Nutana Rajyagudikara Gathana Notes | Meher Sir

Class 10 Political Science Chapter 1 Notes & Question Answers | ନୂତନ ରାଜ୍ୟଗୁଡ଼ିକର ଗଠନ (Odia Medium) Nutana Rajya Gudikara Gathana Class 10 Political Science ( ନୂତନ ରାଜ୍ୟଗୁଡିକର ଗଠନ ) | nutana rajya gudikara gathana class 10 question answer  | Nutana Rajyagudikara Gathana (ନୂତନ ରାଜ୍ୟଗୁଡିକର ଗଠନ) . 

Free study materials for BSE Odisha Class 10 Political Science Chapter 1 - 'ନୂତନ ରାଜ୍ୟଗୁଡ଼ିକର ଗଠନ' (Formation of New States). Download complete Odia medium notes, textbook solutions, important long questions, and interactive MCQs designed by board experts to help you score 95%+ in your matric board exams.

nutana rajya gudikara gathana class 10, 10th class political science chapter 1 odia medium , ନୂତନ ରାଜ୍ୟଗୁଡ଼ିକର ଗଠନ class 10 , 10th class history chapter 1 political science odia medium , nutana rajya gudikara gathana question answer , 10th class political science chapter 1 question answer, ନୂତନ ରାଜ୍ୟଗୁଡ଼ିକର ଗଠନ ପ୍ରଶ୍ନ ଉତ୍ତର, class 10 political science chapter 1 notes pdf odia medium, nutana rajya gudikara gathana mcq, bse odisha class 10 political science unit 1 part 1, 10th class rajniti bigyan chapter 1 short questions, bharatara swadhinata parabarti rajya punargathan class 10. 

Nutana Rajyagudikara Gathana Notes | Meher Sir



ନୂତନ ରାଜ୍ୟଗୁଡ଼ିକର ଗଠନ ପ୍ରଶ୍ନ ଉତ୍ତର

QA ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ଗୋଆ ରାଜ୍ୟ ଗଠନ ସମ୍ପର୍କରେ ଆଲୋଚନା କର । 

ଉ : ୧୯୬୧ ମସିହାର ଡିସେମ୍ବର ମାସ୧୯ ତାରିଖ ଦିନ ଗୋଆ, ଡାମନ ଓ ଡିଉ ଭାରତରେ ମିଶିଲା । ଏହା ପୂର୍ବରୁ ଦୀର୍ଘ ୪୫୦ ବର୍ଷ ଧରି ଏହି ଅଞ୍ଚଳ ପର୍ତ୍ତୁଗାଲ ଅଧୀନରେ ଥିଲା । ଭାରତ ସହିତ ମିଶିବା ପରେ ସମ୍ବିଧାନ ସଂଶୋଧନ ଆଇନ ବଳରେ ଉଲ୍ଲିଖ୍ ଅଞ୍ଚଳ ପ୍ରଥମେ ଏକ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଛି ଓ ୧୯୮୭ ମସିହାରେ କେବଳ ଗୋଆ ଏକ ରାଜ୍ୟର ମାନ୍ୟତା ପାଇଛି ।

(ଖ) ‘କ’ – ଶ୍ରେଣୀର ରାଜ୍ୟଗୁଡ଼ିକର ନାମ ଲେଖ । 

ଉ : ନୂତନ ସମ୍ବିଧାନର ପ୍ରଥମ ପରିଶିଷ୍ଟରେ ସୂଚିତ ତାଲିକା ଅନୁସାରେ କ- ଶ୍ରେଣୀଭୁକ୍ତ ରାଜ୍ୟ ଗୁଡ଼ିକ ହେଲେ ସ୍ଵାଧୀନତା ପୂର୍ବର ବ୍ରିଟିଶ ଶାସନାଧୀନ ନଅଗୋଟି ପ୍ରଦେଶ । ସେହି କ- ଶ୍ରେଣୀଭୁକ୍ତ ରାଜ୍ୟଗୁଡ଼ିକ ହେଲା ଆସାମ, ବିହାର, ବମ୍ବେ, ମଧ୍ୟପ୍ରଦେଶ, ମାଡ୍ରାସ, ଓଡ଼ିଶା, ପଞ୍ଜାବ, ସଂଯୁକ୍ତ ପ୍ରଦେଶ ଓ ପଶ୍ଚିମବଙ୍ଗ ।

(ଗ) ଦିଲ୍ଲୀ ଶାସନ ବ୍ୟବସ୍ଥା ଆଲୋଚନା କର ।

 ଉ : କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀକୁ ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ମିଳିଛି । ନୂତନ ବ୍ୟବସ୍ଥା ଅନୁସାରେ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀକୁ ଜାତୀୟ ରାଜଧାନୀ ଅଞ୍ଚଳ (National Capital Territory of Delhi)ର ମାନ୍ୟତା ମିଳିଛି । ଏହି ସ୍ବୀକୃତି ମିଳିବା ସହିତ ୧୯୯୩ ମସିହା ପରଠାରୁ ଦିଲ୍ଲୀ ପାଇଁ ଗୋଟିଏ ବିଧାନସଭା ଓ ଗୋଟିଏ ମନ୍ତ୍ରିପରିଷଦର ବ୍ୟବସ୍ଥା  କରାଯାଇଛି । କେବଳ ରାଜ୍ୟ ତାଲିକାଭୁକ୍ତ ତିନିଗୋଟି ବିଷୟ, ଯଥା : ଆଇନ ଓ ଶାନ୍ତି ଶୃଙ୍ଖଳା ରକ୍ଷା (Law and Order), ପୋଲିସ ଏବଂ ଜମିଜମା ବିଷୟକୁ ବାଦ ଦେଲେ ଏହି ତାଲିକାଭୁକ୍ତ ଅନ୍ୟ ବିଷୟଗୁଡିକ ଉପରେ ଆଇନ ପ୍ରଣୟନ କରିବାର କ୍ଷମତା ଦିଲ୍ଲୀ ବିଧାନସଭାର ରହିଛି । ଦିଲ୍ଲୀର ଶାସନମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ଜଣେ ଉପରାଜ୍ୟପାଳ (ଲେଫ୍‌ଟନାଣ୍ଟ ଗଭର୍ଣ୍ଣର)।


(ଘ) ଭାଷାଭିଭିକ ପ୍ରଦେଶ ଆୟୋଗର କେଉଁମାନେ ସଦସ୍ୟ ଥିଲେ ଏବଂ ଏହି ଆୟୋଗର ସୁପାରିଶ କ’ଣ ଥିଲା ?

ଉ : ସମ୍ବିଧାନ ପ୍ରଣୟନ ସଭାର ସୁପାରିସ କ୍ରମେ ୧୯୪୮ ମସିହାରେ ଭାଷାଭିଭିକ ପ୍ରଦେଶ ଆୟୋଗ ଗଠନ କରାଗଲା । ଏଥ‌ିରେ ଯେଉଁ ତିନି ଜଣ ସଦସ୍ୟ ରହିଲେ, ସେମାନେ ହେଲେ, ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦାର ବଲ୍ଲଭଭାଇ ପଟେଲ ଓ ପଟ୍ଟାଭି ସୀତାରାମାୟା । ଏହି ଆୟୋଗ ଭାଷାଭିଭିକ ରାଜ୍ୟ ଗଠନର ବିରୋଧୀ ଥିଲା ସତ, ମାତ୍ର ଆନ୍ଧ୍ରପ୍ରଦେଶ ଗଠନ ଦିଗରେ ଆୟୋଗର ମତ ସ୍ୱତନ୍ତ୍ର ଥିଲା ।


ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ପଣ୍ଡିଚେରୀ | ପୁଦୁଚେରୀର ସାମ୍ବିଧାନିକ ବ୍ୟବସ୍ଥା 

ଉ : ପଣ୍ଡିଚେରୀ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ହେଲେ ମଧ୍ୟ ସେଠାରେ ଏକ ବିଧାନସଭା ଓ ମନ୍ତ୍ରୀପରିଷଦର ବ୍ୟବସ୍ଥା ରଖାଯାଇଛି । ଏଠାରେ ଶାସନ ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପ ତିଙ୍କ ଦ୍ବାରା ନିଯୁକ୍ତ ଜଣେ ଉପରାଜ୍ୟପାଳ (ଲେଫ୍‌ଟନାଣ୍ଟ୍ ଗଭର୍ଣ୍ଣର ) ।

(ଖ) ‘ଖ’ ଶ୍ରେଣୀଭୁକ୍ତ ରାଜ୍ୟମାନଙ୍କର ମୁଖ୍ୟଙ୍କୁ କ’ଣ କୁହାଯାଏ ?

ଉ : ଖ-ଶ୍ରେଣୀଭୁକ୍ତ ରାଜ୍ୟମାନଙ୍କର ଶାସନମୁଖ୍ୟଙ୍କୁ କୁହାଗଲା ରାଜ୍ୟପ୍ରମୁଖ ।


(ଗ) ଜାମ୍ମୁ ଓ କାଶ୍ମୀରକୁ ବର୍ତ୍ତମାନ କେଉଁ ଶ୍ରେଣୀଭୁକ୍ତ

ଉ : ୨୦୧୯ ମସିହା ଅକ୍ଟୋବର ୩୧ ତାରିଖରେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ପୁନର୍ଗଠନ ଆଇନ ୨୦୧୯ ଅନୁସାରେ ଜାମ୍ମୁ ଓ କାଶ୍ମୀରକୁ ବିଭାଜନ କରି (୧) ଜାମ୍ମୁ ଓ କାଶ୍ମୀର ଓ (୨) ଲଦାଖ ନାମକ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଠନ କରାଗଲା ।

Comments

Popular posts from this blog

Write a letter to a friend of yours asking him why he did not attend your birthday party this year.

The Winter Season Essay For Class 10

Odia Medium 10th Class The Solitary Reaper Question Answer PDF