gyanara bikasha question answer, bharatare bigyana 10th class mcq .
ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ ପ୍ରଶ୍ନ ଉତ୍ତର
ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର
୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ଗୋଟି ଶବ୍ଦରେ ଲେଖ ।
(କ) ବିଜ୍ଞାନ ଓ ବୈଷୟିକ ବିଦ୍ୟାର ଉପଯୋଗିତା ସମ୍ପର୍କରେ ଜବାହରଲାଲ୍ ନେହେରୁଙ୍କର ମତ କ’ଣ ଥିଲା ? ଉ : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ବିଜ୍ଞାନ ଓ ବୈଷୟିକ ବିଦ୍ୟାର ଉପଯୋଗିତା ସଂପର୍କରେ ଦୃଢ଼ ବିଶ୍ବାସ ଥିଲା ଯେ–
(i) କେବଳ ବିଜ୍ଞାନ ହିଁ କ୍ଷୁଧା, ଦାରିଦ୍ର୍ୟ, ଅପରିଚ୍ଛନ୍ନତା, ନିରକ୍ଷରତା, ଅନ୍ଧବିଶ୍ଵାସ, ପ୍ରାକୃତିକ ସମ୍ବଳ ଅସିଦ୍ ବିନିଯୋଗ ପ୍ରଭୃତି ଭାରତର ଗୁରୁତର ସମସ୍ୟା ଗୁଡ଼ିକର ସମାଧାନ କରିପାରିବ ।
(ii) ଆର୍ଥନୀତିକ, ସାମାଜିକ ଓ ସାଂସ୍କୃତିକ ପ୍ରଗତି ପାଇଁ ବିଜ୍ଞାନ ଓ ବୈଷୟିକ ବିଦ୍ୟା ଅପରିହାର୍ଯ୍ୟ ଅଟେ ।
(iii) ବୈଜ୍ଞାନିକ ଗବେଷଣା ଓ ବୈଷୟିକ ଜ୍ଞାନ ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିପାରିବ ।
(ଖ) ସ୍ଵାଧୀନତା ପ୍ରାପ୍ତି ପରେ ଭାରତରେ କୃଷି ଓ ଶିଳ୍ପର ବିକାଶ ନିମନ୍ତେ କ’ଣ କରାଯାଇଛି ?
ଉ :(i) ସ୍ଵାଧୀନତା ପ୍ରାପ୍ତିପରେ କୃଷିକ୍ଷେତ୍ରରେ ବିକାଶ ପାଇଁ ବିଜ୍ଞାନ ଶିକ୍ଷାର ବ୍ୟାପକ କରାଗଲା ।
(ii) ବିଂଶ ଶତାବ୍ଦୀର ସପ୍ତମ ଦଶକରେ ରାସାୟନିକ ସାର ଓ ଅଧିକ ଉତ୍ପାଦନକ୍ଷମ ବିହନର ବହୁଳ ବ୍ୟବହାର କରାଗଲା ।
(iii) ଜଳଉତ୍ସଗୁଡ଼ିକୁ ସୁବ୍ୟବସ୍ଥିତ କରି ଜଳସେଚନର ବ୍ୟବସ୍ଥା କରାଗଲା ।
(iv) ଜୈବ ପ୍ରଯୁକ୍ତି ବିଦ୍ୟାର ବିକାଶ ଓ କୃଷି କ୍ଷେତ୍ରରେ ଏହାର ୬ ବିନିଯୋଗ କରାଗଲା ।
(v) ୧୯୭୧ ମସିହାରେ କେନ୍ଦ୍ରରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ ନାମରେ ଏକ ସ୍ଵତନ୍ତ୍ର ବିଭାଗ ଖୋଲାଯାଇ ମୋ କୃଷିର ବିକାଶ ପାଇଁ ପ୍ରୟାସ କରାଗଲା ।
(vi) ଶିଳ୍ପର ବିକାଶ ପାଇଁ ମଧ୍ଯ ୧୯୭୩ ମସିହାରେ ‘ଭାରତୀୟ କୁନି ଇସ୍ପାତ ପ୍ରାଧିକରଣ ଲିମିଟେଡ’ ନାମକ ଏକ ସରକାରୀ ସଂସ୍ଥା ଖୋଲାଯାଇ ଇସ୍ପାତ ଶିଳ୍ପ ଉପରେ ଗୁରୁତ୍ବ ଦିଆଗଲା ।
(vii) ଏହି କଂପାନୀ ଭାରତରେ ପ୍ରତିଷ୍ଠା କରାଯାଉଥିବା ପାଞ୍ଚଟି ନିତି ଏକୀକୃତ ଇସ୍ପାତ ପ୍ରକଳ୍ପର ପରିଚାଳନା ଭାର ହାତକୁ ନେଲା ।
(ଗ) ପରମାଣୁ ଶକ୍ତିର ବିକାଶ ପାଇଁ ଭାରତ ସରକାର କି କି ପଦକ୍ଷେପ ନେଇଛନ୍ତି ?
ଉ : ପରମାଣୁ ଶକ୍ତିର ବିକାଶ ପାଇଁ ଭାରତ ସରକାର ନିମ୍ନୋକ୍ତ ପଦକ୍ଷେପମାନ ନେଇଛନ୍ତି, ଯଥା—
(i) ୧୯୪୮ ଅଗଷ୍ଟ ମାସରେ ଭାରତ ସରକାର ‘ପରମାଣୁ ଶକ୍ତି ଆୟୋଗ’ ଗଠନ କରିଛନ୍ତି ।
(ii) ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ବିଶ୍ଵାସ ଥିଲା ଯେ ପରମାଣୁ ଶକ୍ତି ହିଁ ସାମାଜି କ, ଆର୍ଥନୀତିକ ଓ ରାଜନୀତିକ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ । ତେଣୁ ସେ ୧୯୫୪ ମସିହାରେ ଏକ ସ୍ଵତନ୍ତ୍ର ପରମାଣୁ ଶକ୍ତି ବିଭାଗ ଖୋଲିଥିଲେ ।
(iii) ୧୯୫୬ ମସିହାରେ ଟ୍ରମ୍ବେଠାରେ ଭାରତର ପ୍ରଥମ ଆଣବିକ ରିଆକ୍ଟର ପ୍ରତିଷ୍ଠା କରାଗଲା ।
(iv) ଏବଂ ସେହିବର୍ଷ ଟ୍ରମ୍ବେଠାରେ ଭାବା ଆଣବିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠିତ ହେଲା ।
(v) ଏହି ଭାବା ଆଣବିକ କେନ୍ଦ୍ର ତତ୍ତ୍ୱାବଧାନରେ ଅନେକ ଗବେଷଣା କେନ୍ଦ୍ର ପଶ୍ଚିମବଙ୍ଗ, କାଶ୍ମୀର ଓ କର୍ଣ୍ଣାଟକରେ ଗଢ଼ିଉଠିଲା ।
(vi) ୧୯୮୪ ମସିହାରେ ଇନ୍ଦୋରଠାରେ ଉନ୍ନତ ବୈଷୟିକ ଜ୍ଞାନକେନ୍ଦ୍ର ନାମକ ଏକ ଗବେଷଣା ସଂସ୍ଥା ମଧ୍ୟ ପ୍ରତିଷ୍ଠିତ ହେଲା ।
(vii) ୧୯୭୪ ମେ ୧୮ ଓ ୧୯୯୮ ମେ ୧୧ ଓ ୧୩ରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ଥର ପାଇଁ ପରମାଣୁ ବୋମା ବିସ୍ଫୋରଣ ପରୀକ୍ଷା ମଧ୍ଯ କରାଗଲା ।
(ଘ) ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଅଗ୍ରଗତି ସମ୍ପର୍କରେ ସୂଚନା ଦିଅ ।
ଉ : ୧୯୬୨ରେ ଚୀନ୍ ଆକ୍ରମଣବେଳେ ଭାରତୀୟ ସୈନ୍ୟବାହିନୀର ଦୁର୍ବଳତାକୁ ଆଖ୍ ଆଗରେ ରଖୁ ଭାରତୀୟ ପ୍ରତିରକ୍ଷାକୁ ସୁଦୃଢ଼ କରିବା ପାଇଁ ଭାରତ ସରକାର ଯଥେଷ୍ଟ ପଦକ୍ଷେପ ନେଇଛନ୍ତି । ସେଗୁଡ଼ିକ ହେଲା :-
(i) ଚୀନ୍ ଆକ୍ରମଣ ପୂର୍ବରୁ ୧୯୫୮ରେ ଭାରତ ସରକାର ରୁଷର ସହାୟତାରେ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ ଗଠିତ ହୋଇଥିଲା ।
(ii) ଗୋଟିଏ ପରେ ଗୋଟିଏ କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଇ ସେଗୁଡ଼ିକୁ ସୈନ୍ୟବାହିନୀରେ ସାମିଲ କରାଗଲା ।
(iii) ୧୯୮୩ ମସିହାରେ ଏକୀଭୂତ ନିୟନ୍ତ୍ରିତ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇ ଏଯାବତ୍ ଅଗ୍ନି, ପୃଥ୍ବୀ, ଧନୁଶ, ଆକାଶ, ତ୍ରିଶୂଳ, ନାଗ, ଶୌର୍ଯ୍ୟ ଓ ବ୍ରହ୍ମାସ ପ୍ରଭୃତି କ୍ଷେପଣାସ୍ତ୍ରର ବିକାଶ କରାଯାଇଛି ।
(iv) ଏହିସବୁ ପରୀକ୍ଷଣ ପାଇଁ ବାଲେଶ୍ଵରର ଚାନ୍ଦିପୁରଠାରେ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।
(v) ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଓ ତା’ର ଗୁଣବତ୍ତା ପରୀକ୍ଷା କରି ଭାରତର ପ୍ରତିରକ୍ଷାକୁ ସୁଦୃଢ଼ କରିଛି ।
(vi) ଆକାଶବାହିନୀ ପାଇଁ ଅତିଉନ୍ନତମାନର ଯୁଦ୍ଧ ବିମାନ ତିଆରି କରିବାରେ ଭାରତୀୟ ବୈଜ୍ଞାନିକମାନେ ସଫଳ ହୋଇଛନ୍ତି ।
(vi) ନୌବାହିନୀ ପାଇଁ ଆବଶ୍ୟକ ଜଳ ଜାହାଜ, ବୁଡ଼ାଜାହାଜ ଅନ୍ୟାନ୍ୟ ଯନ୍ତ୍ରପାତି ଦେଶୀୟ କାରିଗରୀ କୌଶଳ ଦ୍ଵାରା ନିର୍ମାଣ କରାଯାଇ ନୌବାହିନୀକୁ ସୁଦୃଢ଼ କରାଯାଇଛି ।
(vi) ପ୍ରତି ରକ୍ଷା ପାଇଁ ଆମ ଦେଶରେ ଯାନବାହନ, ଗୋଳାବାରୁଦ, ବୈଦ୍ୟୁତିକ ଯନ୍ତ୍ରପାତି ମଧ୍ୟ ଉତ୍ପାଦିତ ହୋଇଛି ।
() ବିଜ୍ଞାନ ଓ ବୈଷୟିକ ବିଦ୍ୟାର ବିକାଶ ଫଳରେ ଭାରତ କିପରି ଲାଭବାନ ହୋଇଛି ?
ଉ : ବିଜ୍ଞାନ ଓ ବୈଷୟିକ ବିଦ୍ୟାର ବିକାଶ ଫଳରେ ଭାରତରେ
ନିମ୍ନଲିଖତ ଉନ୍ନତି ସାଧୁତ ହୋଇଛି :- ୪୦୬୪
(i) ଦେଶରେ ଉପଲବ୍ଧ ବୈଷୟିକ ଜ୍ଞାନ କୌଶଳକୁ ଉପଯୋଗ କରି ସମସ୍ତ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଅଣାଯାଇଛି ।
(ii) ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଉତ୍ପାଦନରେ ଭାରତ ସ୍ବାବଲମ୍ବୀ ହୋଇପାରିଛି ।
(ii) ଶିଳ୍ପକ୍ଷେତ୍ରରେ ଭାରତ ପାରଦର୍ଶିତା ହାସଲ କରିପାରିଛି ।
(iv) ପ୍ରତିରକ୍ଷା କ୍ଷେତ୍ରରେ ସ୍ଵଦେଶୀ ଜ୍ଞାନ କୌଶଳ ପ୍ରୟୋଗ କରି ଭାରତ ଶକ୍ତିଶାଳୀ ହୋଇପାରିଛି ।
(v) ମହାକାଶ ଗବେଷଣା, ସାମୁଦ୍ରିକ ବିଜ୍ଞାନ ଗବେଷଣା ଓ ପରିବେଶ ବିଜ୍ଞାନ ସଂପର୍କରେ ଜ୍ଞାନ ଆହରଣ ଓ ବିନିଯୋଗ ପ୍ରକ୍ରିୟା ବଳବତ୍ତର ହୋଇପାରିଛି ।
(vi) ଭାରତର ମାନବ ସମ୍ବଳ ପ୍ରଶିକ୍ଷିତ ଓ ଦକ୍ଷ ହୋଇପାରିଛନ୍ତି ।
୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଓ ଲେଖ ।
(କ) କେଉଁ ଉଦ୍ଦେଶ୍ୟରେ ଭାରତର ବୈଷୟିକ ଅନୁଷ୍ଠାନମାନ ପ୍ରତିଷ୍ଠା କରାଯାଇଛି ?
ଉ : ଭାରତରେ ବୈଜ୍ଞାନିକ ଓ ବୈଷୟିକ ଶିକ୍ଷାର ବିକାଶ ତଥା ଦେଶର ଆର୍ଥନୀତିକ, ସାମାଜିକ ଓ ସାଂସ୍କୃତିକ ପ୍ରଗତି, ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ ତଥା କୃଷି, ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଭାରତରେ ବୈଷୟିକ ଅନୁଷ୍ଠାନମାନ ପ୍ରତିଷ୍ଠା କରାଯାଇଛି ।
(ଖ) ଭାରତୀୟ ଇସ୍ପାତ ପ୍ରାନ୍କକରଣ ଲିମିଟେଡ୍ କେବେ ଗଠିତ ହେଲା ଓ କେବେ କାର୍ଯ୍ୟ ଆରମ୍ଭ କଲା ?
ଉ :(i) ୧୯୭୩ ମସିହାରେ ‘ଭାରତୀୟ ଇସ୍ପାତ ପ୍ରାଧ୍ଵରଣ ଲିମିଟେଡ୍’ ନାମରେ ଏକ ସରକାରୀ ସଂସ୍ଥା ଆତ୍ମପ୍ରକାଶ କରିଥଲା ।
(ii) ଏହି କମ୍ପାନୀ ଭାରତରେ ପ୍ରତିଷ୍ଠା କରାଯାଉଥିବା ପାଞ୍ଚଟି ଏକୀକୃତ ଇସ୍ପାତ ପ୍ରକଳ୍ପର ପରିଚାଳନା ଭାର ସେହିବର୍ଷ ହାତକୁ ନେଇଥିଲା ।
(ଗ) ଜବାହରଲାଲ୍ ନେହେରୁ ଆଣବିକ ଶକ୍ତି କ୍ଷେତ୍ରକୁ କାହିଁକି ଗୁରୁତ୍ବ ଦେଉଥ୍ଲେ ?
ଉ :(i) ଜବାହରଲାଲ ନେହେରୁଙ୍କ ମତରେ ପରମାଣୁ ଶକ୍ତି ସାମାଜିକ, ଆର୍ଥନୀତିକ ଓ ରାଜନୀତିକ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ ଓ ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିପାରିବ ।
(ii) ତେଣୁ ସେ ପରମାଣୁ ଶକ୍ତି କ୍ଷେତ୍ରକୁ ଗୁରୁତ୍ଵ ଦେଇଥିଲେ ।
(ଘ) ଭାବା ଆଣବିକ ଗବେଷଣା କେନ୍ଦ୍ର କେବେ ଏବଂ କେଉଁଠାରେ ପ୍ରତିଷ୍ଠା କରାଗଲା ?
ଉ : ୧୯୫୬ରେ ଟ୍ରମ୍ବେଠାରେ ଭାବା ଆଣବିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ।
(ଡ) ଭାରତ କେବେ ଏବଂ କେଉଁଠାରେ ତା’ର ପ୍ରଥମ ପରମାଣୁ ବୋମା ବିସ୍ଫୋରଣ କରିଥିଲା ?
ଉ : ୧୯୭୪ ମସିହା ମେ’ ୧୮ ତାରିଖରେ ରାଜସ୍ଥାନର ପୋଖରାନ୍ରେ ଭାରତ ତା’ର ପ୍ରଥମ ପରମାଣୁ ବୋମା ବିସ୍ଫୋରଣ ପରୀକ୍ଷା କରିଥିଲା ।
(ଚ) କେଉଁ କାରଣରୁ ଭାରତ ତା’ର ପ୍ରତିରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବାର ଆବଶ୍ୟକତା ଉପଲବ୍ଧି କଲା ?
ଉ : ୧୯୬୨ର ଚୀନ୍-ଭାରତ ଯୁଦ୍ଧ ଓ ସେଥିରେ ଭାରତୀୟ । ସୈନ୍ୟବାହିନୀର ଦୁର୍ବଳତା ଦେଖ୍ ଭାରତ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ଦୃଢ଼କରିବାର ଆବଶ୍ୟକତା ଉପଲବ୍ଧି କରିଛି ।
(ଛ) ୧୯୬୩ ମସିହାରେ କେଉଁଠାରେ ଏକ ରକେଟ୍ ଇକ୍ଷେପଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ଏବଂ ଏହାର ନାମ କ’ଣ ରଖାଯାଇଥିଲା ?
ଉ : ୧୯୬୩ ମସିହାରେ କେରଳର ଥୁରୁବନ୍ତପୁରମ୍ଠାରେ ଏକ ରକେଟ୍ ଉକ୍ଷେପଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଯାହାର ନାମ ଥୁମ୍ବା ବିଷୁବୀୟ ରକେଟ୍ ଉକ୍ଷେପଣ କେନ୍ଦ୍ର ରଖାଯାଇଛି ।
() ଭାରତ ତିଆରି ପ୍ରଥମ କୃତ୍ରିମ ଉପଗ୍ରହର ନାମ କ’ଣ ଏବଂ ଏହା କେଉଁଦିନ ମହାକାଶକୁ ପ୍ରେରଣ କରାଯାଇଥିଲା ?
ଉ :(i) ଭାରତ ତିଆରି ପ୍ରଥମ କୃତ୍ରିମ ଉପଗ୍ରହର ନାମ ହେଉଛି ଆର୍ଯ୍ୟଭଟ୍ଟ ।
(ii) ୧୯୭୫ ଏପ୍ରିଲ ୧୯ ତାରିଖରେ ଏହାକୁ ସଫଳତାର ସହିତ ମହାକାଶକୁ ପ୍ରେରଣ କରାଯାଇଥିଲା ।
(ଝ) ଭାରତର ପ୍ରଥମ ଯୋଗାଯୋଗ ଉପଗ୍ରହ କେବେ ମହାକାଶକୁ ପ୍ରେରିତ ହେଲା ଏବଂ ତାହାର ନାମ କ’'ଣ ?
ଉ :(i) ଭାରତର ପ୍ରଥମ ଯୋଗାଯୋଗ ଉପଗ୍ରହ ହେଲା ‘ଆପ୍ଲ୍’ ।
(i) ୧୯୮୧ ଜୁନ୍ ୧୯ ତାରିଖରେ ଏହାକୁ ସଫଳତାର ସହିତ ମହାକାଶକୁ ପ୍ରେରଣ କରାଯାଇଛି ।
(ଞ) ଭାରତ ମହାକାଶରେ ଛାଡ଼ିଥିବା କୃତ୍ରିମ ଉପଗ୍ରହଗୁଡ଼ିକ ମୁଖ୍ୟତଃ କେଉଁ କ୍ଷେତ୍ରରେ ଉପଯୋଗୀ ହୋଇପାରିଛି ?
ଉ : ଭାରତ ଦ୍ଵାରା ପ୍ରେରିତ କୃତ୍ରିମ ଉପଗ୍ରହଗୁଡ଼ିକ ମୁଖ୍ୟତଃ ଯୋଗାଯୋଗ, ପାଣିପାଗର ପୂର୍ବାନୁମାନ ଦେବାରେ ଉପଯୋଗୀ ହୋଇପାରିଛି ।
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) କେବେ ଭାରତର ପ୍ରଥମ ଜାତୀୟ ପରୀକ୍ଷାଗାରର ଭିଭି ପ୍ରସ୍ତର ସ୍ଥାପନ କରାଯାଇଥିଲା ?
ଉ: ୧୯୪୭ ମସିହା ଜାନୁଆରୀ ୪ ତାରିଖରେ ଭାରତର ପ୍ରଥମ ଜାତୀୟ ପରୀକ୍ଷାଗାରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।
(ଖ) ବୈଜ୍ଞାନିକ ଓ ଶିଳ୍ପ ଗବେଷଣା କେନ୍ଦ୍ରର ପ୍ରଥମ ଅଧ୍ୟକ୍ଷ କିଏ ଥିଲେ ?
ଉ : ପଣ୍ଡିତ ଜବାହରଲାଲ ନେହେରୁ ‘ବୈଜ୍ଞାନିକ ଶିଳ୍ପ ଗବେଷଣା ପରିଷଦ’ର ଅଧ୍ୟକ୍ଷ ଥିଲେ ।
(ଗ) କେଉଁ ଅନୁଷ୍ଠାନ ଢାଞ୍ଚାରେ ଭାରତରେ ବୈଷୟିକ ଶିକ୍ଷାନୁଷ୍ଠାନ ଗଠନ କରାଗଲା ?
ଉ : ଆମେରିକାର ମାଶାଚୁସେଟ୍ସ ବୈଷୟିକ ଶିକ୍ଷାନୁଷ୍ଠାନ ଢାଞ୍ଚାରେ ଭାରତରେ ବୈଷୟିକ ଶିକ୍ଷାନୁଷ୍ଠାନ ଗଠନ କରାଗଲା ।
(ଘ) ଭାରତର କେନ୍ଦ୍ରୀୟଶାସନରେ କେବେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ ସୃଷ୍ଟି କରାଗଲା ?
ଉ : ଭାରତର କେନ୍ଦ୍ର ଶାସନରେ ୧୯୭୧ ମସିହାରେ ବିଜ୍ଞାନ ବୈଷୟିକ ମନ୍ତ୍ରଣାଳୟ ବିଭାଗ ସୃଷ୍ଟି କରାଯାଇଥିଲା ।
(ଙ) କେବେ ଭାରତର କେନ୍ଦ୍ରୀୟଶାସନରେ ଏକ ସ୍ଵତନ୍ତ୍ର ପରମାଣୁ ଶକ୍ତି ବିଭାଗ ଖୋଲାଯାଇଥିଲା ?
ଉ : ୧୯୫୪ ମସିହାରେ ଏକ ସ୍ଵତନ୍ତ୍ର ପରମାଣୁ ଶକ୍ତି ବିଭାଗ ଖୋଲାଯାଇଥିଲା ।
(ଚ) ଇନ୍ଦୋରରେ ଥିବା ଆଣବିକ ପ୍ରତିଷ୍ଠାନର ନାମ କ’ଣ ?
ଉ : ୧୯୮୪ ମସିହାରେ ଇନ୍ଦୋରରେ ପ୍ରତିଷ୍ଠିତ ଆଣବିକ ପ୍ରତିଷ୍ଠାନର ନାମ ହେଲା– “ଉନ୍ନତ ବୈଷୟିକ ଜ୍ଞାନ କେନ୍ଦ୍ର” ।
(ଛ) ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ କେବେ ଗଠିତ ହୋଇଥିଲା ?
ଉ : ୧୯୫୮ ମସିହାରେ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ ଗଠିତ ହୋଇଥିଲା ।
() ଅଗ୍ନି କ୍ଷେପଣାସ୍ତ୍ର କେଉଁଠାରେ ପରୀକ୍ଷା କରାଯାଇଥିଲା ?
ଉ : ଅଗ୍ନି କ୍ଷେପଣାସ୍ତ୍ର ଓଡ଼ିଶାର ଚାନ୍ଦିପୁରଠାରେ ପରୀକ୍ଷା କରାଯାଇଥିଲା ।
(ଝ) ଆନ୍ଧ୍ରପ୍ରଦେଶର କେଉଁସ୍ଥାନରେ ଏକ ରକେଟ୍ ଉକ୍ଷେପଣ କେନ୍ଦ୍ର ପ୍ରତିଷ୍ଠିତ ହୋଇଛି ?
ଉ : ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ରକେଟ୍ ଉକ୍ଷେପଣ କେନ୍ଦ୍ର ପ୍ରତିଷ୍ଠିତ ହୋଇଛି ।
(ଞ) “ଭାସ୍କର-ପ୍ରଥମ” ଉପଗ୍ରହ ପ୍ରେରଣ ପାଇଁ କେଉଁ ଦେଶର ସହାୟତା ନିଆଯାଇଥିଲା ?
ଉ : ‘ଭାସ୍କର ପ୍ରଥମ’ ଉପଗ୍ରହ ପ୍ରେରଣ ପାଇଁ ରୁଷିଆ ଦେଶର ସହାୟତା ନିଆଯାଇଥିଲା ।
୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ?
(କ) କେଉଁଠାରେ ପ୍ରଥମ ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇଥିଲା ?
(i) ମୁମ୍ବାଇ (ii) ଦିଲ୍ଲୀ (iii) ଖଡ଼ଗପୁର (iv) ଚେନ୍ନାଇ
(ଖ) ପରମାଣୁ ଶକ୍ତି ଆୟୋଗର ପ୍ରଥମ ଅଧ୍ୟକ୍ଷ କିଏ ଥିଲେ ?
(i) ଜବାହରଲାଲ୍ ନେହେରୁ (ii) ହୋମି ଜାହାଙ୍ଗୀର ଭାବା (iii) ଅବଦୁଲ୍ କାଲାମ୍ (iv) ବିକ୍ରମ ସରାଭାଇ
(ଗ) କେଉଁଟି ଆଣବିକ ରିଆକ୍ଟର ନୁହେଁ ?
(i) ଧ୍ରୁବ (ii) ଆକାଶ (iii) ଅପସରା (iv) କାମିନୀ
(ଘ) ଏକୀଭୂତ ନିୟନ୍ତ୍ରତ କ୍ଷେପଣାସ୍ତ୍ର ବିକାଶ କାର୍ଯ୍ୟକ୍ରମ କେବେଠାରୁ ଆରମ୍ଭ ହେଲା ?
(i) ୧୯୬୨ (ii)୧୯୭୪ (iii) ୧୯୮୩ (iv) ୧୯୮୪
(ଙ) ଉପଗ୍ରହ ଯୋଗାଯୋଗ କେନ୍ଦ୍ର କେଉଁଠାରେ ଅବସ୍ଥିତ ?
(i) ଇନ୍ଦୋର (ii) ଟ୍ରମ୍ବେ (iii) ଆର୍ଭି (iv) ଲକ୍ଷ୍ନୌ
୫ । ପାଠରେ ଦିଆଯାଇଥିବା “ତୁମ ପାଇଁ କାମ” ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର |
Q&A ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ପ୍ରାୟ ୬୦ଟି ଶବ୍ଦରେ ଉତ୍ତର ଦିଅ ।
(କ) ଭାରତରେ ବିଜ୍ଞାନ ଓ ବୈଷୟିକ ଗବେଷଣାର ଅଗ୍ରଗତି ପାଇଁ ୧୯୪୭ ରୁ ଭାରତ ସରକାର କି କି ବ୍ୟବସ୍ଥାମାନ କରିଛନ୍ତି ସଂକ୍ଷେପରେ ଲେଖ ।
ଉ :(i) ଭାରତରେ ବୈଜ୍ଞାନିକ ଓ ବୈଷୟିକ ଗବେଷଣାର ଅଗ୍ରଗତି ପାଇଁ ସ୍ଵାଧୀନତା ପୂର୍ବରୁ ୧୯୪୭ ଜାନୁଆରୀ ୪ ତାରିଖରେ ଭାରତର ପ୍ରଥମ ଜାତୀୟ ପରୀକ୍ଷାଗାରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା, ଯାହା ଜାତୀୟ ଭୌତିକ କି ପରୀକ୍ଷାଗାର ନାମରେ ନାମିତ ହେଲା ।
(ii) ସ୍ଵାଧୀନତାପରେ ଜବାହରଲାଲ ନେହେରୁଙ୍କ ଅଧ୍ଯକ୍ଷତାରେ ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ ଗଠନ କରାଗଲା ।
(iii) ଏହି ପରିଷଦ ଭାରତରେ ଥିବା ଜାତୀୟ ଗବେଷଣାଗାର ଜାତୀୟ ଗବେଷଣାଗାର ବୈଜ୍ଞାନିକ ପ୍ରତିଷ୍ଠାନଗୁଡ଼ିକୁ ଆର୍ଥିକ ସହାୟତା ଓ ଦିଗ୍ଦର୍ଶନ ପ୍ରଦାନ କଲା ।
(iv) ବୈଷୟିକ ଶିକ୍ଷାର ବିକାଶ ପାଇଁ ୨୨ ଜଣିଆ କମିଟି ଗଠନ କରାଯାଇ ସେହି କମିଟିର ସୁପାରିସ୍ ଅନୁଯାୟୀ ଆମେରିକାର ମାଶାଚୁସେଟ୍ସ ବୈଷୟିକ ଶିକ୍ଷାନୁଷ୍ଠାନ ଢାଞ୍ଚାରେ ୧୯୫୧ ଅଗଷ୍ଟ ମସିହା ୧୮ ତାରିଖରେ ଖଡଗପୁରରେ ପ୍ରଥମ ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ଆରମ୍ଭ ହେଲା ।
(v) ପରେ ପରେ ବମ୍ବେ, ଚେନ୍ନାଇ, କାନପୁରଠାରେ ମଧ୍ୟ ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠିତ ହେଲା ।
(vi) ଏତତ୍ ବ୍ୟତୀତ ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ, ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା କେନ୍ଦ୍ର ଅନୁଷ୍ଠାନ, ଆଞ୍ଚଳିକ ଗବେଷଣା କେନ୍ଦ୍ର, କେନ୍ଦ୍ରୀୟ ଗବେଷଣାକେନ୍ଦ୍ର ଓ ବିଜ୍ଞାନ ଶିଳ୍ପ ଗବେଷଣା କେନ୍ଦ୍ରମାନ ପ୍ରତିଷ୍ଠା କରାଗଲା ।

No comments:
Post a Comment