Bharata o Tahara Padosi Rashtra Notes - Meher Sir


Odia Medium Class 10 Political Science Bharata o Tahara Padosi Rashtra (ଭାରତ ଓ ତାହାର ପଡୋଶୀ ରାଷ୍ଟ୍ର) , solutions, textbook notes, and important objective questions for "Bharata o Tahara Padosi Rashtra" in Odia.

Bharata o Tahara Padosi Rashtra Notes - Meher Sir


Class 10 Political Science Odia Medium

ଭାରତ ଓ ତାହାର ପଡୋଶୀ ରାଷ୍ଟ୍ର (Bharata o Tahara Padosi Rashtra)


ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର

୧ । ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ଟି ଶବ୍ଦରେ ଲେଖ ।

(କ) ପଞ୍ଚଶୀଳ ନୀତି କ’ଣ ?

ଉ : ଭାରତ ଦ୍ବାରା ନିର୍ଦ୍ଧାରିତ ହୋଇଥିବା ବୈଦେଶିକ ନୀତି ମଧ୍ୟରୁ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଏକ ବିଶିଷ୍ଟ ନୀତି । ‘ବସୁଧୈବ କୁଟୁମ୍ବକମ୍’ ନୀତିରେ ବିଶ୍ବାସ ରଖୁଥିବା ଭାରତ ୧୯୫୫ ମସିହାରେ ଚୀନ୍ ସହ ପଞ୍ଚଶୀଳ ନୀତିରେ ସ୍ଵାକ୍ଷର କରିଥିଲା ଏହାର ପାଞ୍ଚଗୋଟି ନୀତି ହେଲା :

(୧) ପ୍ରତ୍ୟେକ ରାଷ୍ଟ୍ରର ଅଖଣ୍ଡତା ଓ ସାର୍ବଭୌମତ୍ବ ପ୍ରତି ପାରସ୍ପରିକ ସମ୍ମାନ ପ୍ରଦର୍ଶନ ।

(୨) ପାରସ୍ପରିକ ଅନାକ୍ରମଣ ।

(୩) କେହି ଅନ୍ୟ କାହାର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାରୁ ନିବୃତ୍ତ ରହିବା ।

(୪) ସାମ୍ୟ ଓ ପାରସ୍ପରିକ ଉପକାର ଏବଂ

(୫) ଶାନ୍ତିପୂର୍ଣ୍ଣ ସହାବସ୍ଥାନ ।

ଏହି ପଞ୍ଚଶୀଳନୀତି ଏତେ ଆଦୃତ ହୋଇଥିଲା ଯେ ଏସୀୟ- ଆଫ୍ରିକୀୟ ରାଷ୍ଟ୍ରମାନଙ୍କର ସମ୍ମିଳନୀରେ ବିଶ୍ୱଶାନ୍ତି ପାଇଁ ଏହା ଗୃହୀତ ହୋଇଥିଲା ।


(ଖ) ଗୋଷ୍ଠୀ ନିରପେକ୍ଷତା କହିଲେ ତୁମେ କ’ଣ ବୁଝ ?

ଉ : ଗୋଷ୍ଠୀ ନିରପେକ୍ଷତା ଭାରତର ବୈଦେଶିକ ନୀତିର ଏକ ବିଶିଷ୍ଟ ନୀତି ଅଟେ ।  ଗୋଷ୍ଠୀ ନିରପେକ୍ଷତାର ଅର୍ଥ କୌଣସି ଗୋଷ୍ଠୀକୁ ସାମରିକ କ୍ଷେତ୍ରରେ ସମର୍ଥନ ନ କରିବା । ପ୍ରଶ୍ନ ଉଠେ କେଉଁ ଗୋଷ୍ଠୀ ? ଦ୍ବିତୀୟ ବିଶ୍ୱଯୁଦ୍ଧର ୧୯୪୫ ମସିହା ପରିସମାପ୍ତି ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ସହ ସୌହାର୍ଘ୍ୟପୂର୍ଣ୍ଣ ସମ୍ପର୍କ ରଖୁବାକୁ ପରେ ବିଶ୍ବ ରାଜନୀତିରେ ଦୁଇଟି ଦୁର୍ଦ୍ଧର୍ଷ ବୃହତ୍ ଶକ୍ତି ଭାବେ ଚାହେଁ । ପଡ଼ୋଶୀ ଚୀନ୍ ସହ ଆହୁରି ଭଲ ସମ୍ପର୍କ ରଖୁବା ଭାରତର ପରସ୍ପରର ବିପରୀତ ଗୋଷ୍ଠୀ ସୃଷ୍ଟି ହେଲା । 

ଗୋଟିଏ ଗୋଷ୍ଠୀର ଏକ ପ୍ରମୁଖ ବୈଦେଶିକ ନୀତି । ମାତ୍ର ଦୁଃଖର କଥା ତିବ୍‌ବତକୁ ନେତୃତ୍ବ ଯୁକ୍ତରାଷ୍ଟ୍ର ଆମେରିକା ନେବାବେଳେ ଅନ୍ୟ ଗୋଷ୍ଠୀର ନେଇ ଉଭୟ ଦେଶ ମଧ୍ୟରେ ତିକ୍ତ ସମ୍ପର୍କ ରହିଛି । ଦୀର୍ଘଦିନଧରି ନେତୃତ୍ବ ପ୍ରାକ୍ତନ ସୋଭିଏତ ରୁଷିଆ ନେଇଥିଲା । 

ଏହି ଦୁଇଗୋଷ୍ଠୀ ସ୍ଵାଧୀନ ରାଷ୍ଟ୍ର ଥ‌ିବା ତିବ୍‌ବତକୁ ଚୀନ୍ ଦଖଲ କରିନେଲା । ମଧ୍ୟରେ ଏକ ଅଦୃଶ୍ୟ ଶୀତଳ ଯୁଦ୍ଧ ଆରମ୍ଭ ହୋଇଗଲା ଯାହା ୧୮୯୦ ମସିହାରେ ତତ୍‌କାଳୀନ ଇଂରେଜ ସରକାର ଚୀନ୍ ସହ ପରସ୍ପର ବିରୋଧରେ ଅପପ୍ରଚାର ଓ ମାନସିକ ଚାପ ପ୍ରୟୋଗ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ ଓ ଭାରତ-ତିବ୍‌ବତ ସୀମା ନିର୍ଦ୍ଧାରଣ ଉପରେ ଆଧାରିତ ଥିଲା ।ପରିସ୍ଥିତି ଅନେକ ସମୟରେ ଏଭଳି  ସ୍ଵାଧୀନ, ନିରପେକ୍ଷ ତଥା ଶକ୍ତିଶାଳୀ ବୈଦେଶିକ ନୀତି ଉପରେ ଗୁରୁତ୍ଵ ଦେଇଥିଲା, ଯାହାକୁ ଗୋଷ୍ଠୀ ନିରପେକ୍ଷ କୁହାଯାଏ ।


 (ଗ) କାଶ୍ମୀର ବିବାଦ ବିଷୟରେ ସଂକ୍ଷେପରେ ଲେଖ । 

ଉ : ୧୯୪୭ ମସିହାର ଭାରତ ସ୍ଵାଧୀନତା ଆଇନାନୁଯାୟୀ ଭାରତ ଏବଂ ପାକିସ୍ଥାନ ନୂତନ ରାଷ୍ଟ୍ର ହେଲେ । ମାତ୍ର ସାମ୍ରାଜ୍ୟବାଦୀ ଇଂରେଜମାନେ ଭାରତମାଟି ଛାଡ଼ିଦେବା ସହ କାଶ୍ମୀରକୁ ନେଇ ଏକ ସ୍ଥାୟୀ ବିବାଦ ମୁହଁକୁ ଉଭୟ ରାଷ୍ଟ୍ରକୁ ଠେଲି ଦେଇଗଲେ । ୧୯୪୭ ମସିହାରେ ଭାରତ ସହ କାଶ୍ମୀରର ମିଶ୍ରଣକୁ ପାକିସ୍ତାନ ସହଜରେ ଗ୍ରହଣ କଲା ନାହିଁ । ଫଳ ସ୍ୱରୂପ ଉଭୟ ଦେଶ ମଧ୍ୟରେ କାଶ୍ମୀରକୁ ନେଇ ତିନି ଥର ହୋଇଥିବା ଯୁଦ୍ଧ ଉଭୟ ରାଷ୍ଟ୍ର ମଧ୍ୟରେ ତିକ୍ତତାକୁ ଆହୁରି ବଢ଼ାଇ ଦେଇଛି । କାଶ୍ମୀର ବିବାଦକୁ ନେଇ ଯୁକ୍ତରାଷ୍ଟ୍ର ଆମେରିକାର ଆଭିମୁଖ୍ୟ ଭାରତ ପ୍ରତି ସକାରାତ୍ମକ ନୁହେଁ କାରଣ ଆମେରିକା ଚାହୁଁଛି ଯେ ଯଦି କାଶ୍ମୀର ବିବାହଦ ସମାଧାନ ଅଚିରେ ହୋଇଯିବ ତାହାହେଲେ ଭାରତ ବିଶ୍ବ ରାଜନୀତିରେ ଅପ୍ରତିଦ୍ବନ୍ଦୀ ହୋଇଉଠିବ । ଏଣୁ ଏହି ଅଭିସନ୍ଧି ମୂଳରେ ରହିଛି କାଶ୍ମୀର ବିବାଦର ଅସମାହିତ ସମାଧାନ । ଅପରପକ୍ଷେ ଆମେରିକାଠାରୁ କିଛି ସାମରିକ, ଆର୍ଥିକ ସାହାଯ୍ୟ ପାଇବା ଆଶାରେ ପାକିସ୍ତାନ ପ୍ରାୟତଃ ସଦାବେଳେ ଭାରତ ସହ ଶତ୍ରୁ ଭାବାପନ୍ନ ହୋଇ କାର୍ଯ୍ୟ କରୁଛି ।


(ଘ) ତିବ୍‌ବତ ସମସ୍ୟା ଭାରତ ଓ ଚୀନ୍ ସମ୍ପର୍କକୁ କିପରି ପ୍ରଭାବିତ କରିଛି, ତାହା ଆଲୋଚନା କର ।

ଉ : ଭାରତ ଏକ ଶାନ୍ତିକାମୀ ରାଷ୍ଟ୍ର ଭାବେ ନିଜର ପଡ଼ୋଶୀ ତଥା ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ସହ ସୌହାର୍ଘ୍ୟପୂର୍ଣ୍ଣ ସମ୍ପର୍କ ରଖୁବାକୁ ଚାହେଁ । ପଡ଼ୋଶୀ ଚୀନ୍ ସହ ଆହୁରି ଭଲ ସମ୍ପର୍କ ରଖୁବା ଭାରତର ଏକ ପ୍ରମୁଖ ବୈଦେଶିକ ନୀତି । ମାତ୍ର ଦୁଃଖର କଥା ତିବ୍ବତକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତ ସମ୍ପର୍କ ରହିଛି । ଦୀର୍ଘଦିନଧରି ସ୍ଵାଧୀନ ରାଷ୍ଟ୍ର ଥ‌ିବା ତିବ୍ବତକୁ ଚୀନ୍ ଦଖଲ କରିନେଲା । ୧୮୯୦ ମସିହାରେ ତତ୍‌କାଳୀନ ଇଂରେଜ ସରକାର ଚୀନ୍ ସହ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ ଓ ଭାରତ-ତିବ୍‌ବତ ସୀମା ନିର୍ଦ୍ଧାରଣ କରିଥିଲେ । ମାତ୍ର ଚୀନ୍ ଶାସକମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ୧୯୫୦ ମସିହାରେ ଚୀନ୍ ତିବ୍ବତକୁ ଅଧିକାର କରିବାରୁ ଭାରତ ଘୋର ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଲା ।


(ଙ) ଶ୍ରୀଲଙ୍କାର ତାମିଲ ସମସ୍ୟା ବିଷୟ ବୁଝାଇ ଲେଖ ।

ଉ : ଭାରତ ମହାସାଗରରେ ଅବସ୍ଥିତ ଦ୍ବୀପଦେଶ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ସାଧାରଣ ଭାବେ ସ୍ଵାଭାବିକ ସମ୍ପର୍କ ରହିଛି; ମାତ୍ର ତାମିଲ ସମସ୍ୟାକୁ ନେଇ ଉଭୟ ଦେଶ ମଧ୍ୟରେ ମତାନ୍ତର ଓ ବିଭେଦ ଦେଖାଗଲା । ଶ୍ରୀଲଙ୍କାରେ ବସବାସ କରୁଥିବା ତାମିଲ୍‌ମାନେ ‘ଇଲମ୍ ରିପବ୍ଲିକ୍’ ନାମକ ଅଲଗା ଦେଶ ଗଠନ କରିବା ପାଇଁ ଦାବି କଲେ । ଏହି ଦାବି ଉପସ୍ଥାପନ ପାଇଁ ତାମିଲ ଜାତୀୟତାବାଦୀ ନେତା ଏସ୍.ଜେ.ଭି ଚଲଭନାୟକମ୍ ଫେଡେରାଲ ଦଳ ଗଠନ କଲେ । ଅମୃତଲିଙ୍ଗମ୍‌ଙ୍କ ନେତୃତ୍ୱରେ ଏହି ଦଳର ନାମ ହେଲା ତାମିଲ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ (TULF) | ୧୯୮୩ ମସିହାରେ ତାମିଲ୍ ଓ ସିଂହଳୀଙ୍କ ମଧ୍ୟରେ ବିବାଦ | ଉଗ୍ରରୂପ ଧାରଣ କଲା । ୧୯୮୩ ରୁ ୧୯୮୬ ମଧ୍ୟରେ ପ୍ରାୟ ୨୫୦୦୦ ତାମିଲ ଶରଣାର୍ଥୀ ଭାରତକୁ ଚାଲିଆସିଥିଲେ । ୧୯୮୭ ମସିହାରେ ରାଜୀବ ଗାନ୍ଧୀ ‘ଭାରତ ଶାନ୍ତିରକ୍ଷା ସାମରିକ ବାହିନୀ’ ଶ୍ରୀଲଙ୍କାକୁ ପଠାଇଥିଲେ ଯାହା ପରେ ତାଙ୍କ ମୃତ୍ୟୁର କାରଣ ହେଲା । ହେଲେ LTTE ନେତା ପ୍ରଭାକରନ୍‌ଙ୍କ ମୃତ୍ୟୁ ପରେ ଏ ସମସ୍ୟାର ସମାଧାନ ହୋଇଛି ।


(ଚ) ଭାରତ ଭୁଟାନକୁ କିପରି ସହାୟତା ଯୋଗାଇ ଥିଲା, ତାହା ଆଲୋଚନା କର ।

ଉ : ଭୁଟାନ୍ ହେଉଛି ଭାରତ ଓ ଚୀନ୍ ମଧ୍ଯରେ ଅବସ୍ଥିତ ଏକ ସ୍ଵାଧୀନ ରାଷ୍ଟ୍ର । ୧୯୪୯ ମସିହାରେ ଭାରତ ଓ ଭୁଟାନ୍ ମଧ୍ୟରେ ‘ବନ୍ଧୁତ୍ଵର ସନ୍ଧି’ ସ୍ବାକ୍ଷରିତ ହୋଇଥିଲା । ଏହି ଚୁକ୍ତିରେ ଏକବିଂଶ ଶତାବ୍ଦୀ ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ, ସ୍ଥାୟୀ ଶାନ୍ତି ଓ ବନ୍ଧୁତ୍ବ, ଅବାଧ ବାଣିଜ୍ୟ କାରବାର ଇତ୍ୟାଦି ବିଷୟରେ ଉଲ୍ଲେଖ କରାଯାଇଛି ।

ଭୁଟାନ୍‌ରେ ପ୍ରଥମ ପଞ୍ଚବାର୍ଷିକ ଯୋଜନା ୧୯୬୧ ମସିହାରେ ଆରମ୍ଭ ହେଲା । ଭାରତ ସରକାର ସେଥପାଇଁ ଆର୍ଥିକ ସହାୟତା ଯୋଗାଇ ଦେଲେ । ଭୁଟାନର ନବମ ପଞ୍ଚବାର୍ଷିକ ଯୋଜନା ( ୨୦୦୨ - ୨୦୦୮) ପାଇଁ ଭାରତ ସରକାର ୨୬୧୦.୧୪ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ସେଠାକାର ଅନେକ ପ୍ରକଳ୍ପ; ଯଥା— ରାଜପଥ ନିର୍ମାଣ, ପାରୋଠାରେ ବିମାନ ବନ୍ଦର, ପେଡେନ୍ ସିମେଣ୍ଟ କାରଖାନା ତଥା ଅନେକ ଜଳ ବିଦ୍ୟୁତ୍ ପାଇଁ ଭାରତ ସରକାର ଆର୍ଥିକ ସହାୟତା ଯୋଗାଇଛନ୍ତି 

(ଛ) ଭାରତ-ମିଆଁମାର ମଧ୍ଯରେ କେଉଁ କେଉଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା, ତାହା ସୂଚିତ କର ।

ଉ : ମିଆଁମାରର୍ ପୂର୍ବନାମ ହେଉଛି ବର୍ମା । ୧୯୫୦ ମସିହାରେ ଭାରତ ପ୍ରଧାନମନ୍ତ୍ରୀ ମିଆଁମାର ଗସ୍ତରେ ଯାଇଥିଲେ । ସେହିଦିନଠାରୁ ଭାରତ ଓ ମିଆଁମାର ମଧ୍ୟରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ୨୦୦୭ ମସିହା ଅଗଷ୍ଟ ୧୫ରେ ମିଆଁମାର ଶାସକ ଗୋଷ୍ଠୀ ବିରୋଧ ଆନ୍ଦୋଳନ ହୋଇଥଲା ଯାହା ସାମରିକ ଶାସକ ଗୋଷ୍ଠୀଦ୍ଵାରା ଦମନ କରାଯାଇଥିଲା । ମାତ୍ର ଭାରତ ସମେତ ଆନ୍ତର୍ଜାତିକ ସ୍ତରରେ ଏଭଳି ଦମନଲୀଳାର ନିନ୍ଦା କରାଯାଇଥିଲା । ୨୦୦୮ ମସିହାରେ ମିଆଁମାରର ପ୍ରଧାନମନ୍ତ୍ରୀ ନ୍ୟାନ୍‌ୱିନ୍ ଭାରତ ଆସି ଡଃ ମନମୋହନ ସିଂହଙ୍କୁ ଭେଟିଥିଲେ । ଆମ ପ୍ରଧାନମନ୍ତ୍ରୀ ମିଆଁମାରର ରାଜନୈତିକ ସଂସ୍କାର ଉପରେ ଗୁରୁତ୍ବ ଆରୋପ କରିଥିଲେ ।

ଭାରତର ପ୍ରଧାନମନ୍ତ୍ରୀ ନେହେରୁ ଏବଂ ବର୍ମାର ପ୍ରଧାନମନ୍ତ୍ରୀ ୟୁ ନୁ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର କର୍ଣ୍ଣଧାର ଭାବେ ପ୍ରଥମ । ଚୁକ୍ତିରେ ସ୍ବାକ୍ଷର କରିଥିଲେ । ମିଆଁମାରରେ କର୍ତ୍ତୃତ୍ବବାଦୀ ସରକାର ଥିବାବେଳେ ଚୀନ୍ ସହ ସୁସମ୍ପର୍କ ବୃଦ୍ଧି ପାଇଥିଲା, ଯାହା ଭାରତ ପାଇଁ ଚିନ୍ତାର ବିଷୟ ଥିଲା । ଏଣୁ ସ୍ଵାର୍ଥ ଓ ନିରପତ୍ତା ଦୃଷ୍ଟିରୁ ଭାରତ ଓ ମିଆଁମାର ମଧ୍ୟରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।


(ଜ) ଭାରତ - ଚୀନ୍ ସୀମା ବିବାଦ ବିଷୟରେ ଏକ - ଟିପ୍‌ପଣୀ ଲେଖ ।


- ଭ : ପଡ଼ୋଶୀ ଚୀନ୍ ସହିତ ଭାରତର ବୈଦେଶିକ-ନୀତି ଖୁବ୍ ଗୁରୁତ୍ବପୂର୍ଣ । ଭାରତ ଓ ଚୀନ୍ ମଧ୍ଯରେ ଅନେକ ଦିନ ଧରି ସୀମା ବିବାଦ ଲାଗି ରହିଛି । ୧୯୫୯ ମସିହାରେ ଚୀନ୍ ଭାରତର ୮୧,୬୦୦ ବର୍ଗ କିଲୋମିଟର ଅଞ୍ଚଳକୁ ନିଜ ଅକ୍ତିଆରରେ ରଖିଥିଲା । ସେହି ବର୍ଷ ଲଦାଖର ଖୁନାକ ଅଞ୍ଚଳରୁ କିଛି ଭାରତୀୟ ସୈନ୍ୟଙ୍କୁ ଚୀନ୍ ସୈନ୍ୟମାନେ ବନ୍ଦୀ କରିଦେଇଥିଲେ ଓ ଅକ୍ଟୋବର ମାସରେ ନଅଜଣଙ୍କୁ ହତ୍ୟା କରିଥିଲେ । ଲଦାଖର ଅକ୍‌ସାଇ ଅଞ୍ଚଳରେ ଚୀନ୍ ଏକ ରାସ୍ତା ନିର୍ମାଣ କରିଥିଲା । ୧୯୬୨ ମସିହାରେ ଭାରତକୁ ଆକ୍ରମଣ କରି ମ୍ୟାକ୍ ମୋହନ ସୀମାରେଖା ଅତିକ୍ରମ କରିଥିଲା । ଗତ ୧୫.୪.୨୦୧୩ ଲଦାଖ ଅଞ୍ଚଳକୁ | ଚୀନ୍‌ର ଅନୁପ୍ରବେଶ ଚରମ ଉତ୍ତେଜନା ସୃଷ୍ଟି କରିଛି । ସୁତରାଂ ଏଥିରୁ ସ୍ପଷ୍ଟଭାବେ ଅନୁମିତ ଯେ ଭାରତ ଚୀନ୍ ମଧ୍ୟରେ ସୀମା ବିବାଦ ପ୍ରାୟତଃ ଲାଗି ରହିଛି ।


(ଝ) ୧୯୪୯-୫୩ ମସିହାର କୋରିଆ ଯୁଦ୍ଧ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ କାହିଁକି ତିକ୍ତତାର କାରଣ ହୋଇଥିଲା ?

ଉ : ୧୯୪୯ ମସିହାରୁ ୧୯୫୩ ମସିହା ମଧ୍ୟରେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଯୁଦ୍ଧ ଲାଗିଥିଲା । ସେତେବେଳେ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ସମ୍ପର୍କ ତିକ୍ତ ହୋଇ ଉଠିଲା । ଏହାର କାରଣ ହେଲା ଦ୍ବିତୀୟ ବିଶ୍ବଯୁଦ୍ଧ ପରେ କୋରିଆ ଦୁଇ ଭାଗରେ ବିଭକ୍ତ ହେଲା । ଉତ୍ତର କୋରିଆର କମ୍ୟୁନିଷ୍ଟ ଶାସନ ସୋଭିଏତ୍ ରୁଷିଆଦ୍ଵାରା ସମର୍ଥିତ ଥିବା ବେଳେ ଦକ୍ଷିଣ କୋରିଆର ଶାସନ ଯୁକ୍ତରାଷ୍ଟ୍ର ଆମେରିକାର ସମର୍ଥନରେ | ପ୍ରତିଷ୍ଠିତ ହେଲା । ୧୯୪୯ ମସିହାରେ ଉତ୍ତର କୋରିଆ ବିଶ୍ବଯୁଦ୍ଧରେ ଯୁକ୍ତରାଷ୍ଟ୍ର ଆମେରିକା ଦକ୍ଷିଣ କୋରିଆକୁ ସମର୍ଥନ ଦେଇଥିବାରୁ ଭାରତ ନିନ୍ଦା କରିଥିଲା । ଏଣୁ ଯୁକ୍ତରାଷ୍ଟ୍ର ଆମେରିକା | ଭାରତର ପାରମ୍ପରିକ ବିରୋଧୀ ପାକିସ୍ଥାନକୁ ସହଯୋଗ ଓ ସମର୍ଥନ କଲା, ଯଦ୍ବାରା ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହୋଇଉଠିଲା ।


(ଞ) ସ୍ଵାଧୀନ ‘ବଙ୍ଗଳା ଦେଶ’ ଗଠନରେ ଭାରତର ଭୂମିକା ସଂକ୍ଷେପରେ ବର୍ଣ୍ଣନା କର ।

ଉ : ୧୯୦୫ ମସିହାରେ ପୂର୍ବ ବଙ୍ଗ ସୃଷ୍ଟି ହୋଇଥିଲା, ଯାହା ୧୯୪୭ ମସିହାର ଭାରତ ବିଭାଜନ ସମୟରେ ପୂର୍ବ-ପାକିସ୍ଥାନ ନାମରେ ନାମିତ ହୋଇ ପାକିସ୍ଥାନଦ୍ୱାରା ଶାସିତ ହେଉଥିଲା । ମାତ୍ର ୧୯୭୧ ମସିହାରେ ଏହା ବଙ୍ଗଳାଦେଶ ନାମରେ ଏକ ସ୍ଵାଧୀନ ରାଷ୍ଟ୍ରରେ ପରିଣତ ହେଲା ।

୧୯୭୧ ମସିହା ପୂର୍ବରୁ ପୂର୍ବ ପାକିସ୍ଥାନର ଲୋକମାନେ ପାକିସ୍ଥାନର ଅତ୍ୟାଚାର ଯୋଗୁଁ ଅତିଷ୍ଠ ହୋଇ ପଡ଼ିଥିଲେ । ଆୱାମି ଲିଗ୍ ନେତା ଶେଖ ମଜିବୁର ରହମନ୍‌ଙ୍କ ନେତୃତ୍ଵରେ ପାକିସ୍ଥାନ ସରକାର ବିରୁଦ୍ଧରେ ଆନ୍ଦୋଳନ ତେଜି ଉଠିଲା । ଭାରତ ଏହି ସ୍ଵାଧୀନତା ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଦେଇଥ୍ଲା । ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଥିଲେ ଇନ୍ଦିରା ଗାନ୍ଧୀ । ପାକିସ୍ତାନ ସୈନ୍ୟମାନଙ୍କ ଅତ୍ୟାଚାର ଏବଂ ଆନ୍ଦୋଳନ ଯୋଗୁଁ ଲକ୍ଷ ଲକ୍ଷ ସଂଖ୍ୟାରେ ମହିଳା, ବୃଦ୍ଧ, ବୃଦ୍ଧା, ଶିଶୁ ତଥା କିଶୋର
କିଶୋରୀମାନେ ପ୍ରାଣ ବିକଳରେ ଭାରତକୁ ପ୍ରବେଶ କଲେ, ଯେଉଁମାନଙ୍କୁ ଶରଣାର୍ଥୀ କୁହାଗଲା । ଭାରତର ଅକୁଣ୍ଠିତ ସମର୍ଥନରେ ପାକିସ୍ତାନ ସେନାକୁ ଆନ୍ଦୋଳନକାରୀମାନେ ପରାସ୍ତ କଲେ ଏବଂ ନୂତନ ରାଷ୍ଟ୍ର ଭାବେ ବଙ୍ଗଳାଦେଶ ସୃଷ୍ଟି ହେଲା । ଏଭଳି ଭାବେ ସ୍ଵାଧୀନ ବଙ୍ଗଳାଦେଶ ଗଠନରେ ଭାରତରେ ପ୍ରଭୂତ ତଥା ପ୍ରଚ୍ଛନ୍ନ ହାତ ରହିଥିଲା ।

(ଟ) ଯୁକ୍ତରାଷ୍ଟ୍ର ଆମେରିକା ସହିତ ଭାରତର ସମ୍ପର୍କ ସଂକ୍ଷେପରେ ଆଲୋଚନା କର ।

ଉ : ଯୁକ୍ତରାଷ୍ଟ୍ର ଆମେରିକା ସହ ଭାରତର ସମ୍ପର୍କ ସର୍ପିଳ ଗତି ସଦୃଶ; ଅର୍ଥାତ୍ କେତେବେଳେ ଭଲ ଓ କେତେବେଳେ ତିକ୍ତ । ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ସୋଭିଏତ୍ ରୁଷିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ଯରେ ଶୀତଳ ଯୁଦ୍ଧାରମ୍ଭ ହେଲା । ଭାରତ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର ଭାବେ କାହାରିକୁ ସମର୍ଥନ କଲା ନାହିଁ । ପ୍ରାରମ୍ଭରେ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଭାରତ ସହ ସମ୍ପର୍କ ଉପରେ ଗୁରୁତ୍ବ ଦେଉ ନଥିଲା । ୧୯୬୨ ମସିହାରେ ଭାରତ-ଚୀନ ଯୁଦ୍ଧ ବେଳେ କିନ୍ତୁ ଭାରତକୁ ସମର୍ଥନ ଦେଇଥିଲା । ମାତ୍ର ୧୯୬୫ ମସିହାର ଭାରତ-ପାକିସ୍ତାନ ଯୁଦ୍ଧବେଳେ ପାକିସ୍ଥାନକୁ ଆମେରିକା ସମର୍ଥନ କଲା । ପୁଣି ୧୯୭୧ ଓ ୧୯୯୧ ମସିହା ମଧ୍ୟରେ ଭାରତ-ସୋଭିଏତ୍ ରୁଷିଆ ମଧ୍ୟରେ ବନ୍ଧୁତ୍ଵ ଯୁକ୍ତରାଷ୍ଟ୍ର ଆମେରିକା ସହ ଭାରତର ସମ୍ପର୍କ ତିକ୍ତ ହୋଇ ଉଠିଲା । ଯାହାହେଉ ୧୯୯୨ ମସିହାରେ ତତ୍‌କାଳୀନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍‌ଙ୍କ ଭାରତ ଆଗମନ ଯୋଗୁଁ ଉଭୟ ଦେଶ ମଧ୍ୟରେ ସମ୍ପର୍କରେ ଉନ୍ନତି ଘଟାଇଲା । ପୁଣି ୧୯୯୫ ମସିହାରେ ଆମେରିକୀୟ ବାଣିଜ୍ୟ ସଚିବ ରୋନାଲ୍‌ ବ୍ରାଉନ୍‌ଙ୍କ ନେତୃତ୍ବାଧୀନ ପ୍ରତିନିସ୍‌ ଦଳର ଭାରତ ଆଗମନ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କଲା । ବର୍ତ୍ତମାନର ରାଷ୍ଟ୍ରପତି ବାରାକ ଓବାମାଙ୍କ ଭାରତ ନୀତି ଏଭଳି ସୁସମ୍ପର୍କ ବଜାୟ ରଖୁଛି ।


BSE Odisha Class 10 Political Science Chapter 4

୨ । ନିମ୍ନୋକ୍ତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ଟି ଶବ୍ଦରେ ଲେଖ । 

(କ) ଶୀତଳ ଯୁଦ୍ଧ କ’ଣ ?

 ଉ : ଦ୍ଵିତୀୟ ବିଶ୍ବଯୁଦ୍ଧର ପରିସମାପ୍ତି ପରେ ବିଶ୍ବରେ ଦେଖାଯାଇଥ‌ିବା ଦୁଇଗୋଷ୍ଟୀ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ପ୍ରାକ୍ତନ ସୋଭିଏତ୍ ରୁଷିଆ ଉଭୟେ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଚେଷ୍ଟିତ ହେଲେ । ଫଳରେ ଦୁଇ ଦେଶ ମଧ୍ୟରେ ଦେଖାଯାଇଥ‌ିବା ଅଦୃଶ୍ୟ ଓ ଅଘୋଷିତ ଯୁଦ୍ଧକୁ ଶୀତଳ ଯୁଦ୍ଧ କୁହାଯାଏ । 


(ଖ) ‘ଭିଟୋ’ କହିଲେ ତୁମେ କ’ଣ ବୁଝ ? : 

ସଂଯୁକ୍ତ ରାଷ୍ଟ୍ରସଂଘର ନିରାପତ୍ତା ପରିଷଦର ପାଞ୍ଚଜଣ ସ୍ଥାୟୀ ସଦସ୍ୟଙ୍କୁ ଭିଟୋ (ସ୍ଵତନ୍ତ୍ର) କ୍ଷମତା ଦିଆଯାଇଛି । ଏହା ବଳରେ ଯଦି କୌଣସି ବିଷୟରେ ଏହି ସଦସ୍ୟଙ୍କ ମଧ୍ୟରୁ କେହି ସହମତ ନହୋଇ ନିଷ୍ପଭି ବିରୋଧରେ ମତ ଦିଅନ୍ତି ତାହାକୁ ଭିଟୋ କୁହାଯାଏ ।


(ଗ) ଭାରତ ଓ ସୋଭିଏତ୍ ରୁଷିଆ ମଧ୍ୟରେ ସମ୍ପର୍କ ବୃଦ୍ଧିରେ ଗୋର୍ବାଚୋଭ୍ଙ୍କ ଅବଦାନ ବିଷୟରେ ଲେଖ ।

ଉ : ମିଖାଇଲ ଗୋର୍ବାଚୋଭ୍ଙ୍କ ଅବଦାନ ଭାରତ ରୁଷିଆ ସମ୍ପର୍କ ବୃଦ୍ଧିରେ ଯଥେଷ୍ଟ ସହାୟକ ହୋଇଥିଲା । ସେ ଏସିଆ ମହାଦେଶର ସାମୂହିକ ନିରାପତ୍ତା ଉପରେ ଗୁରୁତ୍ବ ଆରୋପ କରିଥିଲେ ଏବଂ ରାଜୀବ ଗାନ୍ଧୀଙ୍କ ସହ ଦଶଦଫା ବିଶିଷ୍ଟ ଦିଲ୍ଲୀ ଘୋଷଣାନାମାରେ ସ୍ବାକ୍ଷର କରିଥିଲେ । 

(ଘ) ସିଆଟୋ (SEATO) କ'ଣ ?

ଉ : ଶୀତଳ ଯୁଦ୍ଧ ଚାଲିଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା ତା’ର ପ୍ରତିପକ୍ଷ ସୋଭିଏତ୍ ରୁଷିଆର ପ୍ରଭାବ ହ୍ରାସ ପାଇଁ ଅନେକ ସାମରିକ ଚୁକ୍ତି ପ୍ରଣୟନ କରିଥିଲା । ତନ୍ମଧ୍ୟରୁ ସିଆଟୋ (SEATO- SOUTH EAST ASEAN TREATY
ORGANISATION) ଅନ୍ୟତମ । ଭାରତ ଏହାର ସଦସ୍ୟ ଥିଲା; ମାତ୍ର ପାକିସ୍ତାନ ଏହାର ସଦସ୍ୟ ଥିଲା । 


(ଙ) ଭାରତ ଓ ବଙ୍ଗଳାଦେଶ ୧୯୭୧ ମସିହା ଡିସେମ୍ବର ୧୦ ତାରିଖରେ ସ୍ବାକ୍ଷର କରିଥିବା ଚୁକ୍ତିପତ୍ରରେ କ’ଣ କ’ଣ ବ୍ୟବସ୍ଥା ଥିଲା ?
ଉ : ସ୍ଵାଧୀନ ରାଷ୍ଟ୍ର ବଙ୍ଗଳାଦେଶ ଜନ୍ମଲାଭ କଲାପରେ ଭାରତ ଓ ବଙ୍ଗଳା ଦେଶ ମଧ୍ୟରେ ୧୯୭୧ ମସିହା ଡିସେମ୍ବର ୧୦ ତାରିଖରେ ପ୍ରଥମ ଚୁକ୍ତି,ସ୍ବାକ୍ଷରିତ ହୋଇଥିଲା । ଏହି ଚୁକ୍ତିରେ ଭାରତୀୟ ସେନାଧ୍ୟକ୍ଷଙ୍କ ତତ୍ତ୍ୱାବଧାନରେ ଏକ ‘ମୁକ୍ତିବାହିନୀ’ ଗଠନର ବ୍ୟବସ୍ଥା ଥିଲା । 


(ଚ) ସାର୍କ (SAARC) କ’ଣ ?

(0) ଉ : ୧୯୮୫ ମସିହାରେ ଦକ୍ଷିଣ ଏସିଆର ସାତଗୋଟି ରାଷ୍ଟ୍ର ପାରସ୍ପରିକ ସହଯୋଗ ସ୍ଥାପନ ତଥା ଶାନ୍ତି ଓ ସଦ୍‌ଭାବ ପ୍ରତିଷ୍ଠା ପାଇଁ ଏକ ଆଞ୍ଚଳିକ ସଂଗଠନ ଗଠନ କରିଥିଲେ । ଏହାର ନାମ ହେଲା ସାର୍କ (SAARC-South Asian Association for Regional Cooperation) |


(ଛ) ଏଲ୍‌.ଟି.ଟି.ଇ. (LTTE) କ'ଣ ?
ଉ : ଏଲ୍.ଟି.ଟି.ଇ (LTTE – Liberation Tigers of Tamil Eelam) ହେଉଛି ଶ୍ରୀଲଙ୍କାର ଏକ ଆନ୍ଦୋଳନକାରୀ ସଂଗଠନ । ୧୯୯୫ ମସିହାରେ ଏହା ଶ୍ରୀଲଙ୍କା ସରକାରଙ୍କ ବିରୋଧରେ ଆନ୍ଦୋଳନ ଚଳାଇଥିଲା ସ୍ଵତନ୍ତ୍ର ତାମିଲ ଦେଶ ଗଠନ ପାଇଁ ।


 (ଜ) ୧୯୭୭ ମସିହାରେ ଭାରତର ମୋରାରଜୀ ଦେଶାଇ  ସରକାରଙ୍କ ସମୟରେ ନେପାଳ ସହିତ ଭାରତର ସମ୍ପର୍କ କିପରି ଥୁଲା, ତାହା ସଂକ୍ଷେପରେ ଲେଖ ।

 ଉ : ୧୯୯୭ ମସିହାରେ ମୋରାରଜୀ ଦେଶାଇ ଭାରତର (ପ୍ରଥମ ଅଣକଂଗ୍ରେସ) ପ୍ରଧାନମନ୍ତ୍ରୀ ହେଲେ । ସେ ନେପାଳ ସହ ଭାରତର ସମ୍ପର୍କ ବୃଦ୍ଧି ପାଇଁ ତାଙ୍କ ମନ୍ତ୍ରିମଣ୍ଡଳର ବୈଦେଶିକ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜରିଆରେ ନେପାଳ ସହ ଦୁଇଟି ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷର କରାଇଥିଲେ ।


(ଝ) ସୁଏଜ୍ କେନାଲ ସଙ୍କଟ (୧୯୫୬) କହିଲେ ତୁମେ କ'ଣ ବୁଝ ?

ଉ : ୧୯୫୬ ମସିହା ଜୁଲାଇ ମାସରେ ଇଜିପ୍ଟ ରାଷ୍ଟ୍ରପତି ନାସେର୍ ସୁଏଜ କେନାଲର ଜାତୀୟକରଣ ଘୋଷଣା କଲେ । ଇଜିପ୍ଟରେ ଥିବା ସୁଏଜ୍ କେନାଲର କମ୍ପାନୀର ପାଣ୍ଠିକୁ ସ୍ଥାଣୁ କରିଦେଲେ । ଆନ୍ତର୍ଜାତୀୟ ନୀତିରେ ଏହି ଘଟଣାର ସୁଦୂର ପ୍ରସାରୀ ପ୍ରଭାବ ରହିଥିଲା ।

Odia Medium Class 10 Political Science Question Answer


୩ । ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଲେଖାଏଁ ବାକ୍ୟରେ ଲେଖ ।

(କ) ବର୍ଣ୍ଣବୈଷମ୍ୟ ନୀତି କ’ଣ ?

ଉ : ଦକ୍ଷିଣ ଆଫ୍ରିକାର ସେଠାକାର ଗୋରା ଶାସକ କଳା ଲୋକଙ୍କ ବିରୁଦ୍ଧରେ ଯେଉଁ କଳା-ଗୋରା ଭେଦଭାବ ସୃଷ୍ଟି କରିଥିଲେ ତାହାକୁ ବର୍ଣ୍ଣବୈଷମ୍ୟ ନୀତି କୁହାଯାଏ ।


(ଖ) କେଉଁ ମସିହାରେ ନେପାଳ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ହେଲା ?

ଉ : ୧୯୫୪ ମସିହାରେ ନେପାଳ ସଂଯୁକ୍ତ ରାଷ୍ଟ୍ର ସଂଘର ସଦସ୍ୟ ହେଲା ।


(ଗ) ତାସ୍କେଣ୍ଟ ଚୁକ୍ତି ସ୍ୱାକ୍ଷରିତ ହେବାବେଳେ କିଏ ଭାରତର ପ୍ରଧାନମନ୍ତ୍ରୀ ଥିଲେ ?

ଉ : ତାସ୍କେଣ୍ଟ ଚୁକ୍ତି ସ୍ୱାକ୍ଷରିତ ହେବାବେଳେ ଲାଲବାହାଦୁର ଶାସ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ ।


(ଘ) କେଉଁ ରାଜା ରାଜଗାଦିରେ ଅଭିଷିକ୍ତ ହେଲାପରେ ନେପାଳକୁ ଏକ ‘ଶାନ୍ତି ଅଞ୍ଚଳ’ (Zone of Peace) ରୂପେ ଘୋଷଣା କରିଥିଲେ ?

ଉ : ରାଜା ବୀରେନ୍ଦ୍ର ରାଜଗାଦିରେ ଅଭିଷିକ୍ତ ହେଲାପରେ ନେପାଳକୁ ଏକ ଶାନ୍ତିର ଅଞ୍ଚଳ (Zone of Peace) ରୂପେ ଘୋଷଣା କରିଥିଲେ ।


(‍) କେଉଁମାନେ ଏଲ୍.ଟି.ଟି.ଇ.ର ନେତା ଥିଲେ ?

ଉ : ଉମା ମହେଶ୍ଵରନ୍ ଓ ପ୍ରଭାକରନ୍ ଏଲ୍.ଟି.ଟି.ଇ.ର ନେତା ଥିଲେ ।


(ଚ) ୨୦୦୮ ମସିହା ଜୁଲାଇ ମାସରେ ଭାରତ ଗସ୍ତ କରିଥିବା ଭୁଟାନ୍‌ ପ୍ରଧାନମନ୍ତ୍ରୀଙ୍କ ନାମ କ’ଣ ଥିଲା ?

ଉ : ୨୦୦୮ ମସିହା ଜୁଲାଇ ମାସରେ ଭାରତ ଗସ୍ତ କରିଥିବା ଭୁଟାନ୍‌ର ପ୍ରଧାନମନ୍ତ୍ରୀଙ୍କ ନାମ ଥିଲା ଲିୟୋଚେନ୍ ଜିଗ୍‌ମୀ ଥନ୍‌  ୱାନ୍ ଥଲେ ।


(ଛ) ଭୁଟାନର ପ୍ରଥମ ପଞ୍ଚବାର୍ଷିକ ଯୋଜନା କେବେ ଆରମ୍ଭ ହୋଇଥିଲା ?

ଉ : ଭୁଟାନ୍‌ ର ପ୍ରଥମ ପଞ୍ଚବାର୍ଷିକ ଯୋଜନା ୧୯୬୧ ମସିହାରେ ଆରମ୍ଭ ହେଲା ।


(ଜ) ଶେଖ୍ ମୁଜିବୁର୍ ରହମନ୍ କେଉଁ ରାଜନୈତିକ ସଙ୍ଗଠନର ନେତା ଥିଲେ ?

ଉ : ଶେଖ୍ ମୁଜିବୁର ରହମନ୍ ଆୱାମି ଲିଗ୍ ନାମକ ସଙ୍ଗଠନର ନେତା ଥିଲେ ।


(ଝ) ‘ତିନ୍-ବିଘା’ କେଉଁ ଦେଶ ମଧ୍ୟରେ ସମ୍ପର୍କକୁ ତିକ୍ତ କରିଥିଲା ?

ଉ : ‘ତିନ୍-ବିଘା’ ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ସମ୍ପର୍କକୁ ତିକ୍ତ କରିଥିଲା ।




୪ । ପ୍ରତ୍ୟେକ ପ୍ରଶ୍ନତଳେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ଭାରତ ଓ ଚୀନ୍ ମଧ୍ୟରେ ଥିବା ସୀମାରେଖାର ନାମ କ’ଣ ?
.
(କ) ମ୍ୟାକ୍‌ମିଲାନ୍ ଲାଇନ୍

(ଖ) ମ୍ୟାକ୍ ମୋହନ ଲାଇନ୍

(ଗ) ମ୍ୟାକ୍ ଡୋନାଲ୍‌ଡ୍ ଲାଇନ୍

(ଘ) ଡକ୍ଲିଫ୍ ଲାଇନ୍


(ଖ) ବଙ୍ଗଳାଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ କ’ଣ ?

(କ) ମହମ୍ମଦ ଅଲ୍ଲୀ ଜିନ୍ନା

(ଖ) ଶେଖ ମୁଜିବୁର ରହମନ

(ଗ) ଶେଖ ହସିନା

(ଘ) ଲିଆକତ ଅଲ୍ଲୀ


(ଗ) ୨୦୧୦ ମସିହା ଅପ୍ରେଲ୍ ମାସରେ ଭାରତର ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ତାଙ୍କ ଭୁଟାନ୍ ଗସ୍ତ ସମୟରେ କେଉଁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ?

(କ) ଷୋଡ଼ଶ ସାର୍କ ଶିଖର ସମ୍ମିଳନୀ

(ଖ) ନାଟୋ ସମ୍ମିଳନୀ

(ଗ) ଏସୀୟ କ୍ରୀଡ଼ା

(ଘ) ରାଜ୍ୟଗୋଷ୍ଠୀ ସମ୍ମିଳନୀ


(ଘ) ୨୦୦୮ ମସିହା ଜାନୁୟାରୀ ମାସରେ ଭାରତ ଗସ୍ତରେ ଆସିଥିବା ମିଆଁମାରର ବୈଦେଶିକ ମନ୍ତ୍ରୀଙ୍କ ନାମ କ’ଣ ?

(କ) ଜୟବର୍ଷନେ

(ଖ) ନେ-ୱିନ୍

(ଗ) ଚାଉ-ଏନ୍-ଲାଇ

(ଘ) ନ୍ୟାନ୍-ୱିନ୍


(ଙ) ଶ୍ରୀଲଙ୍କାର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ କ’ଣ ? 

(କ) ୟୁ ନୁ

(ଖ) ଡି.ଏସ୍. ସେନାନାୟକେ

(ଗ) ଏସ୍. ଡବଲ୍ୟୁ. ଆର୍.ଡି. ବନ୍ଦରନାୟକ 

(ଘ) ଶିରିମାଭୋ ବନ୍ଦରନାୟକେ


(ଚ) କେଉଁ ମସିହାରେ ସୋଭିଏତ୍ ଋଷିଆର ବିଲୟ ଘଟିଲା ?

(କ) ୧୯୮୯

(ଗ) ୧୯୯୩

(ଖ) ୧୯୯୧

(ଘ) ୧୯୯୪


(ଛ) ୧୯୭୨ ମସିହାରେ ଭାରତ- ପାକି ସ୍ଥାନ ମଧ୍ଯରେ ହୋଇଥ‌ିବା ରାଜିନାମାର ନାମ କ’ଣ ?

(କ) ଲାହୋର ରାଜିନାମା

(ଖ) ଦିଲ୍ଲୀ ରାଜିନାମା

(ଗ) ସିମଳା ରାଜିନାମା

(ଘ) କରାଚୀ ରାଜିନାମା

(ଜ) ଭାରତର ବୈଦେଶିକ ନୀତିର ଆଧାର କ’ଣ ଥିଲା ?

(କ) ଗୋଷ୍ଠୀ ନିରପେକ୍ଷତା

(ଖ) ଗୋଷ୍ଠୀ ସପକ୍ଷତା

(ଗ) ଗୋଷ୍ଠୀ ବିପକ୍ଷତା

(ଘ) ଏ ମଧ୍ୟରୁ କୌଣସିଟି ନୁହେଁ


(ଝ) ୧୯୬୬ ମସିହାରେ ତାସକେଣ୍ଟ ଶାନ୍ତ ଚୁକ୍ତି କେଉଁ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା ?

(କ) ଭାରତ ଓ ପାକିସ୍ଥାନ

(ଖ) ଭାରତ ଓ ଶ୍ରୀଲଙ୍କା

(ଗ) ଭାରତ ଓ ସୋଭିଏତ୍ ରୁଷିଆ

(ଘ) ଏ ମଧ୍ୟରୁ କୌଣସିଟି ନୁହେଁ


(ଞ) ସୁଏଜ୍ ସଙ୍କଟରେ ଭାରତ କେଉଁ ରାଷ୍ଟ୍ରକୁ ସମର୍ଥନ କରିଥିଲା ?

(କ) ବ୍ରିଟେନ୍ 

(ଖ) ଫ୍ରାନ୍ସ

(ଗ) ମିଶର

(ଘ) ଇଟାଲୀ


(ଟ) କେଉଁ ମସିହାରେ ଦେଶୀୟ ରାଜ୍ୟ କାଶ୍ମୀର ଭାରତ ସହିତ ମିଶିଗଲା ?

(କ) ୧୯୪୭

(ଖ) ୧୯୪୮

(ଗ) ୧୯୪୯

(ଘ) ୧୯୫୦


(୦) କେଉଁ ମସିହାରେ ପୋଖରାନ୍‌ରେ ଭାରତ ଆଣବିକ ଶକ୍ତି ପରୀକ୍ଷା କରିଥିଲା ?

(କ) ୧୯୯୭

(ଖ) ୧୯୯୮

(ଗ) ୧୯୯୯

(ଘ) ୨୦୦୦


() ଭାରତ ଓ ପାକିସ୍ତାନ ମଧ୍ୟରେ ବସ୍ ଚଳାଚଳ ବ୍ୟବସ୍ଥା ଆରମ୍ଭ ବାଜପେୟୀ ସରକାରଙ୍କ ସମୟରେ କେଉଁ ବର୍ଷ ହୋଇଥିଲା ?


(କ) ୧୯୯୬ 

(ଖ) ୧୯୯୮

(ଗ) ୧୯୯୯

(ଘ) ୨୦୦୧


ଉ ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର 

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର


୧ । ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରତ୍ୟେକଟି ୬୦ଗୋଟି ଶବ୍ଦ ମଧ୍ଯରେ ଲେଖ । 

(କ) ଭାରତର ବୈଦେଶିକ ନୀତିର ବୈଶିଷ୍ଟ୍ୟ ଆଲୋଚନା କର ।

ଉ : ପ୍ରତ୍ୟେକ ରାଷ୍ଟ୍ର ନିଜର ଜାତୀୟ ସ୍ୱାର୍ଥ ସୁରକ୍ଷା କରିବା ପାଇଁ ଅନେକ ବୈଦେଶିକ ନୀତି ଅବଲମ୍ବନ କରେ । ସୁତରାଂ ବୈଦେଶିକ ନୀତିଦ୍ୱାରା ଆନ୍ତର୍ଜାତିକ ସମ୍ପର୍କ ସ୍ଥାପିତ ଓ ପ୍ରଭାବିତ ହୁଏ । ଭାରତର ବୈଦେଶିକ ନୀତିର ବୈଶିଷ୍ଟ୍ୟଗୁଡ଼ିକ ନିମ୍ନରେ
ଆଲୋଚନା କରାଗଲା ।

(୧) ଭାରତ ଗୋଷ୍ଠୀ ନିରପେକ୍ଷ ନୀତିରେ ବିଶ୍ଵାସ କରେ । ଏହାର ଅର୍ଥ ହେଲା ଶୀତଳଯୁଦ୍ଧ ବେଳେ କୌଣସି ବୃହତ୍ ଶକ୍ତିକୁ ସମର୍ଥନ କରିନଥିଲା ।

(୨) ଭାରତ ‘ବସୁଧୈବ କୁଟୁମ୍ବକମ୍ ନୀତି’ରେ ବିଶ୍ଵାସ ରଖ୍ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତି ଗ୍ରହଣ କରିଛି । 

(୩) ଭାରତ ସାମ୍ରାଜ୍ୟବାଦକୁ ଓ ବର୍ଣ୍ଣବୈଷମ୍ୟ ନୀତିର ବିରୋଧ କରେ ।

(୪) ଭାରତ ସବୁ ରାଷ୍ଟ୍ରର ଆର୍ଥିକ ପ୍ରଗତି ଉପରେ ବିଶ୍ବାସ କରିବା । ସହ ଆନ୍ତର୍ଜାତିକ ସଂଗଠନ (UNO) ସହ ସୁସମ୍ପର୍କ ଏବଂ 12:16 ଆନ୍ତର୍ଜାତିକ ବିବାଦଗୁଡ଼ିକର ଶାନ୍ତିପୂର୍ଣ୍ଣ ସମାଧାନ ଚାହେଁ । 

(ଖ) ୧୯୯୫ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ କିଭଳି ସମ୍ପର୍କ ଥିଲା ?

ଉ : ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ ସବୁବେଳେ ସ୍ଥିର ନୁହେଁ; ଅର୍ଥାତ୍ କେତେବେଳେ ସୌହାର୍ଘ୍ୟପୂର୍ଣ୍ଣ ଓ କେତେବେଳେ ବିପର୍ଯ୍ୟସ୍ତ । ହେଲେ ୧୯୯୫ ମସିହାରେ ଉଭୟ ଦେଶର ସମ୍ପର୍କରେ ଯଥେଷ୍ଟ ପ୍ରଗତି ପରିଲକ୍ଷିତ ହୋଇଥିଲା । ଏହି ବର୍ଷ ଜାନୁୟାରୀ ମାସରେ ଯୁକ୍ତରାଷ୍ଟ୍ର ଆମେରିକାର ତତ୍‌କାଳୀନ ବାଣିଜ୍ୟ ସଚିବ ରୋନାଲ୍ଡ ବ୍ରାଉନ୍ ଏକ ପ୍ରତିନିଧ ଦଳ ସହ ଭାରତ ଆସିଥିଲେ । ସେ ଭାରତ ସହ ଶକ୍ତି, ଶିଳ୍ପ, ପରିବହନ ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ଦ୍ବିପାକ୍ଷିକ ଚୁକ୍ତିରେ ସ୍ବାକ୍ଷର କରିଥିଲେ; ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଅର୍ଥ ବିନିଯୋଗ; ପରିବେଶ ସୁରକ୍ଷା ପାଇଁ ଚୁକ୍ତିବଦ୍ଧ; ବେଆଇନ୍ ନିଶାଦ୍ରବ୍ୟ କାରବାରକୁ ଦୃଢ଼ ହସ୍ତରେ ଦମନ; ଆନ୍ତର୍ଜାତିକ ସ୍ତରରେ ସନ୍ତ୍ରାସବାଦର ବିଲୋପ ପାଇଁ ଅଙ୍ଗୀକାର-ବଦ୍ଧ ହୋଇଥିଲେ । ସୁତରାଂ ୧୯୯୫ ମସିହାରେ ଦୁଇ ଦେଶ ମଧ୍ୟରେ ସୁସମ୍ପର୍କରେ ପ୍ରଗତି ଘଟିଥିଲା ।


No comments:

Post a Comment