10th class history swadhinata parabarti bharatiya arthaniti notes ସ୍ୱାଧୀନତା ପରବର୍ତ୍ତୀ ଭାରତୀୟ ଅର୍ଥନୀତି ||ଦଶମ ଶ୍ରେଣୀ ଇତିହାସ ତୃତୀୟ ଅଧ୍ୟାୟ,ଚତୁର୍ଥ ପାଠ notes ଏହି Note ର PDF download | class 10 question answer odia medium Swadhinata parabarti bharatiya arthaniti question answer pdf Swadhinata parabarti bharatiya arthaniti question answer class 10 Swadhinata parabarti bharatiya arthaniti question answer class.
Swadhinata Parabarti Bharatiya Arthaniti Question Answer
ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର
୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ଗୋଟି ଶବ୍ଦରେ ଲେଖ ।
(କ) ସ୍ଵାଧୀନତା ବେଳକୁ ଭାରତର ଆର୍ଥ ନୀତି କ ସମସ୍ୟାଗୁଡ଼ିକ କ’ଣ ଥିଲା ଓ ଭାରତୀୟ ଅର୍ଥନୀତିରେ ସୁଧାର ଆଣିବାପାଇଁ କି କି ସୁବିଧା ଉପଲବ୍ଧ ଥିଲା ?
ଉ :(i) ପ୍ରାୟ ଦୁଇ ଶହ ବର୍ଷର ବ୍ରିଟିଶ୍ ଔପନିବେଶିକ ଶାସନ ଭାରତର ଅର୍ଥନୀତିକୁ ରୁଗ୍ଣ ଓ ପଙ୍ଗୁ କରିଦେଇଥିଲା ।
(ii) ଭାରତର ପ୍ରମୁଖ ଆର୍ଥିକ ସମସ୍ୟାଗୁଡ଼ିକ ହେଲା : ପରିବ୍ୟାପ୍ତ ଦାରିଦ୍ର୍ୟ, ନିରକ୍ଷରତା, ଅଜ୍ଞାନତା, ବିପର୍ଯ୍ୟସ୍ତ କୃଷି ବ୍ୟବସ୍ଥା, ଶିଳ୍ପାୟନ କ୍ଷେତ୍ରରେ ସ୍ଥାଣୁତା ଏବଂ ହସ୍ତଶିଳ୍ପ ଓ କୁଟୀର ଶିଳ୍ପର ଅଧୋଗତି |
(iii) ଭାରତୀୟ ଏହି ଆର୍ଥନୀତିକ ସମସ୍ୟାଗୁଡ଼ିକ | ସ୍ଵାଧୀନଭାରତରେ ସୁଧାର ଆଣିବାପାଇଁ ବିଭିନ୍ନ ସୁବିଧା ସ୍ଵାଧୀନତା ବେଳକୁ ଉପଲବ୍ଧ ଥିଲା । ସେଗୁଡ଼ିକ ହେଲା :
(iv) ଭାରତୀୟ ଶିଳ୍ପାୟନକୁ ଆଗକୁ ନେଇ ଆଣି ପାରିଥିବା । କେତେକ ପୁଞ୍ଜିପତି ଓ ଶିଳ୍ପପତିଙ୍କ ଉପସ୍ଥିତି ।
(v) ଭାରତର ପର୍ଯ୍ୟାପ୍ତ ଖଣିଜସଂପଦ ଓ ପ୍ରାକୃତି ବିଭବ ।
(vi) ଭାରତର ମାନବ ସଂପଦ ଏବଂ ଭାରତୀୟମାନଙ୍କ ହାତରେ ଥିବା ବ୍ୟାଙ୍କ୍, ବୀମା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଆର୍ଥିକ ଉପଚାର ।
(vii) ମୋଟାମୋଟି କହିବାକୁ ଗଲେ ସ୍ଵାଧୀନତା ପ୍ରାପ୍ତିବେଳକୁ ଭାରତବର୍ଷରେ ଏକ ନିଜସ୍ବ ଆର୍ଥନୀତିକ ଭିତ୍ତିଭୂମି ଉପଲବ୍ଧ ଥିଲା ।
(ଖ) ସ୍ଵାଧୀନତା ପରେ ଭାରତର ଅର୍ଥନୀତିକୁ ସୁଧାରିବା ପାଇଁ କେଉଁ ପ୍ରକାର ପଦକ୍ଷେପ ନେବାର ଆବଶ୍ୟକତା ଥୁଲା ?
ଉ : ସ୍ଵାଧୀନତା ପରେ ଭାରତର ଅର୍ଥନୀତିକୁ ସୁଧାରିବାପାଇଁ ଯେଉଁ ଯେଉଁ ପ୍ରକାର ପଦକ୍ଷେପ ନେବାର ଆବଶ୍ୟକତା ଥୁଲା – ସେଗୁଡ଼ିକ ହେଲା :
(i) ଆତ୍ମନିର୍ଭର ଶୀଳତା, ଉପରେ ଜୋର ଦେବା ।
(ii) ଆତ୍ମଦାନୀ ହ୍ରାସକରି ବ୍ୟାବସାୟିକ ସନ୍ତୁଳନକୁ ବଜାୟ ରଖ୍ ଭାରତୀୟ ବ୍ୟବସାୟକୁ ଶକ୍ତି ପ୍ରଦାନ କରିବାପାଇଁ ଦ୍ରୁତ ଶିଳ୍ପାୟନ ।
(iii) ପୁଞ୍ଜି ବିନିଯୋଗ କ୍ଷେତ୍ରରେ ସାମ୍ରାଜ୍ୟବାଦୀ ଓ ବିଦେଶପୁଞ୍ଜିପତି ଓ ଉଦ୍ୟୋଗପତିମାନଙ୍କୁ ଯଥାସମ୍ଭବ ବାରଣ ।
(iv) ଜମିଦାରୀ ପ୍ରଥା ଉଚ୍ଛେଦ ଓ ଭୂସଂସ୍କାରଦ୍ୱାରା ରୟତମାନଙ୍କୁ ସେମାନଙ୍କ ସ୍ଵତ୍ବ ପ୍ରଦାନ ।
(v) ସମବାୟ ଆନ୍ଦୋଳନକୁ ପ୍ରୋତ୍ସାହନ ଓ ମାନବ ସମ୍ବଳକୁ ପ୍ରଶିକ୍ଷଣ କରି ଦେଶର ପ୍ରଗତି ପାଇଁ ବିନିଯୋଗ ।
(vi) କୁଟୀର ଶିଳ୍ପର ବିକାଶ ଓ ସରକାରୀ ଉଦ୍ୟୋଗରେ ବୃହତ୍ ଶିଳ୍ପ ପ୍ରତିଷ୍ଠା ।
(vii) ଏକପ୍ରକାର ମିଶ୍ରିତ ଅର୍ଥନୀତିର ପରିବେଶ ସୃଷ୍ଟି ।
(viii) ଅନୁସୂଚିତ ଜାତି ଓ ଜନଜାତି ମାନଙ୍କୁ ଭାରତରେ ଆର୍ଥନୀତିକ ପ୍ରଗତି ସ୍ରୋତରେ ସାମିଲ କରିବା ।
(ଗ) ପ୍ରଥମ ଦୁଇଟି ପଞ୍ଚବାର୍ଷିକ ଯୋଜନାର ଉଦ୍ଦେଶ୍ୟ ଓ - ସୁଫଳ କ’ଣ ଥିଲା ?
ଉ :(i) ୧୯୫୦ ମସିହା ମାର୍ଚ୍ଚ ୧୫ ତାରିଖ ଦିନ ଭାରତର ସରକାର ଯୋଜନା ଆୟୋଗ ଗଠନ କଲେ ।
(ii) ୧୯୫୧ ରୁ ୧୯୫୬ ପର୍ଯ୍ୟନ୍ତ ପ୍ରଥମ ପଞ୍ଚବାର୍ଷି କୀ - ଯୋଜନା କାର୍ଯ୍ୟକାରୀ ହେଲା ।
(iii) ଏହି ଯୋଜନା ଦ୍ଵାରା କୃଷି ଓ ଜଳସେଚନ ଉପରେ ଅଧ୍ଵ ଗୁରୁତ୍ଵ ଦିଆଗଲା ।
(iv) ୧୯୫୨ ଅଗଷ୍ଟ ୬ ତାରିଖରେ ଜାତୀୟ ଉନ୍ନୟନ ପରିଷଦ ପ୍ରତିଷ୍ଠା କରାଗଲା ।
(v) ୧୯୫୬ରୁ ୧୯୬୧ ଯାଏ ଦ୍ଵିତୀୟ ପଞ୍ଚବାର୍ଷି କୀ ଯୋଜନାର ଅବଧୂ ଥିଲା ।
(vi) ଭାରତୀୟ ସମାଜରେ ସମାଜବାଦୀ ବ୍ୟବସ୍ଥାର ପ୍ରଚଳନ ଥିଲା ଏହି ପଞ୍ଚବାର୍ଷିକୀ ଯୋଜନାର ପ୍ରଧାନ ଉଦ୍ଦେଶ୍ୟ ।
(vii) ଜାତୀୟ ଆୟର ବୃଦ୍ଧି, ମୌଳିକ ଓ ବୃହତ ଶିଳ୍ପାୟନକୁ ଗୁରୁତ୍ବଦେଇ ଶିଳ୍ପର ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି, ଆୟ ଓ ଭୂସଂପତ୍ତିର ସୁଷମବଣ୍ଟନ, ଶିଳ୍ପକ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ପ୍ରୋତ୍ସାହନ, ଶିଳ୍ପାୟନ ଓ ସରକାରୀ ଉଦ୍ୟୋଗ ପ୍ରତିଷ୍ଠା, ବିଦେଶୀ ଜ୍ଞାନ କୌଶଳ ଉପୟୋଗରେ ୩ଟି ଇସ୍ପାତକାରଖାନା ପ୍ରତିଷ୍ଠା ଏହାର ପ୍ରଧାନ ଲକ୍ଷ୍ୟ ଥିଲା ।
(vii) ଭାରତର ସରକାର ଉକ୍ତ ଲକ୍ଷ୍ୟଗୁଡ଼ିକ ସାଧନ ପାଇଁ ଯଥେଷ୍ଟ ପ୍ରୟାସକରି ସଫଳ ମଧ୍ୟ ହୋଇଥିଲେ ।
(ଘ) ଚତୁର୍ଥ ପଞ୍ଚବାର୍ଷିକ ଯୋଜନାର ଉଦ୍ଦେଶ୍ୟ ସୁଫଳଗୁଡ଼ିକ କ’ଣ ଥିଲା ?
ଉ :(i) ୧୯୬୯ରୁ ୧୯୭୪ ମସିହା ପର୍ଯ୍ୟନ୍ତ ଚତୁର୍ଥ ପଞ୍ଚବାର୍ଷିକୀ ଯୋଜନା ଚାଲିଥିଲା ।
(ii) କୃଷିଜାତ ଦ୍ରବ୍ୟର ଅଧିକ ଉତ୍ପାଦନ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
(ii) ଏହି ଯୋଜନା କାଳରେ ଜନସାଧାରଣଙ୍କର ଜୀବନଧାରଣର ମାନକୁ ଅଧିକ ଉନ୍ନତକରିବା ଓ ସମତା, ସାମାଜିକ ନ୍ୟାୟ ଉପରେ ଗୁରୁତ୍ବ ଦିଆଯାଇଥିଲା ।
(iv) ଧନୀ ଓ ଦରିଦ୍ର ମଧ୍ୟରେ ଥିବା ତାରତମ୍ୟକୁ ହ୍ରାସ କରିବା ମଧ୍ୟ ଏହାର ଅନ୍ୟ ଏକ ଲକ୍ଷ୍ୟ ଥିଲା ।
(v) ୧୯୬୯ରେ ୧୪ଟି ବ୍ୟାଙ୍କକୁ ଜାତୀୟକରଣ କରି ବ୍ୟାଙ୍କ ଓ ଅନ୍ୟାନ୍ୟ ଋଣ ପ୍ରଦାନକାରୀ ସଂସ୍ଥାକୁ ଲୋକଙ୍କ ନିକଟତର କରାଗଲା ।
(vi) କୃଷିର ବିକାଶ ଉପରେ ଅଧିକ ଗୁରୁତ୍ବ ଦିଆଗଲା ।
(vii) ଏତେ ସବୁ ଯୋଜନା ସତ୍ତ୍ବେ ବାଂଲାଦେଶୀ ଶରଣାର୍ଥୀ ସମସ୍ୟା ଓ ୧୯୭୧ ଭାରତ ପାକିସ୍ଥାନ ଯୁଦ୍ଧ ଯୋଗୁ | ଯୋଜନାଗୁଡ଼ିକ ଆଶାନୁରୂପ ସଫଳ ହୋଇ ପାରିନଥୁଲା, ଫଳରେ ଏହି ଯୋଜନା କାଳରେ ଦରଦାମ୍ ଆଶାତୀତ ଭାବରେ ବୃଦ୍ଧି ଲାଭ କରିଥିଲା ।
() ଦାରିଦ୍ର୍ୟ ଦୂରୀକରଣ ପାଇଁ ଭାରତ ସରକାର ୧୯୬୯ରୁ ୨୦୦୦ ମସିହା ପର୍ଯ୍ୟନ୍ତ କି ପଦକ୍ଷେପ ନେଇଥିଲେ ?
ଉ : ଦାରିଦ୍ର୍ୟ ଓ ବେରୋଜଗାରୀ ଭାରତର ମୁଖ୍ୟ ସମସ୍ୟା । ଏହାର ଦୂରୀକରଣ ପାଇଁ ଭାରତ ସରକାର ୧୯୬୯ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ନେଇ ଆସିଛନ୍ତି । ସେଗୁଡ଼ିକ ହେଲା –
(i) ୧୯୬୯ରେ ବ୍ୟାଙ୍କଗୁଡ଼ିକର ଜାତୀୟକରଣ, ଯାହାଦ୍ଵାରା କି ସାଧାରଣ ଲୋକଙ୍କ ଆତ୍ମନିଯୁକ୍ତି ଓ କୃଷିକ୍ଷେତ୍ର ପାଇଁ ଋଣ ସୁଲଭ ହୋଇପାରିଲା ।
(ii) ୧୯୭୮ରେ ସମନ୍ବିତ ଗ୍ରାମ୍ୟ ଉନ୍ନୟନ ଯୋଜନା ଓ । ଗ୍ରାମାଞ୍ଚଳ ନାରୀ ଓ ଶିଶୁ କଲ୍ୟାଣ ଯୋଜନା ଦ୍ୱାରା ଗ୍ରାମୀଣ କ୍ଷେତ୍ରରେ ବିଭିନ୍ନ ଦିଗରେ ଉନ୍ନତି ସାଧୁତ ହେଲା ।
(iii) ୧୯୯୭ରେ ‘ସ୍ଵର୍ଣ୍ଣ ଜୟନ୍ତୀ ସହରୀ ରୋଜଗାର ଯୋଜନା’ ଦ୍ବାରା ସହରାଞ୍ଚଳରେ ବସବାସ କରୁଥିବା ବେକାର ଯୁବକ ଯୁବତୀମାନଙ୍କ ପାଇଁ କର୍ମସଂସ୍ଥାନ ଯୋଗାଇ ଦିଆଗଲା ।
(iv) ୨୦୦୦ ମସିହାରେ ପ୍ରଧାନମନ୍ତ୍ରୀ ଗ୍ରାମୋଦୟ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କଯୋଜନା ଓ ଇନ୍ଦିରା ଆବାସ ଯୋଜନାଦ୍ଵାରା ଗ୍ରାମାଞ୍ଚଳକୁ ସଡ଼କ ଓ ଦରିଦ୍ରଲୋକକୁ ଘର ଯୋଗାଇ ଦିଆଗଲା ।
(v) ୨୦୦୦ ମସିହାରେ ‘ଅନ୍ତୋଦୟ ଅନ୍ନ ଯୋଜନା’ ମାଧ୍ୟମରେ ପ୍ରାୟ ଏକ କୋଟି ଦରିଦ୍ରଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ କିଲୋଗ୍ରାମ ପ୍ରତି ୨ ଟଙ୍କା ଦରରେ ଗହମ ଓ ୩ ଟଙ୍କା ଦରରେ ମାସକୁ ୩୫ କି.ଗ୍ରା. ଚାଉଳ ଯୋଗାଇ ଦେବାର ବ୍ୟବସ୍ଥା ହେଲା ।
୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ଗୋଟି ଶବ୍ଦରେ ଲେଖ
(କ) ଯୋଜନା ଆୟୋଗ ଓ ଜାତୀୟ ଉନ୍ନୟନ ପରିଷଦ କେବେ ଗଠିତ ହୋଇଥିଲା ?
ଉ: ୧୯୫୦ ମସିହା ମାର୍ଚ୍ଚ ୧୫ରେ ଯୋଜନା ଆୟୋଗ ଓ ୧୯୫୨ ମସିହା ଅଗଷ୍ଟ ୬ ତାରିଖରେ ଜାତୀୟ ଉନ୍ନୟନ ପରିଷଦ ପ୍ରତିଷ୍ଠା କରାଯାଇଥିଲା ।
(ଖ) ଦ୍ବିତୀୟ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଲକ୍ଷ୍ୟ କ’ଣ ଥିଲା ?
ଉ : ୧୯୫୬ରୁ ୧୯୬୧ ମଧ୍ୟରେ ହୋଇଥିବା ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଲକ୍ଷ୍ୟଥିଲା –
(i) ଜାତୀୟ ଆୟରବୃଦ୍ଧି
(ii) ମୌଳିକ ଓ ବୃହତ ଶିଳ୍ପାୟନକୁ ଗୁରୁତ୍ବଦେଇ ଶିଳ୍ପର ବିକାଶ ନିଯୁକ୍ତି ସୁଯୋଗ ଦେବାପାଇଁ ବ୍ୟାପକ ବ୍ୟବସ୍ଥା, ଆୟ ଓ ସଂପତ୍ତିର ସୁଗମବଣ୍ଟନ, ଶିଳ୍ପାୟନ ଓ ସରକାରୀ ଉଦ୍ୟୋଗ ପ୍ରତିଷ୍ଠା ଉପରେ ଗୁରୁତ୍ଵ ।
(ଗ) ତୃତୀୟ ପଞ୍ଚବାର୍ଷିକ ଯୋଜନା କାହିଁକି ବାଧାପ୍ରାପ୍ତ ହୋଇଥିଲା ?
ଉ : ୧୯୬୨ରେ ଚୀନ୍ର ଭାରତ ଉପରେ ଆକ୍ରମଣ ଓ ୧୯୬୫ରେ ଭାରତ ପାକିସ୍ତାନ ଯୁଦ୍ଧ ଯୋଗୁଁ ତୃତୀୟ ପଞ୍ଚବାର୍ଷିକ ଯୋଜନା ବିଶେଷ ସଫଳ ହୋଇପାରିନଥିଲା ।
(ଘ) ଜାତୀୟ ଆୟ ଓ ମୁଣ୍ଡପିଛା ଆୟ ସଂକ୍ରାନ୍ତରେ ତୃତୀୟ ପଞ୍ଚବାର୍ଷିକ ଯୋଜନାର କ’ଣ ଉଦ୍ଦେଶ୍ୟ ଥିଲା ?
ଉ : ତୃତୀୟ ପଞ୍ଚବାର୍ଷିକୀ ଯୋଜନା ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜାତୀୟ ଆୟକୁ ୩ ଭାଗକୁ ବୃଦ୍ଧି କରିବା ଏବଂ ମୁଣ୍ଡପିଛା ଆୟ ଅନ୍ୟୁନ ୧୭% ବଢାଇବା ।
(ଙ) ଚତୁର୍ଥ ପଞ୍ଚବାର୍ଷିକ ଯୋଜନାରେ କାହା ଉପରେ ଗୁରୁତ୍ବ ଦିଆଯାଇଥିଲା ?
ଉ : ଚତୁର୍ଥ ପଞ୍ଚବାର୍ଷିକ ଯୋଜନାରେ ଜନସାଧାରଣଙ୍କର ଜୀବନଧାରଣମାନକୁ ଉନ୍ନତ କରିବା ପାଇଁ ସମତା ଓ ସାମାଜିକ ନ୍ୟାୟ ଉପରେ ଗୁରୁତ୍ବ ଦିଆଯାଇଥିଲା ।
(ଚ) ପଞ୍ଚମ ପଞ୍ଚବାର୍ଷିକ ଯୋଜନା କେବେଠାରୁ ବନ୍ଦ କରିଦିଆଯାଇଥିଲା ଏବଂ ପୁଣି କେବେଠାରୁ ଆରମ୍ଭ ହେଲା ?
ଉ :(i) ପଞ୍ଚମ ପଞ୍ଚବାର୍ଷିକ ଯୋଜନା ୧୯୭୪ରୁ ଆରମ୍ଭହୋଇ ୧୯୭୮ ମସିହାରେ ବନ୍ଦକରି ଦିଆଯାଇଥିଲା ।
(ii) ପୁଣି ଷଷ୍ଠ ପଞ୍ଚବାର୍ଷିକ ଯୋଜନା ୧୯୮୦ ମସିହାରୁ ଆରମ୍ଭ ହୋଇଥିଲା ।
(ଛ) ପ୍ରଧାନମନ୍ତ୍ରୀ ଗ୍ରାମଦ୍ବୟ ଯୋଜନାର ଦୁଇଟି ବିଭାଗ କ’ଣ ଥିଲା ?
ଉ : ପ୍ରଧାନମନ୍ତ୍ରୀ ଗ୍ରାମଦ୍ଵୟ ଯୋଜନାର ଦୁଇଟି ମୁଖ୍ୟ ବିଭାଗ ହେଲା –
(i) ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା
(ii) ଇନ୍ଦିରା ଆବାସ ଯୋଜନା
(ଜ) ବ୍ୟାଙ୍କ୍କୁ ଜାତୀୟକରଣ କରାଯିବାପରେ କ’ଣ ଲାଭ ହେଲା ?
ଉ : ୧୯୬୯ ମସିହାରେ ୧୪ଟି ବ୍ୟାଙ୍କକୁ ଜାତୀୟ କରଣ କରିବା ଫଳରେ ନିମ୍ନୋକ୍ତ ସୁଫଳ ମିଳିଥିଲା –
(i) ବ୍ୟାଙ୍କଗୁଡ଼ିକ ଲୋକଙ୍କ ନିକଟତର କରାଯାଇ ପାରିଲା ।
(ii) କୃଷିର ବିକାଶ ଉପରେ ଅଧିକ ଗୁରୁତ୍ବ ଦିଆଯାଇପାରିଲା ।
(ଝ) ମିଶ୍ରିତ ଓ ନିୟନ୍ତ୍ରିତ ଅର୍ଥନୀତି କ’ଣ ?
ଉ :(i) ସ୍ଵାଧୀନତା ପରେ ପରେ ଭାରତୀୟ ଅର୍ଥନୀତିର ମୂଳମନ୍ତ୍ର ଥିଲା “ ମିଶ୍ରିତ ଓ ନିୟନ୍ତ୍ରିତ ଅର୍ଥନୀତି ।”
(ii) ଏହି ନୀତିଦ୍ୱାରା ଘରୋଇ ଓ ସରକାରୀ ଉଦ୍ୟୋଗ ଉଭୟକୁ [ ପ୍ରୋତ୍ସାହିତ କରାଗଲା ଏବଂ କେଉଁ କ୍ଷେତ୍ରରେ କିଏ କେତେ ଅର୍ଥ ବିନିଯୋଗ କରିବ ତାହା ମଧ୍ୟ ସ୍ଥିର କରାଯାଇଥିଲା ।
(ଞ) ଉଦାରୀକରଣ ଅର୍ଥନୀତି ଭାରତରେ କେବେ ଓ କେଉଁ ପରିସ୍ଥିତିରେ ଆରମ୍ଭ ହେଲା ?
ଉ :(i) ୧୯୯୧ ବେଳକୁ ଋଷିଆର ସାମ୍ୟବାଦୀ ଅର୍ଥନୀତି ପ୍ରତ୍ୟାଖ୍ୟାତ ହୋଇ ବିଶ୍ବରେ ଉଦାରୀକୃତ ଆର୍ଥନୀତିକ ସଂସ୍କାରର ନଦୀ ପ୍ରବାହିତ ହେଉଥାଏ ।
(ii) ଭାରତ ମଧ୍ୟ ନିଜକୁ ବିଶ୍ବ ଅର୍ଥନୀତି ସ୍ରୋତରେ ସାମିଲ ହେବାପାଇଁ ଏହି ଉଦାର ଅର୍ଥନୀତିକୁ ଆପଣେଇ ନେଲା ଏବଂ ଭାରତରେ ପୁଞ୍ଜିନିବେଶ କ୍ଷେତ୍ର ଉନ୍ମୁକ୍ତ କଲା ।
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
ଯୋଜନା କମିଶନର ଚେୟାରମ୍ୟାନ କିଏ ହେଲେ ?
ଉ : ଯୋଜନା କମିଶନ୍ର ଚେୟାରମ୍ୟାନ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ।
(ଖ) ପଞ୍ଚବାର୍ଷିକ ଯୋଜନା କେବେଠାରୁ ଆରମ୍ଭ ହେଲା ?
ଉ : ପଞ୍ଚବାର୍ଷିକ ଯୋଜନା ୧୯୫୧ ମସିହାରୁ ଆରମ୍ଭ ହେଲା ।
(ଗ) କିଏ ତୃତୀୟ ପଞ୍ଚବାର୍ଷିକ ଯୋଜନାର ରୂପରେଖ ପ୍ରସ୍ତୁତ କରିଥିଲେ ?
ଉ : ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ପି.ସି.ମାହାଲାନୋବିସ ଦ୍ବିତୀୟ ପଞ୍ଚବାର୍ଷିକୀ ଯୋଜନାର ରୂପରେଖ ପ୍ରସ୍ତୁତ କରିଥିଲେ ।
(ଘ) କେବେ ବ୍ୟାଙ୍କଗୁଡ଼ିକର ଜାତୀୟକରଣ ହୋଇଥିଲା ?
ଉ : ୧୯୬୯ ମସିହାରେ ବ୍ୟାଙ୍କଗୁଡ଼ିକର ଜାତୀୟକରଣ ହୋଇଥିଲା ।
(ଙ) ଚତୁର୍ଥ ପଞ୍ଚବାର୍ଷିକ ଯୋଜନା କାହିଁକି ଆଶାନୁରୂପ ସଫଳତା ହାସଲ କରିପାରିଲା ନାହିଁ ?
ଉ : ବାଂଲାଦେଶୀ ଶରଣାର୍ଥୀ ସମସ୍ୟା ଓ ୧୯୭୧ର ଭାରତ ପାକିସ୍ତାନ ଯୁଦ୍ଧଯୋଗୁ ଚତୁର୍ଥ ପଞ୍ଚବାର୍ଷିକ ଯୋଜନା ସଫଳ ହୋଇ ପାରିନଥଲା ।
(ଚ) ଷଷ୍ଠ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଥିଲା ?
ଉ : ଦାରିଦ୍ର୍ୟ ଦୂରୀକରଣ ଷଷ୍ଠ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
(ଛ) ୧୯୭୮ ମସିହାରେ ଗ୍ରାମାଞ୍ଚଳର ଉନ୍ନୟନ ପାଇଁ ଆରମ୍ଭ କରାଯାଇଥିବା ଯୋଜନାଟି କ’ଣ ?
ଉ : ୧୯୭୮ ମସିହାରେ ଗ୍ରାମାଞ୍ଚଳର ଉନ୍ନୟନ ପାଇଁ ସମନ୍ବିତ ଗ୍ରାମ୍ୟ ଉନ୍ନୟନ ଯୋଜନା ଓ ଗ୍ରାମାଞ୍ଚଳ ନାରୀ ଓ ଶିଶୁ କଲ୍ୟାଣ ଯୋଜନା ଆରମ୍ଭ ହୋଇଥିଲା ।
(ଜ) ୧୯୯୯ ମସିହାରେ ବେକାରୀ ଦୂରୀକରଣ ଦିଗରେ କେଉଁ ଯୋଜନା ପ୍ରବର୍ତ୍ତିତ ହୋଇଥିଲା ?
ଉ : ୧୯୯୯ ମସିହାରେ ବେକାରୀ ଦୂରୀକରଣ ପାଇଁ ‘ସ୍ଵର୍ଣ୍ଣଜୟନ୍ତୀ ଗ୍ରାମ୍ୟସ୍ୱରୋଜଗାର ଯୋଜନା’’ ଆରମ୍ଭ ହୋଇଥିଲା ।
(ଝ) ସହରାଞ୍ଚଳରେ ବସବାସ କରୁଥିବା ଯୁବକଯୁବତୀଙ୍କର କର୍ମସଂସ୍ଥାନ ପାଇଁ ଆରମ୍ଭ କରାଯାଇଥିବା ଯୋଜନାଟିର ନାମ କ’ଣ ?
ଉ : ସହରାଞ୍ଚଳରେ ବସବାସ କରୁଥିବା ଯୁବକଯୁବତୀମାନଙ୍କର କର୍ମସଂସ୍ଥାନ ପାଇଁ ଆରମ୍ଭ କରାଯାଇଥିବା ଯୋଜନାଟି ହେଲା– “ ସ୍ଵର୍ଣ୍ଣଜୟନ୍ତୀ ସହରୀ ରୋଜଗାର ଯୋଜନା” ।
ଅର୍ଯ୍ୟୋଦୟ ଅନ୍ନ ଯୋଜନାର ଉଦ୍ଦେଶ୍ୟ କ’ଣ ?
ଉ : ଗରିବ ଲୋକଙ୍କ ନିକଟରେ ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ଅଗ୍ନ୍ୟାଦୟ ଅନୁଯୋଜନାର ଉଦ୍ଦେଶ୍ୟ ଅଟେ ।
୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।
(କ) ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାର କାର୍ଯ୍ୟକାଳ କେବେ ଶେଷ ହୋଇଥିଲା ?
(i) ୧୯୫୬ (ii) ୧୯୬୧ (iii) ୧୯୬୨ (iv) ୧୯୬୫
(ଖ) ଜାତୀୟ ଆୟର କେତେ ଅଭିବୃଦ୍ଧି ତୃତୀୟ ପଞ୍ଚବାର୍ଷିକ ଯୋଜନାର ଲକ୍ଷ୍ୟ ଥିଲା ?
(i)୫% (ii) ୫.୬% (iii) 9.8% (iv) ୬.୮%
(ଗ) ସପ୍ତମ ପଞ୍ଚବାର୍ଷିକ ଯୋଜନା ଫଳରେ ଖାଦ୍ୟ ଉତ୍ପାଦନ କେତେ ବୃଦ୍ଧି ପାଇଥିଲା ?
(i) ୧୭% (ii) ୩.୨୩% (iii) ୫.୮% (iv) ୧.୨%
(ଘ) କେବେ ଭାରତରେ ଏକ ନୂଆଶିଳ୍ପ ନୀତି ଘୋଷିତ ହୋଇଥିଲା ?
(i) ୧୯୫୧ (ii) ୧୯୫୬ (iii) ୧୯୯୦ (iv) ୧୯୯୧
(ଙ) କେବେଠାରୁ ଭାରତରେ ମିଶ୍ରିତ ଅର୍ଥନୀତି ପ୍ରବର୍ତ୍ତିତ ହେଲା ?
(i) ୧୯୬୯ (ii) ୧୯୭୮ (iii) ୧୯୯୧ (iv) ୧୯୯୭
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ଗୋଟି ଶବ୍ଦରେ ଲେଖ ।
(କ) ତୃତୀୟ ପଞ୍ଚବାର୍ଷିକ ଯୋଜନା କେବେ ଆରମ୍ଭ ହୋଇଥିଲା ? ଏହାର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟଗୁଡ଼ିକ ଉଲ୍ଲେଖ କର ।
ଉ :(i) ୧୯୬୧ରୁ ୧୯୬୬ ପର୍ଯ୍ୟନ୍ତ ସମୟ ତୃତୀୟ ପଞ୍ଚବାର୍ଷିକ ଯୋଜନାର କାର୍ଯ୍ୟକାଳ ଥିଲା ।
(ii) ଜାତୀୟ ଆୟକୁ ଶତକଡ଼ା ୩୦ ଭାଗ ବୃଦ୍ଧି କରିବା ଓ ମୁଣ୍ଡପିଛା ଆୟ ଅନ୍ୟୁନ ୧୭% ବଢାଇବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
(iii) ଏହି ପଞ୍ଚବାର୍ଷିକ ଯୋଜନା ଯେଉଁ ଲକ୍ଷ୍ୟଗୁଡ଼ିକ ଥିଲା ସେଗୁଡ଼ିକ ହେଲା –
(୧) ଜାତୀୟ ଆୟର ବାର୍ଷିକ ୫% ବୃଦ୍ଧି
(୨) ପୁଞ୍ଜିନିବେଶକୁ ପ୍ରୋତ୍ସାହନ
(୩) ଖାଦ୍ୟଶସ୍ୟ ଉତ୍ପାଦନରେ ସ୍ଵାବଲମ୍ବନଶୀଳତା
(୪) ଶିଳ୍ପାୟନ ଓ ରପ୍ତାନୀ ପାଇଁ କୃଷି ଉତ୍ପାଦନର ବୃଦ୍ଧି
(୫) ଲୌହଇସ୍ପାତ, ରସାୟନ, ଇନ୍ଧନ ଓ ଶକ୍ତି ପ୍ରକଳ୍ପକୁ ପ୍ରୋତ୍ସାହନ
(୬) କଳକବ୍ଜା ଉତ୍ପାଦନ
(୭) ରୋଜଗାର ସୁଯୋଗ ସୃଷ୍ଟି
(୮) ମାନବ ସମ୍ବଳର ସଦୁପଯୋଗ ଓ ଧନୀ ଦରିଦ୍ର ମଧ୍ୟରେ ଥିବା ତାରତମ୍ୟ ହ୍ରାସ ।
(ଖ) ଷଷ୍ଠ ଓ ସପ୍ତମ ପଞ୍ଚବାର୍ଷିକ ଯୋଜନା କେବେ ଆରମ୍ଭ ହୋଇ କେବେ ସରିଥିଲା ? ଏହାର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ କ’ଣ ଥିଲା ?
ଉ :(i) ଷଷ୍ଠ ପଞ୍ଚବାର୍ଷିକ ଯୋଜନା ୧୯୮୦ରୁ ଆରମ୍ଭ ହୋଇ ୧୯୮୫ରେ ସରିଥିଲା ।
(ii) ଦାରିଦ୍ର୍ୟ ଦୂରୀକରଣ ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
(iii) ଏହି ଯୋଜନାରେ ଉଭୟ କୃଷି ଓ ଶିଳ୍ପପାଇଁ ଭିତ୍ତିଭୂମି ପ୍ରତିଷ୍ଠା ଦିଗରେ ଗୁରୁତ୍ଵ ଦିଆଯାଇଥିଲା ।
(iv) ଏହି ଯୋଜନାରେ ଶତକଡ଼ା ୫.୨ ଜାତୀୟ ଅଭିବୃଦ୍ଧି ହାର ୫ରେ ହାସଲ କରିବାପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା ।
(v) ସପ୍ତମ ପଞ୍ଚବାର୍ଷିକ ଯୋଜନା ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ଚାଲିଥିଲା ।
(vi) ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି, ନିଯୁକ୍ତି ସୁଯୋଗ, ଆଧୁନିକୀକରଣ, ଆତ୍ମନିର୍ଭରଶୀଳତା ଓ ସାମାଜିକ ନ୍ୟାୟ ଉପରେ ଏହି ଯୋଜନାରେ ଗୁରୁତ୍ବ ଦିଆଯାଇଥିଲା ।
(vii) ଏହି ଯୋଜନା ଫଳରେ ଶତକଡ଼ା ୩, ୨୩ ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଇଥିଲା ଏବଂ ସକଳ ଜାତୀୟ ଉତ୍ପାଦନ ଶତକଡ଼ା ୩.୮ ହାରରେ ବୃଦ୍ଧି ପାଇଥିଲା ।
(ଗ) ନବମ ପଞ୍ଚବାର୍ଷିକ ଯୋଜନା କେବେ ଆରମ୍ଭ ହେଲା ଏହାର ଉଦ୍ଦେଶ୍ୟ ଗୁଡ଼ିକ କ’ଣ ଥିଲା ?
ଉ :(i) ୧୯୯୭ରୁ ନବମ ପଞ୍ଚବାର୍ଷିକ ଯୋଜନା ଆରମ୍ଭ ହେଲା ।
(ii) ଏହି ଯୋଜନାର ଉଦ୍ଦେଶ୍ୟ ଗୁଡ଼ିକ ନିମ୍ନରେ ଦିଆଗଲା
(୧) କୃଷି ଓ ଗ୍ରାମବିକାଶକୁ ପ୍ରାଥମିକତା ପ୍ରଦାନ ଓ ଦାରିଦ୍ର୍ୟ ଦୂରୀକରଣ ।
(୨) ଦରଦାମ ସ୍ଥିର ରଖ୍ ଅଭିବୃଦ୍ଧିହାର ବୃଦ୍ଧି କରିବା ।
(୩) ଦେଶର ସମସ୍ତ ଲୋକଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଇ ଦେବା ।
(୪) ଲୋକମାନଙ୍କୁ ପାନୀୟ ଜଳ, ପ୍ରାଥମିକସ୍ଵାସ୍ଥ୍ୟ ସେବା, ସାର୍ବଜନୀନ ପ୍ରାଥମିକ ଶିକ୍ଷା, ଆବାସ ଓ ଯାତାୟାତ ସୁବିଧା ଆଦି ମୌଳିକ ଅପରିହାର୍ଯ୍ୟ
ସେବା ଯୋଗାଇ ଦେବା ।
(୫) ଲୋକସଂଖ୍ୟା ବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ।
(୬) ନାରୀ, ତଫସିଲଭୁକ୍ତ ଜାତି, ଜନ ଜାତି, ପଛୁଆବର୍ଗକୁ ସଶକ୍ତିକରଣ କରିବା ।
(୭) ପଞ୍ଚାୟତିରାଜ, ସମବାୟ ଆନ୍ଦୋଳନ ଓ ସ୍ଵୟଂ ସହାୟକ ଗୋଷ୍ଠୀକୁ ଶକ୍ତିଶାଳୀ କରିବା ଇତ୍ୟାଦି ।
(ଘ) ୧୯୫୨ ରୁ ଆଜି ପର୍ଯ୍ୟନ୍ତ ହୋଇଥିବା ପଞ୍ଚବାର୍ଷିକ ଯୋଜନାଗୁଡ଼ିକ ଦ୍ବାରା ଆମ ଦେଶରେ କି କି ସଫଳ ମିଳିପାରିଛି ?
(i) ଆମ ଦେଶରେ ଆଜି ପର୍ଯ୍ୟନ୍ତ ୧୧ଟି ପଞ୍ଚବାର୍ଷିକ ଯୋଜନା । କାର୍ଯ୍ୟକାରୀ ହୋଇସାରିଛି ।
(i) ଯଦିଓ ଦେଶର ମୁଖ୍ୟ ଆର୍ଥନୀତିକ ସମସ୍ୟାଗୁଡ଼ିକର ସଂପୂର୍ଣ । ସମାଧାନ ଏଯାଏ ହୋଇପାରି ନାହିଁ ତଥାପି ଗରିବ
ବେକାରମାନଙ୍କର ଅଭାବନୀୟ ଅବସ୍ଥା ଅନେକମାତ୍ରାରେ ଭାବ ଦୂର କରିବାରେ ଏହି ଯୋଜାନଗୁଡ଼ିକ ସହାୟକ ହୋଇଛି ।
(iii) ଏହି ଯୋଜନାଗୁଡ଼ିକ ଫଳରେ ନିମ୍ନୋକ୍ତ ସୁଫଳମାନ ଭାଉ ଆମକୁ ମିଳିଛି ଯଥା –
(୧) ଭାରତୀୟ ଉଦ୍ୟୋଗପତିମାନେ ସମୟର ଆହ୍ଵାନକୁ ଚାହିଁ ନୂତନଶିଳ୍ପ ପ୍ରତିଷ୍ଠା କଲେ
(୨) ଶିଳ୍ପାୟନ ଓ ଦେଶର ସାମାଜିକ ଓ ଆର୍ଥନୀତିକ ପ୍ରଗତିପାଇଁ ବ୍ୟାପକ ପ୍ରଚେଷ୍ଟା ହେଲା ।
(୩) ରାସ୍ତାଘାଟ, ରେଳପଥ, ଜଳସେଚନ, ପରିବହନ, ଗମନାଗମନ, ମାନବ ସମ୍ବଳର ବିକାଶ ପାଇଁ ପ୍ରଚୁର ପରିମାଣର ପୁଞ୍ଜି ବିନିଯୋଗ କରାଗଲା ।
(୪) ବ୍ୟାଙ୍କ ସେବା, ବୀମା ବ୍ୟବସ୍ଥାକୁ ଲୋକାଭିମୁଖୀ କରାଗଲା ।
(୫) ହରିତକ୍ରାନ୍ତି ଜରିଆରେ ଦେଶର ଖାଦ୍ୟାଭାବକୁ ଦୂର କରାଗଲା ।
(୬) ସରକାରୀ ଉଦ୍ୟୋଗରେ ପରିଚାଳିତ କେତେ ଶିଳ୍ପ ସଂସ୍ଥା ଲାଭଦାୟକ ପ୍ରମାଣିତ ହେଲେ
(୭) ପର୍ଯ୍ୟଟନ, ଆମୋଦପ୍ରମୋଦ, ଗଣମାଧ୍ୟମ ଭଳି ଆର୍ଥ ନୀତି କକ୍ଷେତ୍ର ସୃଷ୍ଟି ହୋଇପାରିଲା ଏବଂ ଦେଶର ଅର୍ଥନୀତି ସୁଦୃଢ଼ ହେଲା ।
(ଙ) ଆମ ଦେଶରେ ଆର୍ଥନୀତିକ ଉଦାରୀକରଣ କେବେ ଗ୍ରହଣ କରାଗଲା । ଏହାଦ୍ବାରା ଭାରତୀୟ ଅର୍ଥନୀତିରେ କି ପ୍ରକାର ପରିବର୍ତ୍ତନ ଦେଖାଦେଇଛି ।
ଉ :(i) ଆମ ଦେଶ ୧୯୯୧ ମସିହାରେ ‘ବିମୁକ୍ତ ଓ ଅବାଧ’ ଅର୍ଥନୀତି ବା ‘ଆର୍ଥନୀତିକ ଉଦାରୀକରଣ’କୁ ଗ୍ରହଣ
କରିଛି ।
(ii) ଏହାଦ୍ଵାରା ଭାରତୀୟ ଅର୍ଥନୀତିରେ ଅଭୂତପୂର୍ବ ପରିବର୍ତ୍ତନ ଦେଖାଦେଇଛି ଯଥା : -
(iii) ଆଗରୁ ଯେଉଁସବୁ କ୍ଷେତ୍ର କେବଳ ସରକାରୀ ଉଦ୍ୟୋଗ ପାଇଁ ସଂରକ୍ଷିତ ଥିଲା ସେଥୁରେ ଘରୋଇ କମ୍ପାନୀମାନେ ପୁଞ୍ଜିବିନିଯୋଗ କରିପାରିଲେ ।
(iv) ବ୍ୟାବସାୟିକ ଆଇନ୍ କାନୁନ୍ ପରିବର୍ତ୍ତନ କରାଯାଇ ଘରୋଇ ଉଦ୍ୟୋଗ ଗୁଡ଼ିକୁ ପ୍ରୋତ୍ସାହିତ କରାଗଲା ।
(v) ଘରୋଇ ଉଦ୍ୟୋଗକୁ ଲାଇସେନ୍ସ, କଞ୍ଚାମାଲ ଆମଦାନୀ, ମୂଲ୍ୟ ନିର୍ଦ୍ଧାରଣ ଓ ବଣ୍ଟନ ପ୍ରଭୃତିରେ ଥିବା ଆଦବକାଇଦାକୁ କୋହଳ କରାଯିବା ଦ୍ଵାରା ଭାରତରେ ଶିଳ୍ପ ପ୍ରତିଷ୍ଠାରେ ଅନୁକୂଳ ବାତାବରଣ ସୃଷ୍ଟି ହେଲା ।
(vi) ଜଗତୀକରଣ ଓ ମୁକ୍ତ ଅର୍ଥନୀତି ମାଧ୍ଯମରେ ବିଦେଶୀପୁଞ୍ଜି ପ୍ରଚୁର ମାତ୍ରାରେ ଭାରତରେ ବିନିଯୋଗ ହୋଇ ପାରିଲା ।
(vii) କେବଳ ଆଣବିକଶକ୍ତି ଓ ରେଳପରିବହନକୁ ଛାଡି ଅନ୍ୟ ସମସ୍ତ କ୍ଷେତ୍ରରେ ବେସରକାରୀ ଭାଗିଦାରକୁ ଗ୍ରହଣ କରାଯାଇଛି ।
(viii) ଯାହାଫଳରେ ଭାରତୀୟ ଅର୍ଥନୀତି ସୁଦୃଢ଼ ହୋଇଛି ଓ ଆନ୍ତର୍ଜାତିକ କ୍ଷେତ୍ରରେ ଭାରତୀୟ ଶିଳ୍ପଗୁଡ଼ିକ ପ୍ରତିଯୋଗିତାରେ ସମର୍ଥ ହୋଇଛି ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
୨ । ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରାୟ ୨୦ଟି ଶବ୍ଦରେ ଲେଖ ।
(କ) କେଉଁ କାରଣର ବିଂଶ ଶତାବ୍ଦୀର ଆଦ୍ୟ ଭାଗ ପର୍ଯ୍ୟନ୍ତ ଭାରତର ଶିଳ୍ପାୟନ ଓ ଆର୍ଥନୀତିକ ପ୍ରଗତି ପରିଲକ୍ଷିତ ହୋଇ ନଥିଲା ?
ଉ :(i) ପ୍ରାୟ ୨୦୦ ବର୍ଷର ବ୍ରିଟିଶ୍ ଔପନିବେଶିକ ଶାସନ ଭାରତର ଅର୍ଥନୀତିକୁ ରୁଗ୍ଣ ଓ ପଙ୍ଗୁ କରିଦେଇଥିଲା । (ii) ତେଣୁ ବିଂଶ ଶତାବ୍ଦୀ ଆଦ୍ୟଭାଗବେଳକୁ ବିଶ୍ବରେ ବ୍ୟାପକ ଶିଳ୍ପନୀତି ଓ ଆର୍ଥନୀତିକ ପ୍ରଗତି ପରିଲକ୍ଷିତ ହେଲା ବେଳେ ଭାରତରେ ସେପରି ଉନ୍ନତି ହୋଇପାରି ନଥିଲା ।

No comments:
Post a Comment