10th class odia medium history Bharatare bigyan o baisaika gyana ra bikash notes

Class 10 history unit 3 chapter 5 bharatare bigyana o baisayika gyanara bikasa ( ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ )  | Bharatare Bigyana O Baisaika Bigyanara Bikasa, Class 10 History,  Bharatare bigyana o baishayika gyanara bikasha question answer, bharatare bigyana 10th class mcq . 

10th class odia medium history Bharatare bigyan o baisaika gyana ra bikash notes



ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ ପ୍ରଶ୍ନ ଉତ୍ତର

ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ଗୋଟି ଶବ୍ଦରେ ଲେଖ ।

(କ) ବିଜ୍ଞାନ ଓ ବୈଷୟିକ ବିଦ୍ୟାର ଉପଯୋଗିତା ସମ୍ପର୍କରେ ଜବାହରଲାଲ୍ ନେହେରୁଙ୍କର ମତ କ’ଣ ଥିଲା ? ଉ : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ବିଜ୍ଞାନ ଓ ବୈଷୟିକ ବିଦ୍ୟାର ଉପଯୋଗିତା ସଂପର୍କରେ ଦୃଢ଼ ବିଶ୍ବାସ ଥିଲା ଯେ–

(i) କେବଳ ବିଜ୍ଞାନ ହିଁ କ୍ଷୁଧା, ଦାରିଦ୍ର୍ୟ, ଅପରିଚ୍ଛନ୍ନତା, ନିରକ୍ଷରତା, ଅନ୍ଧବିଶ୍ଵାସ, ପ୍ରାକୃତିକ ସମ୍ବଳ ଅସିଦ୍ ବିନିଯୋଗ ପ୍ରଭୃତି ଭାରତର ଗୁରୁତର ସମସ୍ୟା ଗୁଡ଼ିକର ସମାଧାନ କରିପାରିବ ।

(ii) ଆର୍ଥନୀତିକ, ସାମାଜିକ ଓ ସାଂସ୍କୃତିକ ପ୍ରଗତି ପାଇଁ ବିଜ୍ଞାନ ଓ ବୈଷୟିକ ବିଦ୍ୟା ଅପରିହାର୍ଯ୍ୟ ଅଟେ ।

(iii) ବୈଜ୍ଞାନିକ ଗବେଷଣା ଓ ବୈଷୟିକ ଜ୍ଞାନ ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିପାରିବ । 


(ଖ) ସ୍ଵାଧୀନତା ପ୍ରାପ୍ତି ପରେ ଭାରତରେ କୃଷି ଓ ଶିଳ୍ପର ବିକାଶ ନିମନ୍ତେ କ’ଣ କରାଯାଇଛି ?

ଉ :(i) ସ୍ଵାଧୀନତା ପ୍ରାପ୍ତିପରେ କୃଷିକ୍ଷେତ୍ରରେ ବିକାଶ ପାଇଁ ବିଜ୍ଞାନ ଶିକ୍ଷାର ବ୍ୟାପକ କରାଗଲା ।

(ii) ବିଂଶ ଶତାବ୍ଦୀର ସପ୍ତମ ଦଶକରେ ରାସାୟନିକ ସାର ଓ ଅଧିକ ଉତ୍ପାଦନକ୍ଷମ ବିହନର ବହୁଳ ବ୍ୟବହାର କରାଗଲା ।

(iii) ଜଳଉତ୍ସଗୁଡ଼ିକୁ ସୁବ୍ୟବସ୍ଥିତ କରି ଜଳସେଚନର ବ୍ୟବସ୍ଥା କରାଗଲା ।

(iv) ଜୈବ ପ୍ରଯୁକ୍ତି ବିଦ୍ୟାର ବିକାଶ ଓ କୃଷି କ୍ଷେତ୍ରରେ ଏହାର ୬ ବିନିଯୋଗ କରାଗଲା ।

(v) ୧୯୭୧ ମସିହାରେ କେନ୍ଦ୍ରରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ ନାମରେ ଏକ ସ୍ଵତନ୍ତ୍ର ବିଭାଗ ଖୋଲାଯାଇ ମୋ କୃଷିର ବିକାଶ ପାଇଁ ପ୍ରୟାସ କରାଗଲା ।

(vi) ଶିଳ୍ପର ବିକାଶ ପାଇଁ ମଧ୍ଯ ୧୯୭୩ ମସିହାରେ ‘ଭାରତୀୟ କୁନି ଇସ୍ପାତ ପ୍ରାଧିକରଣ ଲିମିଟେଡ’ ନାମକ ଏକ ସରକାରୀ ସଂସ୍ଥା ଖୋଲାଯାଇ ଇସ୍ପାତ ଶିଳ୍ପ ଉପରେ ଗୁରୁତ୍ବ ଦିଆଗଲା ।

 (vii) ଏହି କଂପାନୀ ଭାରତରେ ପ୍ରତିଷ୍ଠା କରାଯାଉଥିବା ପାଞ୍ଚଟି ନିତି ଏକୀକୃତ ଇସ୍ପାତ ପ୍ରକଳ୍ପର ପରିଚାଳନା ଭାର ହାତକୁ ନେଲା ।


(ଗ) ପରମାଣୁ ଶକ୍ତିର ବିକାଶ ପାଇଁ ଭାରତ ସରକାର କି କି ପଦକ୍ଷେପ ନେଇଛନ୍ତି ?

ଉ : ପରମାଣୁ ଶକ୍ତିର ବିକାଶ ପାଇଁ ଭାରତ ସରକାର ନିମ୍ନୋକ୍ତ ପଦକ୍ଷେପମାନ ନେଇଛନ୍ତି, ଯଥା—

(i) ୧୯୪୮ ଅଗଷ୍ଟ ମାସରେ ଭାରତ ସରକାର ‘ପରମାଣୁ ଶକ୍ତି ଆୟୋଗ’ ଗଠନ କରିଛନ୍ତି ।

(ii) ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ବିଶ୍ଵାସ ଥିଲା ଯେ ପରମାଣୁ ଶକ୍ତି ହିଁ ସାମାଜି କ, ଆର୍ଥନୀତିକ ଓ ରାଜନୀତିକ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ । ତେଣୁ ସେ ୧୯୫୪ ମସିହାରେ ଏକ ସ୍ଵତନ୍ତ୍ର ପରମାଣୁ ଶକ୍ତି ବିଭାଗ ଖୋଲିଥିଲେ ।

 (iii) ୧୯୫୬ ମସିହାରେ ଟ୍ରମ୍ବେଠାରେ ଭାରତର ପ୍ରଥମ ଆଣବିକ ରିଆକ୍ଟର ପ୍ରତିଷ୍ଠା କରାଗଲା । 

(iv) ଏବଂ ସେହିବର୍ଷ ଟ୍ରମ୍ବେଠାରେ ଭାବା ଆଣବିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠିତ ହେଲା ।

(v) ଏହି ଭାବା ଆଣବିକ କେନ୍ଦ୍ର ତତ୍ତ୍ୱାବଧାନରେ ଅନେକ ଗବେଷଣା କେନ୍ଦ୍ର ପଶ୍ଚିମବଙ୍ଗ, କାଶ୍ମୀର ଓ କର୍ଣ୍ଣାଟକରେ ଗଢ଼ିଉଠିଲା ।

(vi) ୧୯୮୪ ମସିହାରେ ଇନ୍ଦୋରଠାରେ ଉନ୍ନତ ବୈଷୟିକ ଜ୍ଞାନକେନ୍ଦ୍ର ନାମକ ଏକ ଗବେଷଣା ସଂସ୍ଥା ମଧ୍ୟ ପ୍ରତିଷ୍ଠିତ ହେଲା ।

(vii) ୧୯୭୪ ମେ ୧୮ ଓ ୧୯୯୮ ମେ ୧୧ ଓ ୧୩ରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ଥର ପାଇଁ ପରମାଣୁ ବୋମା ବିସ୍ଫୋରଣ ପରୀକ୍ଷା ମଧ୍ଯ କରାଗଲା ।


(ଘ) ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଅଗ୍ରଗତି ସମ୍ପର୍କରେ ସୂଚନା ଦିଅ ।

ଉ : ୧୯୬୨ରେ ଚୀନ୍ ଆକ୍ରମଣବେଳେ ଭାରତୀୟ ସୈନ୍ୟବାହିନୀର ଦୁର୍ବଳତାକୁ ଆଖ୍ ଆଗରେ ରଖୁ ଭାରତୀୟ ପ୍ରତିରକ୍ଷାକୁ ସୁଦୃଢ଼ କରିବା ପାଇଁ ଭାରତ ସରକାର ଯଥେଷ୍ଟ ପଦକ୍ଷେପ ନେଇଛନ୍ତି । ସେଗୁଡ଼ିକ ହେଲା :-

(i) ଚୀନ୍ ଆକ୍ରମଣ ପୂର୍ବରୁ ୧୯୫୮ରେ ଭାରତ ସରକାର ରୁଷର ସହାୟତାରେ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ ଗଠିତ ହୋଇଥିଲା ।


(ii) ଗୋଟିଏ ପରେ ଗୋଟିଏ କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଇ ସେଗୁଡ଼ିକୁ ସୈନ୍ୟବାହିନୀରେ ସାମିଲ କରାଗଲା । 

(iii) ୧୯୮୩ ମସିହାରେ ଏକୀଭୂତ ନିୟନ୍ତ୍ରିତ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇ ଏଯାବତ୍ ଅଗ୍ନି, ପୃଥ୍ବୀ, ଧନୁଶ, ଆକାଶ, ତ୍ରିଶୂଳ, ନାଗ, ଶୌର୍ଯ୍ୟ ଓ ବ୍ରହ୍ମାସ ପ୍ରଭୃତି କ୍ଷେପଣାସ୍ତ୍ରର ବିକାଶ କରାଯାଇଛି ।

(iv) ଏହିସବୁ ପରୀକ୍ଷଣ ପାଇଁ ବାଲେଶ୍ଵରର ଚାନ୍ଦିପୁରଠାରେ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । 

(v) ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଓ ତା’ର ଗୁଣବତ୍ତା ପରୀକ୍ଷା କରି ଭାରତର ପ୍ରତିରକ୍ଷାକୁ ସୁଦୃଢ଼ କରିଛି ।

(vi) ଆକାଶବାହିନୀ ପାଇଁ ଅତିଉନ୍ନତମାନର ଯୁଦ୍ଧ ବିମାନ ତିଆରି କରିବାରେ ଭାରତୀୟ ବୈଜ୍ଞାନିକମାନେ ସଫଳ ହୋଇଛନ୍ତି ।

(vi) ନୌବାହିନୀ ପାଇଁ ଆବଶ୍ୟକ ଜଳ ଜାହାଜ, ବୁଡ଼ାଜାହାଜ ଅନ୍ୟାନ୍ୟ ଯନ୍ତ୍ରପାତି ଦେଶୀୟ କାରିଗରୀ କୌଶଳ ଦ୍ଵାରା ନିର୍ମାଣ କରାଯାଇ ନୌବାହିନୀକୁ ସୁଦୃଢ଼ କରାଯାଇଛି ।

 (vi) ପ୍ରତି ରକ୍ଷା ପାଇଁ ଆମ ଦେଶରେ ଯାନବାହନ, ଗୋଳାବାରୁଦ, ବୈଦ୍ୟୁତିକ ଯନ୍ତ୍ରପାତି ମଧ୍ୟ ଉତ୍ପାଦିତ ହୋଇଛି ।


(‍) ବିଜ୍ଞାନ ଓ ବୈଷୟିକ ବିଦ୍ୟାର ବିକାଶ ଫଳରେ ଭାରତ କିପରି ଲାଭବାନ ହୋଇଛି ?

ଉ : ବିଜ୍ଞାନ ଓ ବୈଷୟିକ ବିଦ୍ୟାର ବିକାଶ ଫଳରେ ଭାରତରେ

ନିମ୍ନଲିଖତ ଉନ୍ନତି ସାଧୁତ ହୋଇଛି :- ୪୦୬୪

(i) ଦେଶରେ ଉପଲବ୍ଧ ବୈଷୟିକ ଜ୍ଞାନ କୌଶଳକୁ ଉପଯୋଗ କରି ସମସ୍ତ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଅଣାଯାଇଛି । 

(ii) ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଉତ୍ପାଦନରେ ଭାରତ ସ୍ବାବଲମ୍ବୀ ହୋଇପାରିଛି ।

(ii) ଶିଳ୍ପକ୍ଷେତ୍ରରେ ଭାରତ ପାରଦର୍ଶିତା ହାସଲ କରିପାରିଛି । 

(iv) ପ୍ରତିରକ୍ଷା କ୍ଷେତ୍ରରେ ସ୍ଵଦେଶୀ ଜ୍ଞାନ କୌଶଳ ପ୍ରୟୋଗ କରି ଭାରତ ଶକ୍ତିଶାଳୀ ହୋଇପାରିଛି ।

(v) ମହାକାଶ ଗବେଷଣା, ସାମୁଦ୍ରିକ ବିଜ୍ଞାନ ଗବେଷଣା ଓ ପରିବେଶ ବିଜ୍ଞାନ ସଂପର୍କରେ ଜ୍ଞାନ ଆହରଣ ଓ ବିନିଯୋଗ ପ୍ରକ୍ରିୟା ବଳବତ୍ତର ହୋଇପାରିଛି ।

(vi) ଭାରତର ମାନବ ସମ୍ବଳ ପ୍ରଶିକ୍ଷିତ ଓ ଦକ୍ଷ ହୋଇପାରିଛନ୍ତି ।


୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଓ ଲେଖ ।


(କ) କେଉଁ ଉଦ୍ଦେଶ୍ୟରେ ଭାରତର ବୈଷୟିକ ଅନୁଷ୍ଠାନମାନ ପ୍ରତିଷ୍ଠା କରାଯାଇଛି ?

ଉ : ଭାରତରେ ବୈଜ୍ଞାନିକ ଓ ବୈଷୟିକ ଶିକ୍ଷାର ବିକାଶ ତଥା ଦେଶର ଆର୍ଥନୀତିକ, ସାମାଜିକ ଓ ସାଂସ୍କୃତିକ ପ୍ରଗତି, ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ ତଥା କୃଷି, ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଭାରତରେ ବୈଷୟିକ ଅନୁଷ୍ଠାନମାନ ପ୍ରତିଷ୍ଠା କରାଯାଇଛି ।

(ଖ) ଭାରତୀୟ ଇସ୍ପାତ ପ୍ରାନ୍କକରଣ ଲିମିଟେଡ୍ କେବେ ଗଠିତ ହେଲା ଓ କେବେ କାର୍ଯ୍ୟ ଆରମ୍ଭ କଲା ?

 ଉ :(i) ୧୯୭୩ ମସିହାରେ ‘ଭାରତୀୟ ଇସ୍ପାତ ପ୍ରାଧ୍ଵରଣ ଲିମିଟେଡ୍’ ନାମରେ ଏକ ସରକାରୀ ସଂସ୍ଥା ଆତ୍ମପ୍ରକାଶ କରିଥଲା ।

(ii) ଏହି କମ୍ପାନୀ ଭାରତରେ ପ୍ରତିଷ୍ଠା କରାଯାଉଥିବା ପାଞ୍ଚଟି ଏକୀକୃତ ଇସ୍ପାତ ପ୍ରକଳ୍ପର ପରିଚାଳନା ଭାର ସେହିବର୍ଷ ହାତକୁ ନେଇଥିଲା ।

(ଗ) ଜବାହରଲାଲ୍ ନେହେରୁ ଆଣବିକ ଶକ୍ତି କ୍ଷେତ୍ରକୁ କାହିଁକି ଗୁରୁତ୍ବ ଦେଉଥ୍ଲେ ?

ଉ :(i) ଜବାହରଲାଲ ନେହେରୁଙ୍କ ମତରେ ପରମାଣୁ ଶକ୍ତି ସାମାଜିକ, ଆର୍ଥନୀତିକ ଓ ରାଜନୀତିକ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ ଓ ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିପାରିବ ।

(ii) ତେଣୁ ସେ ପରମାଣୁ ଶକ୍ତି କ୍ଷେତ୍ରକୁ ଗୁରୁତ୍ଵ ଦେଇଥିଲେ ।


 (ଘ) ଭାବା ଆଣବିକ ଗବେଷଣା କେନ୍ଦ୍ର କେବେ ଏବଂ କେଉଁଠାରେ ପ୍ରତିଷ୍ଠା କରାଗଲା ?

ଉ : ୧୯୫୬ରେ ଟ୍ରମ୍ବେଠାରେ ଭାବା ଆଣବିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ।


(ଡ) ଭାରତ କେବେ ଏବଂ କେଉଁଠାରେ ତା’ର ପ୍ରଥମ ପରମାଣୁ ବୋମା ବିସ୍ଫୋରଣ କରିଥିଲା ? 

ଉ : ୧୯୭୪ ମସିହା ମେ’ ୧୮ ତାରିଖରେ ରାଜସ୍ଥାନର ପୋଖରାନ୍‌ରେ ଭାରତ ତା’ର ପ୍ରଥମ ପରମାଣୁ ବୋମା ବିସ୍ଫୋରଣ ପରୀକ୍ଷା କରିଥିଲା । 

 (ଚ) କେଉଁ କାରଣରୁ ଭାରତ ତା’ର ପ୍ରତିରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବାର ଆବଶ୍ୟକତା ଉପଲବ୍ଧି କଲା ?

ଉ : ୧୯୬୨ର ଚୀନ୍-ଭାରତ ଯୁଦ୍ଧ ଓ ସେଥିରେ ଭାରତୀୟ । ସୈନ୍ୟବାହିନୀର ଦୁର୍ବଳତା ଦେଖ୍ ଭାରତ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ଦୃଢ଼କରିବାର ଆବଶ୍ୟକତା ଉପଲବ୍ଧି କରିଛି ।


(ଛ) ୧୯୬୩ ମସିହାରେ କେଉଁଠାରେ ଏକ ରକେଟ୍ ଇକ୍ଷେପଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ଏବଂ ଏହାର ନାମ କ’ଣ ରଖାଯାଇଥିଲା ?


ଉ : ୧୯୬୩ ମସିହାରେ କେରଳର ଥୁରୁବନ୍ତପୁରମ୍ଠାରେ ଏକ ରକେଟ୍ ଉକ୍ଷେପଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଯାହାର ନାମ ଥୁମ୍ବା ବିଷୁବୀୟ ରକେଟ୍ ଉକ୍ଷେପଣ କେନ୍ଦ୍ର ରଖାଯାଇଛି ।


() ଭାରତ ତିଆରି ପ୍ରଥମ କୃତ୍ରିମ ଉପଗ୍ରହର ନାମ କ’ଣ ଏବଂ ଏହା କେଉଁଦିନ ମହାକାଶକୁ ପ୍ରେରଣ କରାଯାଇଥିଲା ?

ଉ :(i) ଭାରତ ତିଆରି ପ୍ରଥମ କୃତ୍ରିମ ଉପଗ୍ରହର ନାମ ହେଉଛି ଆର୍ଯ୍ୟଭଟ୍ଟ । 

(ii) ୧୯୭୫ ଏପ୍ରିଲ ୧୯ ତାରିଖରେ ଏହାକୁ ସଫଳତାର ସହିତ ମହାକାଶକୁ ପ୍ରେରଣ କରାଯାଇଥିଲା ।


(ଝ) ଭାରତର ପ୍ରଥମ ଯୋଗାଯୋଗ ଉପଗ୍ରହ କେବେ ମହାକାଶକୁ ପ୍ରେରିତ ହେଲା ଏବଂ ତାହାର ନାମ କ’'ଣ ?

ଉ :(i) ଭାରତର ପ୍ରଥମ ଯୋଗାଯୋଗ ଉପଗ୍ରହ ହେଲା ‘ଆପ୍‌ଲ୍’ । 

(i) ୧୯୮୧ ଜୁନ୍ ୧୯ ତାରିଖରେ ଏହାକୁ ସଫଳତାର ସହିତ ମହାକାଶକୁ ପ୍ରେରଣ କରାଯାଇଛି । 


(ଞ) ଭାରତ ମହାକାଶରେ ଛାଡ଼ିଥ‌ିବା କୃତ୍ରିମ ଉପଗ୍ରହଗୁଡ଼ିକ ମୁଖ୍ୟତଃ କେଉଁ କ୍ଷେତ୍ରରେ ଉପଯୋଗୀ ହୋଇପାରିଛି ? 

ଉ : ଭାରତ ଦ୍ଵାରା ପ୍ରେରିତ କୃତ୍ରିମ ଉପଗ୍ରହଗୁଡ଼ିକ ମୁଖ୍ୟତଃ ଯୋଗାଯୋଗ, ପାଣିପାଗର ପୂର୍ବାନୁମାନ ଦେବାରେ ଉପଯୋଗୀ ହୋଇପାରିଛି ।


୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ । 

(କ) କେବେ ଭାରତର ପ୍ରଥମ ଜାତୀୟ ପରୀକ୍ଷାଗାରର ଭିଭି ପ୍ରସ୍ତର ସ୍ଥାପନ କରାଯାଇଥିଲା ?

ଉ: ୧୯୪୭ ମସିହା ଜାନୁଆରୀ ୪ ତାରିଖରେ ଭାରତର ପ୍ରଥମ ଜାତୀୟ ପରୀକ୍ଷାଗାରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।


(ଖ) ବୈଜ୍ଞାନିକ ଓ ଶିଳ୍ପ ଗବେଷଣା କେନ୍ଦ୍ରର ପ୍ରଥମ ଅଧ୍ୟକ୍ଷ କିଏ ଥିଲେ ?

ଉ : ପଣ୍ଡିତ ଜବାହରଲାଲ ନେହେରୁ ‘ବୈଜ୍ଞାନିକ ଶିଳ୍ପ ଗବେଷଣା ପରିଷଦ’ର ଅଧ୍ୟକ୍ଷ ଥିଲେ ।


(ଗ) କେଉଁ ଅନୁଷ୍ଠାନ ଢାଞ୍ଚାରେ ଭାରତରେ ବୈଷୟିକ ଶିକ୍ଷାନୁଷ୍ଠାନ ଗଠନ କରାଗଲା ?

ଉ : ଆମେରିକାର ମାଶାଚୁସେଟ୍ସ ବୈଷୟିକ ଶିକ୍ଷାନୁଷ୍ଠାନ ଢାଞ୍ଚାରେ ଭାରତରେ ବୈଷୟିକ ଶିକ୍ଷାନୁଷ୍ଠାନ ଗଠନ କରାଗଲା ।


(ଘ) ଭାରତର କେନ୍ଦ୍ରୀୟଶାସନରେ କେବେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ ସୃଷ୍ଟି କରାଗଲା ?

ଉ : ଭାରତର କେନ୍ଦ୍ର ଶାସନରେ ୧୯୭୧ ମସିହାରେ ବିଜ୍ଞାନ ବୈଷୟିକ ମନ୍ତ୍ରଣାଳୟ ବିଭାଗ ସୃଷ୍ଟି କରାଯାଇଥିଲା । 

(ଙ) କେବେ ଭାରତର କେନ୍ଦ୍ରୀୟଶାସନରେ ଏକ ସ୍ଵତନ୍ତ୍ର ପରମାଣୁ ଶକ୍ତି ବିଭାଗ ଖୋଲାଯାଇଥିଲା ?

ଉ : ୧୯୫୪ ମସିହାରେ ଏକ ସ୍ଵତନ୍ତ୍ର ପରମାଣୁ ଶକ୍ତି ବିଭାଗ ଖୋଲାଯାଇଥିଲା ।


(ଚ) ଇନ୍ଦୋରରେ ଥ‌ିବା ଆଣବିକ ପ୍ରତିଷ୍ଠାନର ନାମ କ’ଣ ?

ଉ : ୧୯୮୪ ମସିହାରେ ଇନ୍ଦୋରରେ ପ୍ରତିଷ୍ଠିତ ଆଣବିକ ପ୍ରତିଷ୍ଠାନର ନାମ ହେଲା– “ଉନ୍ନତ ବୈଷୟିକ ଜ୍ଞାନ କେନ୍ଦ୍ର” ।


(ଛ) ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ କେବେ ଗଠିତ ହୋଇଥିଲା ?

ଉ : ୧୯୫୮ ମସିହାରେ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ ଗଠିତ ହୋଇଥିଲା ।


() ଅଗ୍ନି କ୍ଷେପଣାସ୍ତ୍ର କେଉଁଠାରେ ପରୀକ୍ଷା କରାଯାଇଥିଲା ?

ଉ : ଅଗ୍ନି କ୍ଷେପଣାସ୍ତ୍ର ଓଡ଼ିଶାର ଚାନ୍ଦିପୁରଠାରେ ପରୀକ୍ଷା କରାଯାଇଥିଲା ।


(ଝ) ଆନ୍ଧ୍ରପ୍ରଦେଶର କେଉଁସ୍ଥାନରେ ଏକ ରକେଟ୍ ଉକ୍ଷେପଣ କେନ୍ଦ୍ର ପ୍ରତିଷ୍ଠିତ ହୋଇଛି ? 

ଉ : ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ରକେଟ୍ ଉକ୍ଷେପଣ କେନ୍ଦ୍ର ପ୍ରତିଷ୍ଠିତ ହୋଇଛି ।


(ଞ) “ଭାସ୍କର-ପ୍ରଥମ” ଉପଗ୍ରହ ପ୍ରେରଣ ପାଇଁ କେଉଁ ଦେଶର ସହାୟତା ନିଆଯାଇଥିଲା ?

ଉ : ‘ଭାସ୍କର ପ୍ରଥମ’ ଉପଗ୍ରହ ପ୍ରେରଣ ପାଇଁ ରୁଷିଆ ଦେଶର ସହାୟତା ନିଆଯାଇଥିଲା ।


୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ?

(କ) କେଉଁଠାରେ ପ୍ରଥମ ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇଥିଲା ?

(i) ମୁମ୍ବାଇ    (ii) ଦିଲ୍ଲୀ    (iii) ଖଡ଼ଗପୁର    (iv) ଚେନ୍ନାଇ


(ଖ) ପରମାଣୁ ଶକ୍ତି ଆୟୋଗର ପ୍ରଥମ ଅଧ୍ୟକ୍ଷ କିଏ ଥିଲେ ?

 (i) ଜବାହରଲାଲ୍ ନେହେରୁ (ii) ହୋମି ଜାହାଙ୍ଗୀର ଭାବା (iii) ଅବଦୁଲ୍ କାଲାମ୍ (iv) ବିକ୍ରମ ସରାଭାଇ


(ଗ) କେଉଁଟି ଆଣବିକ ରିଆକ୍ଟର ନୁହେଁ ?

(i) ଧ୍ରୁବ (ii) ଆକାଶ   (iii) ଅପସରା     (iv) କାମିନୀ


(ଘ) ଏକୀଭୂତ ନିୟନ୍ତ୍ରତ କ୍ଷେପଣାସ୍ତ୍ର ବିକାଶ କାର୍ଯ୍ୟକ୍ରମ କେବେଠାରୁ ଆରମ୍ଭ ହେଲା ?

(i) ୧୯୬୨    (ii)୧୯୭୪    (iii) ୧୯୮୩    (iv) ୧୯୮୪


(ଙ) ଉପଗ୍ରହ ଯୋଗାଯୋଗ କେନ୍ଦ୍ର କେଉଁଠାରେ ଅବସ୍ଥିତ ?

(i) ଇନ୍ଦୋର    (ii) ଟ୍ରମ୍ବେ    (iii) ଆର୍‌ଭି    (iv) ଲକ୍ଷ୍ନୌ


୫ । ପାଠରେ ଦିଆଯାଇଥିବା “ତୁମ ପାଇଁ କାମ” ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର | 


Q&A ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ପ୍ରାୟ ୬୦ଟି ଶବ୍ଦରେ ଉତ୍ତର ଦିଅ ।

(କ) ଭାରତରେ ବିଜ୍ଞାନ ଓ ବୈଷୟିକ ଗବେଷଣାର ଅଗ୍ରଗତି ପାଇଁ ୧୯୪୭ ରୁ ଭାରତ ସରକାର କି କି ବ୍ୟବସ୍ଥାମାନ କରିଛନ୍ତି ସଂକ୍ଷେପରେ ଲେଖ ।

ଉ :(i) ଭାରତରେ ବୈଜ୍ଞାନିକ ଓ ବୈଷୟିକ ଗବେଷଣାର ଅଗ୍ରଗତି ପାଇଁ ସ୍ଵାଧୀନତା ପୂର୍ବରୁ ୧୯୪୭ ଜାନୁଆରୀ ୪ ତାରିଖରେ ଭାରତର ପ୍ରଥମ ଜାତୀୟ ପରୀକ୍ଷାଗାରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା, ଯାହା ଜାତୀୟ ଭୌତିକ କି ପରୀକ୍ଷାଗାର ନାମରେ ନାମିତ ହେଲା ।

(ii) ସ୍ଵାଧୀନତାପରେ ଜବାହରଲାଲ ନେହେରୁଙ୍କ ଅଧ୍ଯକ୍ଷତାରେ ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ ଗଠନ କରାଗଲା ।

(iii) ଏହି ପରିଷଦ ଭାରତରେ ଥିବା ଜାତୀୟ ଗବେଷଣାଗାର ଜାତୀୟ ଗବେଷଣାଗାର ବୈଜ୍ଞାନିକ ପ୍ରତିଷ୍ଠାନଗୁଡ଼ିକୁ ଆର୍ଥିକ ସହାୟତା ଓ ଦିଗ୍‌ଦର୍ଶନ ପ୍ରଦାନ କଲା ।

 (iv) ବୈଷୟିକ ଶିକ୍ଷାର ବିକାଶ ପାଇଁ ୨୨ ଜଣିଆ କମିଟି ଗଠନ କରାଯାଇ ସେହି କମିଟିର ସୁପାରିସ୍ ଅନୁଯାୟୀ ଆମେରିକାର ମାଶାଚୁସେଟ୍ସ ବୈଷୟିକ ଶିକ୍ଷାନୁଷ୍ଠାନ ଢାଞ୍ଚାରେ ୧୯୫୧ ଅଗଷ୍ଟ ମସିହା ୧୮ ତାରିଖରେ ଖଡଗପୁରରେ ପ୍ରଥମ ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ଆରମ୍ଭ ହେଲା ।

(v) ପରେ ପରେ ବମ୍ବେ, ଚେନ୍ନାଇ, କାନପୁରଠାରେ ମଧ୍ୟ ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠିତ ହେଲା ।

(vi) ଏତତ୍ ବ୍ୟତୀତ ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ, ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା କେନ୍ଦ୍ର ଅନୁଷ୍ଠାନ, ଆଞ୍ଚଳିକ ଗବେଷଣା କେନ୍ଦ୍ର, କେନ୍ଦ୍ରୀୟ ଗବେଷଣାକେନ୍ଦ୍ର ଓ ବିଜ୍ଞାନ ଶିଳ୍ପ ଗବେଷଣା କେନ୍ଦ୍ରମାନ ପ୍ରତିଷ୍ଠା କରାଗଲା ।


Comments

Popular posts from this blog

Write a letter to a friend of yours asking him why he did not attend your birthday party this year.

The Winter Season Essay For Class 10

Odia Medium 10th Class The Solitary Reaper Question Answer PDF