10th Class Political Science: ସଡକ ନିରାପତ୍ତା ସଚେତନତା ଓ ଇନ୍ଧନ ସଂରକ୍ଷଣ Question Answer | Rajniti Bigyan


BSE Odisha ଦଶମ ଶ୍ରେଣୀ ରାଜନୀତି ବିଜ୍ଞାନର ତୃତୀୟ ଅଧ୍ୟାୟ "ସଡକ ନିରାପତ୍ତା ସଚେତନତା ଓ ଇନ୍ଧନ ସଂରକ୍ଷଣ" (Sadaka Nirapatta o Indhana Sanrakshana) ର ସମସ୍ତ ପ୍ରଶ୍ନ ଓ ଉତ୍ତର ଏଠାରେ ପାଆନ୍ତୁ। Get 10th Class Political Science Chapter 3 complete notes, MCQ, and long question answers in Odia Medium for Board Exam preparation. ସଡକ ନିରାପତ୍ତା ସଚେତନତା ଓ ଇନ୍ଧନ ସଂରକ୍ଷଣ  | Rajniti Bigyan Odia Medium | 10th class political science sadaka nirapatta question answer .

10th Class Political Science: ସଡକ ନିରାପତ୍ତା ସଚେତନତା ଓ ଇନ୍ଧନ ସଂରକ୍ଷଣ Question Answer | Rajniti Bigyan


ଇତିହାସ ଓ ରାଜନୀତି ବିଜ୍ଞାନ

Sadaka Nirapatta o Indhana Sanrakshana

ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ଟି ଶବ୍ଦରେ ଲେଖ । 

(କ) ସଡ଼କ ପରିବହନ ବ୍ୟବସ୍ଥା କହିଲେ କ’ଣ ବୁଝ ? -

ଉ: (i) ସଡ଼କ ପରିବହନ ବ୍ୟବସ୍ଥାରେ ରହିଛି ବିଶେଷତଃ ପାଞ୍ଚଟି ପ୍ରମୁଖ ଉପାଦାନ ଯଥା – ସଡ଼କ, ଗାଡ଼ି, ଗାଡ଼ିଚାଳକ, ରାସ୍ତା ବ୍ୟବହାରକାରୀ ଓ ପାରିପାର୍ଶ୍ଵକ ଅବସ୍ଥା । ଏ ସମସ୍ତ ଉପାଦାନ ମଧ୍ୟରେ କାର୍ଯ୍ୟକାରିତା ଓ ପରିଚାଳନାଗତ ସମନ୍ଵୟ ରହିବା ପ୍ରାଥମିକ ଆବଶ୍ୟକତା ।

(ii) ଯେତେବେଳେ ସମନ୍ଵୟରେ ସାମାନ୍ୟତମ ବିଶୃଙ୍ଖଳା କିମ୍ବା ବ୍ୟତିକ୍ରମ ଘଟିଥାଏ, ସଡ଼କ ଦୁର୍ଘଟଣା ସଂଗଠିତ ହୋଇଥାଏ ।

 (iii) ପ୍ରତିବର୍ଷ ସାରା ବିଶ୍ବରେ ପାଞ୍ଚ ଲକ୍ଷରୁ ଅଧିକ, ଭାରତରେ ଦେଢ଼ ଲକ୍ଷରୁ ଅଧିକ ଏବଂ ଓଡ଼ିଶାରେ ଚାରି ହଜାରରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ମୃତ ହୋଇଥା’ନ୍ତି । 

(iv) ସଡ଼କ ପରିବହନ ବ୍ୟବସ୍ଥା, ସଡ଼କ ନିରାପତ୍ତା ପ୍ରକ୍ରିୟାରେ ଉନ୍ନତି, ସଡ଼କ ଦୁର୍ଘଟଣା ହ୍ରାସ ଏବଂ ନିୟମିତ ଟ୍ରାଫିକ ନିୟମ ଉଲଂଘନକାରୀଙ୍କୁ କଠୋର ଦଣ୍ଡ ପ୍ରଦାନ ଉଦ୍ଦେଶ୍ୟରେ କେନ୍ଦ୍ରୀୟ ମୋଟର ଯାନ ଆକ୍ଟ ୨୦୧୯ ମସିହାରେ ସଂଶୋଧୃତ ହୋଇଛି ।

 (ଖ) କାହାର ପ୍ରଭାବରେ ସଡ଼କ ଦୁର୍ଘଟଣାର ସମ୍ଭାବନା ବୃଦ୍ଧି ପାଇଥାଏ ?

ଉ : ଜନସଂଖ୍ୟା, ଗତିଶୀଳତା, ଯାନବାହନ ସଂଖ୍ୟାର ଅହେତୁକ ବୃଦ୍ଧି, ଗାଡ଼ି ଓ ସଡ଼କ ନିର୍ମାଣରେ ଅତ୍ୟାଧୁନିକ ବିଜ୍ଞାନ କୌଶଳ ଓ ପ୍ରଯୁକ୍ତି ସମ୍ବନ୍ଧରେ ଗାଡ଼ି ଚାଳକଙ୍କ ଅଜ୍ଞତା, ବ୍ୟବସାୟିକ ଗାଡ଼ି ଚାଳନାରେ ପ୍ରତିଯୋଗିତା ମୂଳକ ମନୋଭାବ ଏବଂ ସଡ଼କ ଉପରେ ବିଶୃଙ୍ଖଳିତ ବ୍ୟବହାର ଆଦି ସଡ଼କ ଦୁର୍ଘଟଣାର ସମ୍ଭାବନାର ଚାପକୁ ବୃଦ୍ଧି କରିଚାଲିଛି ।

(ଗ) ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ସମୂହ କ’ଣ ? ଉ: ସାମଗ୍ରିକ ଭାବରେ ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ସମୂହ ମଧ୍ୟରେ ରହିଛି ସଡ଼କ ତ୍ରୁଟି, ଗାଡ଼ିର ଯାନ୍ତ୍ରିକ ତ୍ରୁଟି, ଗାଡ଼ି ଚାଳକ ଓ ରାସ୍ତା ବ୍ୟବହାରକାରୀଙ୍କ ମନୁଷ୍ୟକୃତ ତ୍ରୁଟି ଏବଂ ପାରିପାର୍ଶ୍ଵକ ଅବସ୍ଥାରେ ତ୍ରୁଟି |

(ଘ) ଓଡ଼ିଶାରେ ସଡ଼କ ଦୁର୍ଘଟଣାର ପରିବ୍ୟାପ୍ତି ଓ ଭୟାଭୟତା ବର୍ଣ୍ଣନା କର ।

ଉ:(i) ପ୍ରତିବର୍ଷ ଯାନବାହନ ସଂଖ୍ୟା ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଉଥ‌ିବା ବେଳେ ରାସ୍ତାର ଦୈର୍ଘ୍ୟ ଓ ପ୍ରସ୍ଥ ୧ ପ୍ରତିଶତରୁ କମ୍ ବୃଦ୍ଧି ପାଉଛି । 

(ii) ରାଜ୍ୟରେ ବାର୍ଷିକ ପ୍ରାୟ ୧୦ ହଜାରରୁ ଅଧିକ ସଡ଼କ ଦୁର୍ଘଟଣାରେ ୪ ହଜାରରୁ ଅଧିକ ମୃତାହତ ଓ ୧୦ ହଜାରରୁ ଅଧୁକ ଆହତ ହେଉଛନ୍ତି |

(iii) ଦୁର୍ଘଟଣାର ଭୟାଭୟତା ଅଧିକ ଚିନ୍ତାର କାରଣ ହୋଇଛି । ପ୍ରତି ଶହେ ଦୁର୍ଘଟଣାରେ ଓଡ଼ିଶାରେ ୪୫ ଜଣ ମୃତାହତ ହେଉଛନ୍ତି । କେବଳ ରାଜପଥମାନଙ୍କରେ ୪୦ରୁ ଅଧ‌ିକ ପ୍ରତିଶତ ଦୁର୍ଘଟଣା ଘଟୁଛି ।

(iv) ଦୁଇ ଚକିଆ ଗାଡ଼ିର ବାହ୍ୟ ସୁରକ୍ଷା ନ ଥାଏ । ହେଲମେଟ ନ ପିନ୍ଧିବା କାରଣରୁ ଅନେକ ଯୁବ ଚାଳକଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥାଏ କିମ୍ବା ଜୀବନ ବ୍ୟାପୀ ଅକର୍ମଣ୍ୟ ହେବାର ସମ୍ଭାବନା ଥାଏ ।

(ଙ) ସଡ଼କ ଦୁର୍ଘଟଣାର ନିରାକରଣ ବ୍ୟବସ୍ଥା କ’ଣ ରହିଛି ?

 ଉ: (i) ସଡ଼କ ଦୁର୍ଘଟଣାର ସମ୍ବେଦନଶୀଳତା ହିଁ ସଡ଼କ ସୁରକ୍ଷାର ଚିନ୍ତନ, ମନୁନ ଓ ବ୍ୟବସ୍ଥାକୁ ଦୃଢ଼ୀଭୂତ କରିଛି ।

(ii) ଯୋଜନାବଦ୍ଧ ଭାବେ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସ୍ଵେଚ୍ଛାସେବୀ ଏବଂ ବ୍ୟକ୍ତିଗତ ସ୍ତରରେ ଦୁର୍ଘଟଣାର ନିରାକରଣ ବ୍ୟବସ୍ଥା କ୍ରମାଗତ ଭାବେ ଅଧିକ କ୍ରିୟାଶୀଳ ଓ ତାତ୍ପର୍ଯ୍ୟପୂର୍ଣ ହେଉଛି ।

(iii) ସଡ଼କ ନିରାପତ୍ତା ବ୍ୟବସ୍ଥାକୁ ବିଶେଷ କରି ତିନୋଟି ବର୍ଗରେ ଶ୍ରେଣୀଭୁକ୍ତ କରାଯାଇଛି । ତାହା ହେଲା ଶିକ୍ଷା (Education), ବଳବତ୍ତକରଣ (Enforcement) ଏବଂ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳ (Engineering) ଓ ଭିତ୍ତିଭୂମି ବ୍ୟବସ୍ଥା । 


ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ଟି ଶବ୍ଦରେ ଲେଖ । 

(କ) ମୋଟର ଯାନ ଆଇନ କ’ଣ ?

ଉ : ମୋଟର ଯାନ ଆଇନରେ ପର୍ଯ୍ୟାପ୍ତ ମୋଟରଯାନ ସମ୍ପର୍କୀୟ ନିୟମାବଳୀ ରହିଛି । ଏହାର କୌଣସି ନିୟମର ବ୍ୟତିକ୍ରମ ଓ ଉଲଂଘନ ହେଲେ ସମ୍ପୃକ୍ତ ଗାଡ଼ି ମାଲିକ କିମ୍ବା ଗାଡ଼ିଚାଳକ ବିରୋଧରେ କଠୋର ଆର୍ଥିକ କିମ୍ବା ଜେଲ ଦଣ୍ଡ ଦେବାରେ ବଳବତ୍ତକରଣର ଆଇନତଃ କ୍ଷମତା ରହିଛି ।

(ଖ) ସଂଶୋଧ ମୋଟର ଯାନ ଆକ୍ଟର ମୁଖ୍ୟ ଆଭିମୁଖ୍ୟ କ’ଣ ?

 ଉ : ସଡ଼କ ପରିବହନ ବ୍ୟବସ୍ଥା, ସଡ଼କ ନିରାପତ୍ତା ପ୍ରକ୍ରିୟାରେ ଉନ୍ନତି, ସଡ଼କ ଦୁର୍ଘଟଣା ହ୍ରାସ ଏବଂ ନିୟମିତ ଟ୍ରାଫିକ ନିୟମ ଉଲଂଘନକାରୀଙ୍କୁ କଠୋର ଦଣ୍ଡ ପ୍ରଦାନ ଉଦ୍ଦେଶ୍ୟରେ କେନ୍ଦ୍ରୀୟ ମୋଟର ଯାନ ଆକ୍ଟ ୨୦୧୯ ମସିହାରେ ସଂଶୋଧ ହୋଇଛି । ଉକ୍ତ ସଂଶୋଧନରେ ମୁଖ୍ୟତଃ କ୍ଷତିପୂରଣ ଏବଂ ଜୋରିମାନାକୁ ଅଧିକ ଗୁରୁତ୍ବ ଦିଆଯାଇଛି ।

(ଗ) ଇନ୍ଧନ ସଂରକ୍ଷଣ କାହିଁକି ଆବଶ୍ୟକ ?

 ଉ : କ୍ରମବର୍ଦ୍ଧିଷ୍ଣୁ ଯାନବାହନ ସଂଖ୍ୟା ସହ ପେଟ୍ରୋଲ ଡିଜେଲ ଭଳି ଇନ୍ଧନର ବହୁଳ ଅପବ୍ୟବହାର ବୃଦ୍ଧି ପାଇଛି । ସଡ଼କ ପରିବହନ ବ୍ୟବସ୍ଥାରେ ଇନ୍ଧନ ସଂରକ୍ଷଣ ଉକ୍ତ ଅପବ୍ୟବହାର ଏବଂ ବହୁଳ ବ୍ୟବହାରକୁ ନିୟନ୍ତ୍ରଣ କରିଥାଏ ।


(ଘ) ଓଡ଼ିଶା ସରକାରଙ୍କ ସମରିଟାନ ନୀତି ସମ୍ବନ୍ଧରେ ଉଲ୍ଲେଖ କର ।

ଉ : ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ତୁରନ୍ତ ମେଡିକାଲ ଚିକିତ୍ସା ପ୍ରଦାନ କରି ଜୀବନ ବଞ୍ଚାଇବା ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଚଳିତ ଗୁଡ଼ ସମରିଟାନ ନୀତିର ମୁଖ୍ୟ ଆଭିମୁଖ୍ୟ । ସୁପ୍ରିମକୋର୍ଟର ୨୦୧୪ ନିର୍ଦ୍ଦେଶକ୍ରମେ, ଓଡ଼ିଶା ସରକାର ଉକ୍ତ ନୀତି ପ୍ରଣୟନ କରିଛନ୍ତି । 


(ଙ) ବ୍ୟକ୍ତିଗତ ଯାନ ଓ ସାର୍ବଜନୀନ ଗାଡ଼ି ମଧ୍ୟରେ ପ୍ରଭେଦ କ’ଣ ରହିଛି ?

ଉ : ରାଜ୍ୟର ସମସ୍ତ ଗାଡ଼ିର ସଂଖ୍ୟାର ଦୁଇତୃତୀୟାଂଶରୁ ଅଧିକ କାର, ସ୍କୁଟର, ମୋଟର ସାଇକେଲ୍ ଭଳି ବ୍ୟକ୍ତିଗତ ଗାଡ଼ି ପ୍ରକାର ଭେଦରେ ଅନ୍ତର୍ଭୁକ୍ତ । ଏ ସମସ୍ତ ଗାଡ଼ିର ସୀମିତ ବ୍ୟବହାର କରି ଜନସାଧାରଣ ସାର୍ବଜନୀନ ଗାଡ଼ି ତଥା ବସ୍, ଟ୍ୟାକ୍‌ସି, ଅଟେ । ଆଦି ଦୈନନ୍ଦିନ ବ୍ୟବହାର କଲେ ଇନ୍ଧନର ବହୁଳ ଅପବ୍ୟବହାର ରୋକାଯାଇପାରିବ ।


୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ରାସ୍ତା ପାର ହେଲାବେଳେ କି ସତର୍କତା ଅବଲମ୍ବନ କରିବ ?

ଉ : ରାସ୍ତା ପାର ହେବା ପୂର୍ବରୁ ପ୍ରଥମେ ବାମକୁ, ତା’ପରେ ଡାହାଣକୁ, ପୁନର୍ବାର ବାମକୁ ଚାହିଁବା ଆବଶ୍ୟକ ।


(ଖ) ଟ୍ରାଫିକ ଚିହ୍ନର ପ୍ରମୁଖ ପ୍ରକାରଭେଦ କ’ଣ ରହିଛି ?

ଉ : ଟ୍ରାଫିକ ଚିହ୍ନର ପ୍ରମୁଖ ପ୍ରକାରଭେଦ– ବାଧ୍ୟତାମୂଳକ ସାଇନ୍ (Mandatory Signs), ସତର୍କତାମୂଳକ ସାଇନ୍ (Cautionary Signs) ଓ ସୂଚନାଯୋଗ୍ୟ ସାଇନ୍ (Informatory Signs) 


(ଗ) ଗାଡ଼ି ଚାଳକ ପାଖରେ କେଉଁ ସବୁ ପ୍ରମାଣପତ୍ର ରହିବା ବାଧ୍ୟତାମୂଳକ ଅଟେ ?

ଉ : ଗାଡ଼ି ଚାଳକ ପାଖରେ ଡ୍ରାଇଭିଙ୍ଗ୍ ଲାଇସେନସ, ଗାଡ଼ିର ରେଜିଷ୍ଟ୍ରେସନ, ଗାଡ଼ିର ବୀମା, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ପତ୍ର, ପରମିଟ୍ ଓ ଫିଟ୍‌ନେସ ପ୍ରମାଣପତ୍ର ରହିବା ବାଧ୍ୟତାମୂଳକ ଅଟେ ।


(ଘ) ସବୁଜ ପରିବହନ କ’ଣ ?

ଉ : ଇଲେକ୍‌ଟ୍ରିକ ଯାନ, ସବୁଜ ଯାନ (ସାଇକେଲ୍) ଆଦିକୁ ସବୁଜ ପରିବହନ କୁହାଯାଏ।


(ଙ) ସମରିଟାନ୍‌ର ସଂଜ୍ଞା କ’ଣ ?

ଉ: ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ତୁରନ୍ତ ମେଡିକାଲ ଚିକିତ୍ସା ପ୍ରଦାନ କରି ଜୀବନ ବଞ୍ଚାଇବା ପାଇଁ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଚଳିତ ନୀତିକୁ ଗୁଡ଼ ସମରିଟାନ ନୀତି କୁହାଯାଏ।


ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ଡ୍ରାଇଭିଂ ଲାଇସେନସ ପ୍ରାପ୍ତି ନିମନ୍ତେ ସର୍ବନିମ୍ନ ବୟସସୀମା କେତେ ?

(i) ୨୦ (iii) ୧୮ (ii) ୨୧ (iv) ୧୫


(ଖ) ଦୁଇ ଚକିଆ ଯାନର ଯାତ୍ରୀ କ୍ଷମତା କେତେ ?

(i) ୩ (iii) ୧ (ii) ୪ (iv) ୨


(ଗ) ନିଶାସକ୍ତ ହୋଇ ଗାଡ଼ି ଚାଳନା କଲେ କେଉଁ ପ୍ରକାର ଦଣ୍ଡ ରହିଛି ?

(i) ଜେଲ (ii) ଆର୍ଥିକ (iii) ଆର୍ଥିକ ଓ ଜେଲ


(ଘ) ଗାଡ଼ିଚାଳନା ବେଳେ ମୋବାଇଲର ବ୍ୟବହାର ବେନିୟମ କି ?

(i) ହଁ

(ii) ନା



Tags:

sadaka nirapatta class 10 political science question answer

10th class political science sadaka nirapatta question answer

ସଡକ ନିରାପତ୍ତା ସଚେତନତା ଓ ଇନ୍ଧନ ସଂରକ୍ଷଣ

rajniti bigyan odia medium class 10 chapter 3

sadaka nirapatta sachetana o indhana sanrakshana question answer

class 10 history sadaka nirapatta question answer

bse odisha 10th class political science chapter 3

sadaka nirapatta 10th class objective questions

10th class odia medium political science guide pdf

road safety and fuel conservation class 10 odia medium 

No comments:

Post a Comment